spot_img
Home Blog Page 3134

ଡିଏନ୍ ଗ୍ରୁପ ଉପରେ ଆଇଟି ରେଡ୍ ମାମଲା, ମିଳିଲା ପ୍ରାୟ କୋଟିଏ ଟଙ୍କାର ଜାଲ୍‌ ନୋଟ୍‌

ଭୁବନେଶ୍ୱର: ଡିଏନ୍ ଗ୍ରୁପ ଉପରେ ଆଇଟି ରେଡ୍ ମାମଲା । କୋଟିଏ ଟଙ୍କା ପାଖାପାଖି ଫେକ୍ ନୋଟ୍ ମିଳିଥିବା ଆଇଟି ସୂତ୍ରରୁ ସୂଚନା ମିଳିଛି । ଫେକ୍ ନୋଟ୍ ନେଇ ଛାନଭିନ୍ ଆରମ୍ଭ କରିଛି ଆୟକର ବିଭାଗ । ଏକ୍ସପର୍ଟମାନେ ପହଞ୍ଚି ଫେକ୍ ନୋଟ୍ ଚିହ୍ନଟ କରିଛନ୍ତି । ଟଙ୍କା ଗଣା ମେସିନ ସାହାଯ୍ୟରେ ଫେକ୍ ନୋଟ୍ ଗଣା ଚାଲିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଛି । ବିଭିନ୍ନ ଲୋକଙ୍କଠାରୁ ନେଣ ଦେଣ ହୋଇଥିବା ରିସିପ୍ଟକୁ ନେଇ ଖୋଳତାଡ଼ ଚାଲିଛି । ରିସିପ୍ଟ ଗୁଡ଼ିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି । ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଅସଲି ଟଙ୍କାଗୁଡିକୁ ୟୁନିଟ-୪ କ୍ବାର୍ଟରରୁ ନେଇଛି ଆଇଟି ବିଭାଗ । ଖୁବଶୀଘ୍ର ଘଟଣାର ତଦନ୍ତ କରିବ ଇଡି । ଗତକାଲି ଚଢାଉ ବେଳେ ୧୧ କୋଟିରୁ ଅଧିକ ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ୍ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ ।

ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ବାହୁଡା ଯାତ୍ରା ବେଳେ ବଳଗଣ୍ଡି ଛକ ନିକଟରେ ତାଳଧ୍ବଜ ରଥ ଦୌଡ଼ି ଖସି ଆହତ ଭୋଇ ସେବାୟତଙ୍କ ମୃତ୍ୟୁ । ମୃତ ସେବାୟତ ହେଲେ ନକୁଳ ଭୋଇ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ସେବାୟତ ପରିବାରଙ୍କୁ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ କରାଯାଇଥିବା ବୀମାରାଶି ୫ ଲକ୍ଷ ଟଙ୍କା ପାଇବେ । ଏହାସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯିବ ।

ବାଲିମାଫିଆଙ୍କ ଆକ୍ରମଣରେ RI ଗୁରୁତର

ବଲାଙ୍ଗୀର: ବଲାଙ୍ଗୀରରେ ବାଲି ମାଫିଆଙ୍କ ଆକ୍ରମଣରେ RI ଗୁରୁତର । ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ଅଙ୍ଗ୍‌ ନଦୀରୁ ବାଲି ଚାଲାଣ ବେଳେ ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ ଆରଆଇ । ବାଲି ମାଫିଆଙ୍କ ଆକ୍ରମଣରେ ଆରଆଇ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆରଆଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ତହସିଲଦାର ଏତଲା ଦେଇଛନ୍ତି ।

 

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମକୁ ପ୍ରଶଂସାପତ୍ର ପ୍ରଦାନ । ଜଳାଶୟ ନବୀକରଣରେ ଉତ୍ତମ ପଦକ୍ଷେପ ପାଇଁ ପ୍ରଶଂସାପତ୍ର । ଜଳାଶୟ ପୁନରୁଦ୍ଧାରରେ ସାମିଲ ମହିଳା ବାଣ୍ଟିଲେ ଅଭିଜ୍ଞତା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ମିଶନ ଶକ୍ତି ହେଉଛି ଟିମ୍ ଓ୍ୱାର୍କର ମଡେଲ । ଗାଁରୁ ସହର ଯାଏ ମିଶନ ଶକ୍ତି ମାଆମାନେ କାମ କରୁଛନ୍ତି । ଆମ ପୋଖରୀ ଯୋଜନାକୁ ମାଆମାନଙ୍କୁ ଦେଇ ବହୁତ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ଭାବେ ଭଲ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଏହି କାମକୁ ଭଲ ଭାବେ କରିବେ ବୋଲି ବିଶ୍ୱାସ ରଖିଛନ୍ତି ନବୀନ । ପରିବେଶ ସହିତ ଆମର ସାମାଜିକ ଜୀବନ ସହ ପୋଖରୀ ଯୋଡ଼ିହୋଇଛି । ଅର୍ଥନୀତି ସହିତ ମଧ୍ୟ ପୋଖରୀ ଯୋଡ଼ି ହୋଇରହିଛି । ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ ଜଳାଶୟର ନବୀକରଣ ହେବ । ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନ ବିକାଶ ହେବ। ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ନବୀକରଣ ଓ ରକ୍ଷଣାବେକ୍ଷଣ ହେବ। ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ନବୀକରଣ । ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିରେ ଅଭିବୃଦ୍ଧି ହେବ ।

ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ପ୍ରକାଶ, କଳା, ବାଣିଜ୍ୟ, ବିଜ୍ଞାନରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟଅଫ୍ । କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଆଗରେ । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍‌ । ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ, ବାଲେଶ୍ବର ଏଫଏମ କଲେଜରେ ବିଜ୍ଞାନରେ ୯୦ ପ୍ରତିଶତ ରହିଛି କଟଅଫ୍ ମାର୍କ । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ ନାମଲେଖା ପାଇଁ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୦୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ଛାତ୍ରଛାତ୍ରୀ ଦ୍ଵିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ରହିଯାଇଛନ୍ତି ।

ପ୍ରଥମ ପର୍ଯ୍ୟାୟ କଟ ଅଫ୍ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଘୋଷଣା କଲେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆର୍ ଆୟର ।

କଟକ ଟ୍ୟାକ୍ସି ଡ୍ରାଇଭର ମର୍ଡର ମିଷ୍ଟ୍ରିରୁ ହଟିଲା ପରଦା, ୨ ଯୁବକ ଗିରଫ

କଟକ: କଟକ ଟ୍ୟାକ୍ସି ଡ୍ରାଇଭର ଭଗବାନ ବୈରିଗଞ୍ଜନ ମର୍ଡର ମିଷ୍ଟ୍ରିରୁ ହଟିଲା ପରଦା । ଗାଡ଼ି ଭଡ଼ାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଭଡାରେ ନେଇଥିବା ଦୁଇ ୨ ଯୁବକଙ୍କୁ ଗିରଫ କଲା ପୋଲିସ୍ । ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଉଛି ପୋଲିସ । ଜଣେ ରାମଚନ୍ଦ୍ରପୁର ଥାନା ଅଞ୍ଚଳ ବାତୋ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ନିଆଳି ପତ୍ରକଣା ଅଞ୍ଚଳର। ଉଭୟଙ୍କୁ ଘଟଣା ସମ୍ପର୍କରେ ଘଷିପୁରା ଥାନାରେ ପଚରାଉଚୁରା ଚାଲିଥିବା ବେଳେ ଆଜି କୋର୍ଟ ଫରୱାର୍ଡ କରାଯିବା ନେଇ ସୂଚନା ମିଲିଛି । ସାଙ୍ଗରେ ଥିବା ଯୁବତୀ ଏବେବି ଫେରାର ।

ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ୨ ଜଣ ଯୁବକ ଓ ଜଣେ ଯୁବତୀ ଭଗବାନଙ୍କ ଟ୍ୟାକ୍ସି ଭଡ଼ାରେ ନେଇଥିଲେ । ଯାଜପୁର ରୋଡ୍‌ ଯିବାକୁ କହି ଟ୍ୟାକ୍ସି ନେବା ପରେ ରାତିରେ ମାଲି ଫୋନ୍ ଉଠାଇନଥିଲେ ଭଗବାନ । ୨୮ ତାରିଖ ସକାଳୁ ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟ ରାସ୍ତାକଡ଼ରୁ ଭଗବାନଙ୍କ ମୃତଦେହ ମିଳିଥିଲା । ପରେ ନିଆଳି ଗୋବିନ୍ଦପୁର ନଦୀବନ୍ଧ କଡ଼ରୁ ମିଳିଥିଲା ଭଗବାନଙ୍କ ଟ୍ୟାକ୍ସି । ମୃତ ଡ୍ରାଇଭରଙ୍କ ଘର ପୁରୀ କଣାସରେ ।

ଦ୍ବିତୀୟ ଦିନରେ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ, ୨ ଜଣଙ୍କୁ ଚାଲିଛି ପଚରାଉଚରା

ଭୁବନେଶ୍ୱର: ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଦ୍ୱିତୀୟ ଦିନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି । ୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ଗତକାଲି ଚଢାଉ ବେଳେ ୧୧.୫ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ । ମିଳିଥିବା ନଗଦ ଟଙ୍କା ପ୍ରସଙ୍ଗରେ ଖୁବଶୀଘ୍ର ଇଡିକୁ ଚିଠି ଲେଖିବ ଆୟକର ବିଭାଗ।

 

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍‌ । ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍କଟ୍ ନାମେଲଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ। ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା । ତେବେ ନାମଲେଖା ପାଇଁ ରାଜ୍ୟର ମୋଟ ୨ ହଜାର ୧୫୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୧୬ ହଜାର ସିଟ୍ ରହିଛି । ଚଳିତ ବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବାବେଳେ ୪ ଲକ୍ଷ ୬୭ ହଜାର ୩୬୫ଜଣ ଅନଲାଇନ ଫି ପୈଠ କରିଛନ୍ତି ।

 

ଭାରମାସ୍ୟ ହରାଇ ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍, ୨୭ ଯାତ୍ରୀଙ୍କ ମୃ୍ତ୍ୟୁ

ଓ୍ୱାଶିଂଟନ: ଆମେରିକା ମେକ୍ସିକୋରେ ଦୁର୍ଘଟଣା । ଭାରମାସ୍ୟ ହରାଇ ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୭ ଜଣ ଯାତ୍ରୀଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସଟି ମେକ୍ସିକୋ ସିଟିରୁ ଓକ୍ସାକାର ୟୋସୁଣ୍ଡୁଆ ଅଭିମୁଖେ ଯାତ୍ରା କରୁଥିଲା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। କ୍ରେନ ସାହାଯ୍ୟରେ ବସଟିକୁ ଉଠାଯାଇଥିଲା ।

ବଗି ଛାଡ଼ି ଆପେ ଆପେ ଗଡ଼ିଲା ଇଞ୍ଜିନ

ସମ୍ବଲପୁର: ସମ୍ବଲପୁରରେ ମାଲବାହୀ ଟ୍ରେନ ଇଂଜିନ ବଗି ଛାଡି ବହୁ ଦୂର ପର୍ଯ୍ୟନ୍ତ ପଳାଇ ଯାଇଥିବା ସୂଚନା ମିଳିଛି । ସମ୍ବଲପୁରରୁ ବରଗଡ଼ ଯାଉଥିବା କୋଇଲା ବୋଝେଇ ଟ୍ରେନ କ୍ଷେତରାଜପୁର ଷ୍ଟେସନ ପାର ହେବା ପରେ ଯେତେବେଳେ ଲକ୍ଷ୍ମୀ ଡୁଙ୍ଗୁରୀ ଫାଟକ ପହଂଚିଥିଲା ସେତେବେଳେ ରେଳ ଲାଇନରେ କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସମ୍ବଲପୁର ଡିଭିଜନକୁ ଜଣାଇବା ପରେ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି । ହେଲେ ରେଳବିଭାଗର ଏ ଦାୟିତ୍ବହୀନତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।