spot_img
Home Blog Page 3140

ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ଉଦଘାଟନ ମାମଲା

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ଉଦଘାଟନ ମାମଲା । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ।

ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଗତ ଗୁରୁବାର ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଥିଲେ । ନୂଆ ସଂସଦ ଭବନକୁ ଆତ୍ମନିର୍ଭରର ପ୍ରତୀକ ବୋଲି ଲୋକସଭା ପ୍ରେସ ରିଲିଜରେ କୁହାଯାଇଛି ।

କେନ୍ଦ୍ର ବିରୋଧରେ ମେଗା ଅଭିଯାନ : ଆଜି ଏନସିପି ସୁପ୍ରିମୋ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସମ୍ବିଧାନର ସୁରକ୍ଷା ଆହ୍ବାନରେ କିଛି ଦିନ ଧରି ବିରୋଧୀ ଦଳ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ ଏହି ଆଲୋଚନା ଗୁରୁତ୍ବ ବହନ କରୁଛି ।

କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମନ୍ ଗତ ବୁଧବାର ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମୁମ୍ବାଇରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦିଲ୍ଲୀ ସରକାର ମାମଲାରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି କେଜ୍ରିଓ୍ବାଲ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ କେଜରିଓ୍ବାଲଙ୍କୁ ସମର୍ଥନ ଜଣାଇଥିଲେ ଉଦ୍ଧବ । ଗତ ୨୩ ତାରିଖରେ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

‘ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ନହେଉ ବିବାଦ’ : ବିଜେଡି

ଭୁବନେଶ୍ୱର :  ୨୮ରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଏଥିରେ ସାମିଲ ହେବାକୁ ନେଇ ବିବାଦ କି ରାଜନୀତି ହେବା କଥା ନୁହେଁ ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶର ରାଜନୀତିକୁ ବିଶ୍ଵାସ କରନ୍ତି ।  ସବୁବେଳେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ଥନ ଦେଇଆସିଛି  । ପ୍ରସଙ୍ଗ ନେଇ ବିଜେପିକୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଥିବା ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।

ସେପଟେ ବିଜେଡି କାହିଁକି ସମାରୋହରେ ସାମିଲ ହେବ ସେନେଇ ସ୍ପଷ୍ଟ କରିଥିବା ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ଏହା ଏକ ସାମ୍ବିଧାନିକ ଉତ୍ସବ  । ଏଥିରେ ରାଜନୀତି ହେବା ଉଚିତ ନୁହେଁ  । ସମ୍ବିଧାନ ଓ ଲୋକତନ୍ତ୍ରକୁ ସମ୍ମାନ ଦେଉଛି ବିଜେଡି। ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି ଦଳ  । ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି  । ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ରାଜଧାନୀରେ ନିଆଁ ବର୍ଷା ; ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ନିଆଁ ବର୍ଷା , ଜଳୁଛି ଭୁବନେଶ୍ବର । ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଝାରସୁଗୁଡାରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୫.୬ ଡିଗ୍ରୀ ଓ କେନ୍ଦୁଝରରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ ଓ ଗୋପାଳପୁରରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି ।

ପାରିବାରିକ କଳହର ଭୟଙ୍କର ସ୍ଥିତି : ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ

ଗଜପତି :  ପାରିବାରିକ କଳହରୁ ଭୟଙ୍କର ସ୍ଥିତି । ଗଜପତି କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡଭା ପଞ୍ଚାୟତ ସାରା ଗ୍ରାମରେ ସ୍ତ୍ରୀ ଉର୍ମିଳା କାର୍ଜୀଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଜୀ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ ହୋଇଛି ।

ପାକିସ୍ତାନରେ ବଢୁଛି ରାଜନୈତିକ ସଙ୍କଟ ; ପିଟିଆଇରୁ ଇସ୍ତଫା ଦେଉଛନ୍ତି ନେତା

ଇସଲାମାବାଦ:  ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ଛାଡି଼ବା ଲାଗି ବହୁ ନେତାଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦଳର ନେତା ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବାଧ୍ୟ କରାଯିବାରୁ ସେ ପିଟିଆଇରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ହଜାର ହଜାର ଦଳୀୟ କର୍ମୀଙ୍କୁ ଅଟକ ରଖାଯୟାଇଛି ବୋଲି ସେ କହିଛନ୍ତି ।

ନିକଟରେ ଇମ୍ରାନଙ୍କ ପୂର୍ବତନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ସାଧାରଣ ସମ୍ପାଦକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଆସଦ ଉମର ପିଟିଆଇ ତ୍ୟାଗ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏଭଳି ସଙ୍କଟ କେବେ ଉପୁଜି ନ ନଥିଲା ବୋଲି କହିଛନ୍ତି ଇମ୍ରାନ ।

ପାକିସ୍ତାନରେ ପିଟିଆଇକୁ ନିଷିଦ୍ଧ କରିବା ଲାଗି ଯୋଜନା ଚାଲିଥିବାବେଳେ ପିଟିଆଇର କର୍ମୀଙ୍କୁ ଗିରଫ କରିବା ଇମ୍ରାନଙ୍କ ଲାଗି ଚିନ୍ତାର କାରଣ ହୋଇଛି । ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ । ୧୯୬୦ରେ ଜମାତ-ଇ-ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ସରକାର ଏପରି ହୀନ ଉଦ୍ୟମ କରୁଥିବା ଦଳ ପକ୍ଷରୁ କୁହାଯାଇଛି ।

ଓ୍ବାସରୁମରେ ପଡି ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଆହତ

ନୂଆଦିଲ୍ଲୀ :  ଓ୍ବାସରୁମରେ ପଡି ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆହତ । ତିହାଡ ଜେଲରେ ଥିବା ସତ୍ୟେନ୍ଦ୍ର ଆଜି ଆହତ ହେବା ପରେ ତାଙ୍କୁ ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ସତ୍ୟେନ୍ଦ୍ରଙ୍କୁ ଦ୍ବିତୀୟ ଥର ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତିହାଡ଼ ଜେଲ ଡିଜିଙ୍କ ଅନୁସାରେ ସତ୍ୟେନ୍ଦ୍ରଙ୍କୁ ସେଲ ନମ୍ବର ୭ରେ ରଖାଯାଇଥିଲା । ଆଜି ଭୋଟର ୬ଟାରେ ସେ ଓ୍ବାସରୁମରେ ପଡିଯିବାରୁ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ବିଭିନ୍ନ ଚିକିତ୍ସା କରାଯାଉଛି । ତାଙ୍କ ସ୍ପାଇନାଲ ସର୍ଜରୀ କରାଯିବ ବୋଲି ସେ କହିଛନ୍ତି ।

ଗତବର୍ଷ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ରଙ୍କ ଓଜନ ୩୫ କିଲୋଗ୍ରାମ ହ୍ରାସ ପାଇଛି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଗତ ସୋମବାର ମେରୁଦଣ୍ଡରେ ସମସ୍ୟା ଦେଖାଦେବାରୁ ସତ୍ୟେନ୍ଦ୍ରଙ୍କୁ ଦିଲ୍ଲୀ ସଫରଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ସତ୍ୟେନ୍ଦ୍ରଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ନବ ଦାସ ହତ୍ୟା ମାମଲା : JMFC କୋର୍ଟରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ

ଝାରସୁଗୁଡ଼ା :  ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟ ରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ । ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି  । ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରତ୍ୟକ୍ଷଦର୍ଶିଙ୍କ ବୟାନକୁ ଆଧାର କରି ଅଭିଯୋଗ ଫର୍ଦ୍ଦ କରିଛି  ।

ଗତ ଜାନୁୟାରୀ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୋଲିସ ଗୁଳିରେ ଟଳିପଡ଼ିଥିଲେ ପୂର୍ବତନ ମନ୍ତ୍ରୀ ନବ ଦାସ  । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ ।

ବାଇଡେନଙ୍କୁ ହତ୍ୟା ଯୋଜନା; ବନ୍ଧା ହେଲେ ପ୍ରବାସୀ ଭାରତୀୟ ଯୁବକ

ଓ୍ୱାଶିଂଟନ:  ଟ୍ରକରେ ହ୍ୱାଇଟ ହାଉସ ପାଚେରୀକୁ ଧକ୍କା ଦେଲେ ପ୍ରବାସୀ ଭାରତୀୟ ଯୁବକ । ଗିରଫ ହେବା ପରେ ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଏହି ଯୁବକ ବିରୋଧରେ ପୋଲିସ ସାଂଘାତିକ ଧାରାରେ ମାମଲା ରୁଜୁ କରିବା ସହିତ ତାକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

୧୯ ବର୍ଷୀୟ ଏହି ଯୁବକ ଜଣକ ମିଶୋରୀର ଏବଂ ତା’ ନାଁ ସାଇ ବର୍ସିିତ କାଣ୍ଡୁଲ ବୋଲି ଜଣାପଡ଼ିଛି। ହିଟଲରଙ୍କ ଭାବଧାରାରେ ଆକର୍ଷିତ ଏହି ଯୁବକ ଜଣକ ବୁଧବାର ହ୍ବାଇଟ ହାଉସ୍‌ ଭିତରକୁ ଏକ ବଡ଼ ଟ୍ରକ ଚଳାଇ ପଶିଯିବାକୁ ଉଦ୍ୟମ କରିଥିଲା। ପୁଲିସ ଟ୍ରକକୁ ଜବତ କରିଥିଲା ବେଳେ ଏଥିରୁ ବହୁ ସଂଖ୍ୟାରେ ନାଜି ପତାକା ଏବଂ ନାଜି ସ୍ବସ୍ତିକ ଚିହ୍ନ ରହିଥିବା ବ୍ୟାନର ଜବତ କରାଯାଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଚେଷ୍ଟରଫିଲ୍ଡର ୧୯ ବର୍ଷୀୟ ଜଣେ ଡ୍ରାଇଭର ସାଇ ବାର୍‌ସିଥ୍‌ କଣ୍ଡୁଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ଫେଡେରାଲ ଜିଲା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏକ ସିକ୍ରେଟ ସର୍ଭିସ ଏଜେଣ୍ଟ କହିଛନ୍ତି, ଏହି ଯୁବକ ଜଣକ ସୋମବାର ରାତିରେ ଏକ ଟ୍ରକ୍‌ ଭଡ଼ା ସୂତ୍ରରେ ଆଣିଥିଲେ। ଯାହା ସାହାଯ୍ୟରେ ସେ ବାଇଡେନଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।

ହ୍ବାଇଟ୍‌ ହାଉସ୍‌ର ଉତ୍ତର ପାର୍ଶ୍ୱ ପାର୍କରେ ଏହି ଯୁବକ ଜଣକ ଟ୍ରକ୍‌ ଭିତରକୁ ପୂରାଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଲା। ପରେ କଣ୍ଡୁଲାଙ୍କୁ ଗିରଫ କରାଯାଇଛି। କଣ୍ଡୁଲା ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ଏହି ଆକ୍ରମଣର ଯୋଜନା ୬ ମାସ ପୂର୍ବରୁ କରିଥିଲେ।  ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ ଗାଡ଼ି ଭିତରୁ ଲେଖା ଭର୍ତ୍ତି ଡକ୍ଟ ଟେପ୍‌, ବ୍ୟାକପ୍ୟାକ୍‌ ଏବଂ ନୋଟବକ୍‌ ଉଦ୍ଧାର କରିଛନ୍ତି।

ମହାଆଡମ୍ବରରେ ମହାଦେବଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର : ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଲେ ବାବା ଭୋଳାନାଥ । ଦେବଦମ୍ପତିଙ୍କ ବିବାହ ପାଇଁ ଦୁଲୁକିଲା ସମ୍ବଲପୁର ।

ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ ମହାଦେବ । ବାଜାବାଣର ରୋଷଣୀ ସହିତ ଭଳିକିଭଳି ପାରମ୍ପରିକ ନୃତ୍ୟୁରେ ଦୁଲୁକୁଥିଲା ସହର । ନନ୍ଦପଡାର ବାବା ବାଲୁଙ୍କେଶ୍ବର ଝାଡୁଆପଡାର ବାବା ଲୋକନାଥ ଓ ମୁଦିପଡାର ବାବା ଯାଗେଶ୍ବରଙ୍କ ହାତଗଣ୍ଠି ପଡିସାରିଛି । ଆଜି ଦିନ ତମାମ କନ୍ୟାପିତା ମାତା ଘରେ ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । କାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି ।

ଏପଟେ ଭୁବନେଶ୍ବରରେ ବାବା ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ରାତି ୧୦ଟା ପରେ ବରଯାତ୍ରୀ କନ୍ୟା ଘର କେଦାରଗୌରୀ ମନ୍ଦିର ଅଭିମୂଖେ ଯାତ୍ରା କରିଥିଲେ । ରାତି ଗୋଟାଏ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । କେବଳ ପାରମ୍ପରିକ ବାଜା ରୋଷଣୀ ସହିତ ବିବାହ ପାଇଁ ଯାଇଥିଲେ ପ୍ରଭୁ ।