spot_img
Home Blog Page 3133

ନକଲି ଔଷଧ ବିକ୍ରି ଅଭିଯୋଗରେ ଦୁଇଟି ଦୋକାନ ସିଲ୍

ଅନୁଗୁଳ: ନକଲି ଔଷଧ ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଅନୁଗୁଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନ ସିଜ । ଦୁଇ ଦୋକାନରେ ପାଣ୍ଟାସିଡ ଡିଏସଆର ନାମକ ନକଲି ମେଡିସନ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା ବୁଢ଼ୀ ମେଡ଼ିସିନ ଦୋକାନରେ ପାଣ୍ଟସିଡ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା । ଯାହାକି ଗ୍ୟାଷ୍ଟିକ ରୋଗ ପାଇଁ ବ୍ୟବହାର ହୋଇଥାଏ । ଏନେଇ ଷ୍ଟେଟ ଟାସ୍କଫୋର୍ସ ନିକଟରେ ଅଭିଯୋଗ ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ତଦନ୍ତ କରିଥିଲା ।

ଏହି ତଦନ୍ତ ବେଳେ ମା ବୁଢ଼ୀ ଔଷଧ ଦୋକାନରେ ଏହି ନକଲି ଔଷଧ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଥିଲା । ଏହି ମେଡିସନ୍ ଅମଲାପଡା ଠାରେ ଥିବା ଗଣପତି ଏଣ୍ଟରପ୍ରାଇଜେସରୁ ଆଣିଥିବା ଜଣା ପଡିଛି । ଏହା ଜଣା ପଡିବା ପରେ ଗତକାଲି ରାତିରେ ଏସଟିଏଫ ପକ୍ଷରୁ ଗୋଟିଏ ଓ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଆଉ ଗୋଟିଏ ଅଭିଯୋଗ ଅନୁଗୋଳ ଥାନାରେ କରା ଯାଇଥିଲା । ଆଉ ଏହି ଅଭିଯୋଗ ଆଧାରରେ ଆଜି ଉଭୟ ଦୋକାନକୁ ସିଲ କରାଯାଇଛି ।ମା ବୁଢ଼ୀ ଔଷଧ ଦୋକାନର ମାଲିକ ସୁଦୀପ ପ୍ରଧାନ ହୋଇଥିବା ବେଳେ ସେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବୋଲି ଜଣାପଡିଛି ।

୧୪ ଜୁଲାଇ ଅପରାହ୍ନ ୨ ଟା ୩୫ରେ ଲଞ୍ଚ୍ ହେବ ଚନ୍ଦ୍ରୟାନ-୩, ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ । ଇସ୍ରୋ ନିଜ ଟ୍ୱିଟରେ ଲେଖିଛି ଯେ, ଚନ୍ଦ୍ରୟାନ-୩ର ପ୍ରକ୍ଷେପଣ ନେଇ ଘୋଷଣା । ଏଲଭିଏମ୩-ଏମ୪/ଚନ୍ଦ୍ରଯାନ-୩ ମିଶନର ଲଞ୍ଚିଙ୍ଗ୍ ଏବେ ନିର୍ଦ୍ଧାରିତ ହୋଇଛି । ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ ।

ସେହିପରି ଚନ୍ଦ୍ରୟାନ-୩ ମିଶନକୁ ନେଇ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି, ଇସ୍ରୋ ୨୩ ଅଗଷ୍ଟ ବା ୨୪ ଅଗଷ୍ଟରେ ଜହ୍ନରେ ସଫ୍ଟ ଲ୍ୟାଣ୍ଡିଂ କରିବାର ପ୍ରୟାସ କରିବ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଚନ୍ଦ୍ରୟାନ-୩ ୧୩ ତାରିଖରେ ଲଞ୍ଚ୍ ହେବା ନେଇ ଘୋଷଣା କରିଥିଲେ । ହେଲେ ଆଜି ୧୪ ତାରିଖରେ ଲଞ୍ଚ୍ ନେଇ ତାରିଖ ନିର୍ଦ୍ଧାରିତ କରାଯାଇଛି । ଏହା ପୂର୍ବରୁ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରେ ବୁଧବାର ଚନ୍ଦ୍ରୟାନ-୩ ମହାକାଶଯାନକୁ ନିଜର ନୂଆ ପ୍ରକ୍ଷେପଣ ରକେଟ ଏଲଭିଏମ-୩ ସହ ଯୋଡ଼ିଥିଲା । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଉପକରଣ ଓହ୍ଲାଇବା ଏବଂ ଏହାକୁ ଅନ୍ୱେଷଣ କାର୍ଯ୍ୟକଳାପ କରାଇବା ପାଇଁ ଚନ୍ଦ୍ରୟାନ-୨ ପରେ ଚଳିତ ମାସରେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ ।

ୱାର୍କିଂ କମିଟି ବୈଠକରେ ଶରଦଙ୍କ ରଣହୁଙ୍କାର, କହିଲେ ମୁଁ ହିଁ ଏନସିପିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିବାଦ ଜାରି ରହିଛି । ଏନସିପିରେ ଅଧିକାର ପାଇଁ ଉଭୟ ଦାଦା ଓ ପୁତୁରାଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଚାଲିଛି । ଗୋଟିଏ ପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର କହୁଛନ୍ତି ସେ ଦଳ ଗଠନ କରିଥିଲେ ଏବଂ କର୍ମୀମାନେ ମଧ୍ୟ ତାଙ୍କ ସହ ଅଛନ୍ତି ତେଣୁ ଦଳ ତାଙ୍କ ପାଖରୁ କେହି ନେଇପାରିବେ ନାହିଁ । ସେହିପରି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର କହୁଛନ୍ତି ତାଙ୍କ ସହ ଅଧିକ ବିଧାୟକ ଓ ସାଂସଦଙ୍କ ସମର୍ଥନ ରହିଛି ତେଣୁ ସେ ହିଁ ପ୍ରକୃତ ଦାବିଦାର ।  ଏମିତି କି ସେ ଗତକାଲି ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପୱାରଙ୍କୁ ହିଁ ହଟାଇ ଦେଇଥିଲେ ଏବଂ ନିଜକୁ ଅଧ୍ୟକ୍ଷ ବୋଲି ଘୋଷଣା କରିଥିଲେ ।

ହେଲେ ଶରଦ ମଧ୍ୟ ଛାଡିବାକୁ ନାରାଜ । ରାଜନୀତିର ଚାଣକ୍ୟ ଭାବେ ଜଣାଶୁଣା ଶରଦ ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅଜିତଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ସେ ବୈଠକରେ କହିଛନ୍ତି ମୁଁ ହିଁ ଏନସିପିର ଅଧ୍ୟକ୍ଷ ଅଟେ । ଅନ୍ୟ କେହି ଅଧ୍ୟକ୍ଷ ହୋଇଥିବା କଥା ଭୁଲ୍ । ଏପଟେ ଶରଦଙ୍କ ଏହି ବୈଠକକୁ ବେଆଇନ ବୋଲି କହିଛନ୍ତି ଅଜିତ ପୱାର । ଦିଲ୍ଲୀରେ ଶରଦ ପୱାରଙ୍କ ଆବାସରେ ହୋଇଥିବା ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପୱାରଙ୍କ ସହିତ ସୁପ୍ରିୟା ସୁଲେ, ସାଂସଦ ଫୌଜିୟା ଖାନ, ବନ୍ଦନା ଚୌହ୍ୱାଣ, ପିସି ଚାକୋ (କେରଳ ଅଧ୍ୟକ୍ଷ), ୟୋଗାନନ୍ଦ ଶାସ୍ତ୍ରୀ, ଜିତେନ୍ଦ୍ର ଆହ୍ୱାଡ, ବିରେନ୍ଦ୍ର ବର୍ମା (ହରିୟାଣା ଅଧ୍ୟକ୍ଷ) ମଧ୍ୟ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ଶରଦ ପୱାର ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସହ ରାଷ୍ଟ୍ରୀୟ କାର୍ଯ୍ୟ ସମିତି, ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟ ପାର୍ଟି ଅଧ୍ୟକ୍ଷଙ୍କ ବୈଠକ ଡକାଇଥିଲେ । ଶରଦ ପୱାର ଦିଲ୍ଲୀରେ ହୋଇଥିବା ବୈଠକ ପରେ ପାର୍ଟିର କେରଳ ଅଧ୍ୟକ୍ଷ ପିସି ଚାକୋ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ ଏନସିପି ନୂଆ କାର୍ଯ୍ୟକାରିଣୀ କମିଟିର  ଚୟନ କରିନେଇଛି । ଦଳର ସମସ୍ତ ୨୭ ୟୁନିଟ କମିଟି ଶରଦ ପୱାରଙ୍କ ସହ ରହିଛି । ମହାରାଷ୍ଟ୍ରରେ ଦଳର ଗୋଟିଏ ବି କମିଟି ଅଜିତ ପୱାରଙ୍କ ସହ ନାହିଁ ।

‘ଡିଏନ ଗ୍ରୁପ୍ ଉପରେ ଆଇଟି ଚଢ଼ାଉ ନେଇ ହୀନ ରାଜନୀତି ଆରମ୍ଭ କରିଛି ବିଜେପି’

ଭୁବନେଶ୍ୱର: ଡିଏନ ଗ୍ରୁପ୍ ଉପରେ ଆଇଟି ଚଢ଼ାଉ ନେଇ ହୀନ ରାଜନୀତି ଆରମ୍ଭ କରିଛି ବିଜେପି । ପ୍ରେସମିଟରେ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଓଡ଼ିଶା ବିଜେପି କେବେ ମୁହଁ ଖୋଲେନି । ସବୁବେଳେ ସ୍ପର୍ଷକତାର ପ୍ରସଙ୍ଗ ଉପରେ ତତ୍ପର ହୋଇପଡ଼ନ୍ତି ଓଡ଼ିଶା ବିଜେପିର ନେତାମାନେ । ଚଢ଼ାଉରେ ଡିଏନ୍ ଗ୍ରୁପ ଭିତରକୁ ବିଜେଡିକୁ ଟାଣୁଛି ଓଡ଼ିଶା ବିଜେପି । ଆଇଟି ଓ ଇଡି ଚଢ଼ାଉ ହେଲେ ରାଜ୍ୟ ବିଜେପି ବାଉଳାଚାଉଳା ହୁଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହ ।

ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଜ ନେବାବେଳେ ପୋଲିସ ଏସଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଯାଜପୁର: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାମଲା ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ସେ ନେଇଥିବା ୧୦ ଜହାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନୀର୍ମଳଙ୍କୁ ଥାନାରୁ ଉଠାଇ ନେଇଛି କଟକ ଭିଜିଲାନ୍ସ ଟିମ୍ । ଗତ ୨ ଦିନ ପୂର୍ବେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ ।

ସେହି ହାଇୱା ଜବତ ଘଟଣାରେ ଗତକାଲି ସୁକିନ୍ଦା ପୋଲିସ କେସ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବାଲି ବୋଝେଇ ଗାଡ଼ିଟିକୁ ଥାନାରୁ ଖଲାସ କରିବା ବାବଦକୁ ନିର୍ମଳ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ସମ୍ପୃକ୍ତ ଗାଡ଼ି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା ।

ରାଜନୀତିରେ କୌଣସି ରାଟାୟରମେଣ୍ଟ ନଥାଏ: ଲାଲୁ ଯାଦବ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ମେଡିକାଲ ଚେକଅପ୍ ପାଇଁ ଦିଲ୍ଲୀ ଯାଇଛନ୍ତି । ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିକୁ ଟାର୍ଗେଟ କରି ଭର୍ତ୍ସନା କରିଛନ୍ତି । ଏଥିସହିତ ବିରୋଧୀ ଏକତା ଉପରେ ମଧ୍ୟ ମତ ଦେଇଛନ୍ତି । ସେହିପରି ଲାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଦିଆଯାଇଥିବା ପରାମର୍ଶ ଉପରେ ଲାଲୁ କହିଛନ୍ତି ଯେ ପତ୍ନୀଙ୍କ ବିନା ପିଏମ ଆବାସରେ ରହିବା ଭୁଲ୍ ଅଟେ । ସେ ଏହି ବିଶ୍ୱାସ ମଧ୍ୟ ପ୍ରକଟ କରିଛନ୍ତି ଯେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନରେ ବିରୋଧା ଏକତାକୁ ସଂକ୍ଷା ଗରିଷ୍ଠତା ମିଳିବ । ଆରଜେଡି ପ୍ରମୁଖ ଲାଲୁ ଯାଦବ ମହାରାଷ୍ଟ୍ରରେ ଜାରି ରାଜନୈତିକ ସଙ୍କଟ ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି ।

ସେ ଶରଦ ପୱାରଙ୍କ ରାଜନୀତିରୁ ରିଟାୟରମେଣ୍ଟ ଉପରେ ହେଉଥିବା ଚର୍ଚ୍ଚାକୁ ନେଇ ତାଙ୍କୁ ସମର୍ଥନ କରିଛନ୍ତି । ଲାଲୁ କହିଛନ୍ତି ବୁଢ଼ା ଲୋକ ରାଜନୀତିରେ କେବେ ରିଟାୟର ହୋଇନଥାଏ । ଉଲ୍ଲେଖଯୋଗ୍ୟ, ନିକଟରେ ମହାରାଷ୍ଟ୍ରର ଡେପୁଟି ସିଏମ ହୋଇଥିବା ଅଜିତ ପୱାର ଏନସିପିକୁ ନିଜର ଦଳ କହିବା ପରେ କହିଥିଲେ ଯେ ଶରଦ ପୱାରଙ୍କ ବୟସ ହୋଇଯାଇଛି । ତାଙ୍କର ରିଟାୟରମେଣ୍ଟର ସମୟ ହୋଇଯାଇଛି । ଲାଲୁ ତାଙ୍କର ଏହି ଟିପ୍ପଣୀ ଉପରେ ଜବାବ ଦେଇ କହିଛନ୍ତି ଶରଦ ପୱାର ରିଟାୟାର ହେବେନାହିଁ ।

ସେ ପଚାରିଥିଲେ ଯେ କଣ କୌଣସି ବୁଢ଼ା ଲୋକ ରାଜନୀତିରେ କେବେ ରିଟାୟର ହୋଇଥାଏ? ରାଜନୀତିରେ କୌଣସି ରାଟାୟରମେଣ୍ଟ ନଥାଏ । ସେହିପରି ବିରୋଧୀ ଏକତା ଉପରେ ଲାଲୁ କହିଛନ୍ତି ଯେ ୧୭ଟି ଦଳ ଏକଜୁଟ ହେଉଛନ୍ତି । ବିଜେପିକୁ ଯାହା କହିବାର ଅଛି କହିବାକୁ ଦିଅ । ତାର ସଫାୟା ହୋଇଯିବ । ଶରଦ ପୱାର ଜଣେ ମଜବୁତ ନେଟା ଅଟନ୍ତି । ଆଗାମୀ ବିିରୋଧୀ ବୈଠକ ବେଙ୍ଗାଲୁରୁରେ ହେବ ।

ଏହା ବ୍ୟତୀତ ସାମ୍ବାଦିକମାନେ ଯେବେ ଲାଲୁଙ୍କୁ ବିରୋଧୀ ଏକତାର ପିଏମ ଚେହେରା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବାହ କରିବା ନେଇ ଦିଆଯାଇଥିବା ପରାମର୍ଶ ସମ୍ପର୍କରେ ପଚାରିଥିଲେ ତେବେ ଜବାବରେ ସେ କହିଥିଲେ ଯେ ଯିଏ ବି ପ୍ରଧାନମନ୍ତ୍ରୀ ହୁଅନ୍ତି ତାଙ୍କୁ ପତ୍ନୀଙ୍କ ବିନା ରହିବା ଅନୁଚିତ । ପତ୍ନୀ ବିନା ପିଏମ ଆବାସରେ ରହିବା ଭୁଲ୍ । ଏହାକୁ ସମାପ୍ତ କରାଯିବା ଆବଶ୍ୟକ । ସେହିପରି ଏହା ମଧ୍ୟ କହିଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଏକତାକୁ ଅତିକମରେ ୩୦୦ ଆସନ ମିଳିବ ।

ଏନସିପିର ମିଶ୍ରଣ ନେଇ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ମଧ୍ୟରେ କନ୍ଦଳ

ମୁମ୍ବାଇ: ମହାରାଷ୍ଟ୍ରରେ ଏନଡିଏ ସହ ମିଶି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ । ଆଗକୁ ସେମାନଙ୍କ ବିରୋଧରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ଆଶଙ୍କା କଲେଣି । ବିଜେପି ସଂଖ୍ୟା ଗଣିତରେ ଏବେ ବହୁ ଆଗରେ ରହୁଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସରକାରରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏପଟେ ଏନଡିଏ ସହ ମିଶି ସରକାର ଗଠନ କରିବା ଅଜିତ ପାଓ୍ବାରଙ୍କ ପାଇଁ ହଠାତ ଯୋଜନା ନଥିଲା । ୨ ତାରିଖରେ ଏନଡିଏ ସହ ମିଶିଥିବା ବେଳେ ୩୦ ତାରିଖରେ ହିଁ ଏନସିପି ଅଧ୍ୟକ୍ଷ ଭାବେ ଶରଦ ପାଓ୍ବାରଙ୍କୁ ହଟାଇ ଅଜିତ ପାଓ୍ବାର ଅଧ୍ୟକ୍ଷ ହୋଇଥିଲେ  । ଗତ ଜୁନ୍ ୩୦ ତାରିଖରେ ହିଁ ଏନସିପି ଉପରେ ତାଙ୍କର ନିୟନ୍ତ୍ରଣ ଓ ଦଳୀୟ ଚିହ୍ନ ଉପରେ ଦାବି କରି ସେ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ । ୪୦ ଜଣ ବିଧାୟକ ତାଙ୍କ ସମର୍ଥନରେ ଥିବା ଏବେ ବି ସେ ଦାବି କରୁଛନ୍ତି । ଯଦିଓ ଗତକାଲିର ବୈଠକରେ ୩୦ ବିଧାୟକ ଅଜିତଙ୍କ ସହ ଥିବା ଦେଖିବାକୁ ମିଳିଥିଲା । ବୈଠକ ପରେ ଶରଦ ପାଓ୍ବାରଙ୍କୁ ସମାଲୋଚନା କରିଥିଲେ । ଏପଟେ ଆଜି ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ଶରଦ ପାଓ୍ବାର । ଦିଲ୍ଲୀରେ ସ୍ବତନ୍ତ୍ର ବୈଠକରେ ରାଜ୍ୟ ରାଜନୀତି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

ଯୁବକଙ୍କୁ ମୁଖ୍ୟସ୍ରୋତକୁ ଆଣିଲେ ଓଡ଼ିଶା ଆହୁରି ଆଗେଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିକାଶରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆହୁରି ଆଗେଇବ। ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରଦାୟ, ଦେଶ ଏବଂ ରାଜ୍ୟର ଭାଗ୍ୟ ଗଠନରେ ଯୁବକମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଆମ ରାଜ୍ୟର ଭାଗ୍ୟକୁ ବଦଳାଇବାରେ ବିଜୁ ବାବୁ ସର୍ବଦା ଯୁବକମାନଙ୍କୁ ବିଶ୍ୱାସ କରୁଥିଲେ । ବିଜେଡି ମଧ୍ୟ ସର୍ବଦା ତାଙ୍କ ପଦ ଅନୁସରଣ କରିବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଖାଦ୍ୟ ନିରାପତ୍ତା, ବିପର୍ଯ୍ୟୟ ପରିଚାଳନା, ଅର୍ଥ ପରିଚାଳନା, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ, କ୍ରୀଡା, IT, ସହରୀ ବିକାଶ, ଭିତ୍ତିଭୂମି ବିକାଶ, ପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଯୁବକମାନଙ୍କ ଅବଦାନ ବିନା ଏହା ସମ୍ଭବ ନୁହେଁ । ବର୍ତ୍ତମାନ ଓଡିଶା ବିକାଶର ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିଛି । ମୋର ସମସ୍ତଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟରେ ରାଜ୍ୟକୁ ପ୍ରାଥମିକତା ଭାବରେ ରଖିବେ ଏବଂ ଏହାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି ଆଜିକାଲି ସୋସିଆଲ ମିଡିଆ ଏକ ଶକ୍ତିଶାଳୀ ମାଧ୍ୟମ । ମୁଁ ଆଶା କରୁଛି ଆପଣ ସୋସିଆଲ ମିଡିଆରେ ସକ୍ରିୟ ରହିବେ ।ଓଡ଼ିଶାର ପରିବର୍ତ୍ତନଶୀଳ ଯାତ୍ରା ସମଗ୍ର ଦେଶରେ ହେଡଲାଇନ ସୃଷ୍ଟି କରୁଛି ଏବଂ ଆମର କିଛି ପଦକ୍ଷେପ ମଧ୍ୟ ବିଶ୍ୱ ମାନ୍ୟତା ପାଇଛି। ତେଣୁ ଆମେ ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ୍ | ଆମେ ସବୁବେଳେ ଲୋକଙ୍କ ଭଲ ସମୟ, ଖରାପ ସମୟ ଏବଂ ପରିବର୍ତ୍ତନ ସମୟ ସହିତ ରହି ଆସିଛୁ | ପରିସ୍ଥିତି ଯାହା ହେଉନା କାହିଁକି ଆମେ ସବୁବେଳେ ଲୋକଙ୍କ ସହ ଜଡିତ ରହିଥାଉ | ଆମର ପ୍ରୟାସ ପ୍ରତି ଆମର ଆଭିମୁଖ୍ୟରେ ସର୍ବଦା ମାନବ ଚେହେରା ରହିଆସିଛି | ତାହା ହେଉଛି ଆମର ହଲମାର୍କ | ତାହା ହେଉଛି ଆମର ଶକ୍ତି | ଆମେ ଏହାକୁ ସର୍ବଦା ବଜାୟ ରଖିବା ଉଚିତ୍ ବୋଲି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଅଗ୍ନି ସୁରକ୍ଷାକୁ ଫୋକସ୍‌, ୪୫ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗର ବିଭିନ୍ନ ସ୍ତରରେ ୪୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡ଼ିକ ହେଲା- ୩ଟି ଷ୍ଟେସନ ଅଫିସର, ୪ଟି ଲିଡିଂ ଫାୟାରମ୍ୟାନ, ୩ଟି ହାବିଲଦାର, ତିନିଟି ଫାୟାରମ୍ୟାନ ଡ୍ରାଇଭର ଓ ୩୦ଟି ଫାୟାରମ୍ୟାନ ପଦବୀ । ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହେବ ।

ଗୋଇଠା ମାରି ବିଷ୍ଣୁ, ବିଜେପି ନେତାଙ୍କ ପରିଶ୍ରା କାଣ୍ଡ ପରେ ଶିବରାଜ ସିଂହଙ୍କ ଡ୍ୟାମେଜ କଣ୍ଟ୍ରୋଲ

ଭୋପାଳ: ଆଗ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କଲେ ବିଜେପି ନେତା ଏବେ ଗୋଡ଼ ଧୋଇ ଡ୍ୟାମେଜ୍ କଣ୍ଟ୍ରୋଲ ଲକ୍ଷ୍ୟରେ ଶିବରାଜ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ପୀଡ଼ିତ ଆଦିବାସୀ ଦଶମତ ରାଓ୍ବତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଦଶମତଙ୍କ ପାଦ ଧୋଇ, ଟିକା ଲଗାଇବା ସହ ଶାଲ୍ ଦେଇ ସମ୍ମାନିତ କରିଛନ୍ତି । ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ କ୍ଷମା ମାଗିଛନ୍ତି ଶିବରାଜ । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଦଶମତଙ୍କ ଉପରେ ବିଜେପି ନେତାଙ୍କ ପରିଶ୍ରା କରିବା ଘଟଣାକୁ ନେଇ ଚାରିଆଡୁ ନିନ୍ଦା କରାଯାଇଥିଲା। ଆଦିବାସୀଙ୍କୁ ଅପମାନ ନେଇ କଂଗ୍ରେସ ଲଗାତର ବିଜେପିକୁ ଟାର୍ଗେଟ୍ କରିଥିଲା।

ବିଜେପି ସରକାରରେ ଆଦିବାସୀଙ୍କୁ ଅତ୍ୟାଚାର ବଢୁଛି । ବିଜେପି ନେତାଙ୍କ ଏଭଳି କାଣ୍ଡରେ ମାନବିକତା ଲଜ୍ଜିତ ହୋଇଛି। ଆଦିବାସୀ ଓ ଦଳିତଙ୍କ ପ୍ରତି ଏହା ବିଜେପି ଘୃଣାର ଅସଲ ଚରିତ୍ର ବୋଲି ରାହୁଲ ଗାନ୍ଧୀ କହିଥିଲେ। ଚାରିଆଡୁ ଟାର୍ଗେଟ୍ ହେବା ପରେ ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି ସିଏମ୍ ଶିବରାଜ ସିଂ ଚୌହାନ । ଗୋଇଠା ମାରି ବିଷ୍ଣୁ କରିବା ନ୍ୟାୟରେ ଦଶମତଙ୍କୁ ବାସଭବନକୁ ଡାକି ସମ୍ମାନିତ କରିଛନ୍ତି । ତେବେ ଆଗକୁ ନିର୍ବାଚନ ଥିବାରୁ ଇମେଜ ସଜାଡିବାକୁ ଶିବରାଜ ଏଭଳି କରିଥିବା ଚର୍ଚ୍ଚା ହେଉଛି ।