ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ STF । ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ଗୁଡୁ କୁମାର ଲିଙ୍କରେ ହେବ ଅଧିକ ପଚରାଉଚରା । ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣିସାମନ୍ତକୁ ଜେରା କରିବ NIA । ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ହୋଇପାରେ ମୁହାଁମୁହିଁ ଜେରା । ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ସଞ୍ଜୟ, ପଠାଣି ଓ ଗୁଡୁ । ସେଠାରେ ଦେଶର କିଛି ଗୁଇନ୍ଦା ତଥ୍ୟ ଲିକ୍ କରିଥିବା ନେଇ ମିଳିଛି ସୁରାକ । ହାନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ୍ ନେଇ ହେବ ଅଧିକ ପଚରାଉଚରା । ପୂର୍ବରୁ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି STF । ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ । ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟେଡ୍ ସିମ୍ ଜରିଆରେ ଚଳାଇଥିଲେ କାରବାର । ଓଡ଼ିଶା STF ଅଭିଯୁକ୍ତଙ୍କୁ ଧରିବା ପରେ ପୂରା ଘଟଣାରୁ ଖୋଲୁଛି ଗୁମର ।
ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ରିଲ୍ ନୁହେଁ ରିଅଲ ଲାଇଫ ଝାମେଲା ପଡ଼ିଛି ପଦାରେ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ଆଣିଲେ ଅଭିଯୋଗ । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପୁଣିଥରେ ଠକେଇ, ନିର୍ଯ୍ୟାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହେଲା । ପୁରୁଷ ବନ୍ଧୁ ମଧ୍ୟ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁଟିଂ ସେଟରେ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ରହିଛି । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ୍ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ରେ ମାମଲା ରୁଜୁ ହୋଇଛି ।
ସକ୍ରିୟ ରହିଛି ଲଘୁଚାପ, ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା
ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧିରେ ଧିରେ ସାଧାରଣ ଅବସ୍ଥାନକୁ ଫେରୁଛି । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ପୁଣି ବଢିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।
ଧୋଇଗଲାଣି ସଂସଦର ୬ଟି କାର୍ଯ୍ୟଦିବସ, ସ୍ବାଭାବିକ ହେଉନି ଗୃହ
ନୂଆଦିଲ୍ଲୀ: ୬ ଦିନ ବିତିଲା ହେଲେ ସ୍ବାଭାବିକ ହୋଇପାରୁନି ସଂସଦ । ମଣିପୁର ପ୍ରସଙ୍ଗରେ ଧୋଇଗଲାଣି ୬ଟି କାର୍ଯ୍ୟଦିବସ । ଆଜି ସପ୍ତମ ଦିନରେ ବି ସଂସଦ ସ୍ବାଭାବିକ ହେବା ଆଶା କ୍ଷୀଣ । ମଣିପୁର ପ୍ରସଙ୍ଗରେ ଉତ୍ତର ମାଗି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡିଆ ମେଣ୍ଟ ଦଳର ସବୁ ସାଂସଦ କଳାପୋଷାକ ପିନ୍ଧି ସଂସଦରେ ନାରାବାଜି କରିଥିଲେ । ଭାଷଣବାଜିରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବୟାନ ନଦେବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି ।
ଦେଶରେ ଗୋଟିଏ ଅଂଶ ଜଳୁଥିବା ବେଳେ ସରକାର କ୍ଷମତା ଅଂହକାରରେ ଅନ୍ଧ ହୋଇଯାଇଥିବା କହି ସମାଲୋଚନା କରିଛି କଂଗ୍ରେସ । ଆସନ୍ତା ୨୩ ଓ ୨୪ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆ ଟିମ ମଣିପୁର ଯିବ ବୋଲି ଜଣାପଡ଼ିଛି । ସେପଟେ ମଣିପୁର ଭାଇରାଲ୍ ଭିଡିଓ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର । ଭାଇରାଲ ଭିଡିଓକୁ ନେଇ ସବୁଠୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ, ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ
ନୂଆଦିଲ୍ଲୀ: ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ । ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ । ମାତ୍ର ୨୩ ଓଭରରେ ଲକ୍ଷ୍ୟ ପୂରଣ ସହିତ ମ୍ୟାଚ ଜିତିଲା ଭାରତ । ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଓ୍ବିକେଟରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଭାରତ । ଭାରତୀୟ ବୋଲରଙ୍କ ଆଗରେ ମାତ୍ର ୨୩ ଓଭର ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ୨୩ ଓଭରରେ ଦଳ ମାତ୍ର ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା । କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ଟି ଓ୍ବେକେଟ ନେଇଥିଲେ । ସେହିପରି ଡେବ୍ୟୁ କରିଥିବା ମୁକେଶ କୁମାରଙ୍କ ସମେତ ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ ।
ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ସର୍ବାଧିକ ୪୩ ରନ କରିଥିଲେ । ଜବାବରେ ୨୩ ଓଭରରେ ଲକ୍ଷ୍ୟ ପୂରଣ କରି ମ୍ୟାଚ ଜିତିନେଇଥିଲା ଭାରତ । ଟିମ୍ ଇଣ୍ଡିଆର ଇଷାନ କିଶାନ ସର୍ବାଧିକ ୫୨ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୯ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଅପରାଜିତ ୧୬ ରନ କରିଥିବାବେଳେ କ୍ୟାପନେଟ ରୋହିତ ଶର୍ମା ୧୨ ରନ କରି ଅପରାଜିତ ରହିଥିଲେ ।
ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ହେବାକୁ ଯାଉଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ । ପଟ୍ଟାମୁଣ୍ଡାଇ କୁଳସାହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଘଟିଛି ଅଘଟଣ । ଗତକାଲିଠୁ ନିଖୋଜ ଅଛନ୍ତି ଅମୁଲ୍ୟ ଦାସ । ଗତକାଲି ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ନଦୀ ନିକଟରେ ତାଙ୍କର ବାଡି, ଚପଲ ମିଳିଛି । ଅମୁଲ୍ୟଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

