spot_img
Home Blog Page 3148

ସବୁ ପରିବା ଶହେ ପାଖାପାଖି, ୫ଶହ ଟଙ୍କାରେ ବି ଫୁଲ୍ ହେଉନି ବ୍ୟାଗ୍

ଭୁବନେଶ୍ବର: ହୁ ହୁ ହୋଇ ବଢ଼ୁଛି ପରିବା ଦର । ପ୍ରାୟ ସବୁ ପରିବାର ଦାମ୍ ଆକାଶ ଛୁଆଁ । ଗ୍ରହକଙ୍କ ପକେଟକୁ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର । ଫୁଲ କୋବି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ବାଇଗଣ ଦର ୫୦ ଟଙ୍କା ।  ପୋଟଳ, କଦଳୀ ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ମାଟି ଆଳୁ ୧୨୦, ଅଦା ୨୮୦, ରସୁଣ ୧୫୦, ଭେଣ୍ଡି ୫୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି ।

ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି ।

ଆଜି ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯୁବଶକ୍ତି ପାଇଁ ନୂଆ ସୁଯୋଗ । ରାଜ୍ୟରେ ଚାଲିଛି ନିଯୁକ୍ତି ପର୍ବ । ୨୦୯ ନବ ନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ନିଷେଧ ଦ୍ବାରା ୧୪ହଜାର ୨୨୮ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ ।

୨୧ କୋଟି ୩୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ ୫ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

https://youtu.be/WKzWVDKi8YM

ଟ୍ରକ୍ ମାଡ଼ିଯାଇ ୪୮ ଲୋକଙ୍କ ମୃତ୍ୟୁ, କାର୍ ବାଇକ୍ ଭାଙ୍ଗି ଚୁରମାର୍

ନାଇରୋବି: କେନିଆରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ବଜାରରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ପ୍ରାୟ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବହୁ କାର ଓ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ, ୫ ଆହତ

ସମ୍ବଲପୁର: ସମ୍ବଲପୁରରେ ଓଏସଆରଟିସି ବସ ଦୁର୍ଘଟଣା l ଜମନକିରା ଥାନା ବାଇପାସ ରାସ୍ତାରେ  କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା OSRTC ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l

ରାସ୍ତା କଡରେ ପୂର୍ବରୁ  ଛିଡାହୋଇ ଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍‌ l ବସ ଚାଳକ ଗୁରୁତର ଥିବା ବେଳେ ପ୍ରାୟ ୫ ଜଣ ଆହତ l ଆହତଙ୍କୁ  ଜମନକିରା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ 2ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୧୫ ଫୁଟ ତଳକୁ ଖସିଲା କାର୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗି ବାଇପାସ୍ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତାକଡ ୧୫ଫୁଟ ଖାଲକୁ ଗଳିପଡ଼ିଲା କାର । ଅଳ୍ପକେ ବଞ୍ଚିଗଲା ୬ ଜୀବନ । ଆସିକା ଖଲିକୋଟ ଅଂଚଳର ବ୍ୟବସାୟୀ ଅଶ୍ୱନୀ କୁମାର ବିଶୋଇ ସପରିବାର ପୁରୀରୁ ଜାଗା ଦର୍ଶନ ସାରି ଫେରୁଥିଲେ ଆସିକା। କାରରେ ମୋଟ ୬ ଜଣ ଯାତ୍ରୀ ଥିଲେ ।

୩ ମହିଳା, ୨ପୁରୁଷ ଓ ଜଣେ ଶିଶୁ । ୩ଜଣ ଗୁରୁତର ଥିବା ବେଳେ ୩ ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଗୁରୁତର ମାନେ ହେଲେ ନମିତା ପ୍ରଧାନ, ଅର୍ଚିତା ବିଶୋଇ, ସୁଦିପ୍ତ ନାରାୟଣ  ବିଶୋଇ ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଅଜଣା ଗାଡି ଧକ୍କାରେ ୨ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ ।

ଭୂତମୁଣ୍ଡାଇରୁ ଜୟଚନ୍ଦ୍ରପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଉଭୟଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ମାର୍ଶାଘାଇ ଥାନାଧିକାରୀ ଏବଂ ମହାକାଳପଡା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଲେ ୯ ମେସିନ

ରାୟଗଡ଼ା: ରାୟଗଡାରେ ଲାଲବାହିନୀର ଲଙ୍କାକାଣ୍ଡ । ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଲାଲତାଣ୍ଡବ ରଚିଛନ୍ତି ଲାଲବାହିନୀ । କ୍ରସରରେ ଥିବା ଦୁଇଟି ପ୍ରୋକଲିନ, ୫ଟି ହାଇଓ୍ବା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ମାଓବାଦୀ ।

ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ଏଭଳି କାଣ୍ଡ ଘଟାଇଛନ୍ତି । କ୍ରସର କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡାଇ ନେଇଯାଇଛନ୍ତି ମାଓବାଦୀ । ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଜଣାପଡିଛି । ପୋଷ୍ଟରରେ ୫ଟି ଦାବି ରଖିଥିଲେ ମାଓବାଦୀ । ଦାବି ମଧ୍ୟରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା, କ୍ରସର ଲାଗ ବାୟୁ ପ୍ରଦୂଷଣ, କ୍ରସରରୁ ବହୁ ମାତ୍ରାରେ ଶବ୍ଦ ବାହାରିବା ଭଳି ଦାବି ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ମୁନିଗୁଡା ପୋଲିସ୍ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଫାଟିଲା ବସ୍ ଚକା, ନିଆଁ ଲାଗି ଜୀଅନ୍ତା ଜଳିଗଲେ ୨୫ ଯାତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ଅଭାବନୀୟ ଘଟଣା । ଚକା ଫାଟି ଓଲଟିଗଲା ଯାତ୍ରୀବାହୀ ବସ୍ । ବସ୍‌ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍‌ରେ ହଠାତ ଲାଗିଥିଲା ନିଆଁ । ବସ୍‌ଟି ୩୩ ଜଣ ଯାତ୍ରୀଙ୍କୁ ନେଇ  ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା ।

ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ ,ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଓଲଟିଯାଇ ନିଆଁ ଲାଗିଯାଇଥିବା  ସେ କହିଛନ୍ତି । ଦୁର୍ଘଟଣାରେ ୮ ଯାତ୍ରୀ ଗରୁତର ଆହତ ହୋଇଛନ୍ତି ।ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଏକ୍ସପ୍ରେସଓ୍ବେରେ ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା।

ଆଜିଠୁ ଆରମ୍ଭ ଅମରନାଥ ଦର୍ଶନ: ଦିବ୍ୟ ଦର୍ଶନ ଦେବେ ମହାଦେବ

ଜାମ୍ମୁ କାଶ୍ମୀର: ଆଜିଠୁ ଆରମ୍ଭ ହେବ ଅମରନାଥ ଦର୍ଶନ । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ବୋଲ ବମ୍, ହର ହର ବମ୍ ନାରା ଦେଇ ଅମରନାଥ ପୀଠକୁ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ  ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା ।

ଆଜି ରସଗୋଲା ଦିବସ, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା ସମସ୍ତଙ୍କର ପ୍ରିୟ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ନୀଳାଦ୍ରିବିଜେ ଦିନ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ନୀଳାଦ୍ରିବିଜେ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଆସିଛି । ଏହାସହ ପ୍ରତିବର୍ଷ ଚତୁର୍ଦ୍ଧାମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ରସଗୋଲାକୁ ନେଇ ଆଜି ରାଜଧାନୀରେ ମଧ୍ୟ ବ୍ୟପକ ଆୟୋଜନ କରାଯାଉଛି ।