ଭୁବନେଶ୍ୱର: ଗୋଲ୍ଡେନ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ଆଟାଚ ହୋଇଛି । ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଗୋଲ୍ଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା । ଚେକ୍ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ରେ ତାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୨୦୨୦ରେ ନିଜ ଆଡୁ ମାମଲା ରୁଜୁ କରିଥିଲା ଇଡି । ଠକେଇ ଟଙ୍କାରେ ଚଢୁଥିଲା ଅଡି, ଜାଗୁଆର ଓ ବିଏମଡବ୍ଲୁ କାର । କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡି ସିଜ୍ କରିଥିଲା ଇଡି ।
ରାଜଧାନୀରେ ଭିଜିଲାନ୍ସ ଅଧିକାରୀ କହି ଡକାୟତି ମାମଲା, କମିଶନରେଟ ପୋଲିସ ଜାଲରେ ୮ ଜଣିଆ ଡକାୟତି ଗ୍ୟାଙ୍ଗ
ଭୁବନେଶ୍ୱର: ରାଜଧାନୀରେ ଭିଜିଲାନ୍ସ ଅଧିକାରୀ କହି ଡକାୟତି ମାମଲା । କମିଶନରେଟ ପୋଲିସ ଜାଲରେ ୮ ଜଣିଆ ଡକାୟତି ଗ୍ୟାଙ୍ଗ । କେନ୍ଦ୍ରାପଡା, ବାଲେଶ୍ଵରରୁ ୮ ଅଭିଯୁକ୍ତ ଅଟକ । ୮ ଜଣିଆ ଡକାୟତ ଗ୍ୟାଙ୍ଗଠାରୁ ୧୫ ଲକ୍ଷ ନଗଦ ଟଙ୍କା ଓ ସୁନା ଜବତ ହୋଇଛି । ଖଣ୍ଡା, ଭୁଜାଲି ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ଗ୍ୟାଙ୍ଗ ବିରୋଧରେ ସାରା ଓଡ଼ିଶାରେ ୧୦ରୁ ଅଧିକ ମାମଲା ରହିଛି । ଇନ୍ଫୋସିଟି ଥାନା ଅଧିନ ନନ୍ଦନବିହାର, ବସୁନ୍ଧରା କଲୋନୀରେ ଲୁଟ ହୋଇଥିଲା । ନିବାରଣ ପାଣିଙ୍କ ଘରେ ଭିଜିଲାନ୍ସ ଅଧିକାରୀ କହି ଟଙ୍କା, ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଛାନବିନ କରିଥିଲେ ଡିସିପି ଓ ସାଇଣ୍ଟିଫିକ ଟିମ୍ ।
କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୩୨ ଘଣ୍ଟା ପରେ ବାହାରିଲା ମୃତଦେହ
ଗଜପତି: ଗଜପତି ମୋହନା ଥାନା ବନ୍ଧାଗୁଡାଗାଁରେ କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନର ଦୀର୍ଘ ୩୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ପଥର ତଳୁ ବାହାରିଲା ମାମୁ ଓ ଭଣଜାଙ୍କ ମୃତଦେହ । ମୋହନା ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ବିଳମ୍ବିତ ରାତିରେ ପଥର ତଳୁ ମୃତଦେହ ଦୁଇଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି ।
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5T ସଚିବ
ନନ୍ଦିଘୋଷ ବ୍ୟୁରୋ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗଞ୍ଜାମ ଗସ୍ତ ସାରି ସିଧାସଳଖ ପୁରୀ ଯାଇଛନ୍ତି 5T ସଚିବ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ ସାରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସାଥିରେ ପୁରୀ ଉପଜିଲ୍ଲାପାଳଙ୍କ ସମେତ ଓବିସିସି ଓ ନିର୍ମାଣକାରୀ ସଂସ୍ଥାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

