spot_img
Home Blog Page 290

ଦକ୍ଷିଣ ଆଫ୍ରିକା ଠାରୁ ହାରିବା ମହଙ୍ଗା ପଡ଼ିବ କି, ଟିମ୍ ଇଣ୍ଡିଆ ଖେଳିପାରିବ କି WTC ଫାଇନାଲ ?

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ପରାସ୍ତ ହେବା ପରେ ଏବେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ର ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନକୁ ଖସିଆସିଛି ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ଭାରତ WTC ଫାଇନାଲ ଖେଳିବ କି ନା ସେନେଇ ଦ୍ବନ୍ଦ୍ବ ଉପୁଜିଛି । WTCର ଏହି ସାଇକଲରେ ଭାରତ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳିସାରିଛି । ସେଥିମଧ୍ୟରୁ ୪ଟିରେ ଜିତିଥିବା ବେଳେ ୩ଟି ମ୍ୟାଚରେ ପରାଜୟର ସାମନା କରିବାକୁ ପଡ଼ିଛି ଓ ଗୋଟିଏ ଡ୍ର ରହିଛି ।

ଏବେ ଭାରତ ଆଉ ୧୦ଟି ମ୍ୟାଚ ଖେଳିବାକୁ ବାକି ରହିଛି । WTC ସାଇକଲରେ ପ୍ରତି ଟିମକୁ ବିଜୟ ପାଇଁ ୧୨ ଅଙ୍କ, ଡ୍ର ରଖିଲେ ୬ ଅଙ୍କ ଓ ପରାଜୟ ପାଇଁ କୌଣସି ଅଙ୍କ ମିଳିନଥାଏ । ଭାରତ ୮ଟି ମ୍ୟାଚ ଖେଳିବା ସହ ୫୨ ଅଙ୍କ ପାଇଛି । ଦଳର ପଏଣ୍ଟସ ପ୍ରତିଶତ ସିଷ୍ଟମ (PCT) ୫୪.୧୪% ରହିଛି । WTC ସାଇକଲ ଦେଖିଲେ, ଫାଇନାଲ ପାଇଁ ୬୪-୬୮% ପ୍ରତିଶତ PCT ପର୍ଯ୍ୟାପ୍ତ ହୋଇଥାଏ । ଏପରି ସ୍ଥିତିରେ ଭାରତକୁ ଟପ-୨ରେ ସ୍ଥାନ ପକ୍କା କରିବାକୁ ହେଲେ ଏହି ଜୀତ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିବ ।

ଭାରତ ଗୌହାଟୀରେର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିବ । ତା’ପରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ତା’ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ । ଏହି ସବୁ ମ୍ୟାଚ ପରେ ଭାରତ ଫାଇନାଲ ଖେଳିବ କି ନା ତାହା ସ୍ପଷ୍ଟ ହୋଇଯିବ । ତେବେ ବାକିଥିବା ୧୦ଟି ମ୍ୟାଚରୁ ଭାରତକୁ ଅତିକମରେ ୭ଟି ମ୍ୟାଚ ଜିତିବାକୁ ପଡ଼ିବ । ଏହାଫଳରେ ଭାରତର ଅଙ୍କ ୧୩୬ ହୋଇଯିବ, ଜିତ ପ୍ରତିଶତ ୬୨.୯୬ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ । ସେଥିମଧ୍ୟରେ ଯଦି ଗୋଟିଏ ଡ୍ର ଯୋଡ଼ି ହୋଇଯିବ, ତେବେ ୧୪୦ ଅଙ୍କ ବା (୬୪.୮୧%) ହୋଇଯିବ । ଭାରତ ଯଦି ୮ଟି ବିଜୟ ହାସଲ କରେ ତେବେ ତା’ ଅଙ୍କ ୧୪୮ ସହ PCT ୬୮.୫୨% ହୋଇଯିବ ।

ଯଦି ଭାରତ ପରବର୍ତ୍ତୀ ମ୍ୟାଚ ଜିତିଯାଏ, ପୁଣି ଶ୍ରୀଲଙ୍କାକୁ ୨-୦ରେ ହରାଇଦିଏ, ନ୍ୟୁଜିଲାଣ୍ଡକୁ ୧-୧ରେ ଡ୍ର କରେ, ଅଷ୍ଟ୍ରେଲିଆା ବିପକ୍ଷରେ ଅତିକମରେ ୩ଟି ଜିତେ, ତେବେ ୭-୮ ସମ୍ଭବ ହୋଇପାରିବ । ମାତ୍ର ଏକ୍ଷେତ୍ରରେ ଅଧିକ ପରାଜୟ ଓ ଡ୍ର ଟିମ୍ ଇଣ୍ଡିଆର ବିପଦ ବଢ଼ାଇପାରେ ।

ଏଲନ ମସ୍କଙ୍କ ବଡ଼ ଘୋଷଣା: ଆସିଗଲା X Chat, ଏବେ WhatsApp ଓ Arattai ସହ ହେବ ମୁକାବିଲା

ବିଶ୍ବର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଏଲନ ମସ୍କ ନୂଆ ମେସେଜିଂ ସର୍ଭିସ ଲଞ୍ଚ କରିଛନ୍ତି । ଏହା ନାମ X Chat ରହିଥିବା ବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ହିଁ ଏହାକୁ ବ୍ୟବହାର କରିପାରିବେ । ଚ୍ୟାଟ ସର୍ଭିସର ୟୁଜ କରି ମେସେଜିଂ ଆପ ହ୍ବାଟସଆପ ଓ ଦେଶୀ ଆପ ଆରାଟ୍ଟାଇକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି ଏକ୍ସ । ଏହି ମେସେଜିଂ ସର୍ଭିସକୁ କିଛି ନୂଆ ଫିଚର୍ସ ସହିତ ଉପସ୍ଥାପନ କରାଯାଇଛି । ଏଥିରେ ଏଣ୍ଡ ଟୁ ଏଣ୍ଡ ଇନକ୍ରିପ୍ସନ, ଆଡଭାନ୍ସ ମେସେଜିଂ କଣ୍ଟ୍ରୋଲ ଓ ଅଲଗା ମେସେଜିଂ ଇନବକ୍ସ ମିଳିବ । ଏହି ଫିଚର ଆସିବା ପରେ ମଧ୍ୟ ୟୁଜର୍ସ ଡିଏମ ଓ ନ୍ୟୁ ମେସେଜିଂ ସର୍ଭିସ ଅଧୀନରେ ମିଳୁଥିବା ମେସେଜକୁ ଅଲଗା ଅଲଗା ଦେଖିପାରିବେ । ଏକ୍ସ ଏକ ପୂରା ନ୍ୟୁ କମ୍ୟୁନିକେସନ ସର୍ଭିସ ସହ ଆରମ୍ଭ ହୋଇଛି ବୋଲି ମସ୍କ କହିଛନ୍ତି । ଏନକ୍ରିପ୍ସନ ସହ ମେସେଜିଂ, ଅଡିଓ, ଭିଡିଓ ଓ ଫାଇଲ ଟ୍ରାନ୍ସଫର କରିହେବ । ଏଥିସହିତ ଖୁବଶୀଘ୍ର ଏକ୍ସ ମନି ଜାରି ହେବ ବୋଲି ସେ କହିଛନ୍ତି । ଏହା ଏକ ମନି ଟ୍ରାନ୍ସଫର ସର୍ଭିସ ହେବ । ଏକ୍ସ ମନିକୁ ଭାରତରେ ଲଞ୍ଚ କରାଯିବ କି ନାହିଁ ସେ ତାହା କହି ନାହାନ୍ତି । ଭାରତରେ ମନି ଟ୍ରାନ୍ସଫର ସୁବିଧା ପ୍ରଦାନ କରୁଥିବା ବହୁ ଆପ୍ସ ରହିଛି । ଲକ୍ସ ଚାଟକୁ ଏବେ କେବଳ iOS ଓ ଓ୍ବେବ ଭର୍ସନରେ ଲାଗୁ କରାଯାଇଛି । ଖୁବଶୀଘ୍ର ଏହାକୁ ଆଣ୍ଡ୍ରଏଡ ପାଇଁ ଜାରି କରାଯିବ ।

ଚୋରା ବନ୍ଧୁକ କାରବାରର ଚେର ଖୋଜୁଛି ପୋଲିସ, ରିମାଣ୍ଡରେ ନେବାକୁ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ…

ଭୁବନେଶ୍ବର : ରିମାଣ୍ଡରେ ଆସିବେ ବିହାରି ବନ୍ଧୁକ ମାଫିଆ। ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ। ସେପଟେ ବନ୍ଧୁକ କାରବାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ବିହାର ଗଲା ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଟିମ। ଗତ ଶନିବାର ବିହାର ବନ୍ଧୁକ ମାଫିଆ ଦିବ୍ୟାଂଶୁ କୁମାର ଓ ଚନ୍ଦନ କୁମାରଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ସ୍ପେଶାଲ କାର୍ବାଇନ୍, ୫ଟି ମାଉଜର, ଗୁଳି ଆଦି ଜବତ କରାଯାଇଥିଲା। କାର୍ବାଇନର ଦାମ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିବା ବେଳେ ମାଉଜର ଗୋଟାକୁ ୬୦ ରୁ ୭୦ ହଜାର ରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ତେବେ ବିହାରରୁ ପିଛା କରି ଗରାଖ ବେଶରେ ଭୁବନେଶ୍ୱର ମାଳିସାହିରେ ମାଡିବସିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ରିମାଣ୍ଡ ସମୟରେ ଗରାଖଙ୍କ ସମୟରେ ଅନେକ ତଥ୍ୟ ମିଳିପାରିବ ବୋଲି ସୂଚନା ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ।

ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତର ନାଁ ଶେଖ ଆକବର । ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

FD ଛାଡ଼ନ୍ତୁ, ଏହି ସ୍କିମରେ ନିବେଶ କରନ୍ତୁ: ବମ୍ପର ରିଟର୍ଣ୍ଣ ସାଙ୍ଗକୁ ରିସ୍କ ବି କମ୍

ଯଦି ଆପଣମାନେ ଭାବୁଥାନ୍ତି ଯେ, ଏଫଡି ସବୁଠାରୁ ସୁରକ୍ଷିତ ଓ ଫାଇଦାଯୁକ୍ତ ନିବେଶ, ତେବେ ଆପଣମାନେ ହୁଏତ ଭୁଲ ଭାବୁଛନ୍ତି । ଆଜିକାଲିର ସମୟରେ ଏପରି ଅନେକ ବିକଳ୍ପ ରହିଛି, ଯାହାକି ଏଫଡି ଠାରୁ ଅଧିକ ରିଟର୍ଣ୍ଣ ଦେବା ସହିତ ସେଥିରେ ରିସ୍କ ମଧ୍ୟ କମ୍ ରହିଥାଏ । ଏଫଡିରେ ରିସ୍କ କମ୍ ରହିଥାଏ ଓ ସୁଧ ହାର ପୂର୍ବରୁ ହିଁ ସ୍ଥିର ହୋଇଥାଏ । ମାତ୍ର ଆଜିର ମହଙ୍ଗା ଯୁଗରେ ବଜାର କ୍ରମାଗତ ଭାବେ ବଦଳୁଥିବା ବେଳେ ଏଫଡିରେ ପଇସା ରଖିବା ସେତେଟା ଫାଇଦା ନୁହେଁ । ଯଦି ଆପଣମାନେ ଅଧିକ ରିଟର୍ଣ୍ଣ, ଭଲ ଲିକ୍ବିଡିଟି, ପାଖାପାଖି ଜିରୋ ରିସ୍କ ଚାହାନ୍ତି, ତେବେ ଏପରି ଅନେକ ବିକଳ୍ପକୁ ଆପଣାଇ ପାରିବେ ।

ସରକାରୀ ବଣ୍ଡସ: ଯେଉଁମାନେ ବିନା ରିସ୍କରେ କ୍ରମାଗf ରିଟର୍ଣ୍ଣ ଚାହାନ୍ତି ଏହା ସେମାନଙ୍କ ପାଇଁ ବଢ଼ିଆ ବିକଳ୍ପ । ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ପରଚାଳିତ ହୋଇଥାଏ, ଯେଉଁଥିରେ କି ପଇସା ବୁଡ଼ିବାର ସମ୍ଭାବନା ପ୍ରାୟତଃ ନଥାଏ । ମାତ୍ର ସୁଧ ଦରରେ ପରିବର୍ତ୍ତନ ଆସିବା ଫଳରେ ଦାମ୍ ତଳ-ଉପର ହୋଇଥାଏ । ଦୀର୍ଘ ଅବଧିର ନିବେଶକଙ୍କ ପାଇଁ ଏହାକୁ ସ୍ଥିର ବିକଳ୍ପ ଗ୍ରହଣ କରାଯାଏ ।

ଟ୍ରେଜରୀ ବିଲ୍ସ: ଯଦି ଆପଣ ୩-୧ ବର୍ଷର କ୍ଷୁଦ୍ର ଅବଧି ପାଇଁ ସୁରକ୍ଷିତ ନିବେଶ ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଟ୍ରେଜରୀ ବିଲ୍ସ ଏକ ବଢ଼ିବା ବିକଳ୍ପ । ଏଥିରେ ସୁଧ ମିଳେ ନାହିଁ, ମାତ୍ର କମ୍ ଦରରେ କିଣିବାକୁ ହୁଏ । ମାଚ୍ୟୁରିଲି ପରେ ପୂରା ମୂଲ୍ୟ ଫେରସ୍ତ କରାଯାଏ ।

ଆରବିଆଇ ଫ୍ଲୋଇଂ ରେଟ ସେଭିଙ୍ଗସ ବଣ୍ଡ: ଆରବିଆଇ ଦ୍ବାରା ଜାରି ଏହି ବଣ୍ଡର ଅବଧି ୮ ବର୍ଷ ହୋଇଥାଏ । ଏଥିରେ ପାଖାପାଖି ସୁଧହାର ୮.୦୫ ପ୍ରତିଶତ ରହିଥାଏ । ପ୍ରତି ୬ ମାସରେ ଏହାର ସୁଧ ହାର ବଦଳିଥାଏ । ଯଦି ବଜାର ସୁଧ ଦର ବଢ଼ିଥାଏ, ତେବେ ଏହି ବଣ୍ଡର ରିଟର୍ଣ୍ଣ ମଧ୍ୟ ବଢ଼ିଯାଇଥାଏ ।

କର୍ପୋରେଟ ବଣ୍ଡସ: ଏଥିରେ କମ୍ପାନୀମାନେ ନିବେଶକଙ୍କ ଠାରୁ ପଇସା ନେଇ ବିଜିନେସ ଚଳାଇଥାନ୍ତି । ଏଥିରେ ସାଧାରଣ ଭାବେ ୯-୧୧ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଥାଏ । ମାତ୍ର କମ୍ପାନୀର ସ୍ଥିତି ମଜବୁତ ନ ରହିଲେ ରିସ୍କ ହୋଇଥାଏ । ସେଥିପାଇଁ AAA, A ପରି ଭଲ ରେଟିଂ ଥିବା କମ୍ପାନୀଙ୍କ ବଣ୍ଡସ ହିଁ ବାଛନ୍ତୁ । ଆଜିକାଲି Grip, Wint Wealth ପରି ପ୍ଲାଟଫର୍ମରେ ଏଥିରେ ନିବେଶ କରିବା ସହଜ ହୋଇଯାଇଛି ।

ପୋଷ୍ଟ ଅଫିସର ସରକାରୀ ସ୍କିମ: ଯଦି ଆପଣ କେବଳ ସୁରକ୍ଷିତ ସରକାରୀ ବିକଳ୍ପ ଚାହାନ୍ତି ତେବେ ପୋଷ୍ଟ ଅଫିସ ଯୋଜନା ସବୁଠାରୁ ଭରସାଯୋଗ୍ୟ ସାଧନ । ପୋଷ୍ଟ ଅଫିସର ବିଭିନ୍ନ ପ୍ରକାରର ଯୋଜନା ଯେପରିକି NSCରେ ପାଖାପାଖି 7.7%, ସୁକନ୍ୟା ସମୃଦ୍ଧି ଯୋଜନାରେ ପାଖାପାଖି ୮.୨ ପ୍ରତିଶତ (ଝିଅଙ୍କ ପାଇଁ), SCSSରେ ୮.୨ ପର୍ଯ୍ୟନ୍ତ ସୁଧ ମିଳିଥାଏ ।

ଗଣତିଦିନ ଭୋର ୪ଟାରେ ଇଭିଏମ ବଦଳାଇବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ାରେ EVM ବଦଳା ଯାଇଛି । ଗଣତିଦିନ ଭୋର ୪ଟାରେ ଇଭିଏମ ବଦଳାଇବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ । ତେଣୁ ସେ ସେଦିନର ସିସିଟିଭି ଭିଜୁଆଲ ମାଗିଛନ୍ତି । କାରଣ ବିଜେପି ସଭାରେ ଲୋକ ହେଉନଥିବାବେଳେ କେମିତି ଦଳ ୮୩ ହଜାର ଭୋଟରେ ବିଜୟୀ ହେଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହା କିପରି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅସାଧୁ ଆଚରଣ କରି ଭୋଟ ଚୋରି କରି ଉପନିର୍ବାଚନ ଜିତିଛି ବିଜେପି। ପୋଲିସ ଜରିଆରେ ବୁଥ ଏଜେଣ୍ଟ ଟଙ୍କା ଦେଇ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା । ପ୍ରଶାସନକୁ ବଦଳି ଧମକ ଦେଇ କବାଜରେ ରଖିଥିଲେ।  ନୂଆପଡ଼ାରେ ବିଜେପି ପଇସାର ସୁନାମୀ କରିଥିଲା। ଏହାପରେ ଇଭିଏମ ଜରିଆରେ ଅସାଧୁ ଉପାୟରେ ଭୋଟ ନେଇଗଲେ ବୋଲି ସେ ଯୁକ୍ତି ବାଢିଛନ୍ତି । କେମିତି ୪୧ଟି ବୁଥରେ ୯୧ ପ୍ରତିଶତ ଭୋଟ ହେଲା ତାହା ବି ସନ୍ଦେହ ଘେରରେ।

ବିଜେପି ପ୍ରାର୍ଥୀ କାହିଁକି ହିମାଂଶୁ ଲାଲଙ୍କ ପାଦ ଧରି ଆଶୀର୍ବାଦ ନେଲେ ? ହଠାତ କାହିଁକି ତାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଗଲା ? ଯେହେତୁ ହିମାଂଶୁ ଲାଲ ପାଇଁ ଜୟ ଢୋଲକିଆଙ୍କ ବିଜୟ ହୋଇଛି ସେଥିପାଇଁ ଏହି ଆଶୀର୍ବାଦ ଭିକ୍ଷା ବୋଲି କଟାକ୍ଷ କରିଛନ୍ତି ଭକ୍ତ । ବିଜେପି ଓ ତାଙ୍କ ବାପାଙ୍କ ନାଁରେ ଜୟ ନିର୍ବାଚନ ଜିତିନାହାନ୍ତି । ତେଣୁ ସେ ସବୁ ଜାଣିଥିବାରୁ ହିମାଂଶୁ ଲାଲଙ୍କ ପାଦ ଧରିଲେ । ଏପରି ଅସାଧୁ ନିର୍ବାଚନ ପ୍ରକ୍ରିୟା ବିରୋଧରେ କଂଗ୍ରେସ ଆଗାମୀ ଦିନରେ ସ୍ଵର ଉଠାଇବ । ଭୋଟ ଚୋରି ପରେ ବିଜେପି ଭୋଟ ଲୁଟ କରୁଛି । ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି ବୋଲି ଭକ୍ତ ଅଭିଯୋଗ କରିଛନ୍ତି ।

 

IBPS ପକ୍ଷରୁ ଆସିଲା ଖୁସି ଖବର: ବ୍ୟାଙ୍କ କ୍ଲର୍କ ପଦ ସଂଖ୍ୟା ବୃଦ୍ଧି ପାଇଲା

ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (IPBS) ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା । ବ୍ୟାଙ୍କ କ୍ଲର୍କ ନିଯୁକ୍ତି ପାଇଁ ପଦ ସଂଖ୍ୟା ବୃଦ୍ଧି ପାଇଛି । ମୋଟ ୨୧୫୧ଟି କ୍ଲର୍କ ପଦ ବୃଦ୍ଧି ପାଇଥିବା ବେଳେ ମୋଟ ପଦ ସଂଖ୍ୟା ୧୫,୬୮୪ରେ ପହଞ୍ଚିଛି । ସବୁଠାରୁ ବଡ଼ କଥା ହେଉଛି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପଦ ସଂଖ୍ୟା ବଢ଼ିଛି । ବ୍ୟାଙ୍କ ପ୍ରିଲିମିନାରୀ କ୍ବାଲିଫାଇ କରି ସାରିଥିବା ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତିକର ବିଷୟ । ଯେଉଁମାନେ ପ୍ରିଲିମ୍ସ କ୍ଲିୟର କରିସାରିଥିବେ, ସେମାନେ ଏହାର ଫାଇଦା ଉଠାଇ ପାରିବେ । ଆଇବିପିଏସ ପକ୍ଷରୁ ଏହି ଘୋଷଣା ପରେ ଏବେ ପ୍ରିଲିମ୍ସ କଟ୍ ଅଫ୍ ମାର୍କ ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ପ୍ରାରମ୍ଭରୁ କ୍ଲର୍କ ନିଯୁକ୍ତି ୨୦୨୫ ପାଇଁ ୧୦,୨୭୭ଟି ଖାଲି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ତା’ପରେ ଦୁଇଥର ପଦ ସଂଖ୍ୟା ବୃଦ୍ଧି ପରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ତାହା ବଢ଼ି ୧୩,୫୩୩ ହୋଇଥିଲା ଓ ଦ୍ବିତୀୟ ପର୍ଯ୍ୟାୟରେ ଏବେ ଆଉ ୨,୧୫୧ ନୂଆ ପଦ ଯୋଡ଼ା ଯାଇଛି । ଉତ୍ତରପ୍ରଦେଶରେ ମୋଟ ୨୭୮୧ଟି ପଦ, ବିହାରରେ ୭୬୦ଟି ପଦ, ମଧ୍ୟପ୍ରଦେଶରେ ୯୫୮ଟି ପଦ, ରାଜସ୍ଥାନରେ ୪୦୮ଟି ପଦ ବୃଦ୍ଧି ପାଇଛି । ସମ୍ପୂର୍ଣ୍ଣ ସଂଶୋଧିତ ପଦ ସଂଖ୍ୟାର ସୂଚୀ ଅଫିସିଲ ଓ୍ବେବସାଇଟରେ ଉପଲବ୍ଧ ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡ ; ରାୟ ଶୁଣାଇଲେ ବାଂଲାଦେଶ ଅନ୍ତର୍ଜାତୀୟ କ୍ରାଇମ ଟ୍ରିବ୍ୟୁନାଲ

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡ । ରାୟ ଶୁଣାଇଲେ ବାଂଲାଦେଶ ଅନ୍ତର୍ଜାତୀୟ କ୍ରାଇମ ଟ୍ରିବ୍ୟୁନାଲ। ତାଙ୍କ ଆଦେଶରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି କହିଛି  । ୪ ଶହ ପୃଷ୍ଠାର ରାଏ ୬ ଭାଗରେ ଶୁଣାଣି ଯାଇଛି

ବାଙ୍ଗଲାଦେଶୀ ମିଡିଆ ପ୍ରଥମ୍ ଆଲୋର ଅନୁଯାୟୀ, କୋର୍ଟ ଫୈସଲା ଶୁଣାଇବା ସମୟରେ ହସିନାଙ୍କର ସେହି ଅଡିଓ ମଧ୍ୟ ଶୁଣାଯାଇଥିଲା, ଯାହା ବାଙ୍ଗଲାଦେଶରେ ବହୁତ ଭାଇରାଲ୍ ହୋଇଥିଲା। ଏହି ଅଡିଓରେ ହସିନା ପୋଲିସ୍ ମୁଖ୍ୟଙ୍କୁ ଲୋକମାନଙ୍କ ଉପରେ ଗୁଳି ଚଳାଇବାକୁ କହୁଛନ୍ତି। କୋର୍ଟ ଫୈସଲା ଶୁଣାଇବା ସମୟରେ ମାନବାଧିକାର ଆଯୋଗର ରିପୋର୍ଟର ମଧ୍ୟ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟ ମାସରେ ଶେଖ ହାସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା । ହସିନାଙ୍କ ବିରୋଧରେ ବିରୋଧୀ ଦଳଙ୍କ ସହିତ ମୁସଲିମ୍ ମୌଳବାଦୀ ରାସ୍ତାକୁ ଓହ୍ଲାଇ ଥିଲେ । ଏହା ସହିତ ବାଂଲାଦେଶର ହିନ୍ଦୁଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା । ବାଂଲାଦେଶୀ ସେନା ହାସିନାଙ୍କୁ ଗାଦି ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଥିଲା । ଯାହା ପରେ ହସିନା ଭାରତକୁ ପଳାୟନ କରିଥିଲେ ।

‘ଶାମୀଙ୍କ ଉପରେ ବିଶ୍ବାସ ରଖ’: କୋଲକତା ଟେଷ୍ଟରେ ପରାଜୟ ପରେ ଗମ୍ଭୀରଙ୍କୁ ଏହି ବାର୍ତ୍ତା ଦେଲେ ଗାଙ୍ଗୁଲି

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନରେ ପରାଜିତ ହେବା ପରେ ଏବେ ଭାରତୀୟ ଦଳର ସ୍ପିନ ଦୁର୍ବଳତା ପଦାରେ ପଡ଼ିଛି । ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ଉଠିଥିବା ବେଳେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହା ପୂର୍ବରୁ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସମାନ ଦଶା ଭୋଗିଥିଲେ । ତେବେ ଏହି ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମୁଖ୍ୟ କୋଚୀ ଗମ୍ଭୀରଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ଶାମୀଙ୍କ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି ଗାଙ୍ଗୁଲି । ଶାମୀଙ୍କ ପରି ଜଣେ ଅଭିଜ୍ଞ ପେସରଙ୍କୁ ଟେଷ୍ଟରେ ଅଣଦେଖା କରିବା ଠିକ୍ ନୁହେଁ ବୋଲି ଦାଦା କହିଛନ୍ତି ।

ଇଡେନ ଗାର୍ଡନ୍ସ ପିଚ ଯଶପ୍ରୀତ ବୁମ୍ରା, ମହମ୍ମଦ ବୁମ୍ରା ଓ ଶାମୀଙ୍କ ପେସ ଆକ୍ରମଣକୁ ସୁହାଇଥାନ୍ତା ବୋଲି ଦାଦା କହିଛନ୍ତି । ଏହି ପିଚରୁ ଭାରତୀୟ ପେସରମାନେ ଫାଇଦା ଉଠାଇ ପାରିଥାନ୍ତେ । ଶାମୀ ଶେଷ ଥର ପାଇଁ ୨୦୨୩ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିଥିଲେ । ତା’ ପରଠାରୁ ଶାମୀ ରେଡ-ବଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ସମୟର ଆଘାତଜନିତ ସମସ୍ୟା ପରେ ଦଳକୁ ସେ ଚଳିତ ସିଜିନରେ ୪ଟି ମ୍ୟାଚରୁ ୧୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଭାରତୀୟ ଟିମ୍ ମଜବୁତ ପେସ ବାହିନୀ ପୁଣି ଗଠନ କରିବା ଆବଶ୍ୟକ । ଦଳକୁ ବୁମ୍ରା, ସିରାଜ ଓ ଶାମୀଙ୍କ ଉପରେ ଭରସା କରିବା ଉଚିତ । ଶାମୀ ଟେଷ୍ଟ ଟିମରେ ସ୍ଥାନ ପାଇବାକୁ ହକଦାର । ଶାମୀ ଓ ସ୍ପିନର୍ସ ଗମ୍ଭୀରଙ୍କୁ ଟେଷ୍ଟରେ ଜିତାଇପାରିବେ । ଏଥିସହିତ ଭାରତର ପିଚ ପ୍ରସ୍ତୁତିକୁ ନେଇ ମଧ୍ୟ ଗମ୍ଭୀରଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଗାଙ୍ଗୁଲି । ଭଲ ବ୍ୟାଟିଂ ଫାଉଣ୍ଡେସନ ବିନା ଟେଷ୍ଟରେ ଜିତିବା ଆଶା କରିବା ବୃଥା ।  ଭାରତ ୧୨୪ ରନ ଚେଜ କରିବାରେ ବିଫଳ ହେବା ପରେ ଏପରି ଭାବେ ସତର୍କ କରାଇଛନ୍ତି ପୂର୍ବତନ ବିସିସିଆଇ ସଭାପତି । ଯଦି ବ୍ୟାଟ୍ସମ୍ୟାନମାନେ ୩୫୦-୪୦୦ ରନ କରି ନପାରିବେ, ତେବେ ଟେଷ୍ଟରେ ଜିତିପାରିବେ ନାହିଁ ବୋଲି ଦାଦା କହିଛନ୍ତି ।

‘ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା, ଭବିଷ୍ୟତ ପାଇଁ ଆମେ ପ୍ରସ୍ତୁତ’: ପାକିସ୍ତାନକୁ କଡ଼ା ଜବାବ ଦେଲେ ସେନାଧ୍ୟକ୍ଷ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ବା ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା, ଯାହାକି ମାତ୍ର ୮୮ ଘଣ୍ଟାରେ ସମାପ୍ତ ହୋଇଯାଇଥିଲା । ପାକିସ୍ତାନ ଯଦି ଭୁଲ କରିବ, ତେବେ ସେଥିପାଇଁ ତାକୁ କଡ଼ା ଜବାବ ଦିଆଯିବ ।

ଚାଣକ୍ୟ ଡିଫେନ୍ସ ଡାଇଲଗ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂରକୁ ନେଇ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଥିଲେ, ଯେତେବେଳେ କୌଣସି ଦେଶ ପ୍ରାୟୋଜିତ ଆତଙ୍କବାଦକୁ ପ୍ରୋତ୍ସାହନ ଦିଏ, ତାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଯାଏ । ଭାରତ ପ୍ରଗତିର କଥା କହିଥାଏ । ଯଦି କିଏ ଆମର ରାସ୍ତାରେ ବାଧା ସୃଷ୍ଟି କରେ, ତେବେ ଆମକୁ ତା’ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ସାଧାରଣ ଭାବେ କଥାବାର୍ତ୍ତା ଓ ଆତଙ୍କବାଦୀ ଏକ ସଙ୍ଗେ ଚାଲିପାରିବ ନାହିଁ । ଏକ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ଆମେ କହୁଛୁ, ସେଥିପାଇଁ ଆମେ ସହଯୋଗ କରିବୁ । ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବେ, ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ । ଆମେ ଭବିଷ୍ୟତର ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ । ଯଦି ପାକିସ୍ତାନ ସୁଯୋଗ ଦିଏ, ତେବେ ପଡ଼ୋଶୀ ଦେଶ ତାକୁ ଦାୟିତ୍ବ କ’ଣ ଠିକରେ ଶିଖାଇଦେବ ।