ଲମତାପୁଟ: ପୋଖରୀରେ ବୁଡି ଦୁଇ ଭାଇଙ୍କ ସଲିଳ ସମାଧି । ଲମତାପୁଟ ବ୍ଲକ କଞ୍ଚଣା ଗାଁ ନିକଟ ପୋଖରୀରେ ଘଟିଛି ଅଘଟଣ । ମୃତକ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ୭ ବର୍ଷର ପୁଅ ଅମିତ ଏବଂ ୮ ବର୍ଷର ପୁଅ ପପୀନ୍ଦ୍ର । ଅର୍ଜୁୱ ଏବଂ ଲବ ବିଲରେ କାମ କରୁଥିବା ବେଳେ ଦୁଇ ଭାଇ ପାଖରେ ଖେଳୁଥିଲେ । ଦୁଇ ଭାଇ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ । କିଛି ସମୟ ପରେ ଉଭୟଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ସେମାନେ ମିଳିନଥିଲେ । ସ୍ଥାନୀୟ ଲୋକ ମାନେ ପୋଖରୀରେ ଦୁଇ ଭାଇ ଭାସୁଥିବା ଦେଖି ଖବର ଦେବା ପରେ ଉଭୟଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ବାଇଜୁ ବଦଳରେ ଏବେ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ
ମୁମ୍ବାଇ: BCCIର ବଡ଼ ଘୋଷଣା । ବଦଳିମ ଟିମ୍ ଇଣ୍ଡିଆର ଜର୍ସି । ବାଇଜୁ ବଦଳରେ ଏବେ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ । ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି । ଏବେ ଡ୍ରିମ ଇଲେଭେନ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ ରହିବ ।ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା ।
ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି । ବିସିସିଆଇଣ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ବିସିସିଆଇର ଅଫିସିଆଲ ସ୍ପୋନ୍ସରଠାରୁ ଆରମ୍ଭ କରି ଲିଡ ସ୍ପୋନ୍ସର ହେବା ପର୍ଯ୍ୟନ୍ତ ବିସିସିଆଇ ଏବଂ ଡ୍ରିମ-୧୧ର ସମ୍ପର୍କ ମଜବୁତ ରହିଛି । ଆମେ ଚଳିତବର୍ଷ ଶେଷ ପର୍ଯ୍ୟାୟରେ ଆଇସିସି ୱାର୍ଲଡ କପର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ.
ଭାରସାମ୍ୟ ହରାଇ ବଜାରରେ ମାଡିଗଲା ଟ୍ରକ, ୫୧ ମୃତ
ନୈରୋବି: କେନିଆରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ବଜାରରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣାରେ କାର୍, ମୋଟର ବାଇକ୍ ଓ ମିନିବସ୍ ଓ ଟ୍ରକ୍ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ଶିପିଂ କଣ୍ଟେନର ନେଇଯାଉଥିବା ଏକ ବସ୍ ଓଲଟିପଡ଼ି ଏକାଧିକ ଗାଡ଼ିରେ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି।
ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ , ପୋଲିସ ଗୁଳିରେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଚାଲିଛି ହିଂସା
ପ୍ୟାରିସ: ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ । ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଫ୍ରାନ୍ସରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଆନ୍ଦୋଳନକାରୀ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି । ୮ ଶହରୁ ଅଧିକ ଲୋକ ଗିରଫ ହେଲେଣି। ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳି ଦିଆଯାଇଛି । ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ସୁରକ୍ଷା ପାଇଁ ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଆଜି ଏକ ଜରୁରୀ ବୈଠକରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୂଚନା ଦେଇଛନ୍ତି ଯେ, ଦଙ୍ଗାକାରୀମାନେ ୪୯୨ ସରକାରୀ କୋଠା ନଷ୍ଟ କରିଛନ୍ତି ।
୩ ହଜାର ୮୮୦ ସ୍ଥାନରେ ପୋଡ଼ାଜଳା ହୋଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଦେଶରେ ଜରୁରୀ ସ୍ଥିତି ଜାରି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ୧୭ ବର୍ଷୀୟ ନାବାଳକ ନାହେଲ ଏମଙ୍କୁ ଗୋଟିଏ ଟ୍ରାଫିକ ପୋଷ୍ଟ ନିକଟରେ ଜଣେ ପୋଲିସ୍ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ। ନାହେଲ ଟ୍ରାଫିକ ପୋଷ୍ଟରେ ଦ୍ରୁତଗତିରେ ଗାଡ଼ି ଚଳାଇ ଯାଉଥିଲେ। କିଛି ବାଟ ଯିବା ପରେ ପୋଲିସ୍ ଅଧିକାରୀ ଜଣଙ୍କ ତାଙ୍କୁ ଅଟକାଇ ଜିରୋ ରେଞ୍ଜରୁ ଗୁଳି କରିଥିଲେ । ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହିଂସା ଥମିବାର ନାଁ ଧରୁନି।

