ଭୁବନେଶ୍ୱର: ରାଜ୍ୟସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା ଯୋଜନାରେ ୨୦୨୩-୨୪ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୪୨୩.୮୭କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ଜିଲ୍ଲାର ୩୭ସ୍ଥାନୀୟ ସଂସ୍ଥାକୁ ୪୨୩.୮୭କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦ଟି ଜିଲ୍ଲା ପରିସରଭୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧାର ୩୭ ULBକୁ ଅର୍ଥ ମଞ୍ଜୁର କରାଯାଇଛି । ଗତ ଦୁଇ ତାରିଖରେ ୧୦ଜିଲ୍ଲାର ୩୭ ULBଙ୍କ ସହ କଥା ହୋଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ କରିଥିଲେ ଆଲୋଚନା । ସହରରେ ମିନି ପାର୍କ, ଜଳବାୟୁ, ଖେଳ ପଡିଆ, ପିଲାଙ୍କ ପାର୍କ, ଓ୍ୱାକିଂ ଟ୍ରାକ୍, ଭେଣ୍ଡିଂଜୋନ ଆଦି ସାର୍ବଜନୀନ ଉପଯୋଗୀ କାର୍ଯ୍ୟ ହେବ । ଯୋଜନାର ସମସ୍ତ ପ୍ରକଳ୍ପ ମିଶନ ଶକ୍ତି ଦ୍ୱାରା କାର୍ଯ୍ୟକାରୀ ହେବ ।
ଦୁର୍ଘଟଣା ପରେ ଟ୍ରାକରେ ପ୍ରଥମ ଥର ପାଇଁ ଅପ୍ ଲାଇନରେ ଗଡିଲା କରମଣ୍ଡଳ ଏକ୍ସପ୍ରେସ
ବାଲେଶ୍ୱର: ଦୁର୍ଘଟଣା ପରେ ଟ୍ରାକରେ ପ୍ରଥମ ଥର ପାଇଁ ଅପ୍ ଲାଇନରେ ଗଡିଲା କରମଣ୍ଡଳ ଏକ୍ସପ୍ରେସ । ବାଲେଶ୍ବର ରେଳ ଷ୍ଟେସନ ଅତିକ୍ରମ କରିଛି କରମଣ୍ଡଳ ଏକ୍ସପ୍ରେସ । ଭୟ ମିଶା ମନରେ ଟ୍ରେନରେ ବସିଛନ୍ତି ଯାତ୍ରୀ । ବାହାନଗା ଦୁର୍ଘଟଣାର ବିକଳ ଚିତ୍ର ମନରୁ ଲିଭିନି । ବାହାନଗା ବଜାର ଷ୍ଟେସନ ନିକଟରେ ଗତ ଜୁନ୍ ୨ରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା । ସମାନ ଟ୍ରାକରେ ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍ । ଟ୍ରାକରେ ଟ୍ରେନ୍ ଚାଲିଥିବା ବେଳେ କାମ ମଧ୍ୟ ଜୋରସୋରରେ ଜାରି ରହିଛି । ଉଭୟ ଅପ୍ ଓ ଡାଉନରେ ଅନେକ ଟ୍ରେନ୍ ବାହାନଗା ଦେଇ ଯାଇଛି । ସେହିପରି ଟ୍ରାକରେ କାମ ଚାଲିଥିବାରୁ ସ୍ପିଡ୍ ଲିମିଟ୍ କମ୍ ରଖାଯାଇଛି ।
ବାପାମାଆ ଛେଉଣ୍ଡ ୩ ଶିଶୁଙ୍କ ଦୁଃଖ ବୁଝିଲେ 5T ସଚିବ, ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
ଭୁବନେଶ୍ୱର: ବାପାମାଆ ଛେଉଣ୍ଡ ୩ ଶିଶୁଙ୍କ ଦୁଃଖ ବୁଝିଲେ 5T ସଚିବ । ଟୁଇଟ୍ ଦେଖି ଅନାଥଙ୍କ ପାଇଁ ସୁବିଧାସୁଯୋଗ ଯୋଗାଇଦେବାକୁ ଦେଲେ ନିର୍ଦ୍ଦେଶ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓସ୍ତପାଳ ଗାଁର ତିନି ଭାଇଭଉଣୀଙ୍କ ଦୁଃଖ ବୁଝିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗତବର୍ଷ ମେ ମାସରେ ସଡ଼କ ଦୁର୍ଘଟଣାରେ ପ୍ରମୋଦ ନାଥଙ୍କର ମୃତ୍ୟୁ ହୋଇଥିଲା । ବର୍ଷେ ପରେ ସ୍ତ୍ରୀ ସୁଜତା ନାଥଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏହାପରେ ଅନାଥ ହୋଇପଡ଼ିଥିଲେ ୩ ସନ୍ତାନ । ଏନେଇ ଜଣେ ବ୍ୟକ୍ତିଙ୍କ ଟୁଇଟ ଦେଖି ତୁରନ୍ତ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।
5T ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ପିଲାମାନଙ୍କ ନିକଟରେ ପହଞ୍ଚି ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ୩ ଶିଶୁଙ୍କୁ ମାଗଣାରେ ମାଗଣାରେ ଶିକ୍ଷା ସହିତ ରାସନ କାର୍ଡ ଏବଂ ବିଜୁ ଶିଶୁ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବିଏସକେଓ୍ବାରେ ଓ ମିଶନ ବାତ୍ସଲ୍ୟରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିବାରୁ 5T ସଚିବଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି ।
ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ
ଗାନ୍ଧିନଗର: ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ । ମଙ୍ଗଳବାର ସକାଳୁ ଡାକ୍ତର ଗୌରବ ଗାନ୍ଧୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା । ପୂରା ଅଞ୍ଚଳରେ ହୃଦରୋଗ ବିଶେଷଜ୍ଞ ଭାବେ ତାଙ୍କର ପ୍ରସିଦ୍ଧି ଥିଲା । ଏତେ କମ ବୟସରେ ୧୬ ହଜାର ହାର୍ଟ ସର୍ଜରୀ କରିଥିଲେ ଡାକ୍ତର ଗୌରବ ଗାନ୍ଧୀ । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ହୃଦରୋଗ ଜନିତ ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟକୁ ଆସୁଥିଲେ ।
ସବୁ ଦିନ ଭଳି ସୋମବାର ରାତିରେ କିଛି ରୋଗୀଙ୍କ ଚେକଅପ ପରେ ଘରକୁ ଫେରି ଖାଇବା ପରେ ଶୋଇବାକୁ ଯାଇଥିଲେ ଗୌରବ । ହେଲେ ସକାଳୁ ଆଉ ଉଠିନଥିଲେ । ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଉଠିନଥିଲେ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇସାରିଥିଲା । କେହି କେବେ ବି ଭାବିନଥିଲେ ଯେ ଜଣେ ହୃଦରୋଗ ବିଶେଷଜ୍ଞଙ୍କର ହୃଦଘାତରେ ମୃତ୍ୟୁ ହେବ । ସୋମବାର ରାତିରେ ଗୌରବ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ତାଙ୍କର କୌଣସି ସମସ୍ୟା ଥିବା ପରିବାର ଲୋକ ଜାଣିବାକୁ ପାଇନଥିଲେ । ଛାତିରେ ଯନ୍ତ୍ରଣା ଜନିତ କୌଣସି ସମସ୍ୟା ଥିବା ଗୌରବ ମଧ୍ୟ କହିନଥିଲେ ।
ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭୁଲିଗଲେ ଆସାମ ସରକାର, ଗାଡ଼ିକରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ଭୁଲିଗଲେ ଆସାମ ସରକାର । ଗାଡ଼ି କରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ । ବାହାନଗା ଟ୍ରେନ ଟ୍ରାଜେଡିରେ ଆସାମର ସାମସୁଦିନ ସଇଖ ଓ ସ୍ତ୍ରୀ ସପନା ବେଗମ ଗୁରୁତର ଆହତ ହୋଇଥିଲେ । ବାଲେଶ୍ବର ଡାକ୍ତରଖାନାରୁ ଆସାମ ସରକାର ସମସ୍ତ ରୋଗୀଙ୍କୁ ନେଇଥିବାବେଳେ ସାମସୁଦ୍ଦୀନଙ୍କୁ ଭୁଲି ଯାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ବର ବିଧାୟକ ସ୍ବରୂପ ଦାସ କାର୍ ଯୋଗେ ଦମ୍ପତ୍ତିଙ୍କୁ ଆସାମ ପଠାଇଛନ୍ତି । ଓଡ଼ିଶା ସରକାରଙ୍କର ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା, ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ସାମସୁଦିନ୍ ଓ ତାଙ୍କ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ସେ କହିଛନ୍ତି । ନିଜ ସରକାର ଭୁଲି ଯାଇଥିବାବେଳେ ଓଡ଼ିଶା ସରକାର ତାଙ୍କୁ ଜୀବନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦମ୍ପତ୍ତି ।
IAS ଓ IPSଙ୍କୁ ନୂଆ ଦାୟିତ୍ୱ; ଅରୁଣ ବୋଥ୍ରାଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: ଆଇପିଏସ ଓ ଆଇଏଏସଙ୍କୁ ନୂଆ ଦାୟିତ୍ବ । ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ଅରୁଣ ବୋଥ୍ରା । IAS କୁଲାଙ୍ଗେ ବିଜୟ ଅମୃତାଙ୍କ ସ୍ଥାନରେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ । OSRTCର ସିଏମଡି ଭାବେ IPS ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ । ଜେଲ ଏଡିଜି ଥିଲେ ଦିପ୍ତେଶ କୁମାର ପଟ୍ଟନାୟକ । ପୂର୍ବରୁ ସିଏମଡି, ଓଏସଆରଟିସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ । ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ । ଅମିତାଭ ଠାକୁର ଏବେ ପରିବହନ କମିଶନର ଅଛନ୍ତି ।

