spot_img
Home Blog Page 2917

ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛର ସାଂଘାତିକ ସୁରାକ, ଆତ୍ମହତ୍ୟା ପଛରେ MMS

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛର ସାଂଘାତିକ ସୁରାକ । ଆତ୍ମହତ୍ୟା ପଛରେ ରହିଛି MMS । ସୋସିଆଲ ମିଡିଆରେ ଘୁରି ବୁଲୁଛି ଶୁଭଲ୍ମକ୍ଷୀଙ୍କ ୩ଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଭିନ୍ନ ଭିନ୍ନ ଯୁବକଙ୍କ ସହ ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି । ସେପଟେ CDR ରିପୋର୍ଟ ବଢ଼ାଇଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ରାତି ଗୋଟାଏ ୧୦ରେ ୪୦ ସେକେଣ୍ଡ ପାଇଁ ଶେଷ କଲ କରିଥିଲେ ଶୁଭଲକ୍ଷ୍ମୀ । ଗୋଟିଏ ନିର୍ଦ୍ଧିଷ୍ଟ ନମ୍ବରରୁ ତାଙ୍କୁ ୧୨ ଥର ମିସ୍ଡକଲ୍ ଆସିଥିଲା । ସେହି ନମ୍ବରଟି ତାଙ୍କ ପୁରୁଷ ବନ୍ଧୁଙ୍କର ହୋଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ ରାତି ସାଢ଼େ ୧୨ ଟାରେ ଜଣେ ହୋଟେଲ କର୍ମଚାରୀଙ୍କୁ ଫୋନ କରିଥିଲେ ଶୁଭଲକ୍ଷ୍ମୀ । ୨ଟି ମୋବାଇଲରେ ୩ଟି ସିମ୍ ବ୍ୟବହାର କରୁଥିଲେ ଶୁଭଲକ୍ଷ୍ମୀ । ୨ଟି ହ୍ୟାଣ୍ଡ ସେଟରେ ଏକାଧିକ ହ୍ଵାଟ୍ସଆପ ଆକାଉଣ୍ଟ ଓ ୨ଟି ଇନଷ୍ଟାଗ୍ରାମ ଓ ୩ଟି ସ୍ନାପଚାଟ୍ ଆକାଉଣ୍ଟ ରହିଥିଲା । ମୃତ୍ୟୁ ପୂର୍ବରୁ ଏସବୁ ଆକାଉଣ୍ଟରୁ ଏକାଧିକ ଥର ଭିଡିଓ କଲ୍ ହୋଇଛି । MMS ଭାଇରାଲ କରି କେହି ଜଣେ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରୁଥିଲା ବୋଲି ପୋଲିସ ସନ୍ଦେହ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ସାଇବର ଥାନାର ସହଯୋଗ ଲୋଡିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ରାଜସ୍ୱ ଡିଜିଟାଇଜେସନରେ ଦେଶରେ ଓଡ଼ିଶା ଶ୍ରେଷ୍ଠ, ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ ଯେ ଦେଶର ସମୁଦାୟ ୬୮ ଜିଲ୍ଲାକୁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିଥିବା ବେଳେ ତନ୍ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ସାମିଲ ରହିଛନ୍ତି । ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍ କରାଯିବ । 5T ଉପକ୍ରମରେ ବ୍ୟବସ୍ଥାର ସଫଳ ପରିଚାଳନା ସହ ମୋ ସରକାରର ଉଦ୍ଦେଶ୍ୟକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି । ଫଳରେ ସାରା ଦେଶରେ ଓଡ଼ିଶା ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟବାସୀମାନେ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନର ସୁବିଧା ଯେକୌଣସି ସମୟରେ ଯେ କୌଣସି ସ୍ଥାନରେ ଉଠାଇପାରୁଛନ୍ତି ।

ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୦

ଟୋକିଓ: ଜାପାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସୂଚନା ମିଳିଛି । ଜାପାନ ସହ ଇଷ୍ଟର୍ଣ୍ଣ ତୁର୍କୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀରେ ଅନୁଭୂତ ହୋଇଥିବା ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଛି । ସେହିପରି ଆଣ୍ଡାମାନ ନିକୋବର ଦୀପପୁ଼ଞ୍ଜରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିବା ସୂଚନା ଦେଇଛି ଏନସିଏସ୍ ।

ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ, ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି ପାଇଁ ସାରା ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ । ଆସନ୍ତା ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା । ଏନେଇ କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରୋଜେକ୍ଟକୁ ଗ୍ରହଣ କରାଯାଉଛି । ନାଁ ରହିବ ପ୍ରଦୂଷଣ ନାଁ ରହିବ ତେଲ ଦରବୃଦ୍ଧି ଚିନ୍ତା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏହା ସହିତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ଟି ଇଲେକ୍ଟ୍ରିକ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଏହି ସେବା ଆସନ୍ତା ୩ ମାସ ମଧ୍ୟରେ ଗଞ୍ଜାମ ସମେତ ଅନ୍ୟ ୬ଟି ଜିଲ୍ଲାରେ ଆରମ୍ଭ ହେବ । ଭୁବନେଶ୍ୱର ସୋଆ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ୨୦୨୩, I.E.E.E ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସିଫେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ।

ଏହା ସହିତ ଗ୍ରୀନ୍ ଏନର୍ଜି ବ୍ୟବହାର ଉପରେ ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱ ବହନ କରୁଛି । ବିଭିନ୍ନ କାରଣରୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନରେ ଅନିୟମିତତା ପରିଲକ୍ଷିତ ହେଉଛି । ଯଦି କ୍ରମାଗତ ଭାବେ ଏହି ସ୍ଥିତି ଲାଗି ରହେ ତେବେ ସାରା ବିଶ୍ୱ ପାଇଁ ଆଗକୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ । ଏହାକୁ ଦୃଷ୍ଟିରେ ରଖି ଆଗକୁ ଗ୍ରୀନ୍ ଏନର୍ଜି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି । ଭୁବନେଶ୍ବର ସୋଆ ବିଶ୍ୱ ବିଦ୍ୟାଳୟ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି ୪ ଦିନିଆ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସିଫେଟ ୨୦୨୩’ ।

ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ, ଲୋକସଭାରେ ପାରିତ ହୋଇପାରେ କିଛି ବିଲ୍‌

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ଆଜି ଶେଷ ଦିନରେ କିଛି ପ୍ରସ୍ତାବ ଆଗତ ହେବା ସହ କିଛି ପ୍ରସ୍ତାବ ପାରିତ ହୋଇପାରେ । ଗତକାଲି କେନ୍ଦ୍ର ସରକାର ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେଇଛନ୍ତି । ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର । ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ବାଚନିକ ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି । ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା ।

ଏହି ବାଚନିକ ଭୋଟରେ ବିଜେପି ନେତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ । ଏଥିସହ ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଏସପି, ଅକାଳୀ ଦଳ, ସ୍ବାଧୀନ ସାଂସଦ ସିମରନଜିତ ମାନ୍ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ । ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ବାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା । ଏଥିସହ ସଂସଦରେ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଛି ।

 

ଆଜି ବସିବ ରାଜ୍ୟ କ୍ୟାବିନେଟ, ଦିନ ୧୨ଟାରେ ଲୋକସେବା ଭବନରେ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷ, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବ ଆସିପାରେ ।

ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ: ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ପରଲୋକ । କଟକ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ନିବେଦିତା କଟକ ମହାନଗର ନିଗମରେ 2004 ରୁ 2008 ପର୍ଯ୍ୟନ୍ତ ମେୟର ଥିଲେ ।ଏହା ପୂର୍ବରୁ ସେ 1999 ରୁ 2004 ପର୍ଯ୍ୟନ୍ତ କଟକ ସଦର ବିଧାୟକ ଥିଲେ ।

ଦୀର୍ଘ ଦିନ ହେଲା ସେ ମଧୁମେୟ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ତାଙ୍କର କିଡନୀ ମଧ୍ୟ ଖରାପ ହୋଇ ଯାଇଥିଲା । ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସହ ବହୁ ନେତା ଓ ପୂର୍ବତନ ମେୟର, କର୍ପୋରେଟର ମେଡିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

ପ୍ରାଇଭେଟ ନମ୍ବରରେ କମର୍ସିଆଲ କାମ କରୁଥିଲେ ଓଲା ଉବେର

ଭୁବନେଶ୍ବର: ଓଲା, ଉବେର, ରାପିଡୋରେ ଲାଗିଥିବା ବାଇକ ସିଜକୁ ନେଇ ଉତ୍ତେଜନା । ଭୁବନେଶ୍ବର ଆରଟିଓ-୧ ସାମ୍ନାରେ ଉତ୍ତେଜନା । ଏହି ସଂସ୍ଥା ଗୁଡିର ୧୬ଟି ବାଇକକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ସିଜ୍ କରିଥିଲା ।

ଏହାସହ ୫ ହଜାର ଟଙ୍କା ଫାଇନ କରିଥିଲା ପରିବହନ ବିଭାଗ । ପ୍ରାଇଭେଟ ନମ୍ବରରେ କମରସିଆଲ କାମ କରାଯାଉଥିବା ଅଭିଯୋଗରେ ୧୬ଟି ବାଇକ ସିଜ କରାଯାଇଥିବା ସୂଚନା ଦେଇଥିଲା ପରିବହନ ବିଭାଗ । ସେପଟେ ଏଭଳି ଅଭିଯୋଗ ଭିତ୍ତିହୀନ କହିଛନ୍ତି ଗାଡି ମାଲିକ । ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ କରି ଆରଟିଓ- କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ ଗାଡିମାଲିକ ।

ଆଣ୍ଟି କହିଲେ ଶୁଭଲକ୍ଷ୍ମୀଙ୍କ ସତ, ଦୁଇ ବଏଫ୍ରେଣ୍ଡଙ୍କ ସହ ଘଣ୍ଟା ଘଣ୍ଟା କଥା ହେଉଥିଲେ

ଭୁବନେଶ୍ବର: ଦୀପାଲି ବାରରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ପଦାକୁ ଆସିଲା ଭାଇରାଲ ଭିଡିଓର ସତ । ଭିଡିଓ ଭାଇରାଲ ପରେ ଡିପ୍ରେସନକୁ ଆସିଥିଲେ ଶୁଭଲକ୍ଷ୍ମୀ । ଗୋଟିଏ ନୁହେଁ ୩ ଟି ବାରରେ ନାଚୁଥିଲେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ୬ ଦିନ ବିତିଛି । ୧୫ ଜଣଙ୍କ ବୟାନ ରେକର୍ଡ ସରିଛି । CDR ରିପୋର୍ଟରୁ ପୋଲିସ ପାଇଛି ସାଙ୍ଘାତିକ ତଥ୍ୟ ।

ବୟଫ୍ରେଣ୍ଡ ସଞ୍ଜୟ ଓ ଅନୀଲ ସହ ଘଣ୍ଟା ଘଣ୍ଟା କଥା ହେଉଥିଲେ ଶୁଭଲକ୍ଷ୍ମୀ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଡିପ୍ରେସନକୁ ଚାଲିଯାଇଥିଲେ । ସେହିଠାରୁ ହିଁ ସଂଜୟଙ୍କ ସହ ଲଭ ଲାଇଫରେ ଆସିଥିଲା କ୍ଳାଇମାକ୍ସ । ସେପଟେ ମୁହଁ ଖୋଲିଛନ୍ତି ତାଙ୍କ ଅଙ୍କଲ । ଦୀପାଲି, ପାଣ୍ଟାଗନ ଓ କଟକ ରୋଡରେ ଥିବା ଅନ୍ୟ କିଛି ବାରରେ ପୂର୍ବରୁ ନାଚିଥିବା କହିଛନ୍ତି ଅଙ୍କଲ ।

ସେପଟେ SFSL ରୁ ଖୁବଶୀଘ୍ର ଆସିବ ମୋବାଇଲ ଡିଟେଲସ । ମୃତ୍ୟୁ ପୂର୍ବର ୪୮ ଘଣ୍ଟା ମଧ୍ୟରେ ସିଏ କାହାକୁ କରିଥିଲେ ହ୍ବାଟସଆପ୍ ଓ ଭିଡିଓ କଲ ଭିସେରା ରିପୋର୍ଟରୁ ନିଶା ସେବନ କଥା ସ୍ପଷ୍ଟ ହେବ । ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ଶୁଭଲକ୍ଷ୍ମୀଙ୍କ ଆଣ୍ଟି । ତାଙ୍କରି ଘରେ ରହି ଯୁକ୍ତ ୨ ପଡୁଥିବା ବେଳେ ପ୍ରେମ ପାଇଁ ହାତ କାଟିଦେଇଥିବା କହିଛନ୍ତି ଆଣ୍ଟି।

 

 

ଜଳବାୟୁ ବଜେଟ ନେଇ ସାଂସଦଙ୍କ ପ୍ରଶ୍ନ, କେନ୍ଦ୍ରମନ୍ତ୍ରୀ କହିଲେ NAPCCର କାର୍ଯ୍ୟକାରିତା ରାଜ୍ୟମାନଙ୍କ ଦାୟିତ୍ବ

ନୂଆଦିଲ୍ଲୀ: ଓଡ଼ିଶା ସରକାର ନିଜସ୍ବ ଜଳବାୟୁ ବଜେଟ ପ୍ରସ୍ତୁତ କରିଛନ୍ତି । ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରାଜ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । ସେ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ସଂପର୍କରେ ଭାରତର ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଜାତୀୟ ଆକ୍ସନ ପ୍ଲାନ- ଏନଏପିସିସି ଉପରେ ପର୍ଯ୍ୟବେଷିତ ।

ସୌର ଶକ୍ତି, ପରିବର୍ଦ୍ଧିତ ଶକ୍ତି ସାମର୍ଥ୍ୟ, ଜଳ, କୃଷି, ହିମାଳୟ ପରିବେଶ ବ୍ୟବସ୍ଥା, ସହନଶୀଳ ପରିବେଶ, ଗ୍ରୀନ ଇଣ୍ଡିଆ, ମାନବ ସ୍ବାର୍ଥ ଓ କୌଶଳଗତ ଜ୍ଞାନ ଆଦି କ୍ଷେତ୍ର ସଂକ୍ରାନ୍ତ ଜାତୀୟ ମିଶନ ଉପରେ ଏନଏପିସିସି ଆଧାରିତ । ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଓଡ଼ିଶା ସରକାରଙ୍କ ଉତ୍ସର୍ଗୀକୃତ ଜଳବାୟୁ ବଜେଟ ଏବଂ ଜାତୀୟ ସ୍ତରରେ ଏକ ଜଳବାୟୁ ବଜେଟ ପ୍ରସ୍ତାବ ସମ୍ପର୍କିତ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ଏନଏପିସିସି ଅନୁସାରେ ଓଡ଼ିଶା ସମେତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଏନଏପିସିସି ପ୍ରସ୍ତୁତ କରିଛନ୍ତି । ଏନଏପିସିସିର କାର୍ଯ୍ୟକାରିତା ଦାୟିତ୍ବ ସମ୍ପୃକ୍ତ ରାଜ୍ୟମାନଙ୍କର ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଓଡିଶା ନିଜର ଯୋଜନା ଓ ନୀତିରେ ପ୍ରତିଫଳିତ କରିଛି । ରାଜ୍ୟରେ ବୃହତ ଧରଣର ନିବେଶ ହେଉଥିବାରୁ ସାମଗ୍ରିକ ବିକାଶ ସମ୍ପର୍କିତ ସୁବିଧା ହାସଲ ଦିଗରେ ଓଡିଶାର ଜଳବାୟୁ ବଜେଟ ସହାୟକ ହୋଇଛି । ଏହା ଓଡିଶାର ଜଳବାୟୁ ସମ୍ପର୍କିତ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଓ ଜଳବାୟୁ ସମ୍ପର୍କିତ ସାଧାରଣ ବ୍ୟୟ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସଂଲଗ୍ନ ବିଭାଗ ବା ମନ୍ତ୍ରାଳୟ ଜରିଆରେ ଭାରତର ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଲାଗି ୨୦୨୦-୨୧ ବଜେଟରେ ବ୍ୟବସ୍ଥା ରହିଥିଲା । ପରେ କେନ୍ଦ୍ର ବଜେଟ ଗୁଡିକରେ ଜଳବାୟୁ କାର୍ଯ୍ୟକ୍ରମ ସମ୍ପର୍କରେ ପାଣ୍ଠିର ବ୍ୟବସ୍ଥା କରାଯାଇଆସିଛି । ୨୦୨୩-୨୪ ବଜେଟରେ ମୁଖ୍ୟ ସାତଟି ଅଗ୍ରାଧିକାର ମଧ୍ୟରୁ ସବୁଜ ଅର୍ଥନୀତିକୁ ପ୍ରାଥମିକତା ଦିଆଯାଇଛି । ବଜେଟରେ ସବୁଜ ଇନ୍ଧନ, ସବୁଜ ଫାର୍ମିଂ, ଗ୍ରୀନ ମୋବିଲିଟି, ଗ୍ରୀନ ବିଲଡିଂ, ଗ୍ରୀନ ଇକ୍ବିପମେଣ୍ଟ ଆଦି କାର୍ଯ୍ୟକ୍ରମକୁ ଫୋକସ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।