spot_img
Home Blog Page 2867

୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ

ବୌଦ୍ଧ: ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ବୌଦ୍ଧ ପୋଲିସକୁ ବଡ଼ ସଫଳତା । ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏକ ଇ-କମର୍ସ କମ୍ପାନୀରେ କାମ କରି ଠକେଇ କରିଥିଲେ ଅଭିଯୁକ୍ତ । କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ବୌଦ୍ଧ, ଅନୁଗୁଳ , କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଥିବା ଏକ ଇ-କମର୍ସ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ୪୩ ଲକ୍ଷ ଟଙ୍କା ଗାଏବ କରିଦେଇଥିଲେ ।

କମ୍ପାନୀ ତରଫରୁ ଏନେଇ ବାଉଁଶୁଣୀ, କଣ୍ଟାମାଳ, କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଲକ୍ଷ ୫୦ ହଜାର ଟଙ୍କା, ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡର ସୁନୀଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଂଜନ ପ୍ରଧାନ ଏବଂ ବାଲେଶ୍ବରର ବ୍ୟେମକେଶ ଗିରି ।

ମହାରାଷ୍ଟ୍ରରେ ବଡ଼ ହଲଚଲ, ଶରଦଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଭିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ । ଏହି ବୈଠକରେ ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ ।

ମଝି ଆକାଶରେ ବିମାନ ଯାତ୍ରୀଙ୍କ ହଙ୍ଗାମା, ସିନିୟର ଅଫିସରଙ୍କୁ ଦୁର୍ବ୍ୟବହାର ପରେ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ: ମଝି ଆକାଶରେ ପୁଣି ଜଣେ ବିମାନ ଯାତ୍ରୀଙ୍କ ହଙ୍ଗାମା । ଏୟାର ଇଣ୍ଡିଆରେ କୋ-ପାସେଞ୍ଜରଙ୍କୁ ଗାଳି ଗୁଲଜ କରିବା ସହ ଏୟାରଲାଇନ୍ସ ସିନିୟର ଅଫିସରଙ୍କୁ ଦୁର୍ବ୍ୟବହାର ଓ ଚାପୁଡ଼ା ମାରିଛନ୍ତି ଯାତ୍ରୀ । ଏହାସହ ବିମାନର ଏମର୍ଜେନ୍ସି  ଇକ୍ୟୁପମେଣ୍ଟ ମଧ୍ୟ ଯାତ୍ରୀଜଣଙ୍କ ଭଙ୍ଗାରୁଜା କରିଥିବା ଜଣାପଡ଼ଛି । ଜୁଲାଇ ୯ ତାରିଖରେ ସିଡନୀରୁ ଦିଲ୍ଲୀ ଆସୁଥିବା ବିମାନରେ ଯାତ୍ରୀଙ୍କ ଏଭଳି କାରନାମା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଏୟାର ଲାଇନ୍ସ । ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି । ଲିଖିତ କ୍ଷମା ପ୍ରାର୍ଥନା କରିଥିଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିସିଏକୁ ଅପିଲ କରିଛି ଏୟାର ଇଣ୍ଡିଆ ।

ବୁଲା କୁକୁର ବେକରେ କ୍ୟୁ-ଆର କୋଡ୍‌, ସ୍କାନ୍‌ କଲେ ଆସୁଛି ନାଁ, ଟିକାକରଣ, ବନ୍ଧ୍ୟାକରଣ ତଥ୍ୟ

ମୁମ୍ବାଇ: ଏବେ ଆଧାର କାର୍ଡ ଏକ ଜରୁରୀ ଦସ୍ତାବିଜ । ସରକାରୀ ହେଉ କି ବେସରକାରୀ, ସବୁ କାମ ପାଇଁ ଦରକାର ପଡ଼ୁଛି ଆଧାର କାର୍ଡ । ଦେଶର ସବୁ ନାଗରିକଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ କୁକୁରଙ୍କୁ ବି ଆଧାରକାର୍ଡ ମିଳୁଛି  । କଥାଟା ଅଜବ ଲାଗୁଥିଲେ ବି ସତ । ମୁମ୍ବାଇ ମହାନଗର ପାଳିକାର ଏହି ପଦକ୍ଷେପ ଏବେ ଚର୍ଚ୍ଚାରେ । ଛତ୍ରପତି ଶିବାଜୀ ଏୟାରପୋର୍ଟ ବାହାରେ ବୁଲୁଥିବା କୁକୁରଙ୍କୁ ପରିଚୟ ପତ୍ର ଦେଉଛି ବିଏମସି । କୁକୁରଙ୍କ ବେକରେ କ୍ୟୁଆର୍ କୋର୍ଡ ଲଗାଯାଉଛି । ଏହି କୋର୍ଡ ସ୍କାନ କଲେ କୁକୁରର ନାଁ, ଟିକାରଣ ଓ ବନ୍ଧ୍ୟାକରଣ ସମ୍ପର୍କୀତ ସବୁ ତଥ୍ୟ ଜଣାପଡ଼ିବ । କୁକୁର ବେକରେ ପଡ଼ିଥିବା ସ୍କାନର ଦେଖିବାକୁ ଆଧାର କାର୍ଡ ଭଳି । ସହରର ସବୁ ବୁଲା ଜନ୍ତୁଙ୍କ ଡାଟାବେସ୍ ପ୍ରସ୍ତୁତ କରିବ ବିଏମସି ।

 

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି: ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ବହୁ ଦିନ ପରେ ପୁଣି କଟକ ଜିଲ୍ଲା ନିଆଳିରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଗାଈ ଗୁହାଳରେ ପଶି ମାଆ ପାଖରୁ ୨ ମାସର କଅଁଳା ବାଛୁରୀର ପଛପଟୁ ଖାଇଯାଇଛି ଅଜଣା ଜନ୍ତୁ । ନିଆଳି ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତ ଓଳାଂଶ ଗାଁର ନିକୁଞ୍ଜ ବିହାରୀ ସାହୁଙ୍କ ଗୁହାଳରେ ଗତକାଲି ରାତିରେ ଏପରି ଘଟଣା ଘଟିଛି । ପୂର୍ବରୁ ଅଜଣା ଜନ୍ତୁ ଶହ ଶହ ମେଣ୍ଢାଙ୍କୁ ମାରିଥିଲା ।

କଟକରେ ଡ୍ରେନରେ ପଡ଼ି ଗଲା ଜୀବନ, ମୃତକ ହେଲେ ରାଜସ୍ଥାନର ରାହୁଲ ଖଟିବ

କଟକ: କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ ଖଟିକ । ରାଜସ୍ଥାନରୁ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ରାହୁଲ । ଆସନ୍ତା ୨୧ ତାରିଖ ରାହୁଲ ପୁଣି ରାଜସ୍ଥାନ ଫେରିଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଗତକାଲି ରାସ୍ତାରେ ଯିବା ସମୟରେ ଡ୍ରେନରେ ଗୋଡ ଖସି ଯିବାରୁ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ଯ ମୃତ୍ୟୁ ହୋଇଛି। ଏନେଇ ଯୁବକଙ୍କ ବାପା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ଏନେଇ ପୁରୀ ଘାଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ବାଲେଶ୍ୱର ପୋଲିସର ଚଢ଼ାଉ

ବାଲେଶ୍ୱର: ୧୦ ଲକ୍ଷରେ ବିକ୍ରି ହେଉଛି କି ଚାକିରି ? ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ବାଲେଶ୍ବର ପୋଲିସର ଚଢ଼ାଉ । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରେ ପରୀକ୍ଷାର୍ଥୀଙ୍କୁ ନେଇ ପ୍ରଶ୍ନ ଏବଂ ଉତ୍ତର କୁହାଯିବା ଖବର ପାଇ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ସମୟରେ ୮୮ ଜଣ ଛାତ୍ରଛାତ୍ରୀ ଓ ୯ ଜଣ ଦଲାଲଙ୍କ ସହିତ ଗୋଟିଏ ବସ୍ ଓ ୭ରୁ ଅଧିକ ଗାଡ଼ିକୁ ଅଟକ ରଖିଛି ପୋଲିସ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ ପୋଲିସ ।

ହୁମା ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ, ପୂଜକ ଓ ଭକ୍ତଙ୍କ ସହ କଲେ ଆଲୋଚନା

ସମ୍ବଲପୁର: 5T ସଚିବ ଭିକେ ପାଣ୍ଡିଆନ୍ ସମ୍ବଲପୁରର ହୁମା ମନ୍ଦିର ଗସ୍ତ କରି ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର କମିଟି, ପୂଜକ ଓ ସ୍ଥାନୀୟ ବାସିନ୍ଦା ଓ ମହିଳାମାନେ ସ୍ବାଗତ କରିଥିଲେ । ପରେ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ 5T ସଚିବ । ମନ୍ଦିର ପରିଭ୍ରମଣ କରି ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର କମିଟି କର୍ମକର୍ତ୍ତା, ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ହୁମା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନେଇ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୁମା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପାଇଁ 5T ସଚିବ ଭିକେ ପାଣ୍ଡିଆନ ହୁମା ଆସିଥିବାରୁ ମନ୍ଦିର କମିଟି, ପୂଜକ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରେ ମିଶନ ଶକ୍ତି କାଫେ ଯାଇ କାଫେ ପରିଚାଳନା କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।

 

ଯମୁନା ଜଳରେ ବେହାଲ ଦିଲ୍ଲୀ, ଲଗାଣ ବର୍ଷାରେ ବଢ଼ୁଛି ରାଜଧାନୀ ସଙ୍କଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେ ବି କମିନି ଦୁର୍ଦ୍ଦଶା । ଦେଶର ରାଜଧାନୀ ଦିଲ୍ଲୀର ତଳି ଅଞ୍ଚଳ ଏବେ ବି ଜଳବନ୍ଦୀ । ଏନଡିଆରଏଫ ସହ ପୋଲିସ ପ୍ରଶାସନ ଦିଲ୍ଲୀ ସ୍ଥିତି ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଲାଲକିଲ୍ଲା, ଆଇଟିଓ, ସୁପ୍ରିମକୋର୍ଟ ଏବେ ବି ପାଣି ଆଉ ପାଣି । ପୁଣି ସପ୍ତାହେ ପାଇଁ ଦିଲ୍ଲୀକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଯମୁନା ଜଳସ୍ତର ବିପଦ ସଙ୍କେତ ଉପରେ ୨୦୬.୧୪ ମିଟରରେ ପ୍ରବାହିତ ହେଉଛି । ଲଗାତର ୫ ଦିନ ଧରି ଦିଲ୍ଲୀରେ ଏହି ସ୍ଥିତି ଜାରି ରହିଛି ।

ଦିଲ୍ଲୀର ରାଜରାସ୍ତା କୃତ୍ରିମ ପୋଖରୀ ପାଲଟିଛି । ଘର ବୁଡ଼ିଯିବାରୁ ଅନେକ ପରିବାର ବେଘର ହୋଇଛନ୍ତି । ଉଦ୍ଧାର କରି ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଏବେ ବି ଲୋକ ଘରେ ପାଣିରେ ପଶି ରହିଥିବାରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାଜଳ ପାଇଁ ଟ୍ରାଫିକ ସ୍ଥିତି ମଧ୍ୟ ସାଂଘାତିକ ରୂପ ନେଇଛି । ଦିଲ୍ଲୀରେ ଆଜିଠୁ ୨୧ ତାରିଖ ଯାଏ ମଧ୍ୟମ ଧରଣର ବର୍ଷା ହେବ । ସେପଟେ ଦିଲ୍ଲୀରେ ବନ୍ୟା ସ୍ଥିତି ନେଇ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ ।

ମାଛଗାଁ କେନାଲରେ ୩୦ ଫୁଟର ଘାଇ, ତରିକୁନ୍ଦ ନିକଟରେ ଭାଙ୍ଗିଲା ବନ୍ଧ

ଜଗତସିଂହପୁର: କଟକ ରାସ୍ତାର ତରିକୁନ୍ଦ ବଜାର ନିକଟରେ ପ୍ରବାହିତ ମାଛଗାଁ କେନାଲରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ପଞ୍ଚାୟତ ଅଫିସ ଓ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଗତକାଲି ରାତିରୁ ଘାଇ ସୃଷ୍ଟି ହୋଇଥିବାରୁ ଚିନ୍ତାରେ ଲୋକ । ଜଗତସିଂହପୁରରୁ କଟକ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିଛି ।