ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ତାଲୁକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍କୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଯାଞ୍ଚରେ ଟ୍ରକର ବ୍ରେକ୍ ଫେଲ୍ ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି । ମୁମ୍ବାଇ-ଆଗ୍ରା ଏକ୍ସପ୍ରେସ ହାଇଓ୍ବରେ ଦୁର୍ଘଟଣା ହୋଇଛି । ଟ୍ରକର ବ୍ରେକ୍ ଫେଲ୍ ହେବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଗୋଟିଏ କାର୍ ଓ ଦୁଇଟି ମଟର ସାଇକେଲ୍ ଉପରେ ମାଡିଯାଇଥିଲା । ପରେ ରାସ୍ତା କଡରେ ଥିବା ଏକ ଢାବା ଭିତରକୁ ପଶିଯାଇଥିଲା ଟ୍ରକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଶିରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
PUBGରୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ମହିଳା, ୪ ସନ୍ତାନଙ୍କୁ ଧରି ଆସିଲେ ଭାରତ
ନୂଆଦିଲ୍ଲୀ: ପ୍ରେମ ଦେଖେନି ଜାତି, ଧର୍ମ । ପ୍ରେମ କେତେବେଳେ, କେଉଁ ମୁହୂର୍ତ୍ତରେ ହୋଇପାରେ । ଫେସବୁକ୍, ଇନଷ୍ଟାଗ୍ରାମରୁ ଲୋକେ ପ୍ରେମରେ ପଡୁଥିବା କଥା ଶୁଣିଥିବେ। କିନ୍ତୁ ମାରଧାଡ୍ ବାଲା ଆକ୍ସନ ଗେମ୍ ପବଜିରୁ ପ୍ରେମ.. ତା ପୁଣି ସୀମାପାର ପ୍ରେମ । ଶୁଣିବାକୁ ତାଜୁବ ଲାଗିଲେ ବି ଏହା ସତ । ପବଜୀ ପ୍ରେମରୁ ସତସତିକା ପ୍ରେମରେ ପାଗଳି ହୋଇ ଜଣେ ୪ ପିଲାର ମା’ ପାକିସ୍ତାନରୁ ଭାରତ ଚାଲି ଆସିଛନ୍ତି । ହୁଏତ୍ ଆପଣଙ୍କୁ ଏହା ସିନେମାର କାହାଣୀ ପରି ଲାଗୁଥିବ । କିନ୍ତୁ ସତ ଜୀବନରେ ଘଟିଛି ଏଭଳି ଘଟଣା।
ଗ୍ରେଟର ନୋଏଡାରେ ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । PUBG ଖେଳୁ ଖେଳୁ ପ୍ରେମରେ ପଡିଥିଲେ ପାକିସ୍ତାନର ଏହି ବିବାହିତା ମହିଳା। ସ୍ଥିତି ଏଭଳି ହେଲା ଯେ, ନିଜର ୪ ଶିଶୁକୁ ଧରି ଭାରତରେ ରହୁଥିବା ପ୍ରେମିକ ପାଖରେ ପହଞ୍ଚିଥିଲେ ମହିଳା ଜଣକ। ପ୍ରେମରେ ପାଗଳ ଏହି ମହିଳା ଜଣକ ନେପାଳ ଦେଇ ଚାରି ପିଲାଙ୍କ ସହ ପାକିସ୍ତାନରୁ ଭାରତ ଆସିଲେ। ଏହି ମହିଳାଙ୍କ ବୟସ ୩୦ ବର୍ଷରୁ କମ୍ ହେବ ବୋଲି ସୂଚନା ମିଳିଛି।
ଗ୍ରେଟର ନୋଏଡାର ରବୁପୁରା ସହରର ବାସିନ୍ଦା ସଚିନ୍ ଏକ ତେଜରାତି ଦୋକାନରେ କାମ କରୁଥିଲେ। ତେବେ ସେ ପବଜୀ ଖେଳିବାକୁ ଭଲ ପାଉଥିଲେ। ଏହି ଖେଳ ସମୟରେ ସେ ପାକିସ୍ତାନର ବାସିନ୍ଦା ସୀମା ହୈଦରଙ୍କ ସମ୍ପର୍କରେ ଆସିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ କିଛି ଦିନ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ମହିଳାଜଣକ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଯେ ସେ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ।
ଖାଲି ଏତିକି ନୁହେଁ ଦୁହେଁ ଗ୍ରେଟର ନୋଏଡାରେ କିଛି ଦିନ ଏକାଠି ମଧ୍ୟ ରହିଥିଲେ । ଦୁହେଁ ବିବାହ କରିବାକୁ ସଜବାଜ ହେଉଥିବା ବେଳେ ପୋଲିସକୁ କୌଣସି ସୁତ୍ରରୁ ଖବର ମିଳିଥିଲା । ଦୁହେଁ ହରିୟାଣାର ବଲ୍ଲଭଗଡ଼ ଅଭିମୁଖେ ଯାଉଥିବା ବେଳେ ପୋଲିସ ଦୁହିଁଙ୍କୁ ଅଟକାଇଥିଲା । ତେବେ ପ୍ରେମ ସମ୍ପର୍କ ନା ହନି ଟ୍ରାପ୍, ବିଭିନ୍ନ ଦିଗକୁ ନେଇ ପୋଲିସ ସେମାନଙ୍କୁ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି ।
ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ, କାବୁଲରେ ନିଷିଦ୍ଧ ମହିଳା ବିୟୁଟି ପାର୍ଲର
କାବୁଲ: କିଛିଦିନର ବ୍ୟବଧାନ ପରେ ପୁଣି ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ । କାବୁଲରେ ନିଷିଦ୍ଧ ହୋଇଛି ମହିଳା ବିୟୁଟି ପାର୍ଲର । ଏନେଇ ସୂଚନା ଦେଇଛନ୍ତି ଭାଇସ ଆଣ୍ଡ ଭର୍ଚ୍ୟୁ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଅକିଫ ମହାଜର । କାବୁଲରେ ଥିବା ସମସ୍ତ ମହିଳା ବ୍ୟୁଟି ପାର୍ଲର ବନ୍ଦ କରିବା ସହ ସମସ୍ତଙ୍କ ଲାଇସେନସ୍ ରଦ୍ଦ ଲାଗି ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଦେଶରେ ପୁରୁଷମାନଙ୍କୁ ବର୍ତ୍ତମାନ କାମ ମିଳୁନାହିଁ । ଫଳରେ ମହିଳାମାନେ ବିୟୁଟି ପାର୍ଲର ସମେତ ଅନ୍ୟାନ୍ୟ ସ୍ଥାନରେ କାମ କରି ପରିବାର ପୋଷଣ କରିଥାନ୍ତି । ମାତ୍ର ବିୟୁଟି ପାର୍ଲର ବନ୍ଦ ହୋଇଯିବା ପରେ ମହିଳାମାନେ ଗଭୀର ସମସ୍ୟାର ସମ୍ମୁଖୀନ ହେବେ ବୋଲି ବିଭିନ୍ନ ମହଲରୁ କୁହାଯାଇଛି । ସ୍କୁଲ ଓ ବିଶ୍ବବିଦ୍ୟାଳୟ, ଏନଜିଓ ସଂସ୍ଥା, ପାର୍କ, ସିନେମା, ଆମୋଦ ପ୍ରମୋଦ ସ୍ଥଳକୁ ଯିବା ନେଇ ବାଳିକା ଓ ମହିଳାଙ୍କ ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏବେ ପାର୍ଲର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି ତାଲିବାନ । ତାଲିବାନର ଏହି ନିର୍ଦ୍ଦେଶନାମାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଆକ୍ରମଣର ଶିକାର ହେଲେ ବରାଙ୍ଗ ଗାଁର ନିତ୍ଯାନନ୍ଦ ମହାନ୍ତ । ଗୁରୁତର ଆହତ ବୃଦ୍ଧଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଜଙ୍ଗଲ ନିକଟକୁ ଗାଁର ୩୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତା’ର ଦୁଇ ଛୁଆଙ୍କୁ ଧରି ଫେରୁଥିବା ବେଳେ ଛତୁ ଗୋଟାଳିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଭାଲୁକୁ ଦେଖି ଅନ୍ଯମାନେ ଦୌଡି ପଳାଇଥିବେଳେ ନିତ୍ଯାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ ।

