spot_img
Home Blog Page 3147

ଜଣାପଡ଼ିଲା ବାହାନଗା ରେଳ ଦୁର୍ଘଟଣାର କାରଣ

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା । ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ରିପୋର୍ଟରୁ ଜଣାପଡିଛି । ସିଗନାଲ ଓ ଟେଲି କମ୍ୟୁନିକେସନ ବିଭାଗର ତ୍ରୁଟି ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । କେବଳ ଟେକନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି ।  ଦୁର୍ଘଟଣା ପଛରେ ଯଦି କୌଣସି  ଷଡ଼ଯନ୍ତ୍ର ହୋଇଥାଏ, ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅନ୍ୟପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାର ମାସକ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି । ଅନୀଲ କୁମାର ମିଶ୍ରଙ୍କୁ ନୂଆ ନିଯୁକ୍ତି ଦେଇଛି କ୍ୟାବିନେଟ କମିଟି ।

ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ହେବା ପୂର୍ବରୁ ଅର୍ଚ୍ଚନା ପର୍ଯ୍ୟଟନ, ରେଳ ମନ୍ତ୍ରାଳୟ, ରେଲୱେ ବୋର୍ଡର ସଦସ୍ୟ ଭାବେ କାମ କରିଛନ୍ତି । ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

ଖୁବଶୀଘ୍ର ଆସିବ ବିଶ୍ବର ପ୍ରଥମ ଉଡନ୍ତା କାର୍, ଜାଣନ୍ତୁ କେତେ ରହିଛି ଦାମ୍?

ଓ୍ବାସିଂଟନ: ଖୁବଶୀଘ୍ର ଆସିବ ଉଡନ୍ତା କାର୍ । ଆକାଶରେ ଉଡିବା ସହ ରାସ୍ତାରେ ମଧ୍ୟ ଚାଲିବ ବିଶ୍ବର ଏହି ପ୍ରଥମ ଉଡନ୍ତା କାର୍ । ଆମେରିକା ସରକାର ଏହି ଆଲେଫ ମଡେଲ ଏ କାରକୁ ମଞ୍ଜୁରି ଦେଇଛନ୍ତି । କାର୍ଲିଫର୍ଣ୍ଣିଆର ଆଲେଫ ଏରୋନେଟିକ୍ସ କମ୍ପାନୀ ଏହି କାରକୁ ନର୍ମାଣ କରିଛି  ।

କାର୍ ଉଡାଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଉଡାଣ ପାଇଁ ସାର୍ଟିଫିକେଟ ଦେଇଛି ।  ଏହି କାରକୁ ଥରେ ଚାର୍ଜ  କଲେ ୩୭୭ କିଲୋମିଟର ଚାଲିବା ସହ ୧୭୭ କିମି ଆକାଶରେ ଉଡିବ । ଏହି ଉଡନ୍ତା କାରରେ ୨ ଜଣ ବସିପାରିବେ। କାରର୍ ମୂଲ୍ୟ ରହିଛି ୨. ୪୬ କୋଟି । ଗାଡିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

୨୦ରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ । ୨୩ ଦିନ ଧରି ଗୃହ ଚାଲିବ । ନୂଆ ସଂସଦ ଭବନରେ ବସିବ ମୌସୁମୀ ଅଧିବେଶନ । ମେ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟିତ ହୋଇଥିଲା ।

ମୌସୁମୀ ଅଧିବେଶନ ନେଇ କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଏଥର ବି ସରଗରମ ରହିବ ସଂସଦ । ବିରୋଧୀ ଆମ ଆଦମୀ ପାର୍ଟି ଜୋରଦାର ବିରୋଧ କରିପାରେ । ଅନ୍ୟ ବିପକ୍ଷ ଦଳ ମଧ୍ୟ ଆମ ଆଦମୀ ପାର୍ଟିକୁ ସହଯୋଗ କରିପାରନ୍ତି ।

ଏଥର ସଂସଦରେ ୟୁସିସି ବିଲ୍  ଉପସ୍ଥାପନ ହୋଇପାରେ । ଅନ୍ୟାନ୍ୟ ବିଲ୍ ହୋଇପାରେ ପାରିତ । ୟୁସିସି ବା ସମାନ ନାଗରିକ ସଂହିତା ବିଲ୍‌ ଉପରେ ହଙ୍ଗାମା ହେବାର ସମ୍ଭାବନା ଅଛି । ସମାନ ନାଗରିକ ସଂହିତା ବିଲ୍ ନେଇ ଆସନ୍ତା ୩ ତାରିଖରେ ରାୟ ଜାଣିବାକୁ ସଂସଦୀୟ ସ୍ଥାୟୀ ସମିତି ବୈଠକ ଡାକିଛି ।

ବିଜେଡି ନେତା ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ

ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର । ସେ ହରିଦ୍ବାର ଖସି ପଳାଇ ଯାଉଥିବା ବେଳେ ତାଙ୍କୁ ବ୍ରଜରାଜନଗର ରେଳଷ୍ଟେସନରୁ ଗିରଫ କରିଛି ପୋଲିସ ।

ଗତ ମାସ ୨୦ ତାରିଖ ସଂଧ୍ୟାରେ ଲଳିତମୋହନ ଓ ରାମକୃଷ୍ଣଙ୍କ ଭିତରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ନିଜ ବୁଲେଟରେ ଲଳିତମୋହନ ଖମାରୀଗାଁ ଫେରୁଥିବା ବେଳେ, ଖୁବ୍ ଜୋରରେ କାରରେ ଆସି ରାମକୃଷ୍ଣ ଲିଳିତଙ୍କ ବୁଲେଟକୁ ଧକ୍କା ଦେଇଥିଲେ । ଫଳରେ ଲଳିତମୋହନ ରାସ୍ତାକଡ଼ରେ ଥିବା ଏକ ନଡ଼ିଆ ଗଛରେ ପିଟି ହେବା ସହ ଗୁରୁତର ହୋଇ ପଡିଥିଲେ ।

ହସପିଟାଲରେ ପହଞ୍ଚିବା ପରେ ଲଳିତମୋହନଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟାଇ ସେଦିନ ଠାରୁ ଅଭିଯୁକ୍ତ ରାମକୃଷ୍ଣ ଫେରାର ହୋଇଯାଇଥିଲେ । ଗଲା ୨୬ ତାରିଖ ଦିନ ବ୍ରହ୍ମପୁର ଷ୍ଟେସନ ନିକଟରେ କାର ଛାଡ଼ି ସେ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ସେଦିନ ଠାରୁ ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଥିଲା ପୋଲିସ୍ । ଦିଗପହଣ୍ଡି ବ୍ଲକ ଖମାରିର  ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ଓ ହତ୍ୟାକାଣ୍ଡ ସମସ୍ତ ତଥ୍ଯ ପ୍ରଦାନ ଦାବିରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦିଗପହଣ୍ଡି ବ୍ଲକ ବିଜେଡ଼ିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।

ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା, ଆଉ ୨ ସ୍ଥାନକୁ ଉଡିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍ ।

ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାରିଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସ୍ ଜେଟ ପ୍ରସ୍ତାବ ଦେଇଥିଲା । ଯାହାକୁ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ । ୪ଟି ସହରକୁ ବିମାନ ସେବା ଆରମ୍ଭ ହେଉଥିବାରୁ ଖୁସ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।

ଝାରପଡ଼ା ଗୁଳିମାଡ଼ ଘଟଣା, ବିଜେପି ନେତା ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ବର: ଝାରପଡ଼ା କରପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା । ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା । ପ୍ରଭାତଙ୍କୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୋଲିସ । ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା ।

ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି  । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି  ପ୍ରଭାତଙ୍କ ଅନ୍ୟତମ ସହଯୋଗୀ ଅମିତ ମାର୍ଥାଙ୍କୁ ମଧ୍ୟ ଉଠାଇନେଇଛି ପୋଲିସ । ପ୍ରଭାତଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ ।

ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗଲାଣି ୧୨ ଜଣଙ୍କ ଜୀବନ

ଗାନ୍ଧିନଗର: ଗୁଜରାଟରେ ବର୍ଷା ବିତ୍ପାତ । ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଗଲାଣି ୧୨ ଜଣଙ୍କ  ଜୀବନ । ପ୍ରବଳ ବର୍ଷାରେ ବେହାଲ ହୋଇଛି ଗୁଜରାଟ । ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ, ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର । ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସଡ଼କ ପାଲଟିଛି ସମୁଦ୍ର ।

ଅହମ୍ମଦାବାଦ, ସୌରାଷ୍ଟ୍ର ଓ ନର୍ଥ ଗୁଜରାଟର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଛି । ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓ୍ବାଟର ଲଗିଂ ଯୋଗୁ ଅନେକ ଗାଡ଼ିମୋଟର ପାଣିରେ ବୁଡ଼ି ରହିଛି । ସେପଟେ ମହାରାଷ୍ଟ୍ରରେ ବି ମୂଷଳଧାରାରେ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ସାଉଥ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ କରିଛି । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

୬୬ ଗେଟ ଖୋଲିଦେଲା ଛତିଶଗଡ଼, ବଢି ଚାଲିଛି ହୀରାକୁଦ ଜଳସ୍ଥର

ଭୁବନେଶ୍ବର: ଛତିଶଗଡ଼ କଲମlର ସମସ୍ତ ୬୬ ଗେଟ୍ ଖୋଲିଦେଲା ପରେ ଦୃତ ଗତିରେ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର l ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୧ଲକ୍ଷ ୧୩ହଜାର ୬୭୮ ଘନଫୁଟ ପାଣି ପ୍ରବେଶ କରୁଛି l ବିଭିନ୍ନ କେନାଲ ଦେଇ ୩୦,୫୫୫ ଘନଫୁଟ ଜଳ ନିଷ୍କାସିତ ହେଉଛି l ହୀରାକୁଦର ବର୍ତମାନ ଜଳସ୍ତର ୬୦୫.୧୫ ଫୁଟରେ ପହଞ୍ଚିଛି ।

ଗୁଳିମାଡ଼ ଘଟଣାକୁ ବିତିଲା ୪୮ ଘଣ୍ଟା, ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ଫେରାର

ଭୁବନେଶ୍ବର: ଝାରପଡା ଅଞ୍ଚଳରେ ଗୁଳିମାଡ଼ ଘଟଣାକୁ ବିତିଲା ୪୮ ଘଣ୍ଟା । ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ଏବେବି ଫେରାର ଅଛନ୍ତି । ସେ ରାଜ୍ୟ ଛାଡି ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ବିଜେପି ପ୍ରଭାଵଶାଳୀ ନେତାଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ  । ପୂର୍ବରୁ ପ୍ରଭାତଙ୍କ ୨ ବଡ଼ିଗାର୍ଡଙ୍କୁ ଗିରଫ କରାଯାଇଛି  । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି  । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି  । ପ୍ରଭାତଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ ।

ସବୁ ପରିବା ଶହେ ପାଖାପାଖି, ୫ଶହ ଟଙ୍କାରେ ବି ଫୁଲ୍ ହେଉନି ବ୍ୟାଗ୍

ଭୁବନେଶ୍ବର: ହୁ ହୁ ହୋଇ ବଢ଼ୁଛି ପରିବା ଦର । ପ୍ରାୟ ସବୁ ପରିବାର ଦାମ୍ ଆକାଶ ଛୁଆଁ । ଗ୍ରହକଙ୍କ ପକେଟକୁ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର । ଫୁଲ କୋବି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ବାଇଗଣ ଦର ୫୦ ଟଙ୍କା ।  ପୋଟଳ, କଦଳୀ ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ମାଟି ଆଳୁ ୧୨୦, ଅଦା ୨୮୦, ରସୁଣ ୧୫୦, ଭେଣ୍ଡି ୫୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି ।

ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି ।