spot_img
Home Blog Page 3190

ଓଡିଶାରେ ପହଞ୍ଚିଲେ ନୀତିଶ କୁମାର, ନବୀନ ନିବାସରେ ଚାଲିଛି ଆଲୋଚନା

ଭୁବନେଶ୍ବର: ଜାତୀୟ ରାଜନୀତିରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା । ଓଡିଶା ଆସି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଭୁବନେଶ୍ବର ବିମାନବନ୍ଦରରେ ନୀତିଶ କୁମାରଙ୍କୁ ସ୍ବାଗତ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ସଂଘୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସାରା ରାଜନୈତିକ ଜୀବନରେ ନବୀନ ସାଜିଛନ୍ତି ପଥ ପ୍ରଦର୍ଶକ । ନବୀନ ଓ ନୀତୀଶଙ୍କ ସାକ୍ଷାତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ନବୀନଙ୍କ ସହ ନୀତିଶ କ’ଣ ଆଲୋଚନା କରିବେ, ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହାପୂର୍ବରୁ ମଧ୍ୟ ନୀତୀଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ୩ ମାଓବାଦୀ ନିହତ

କଳାହାଣ୍ଡି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା  । ସର୍ଚ୍ଚ ଅପରେସନ ସମୟରେ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଏମ.ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଜଣେ ପୋଲିସ ଡିଏସପି ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଏମ.ରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତ ଡିଏସପିଙ୍କୁ ବଲାଙ୍ଗୀର ଭାମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବ୍ରହ୍ମକୁମାରୀ ଭଉଣୀଙ୍କୁ ଉଠାଇ ନେଇ ମାଡ ଅଭିଯୋଗ, ଆଶ୍ରମ ପାଇଁ ବିବାଦ

ବାଙ୍କୀ: ବ୍ରହ୍ମକୁମାରୀ ଆଶ୍ରମ ଭଉଣୀଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ଅଭିଯୋଗ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡ଼ାରେ ଏହି ଘଟଣା ଘଟିଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଆଶ୍ରମ ନିର୍ମାଣ ପାଇଁ ସ୍ଥାନ ନିରୁପଣକୁ ନେଇ ଏହି ଘଟଣା ଘଟିଛି । ଆଶ୍ରମର ଭାରତୀ ତ୍ରିପାଠୀ ନାମକ ଜଣେ ଭଉଣୀ ଆଶ୍ରମ ଗୃହ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଗୋଟିଏ ପରବାର ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭାରତୀଙ୍କୁ ଏକୁଟିଆ ଦେଖି ପୂର୍ବରୁ ଛକି ରହିଥିବା ଗୋଟିଏ ପରିବାରର ସଦସ୍ୟ ବଳପୂର୍ବକ ତାଙ୍କୁ ଉଠାଇନେଇ ଏକ ଘରେ ବନ୍ଦ କରିଦେଇଥିଲେ । ସେଠାରେ ଦଉଡ଼ିରେ ହାତଗୋଡ଼ ବାନ୍ଧି ତାଙ୍କୁ ପ୍ରବଳମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଉ ଜଣେ ଭଉଣୀ ବନ୍ଧା ଅବସ୍ଥାରେ ଭାରତୀଙ୍କୁ ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଭାରତୀଙ୍କୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବାଙ୍କୀ ଥାନାରେ ଏନେଇ ଅଭିଯୋଗ ହୋଇଛି ।

ପରିବା ଦୋକାନୀର ଜଘନ୍ୟ କାଣ୍ଡ, ଘରୁ ଡାକି ନେଇ ଦୁଷ୍କର୍ମ

ଭୁବନେଶ୍ବର: ପିଶାଚ ପରିବା ଦୋକାନୀର ଜଘନ୍ୟ କାଣ୍ଡ। ବରା ଖାଇବାକୁ ଡାକି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ଦୁଷ୍କର୍ମକାରୀ ଫେରାର ହୋଇଯାଇଛି । ପୀଡିତାର ବାପା ଜଣେ ଦିନ ମଜୁରିଆ, ମା’ ଦୃଷ୍ଟିବାଧିତ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ଘର ଭିତରକୁ ଫିଙ୍ଗିଲେ ପେଟ୍ରୋଲ କଲେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର

କେନ୍ଦୁଝର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ବୋମାମାଡ କଲେ ଦୁର୍ବୃତ୍ତ । ଘରର ଆସବାବପତ୍ର ଜଳିଯଯିବା ସହ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ଗାଁ ପୁଢେଇଝୋଳ ସାହିରେ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ପେଟ୍ରୋଲ୍ ଓ ବୋମାମାଡ଼ କରାଯାଇଛି।

ଗାଁର କାର୍ତ୍ତିକ ନାୟକଙ୍କ ପୁଅ ସୋମନାଥ ନାୟକଙ୍କ ଶୋଇବା ଘରର ଝରକା ଦେଇ କେହି ଦୁର୍ବୃତ୍ତ ପାଇପ୍ ଓ ଫନେଲ୍ ସାହାଯ୍ୟରେ ପେଟ୍ରୋଲ୍ ପକାଇବା ପରେ ବୋମା ଫିଙ୍ଗି ଦେଇଥିଲେ । ସୌଭାଗ୍ୟକୁ ସୋମନାଥ ଘର ଭିତରେ ନ ଶୋଇ ବାହାରେ ଶୋଇଥିଲେ। ତାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଘରର ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଛି। ପୋଲିସର ତଦନ୍ତ ଜାରି ରହିଛି ।

ପୋଲରୁ ୫୦ ଫୁଟ ତଳକୁ ଖସିଲା ବସ, ୩ ଶିଶୁଙ୍କ ସମେତ ୧୫ ମୃତ

ଭୋପାଳ: ପୋଲ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇ ଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ସୂଚନା ମିଳିଛି  । ମଧ୍ୟପ୍ରଦେଶ ଖରଗୋନରେ ଅସାବଧାନତାରୁ ପୋଲରୁ ତଳକୁ ଖସିପଡ଼ିଲା ବସ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେହିପରି ଗୁରୁତରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।

ବସ ଧକ୍କାରେ ଝିଅ ମୃତ, ବାପା ଗୁରୁତର

ବଲାଙ୍ଗୀର: ଅଧାରେ ରହିଗଲା ଆଧାର କାର୍ଡ ତିଆରି କରିବା । ବଲାଙ୍ଗୀର ପୁଇଁତଲା ତହସିଲ ଅଫିସ ସାମ୍ନାରେ ବାଇକକୁ ପିଟିଲା ବସ୍ । ଘଟଣାସ୍ଥଳରେ ପୁଇଁତଳା ବ୍ରାହ୍ମଣୀପାଳିର ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରେଖା ପାାଣ୍ଡେ । ବାପା ଓ ବଡ଼ ଭଉଣୀ ସହ ବାଇକରେ ଆଧାର କାର୍ଡ ତିଆରି କରିବାକୁ ତହସିଲ ଅଫିସ ଯାଇଥିଲେ ।

ତହସିଲ ଅଫିସ ସାମ୍ନାରେ ଠିଆ ହୋଇଥିବା ହେଲେ ଦ୍ରୁତ ଗତିରେ ଆସୁଥିବା ଗଣପତି ବସ୍ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷା଼ଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନାବାଳିକା ରେଖା ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ବଡ଼ ଭଉଣୀ ଶିଖା ଓ ବାପା ବିଣାପାଣୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କ୍ଷତିପୂରଣ ଦାବିରେ ଗଇଁତଲା ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।

ନୂଆପଡାରେ ଅସୁସ୍ଥ କଲରାପତରିଆର ମୃତ୍ୟୁ, ମାସେ ପୂର୍ବରୁ ଉଦ୍ଧାର ହୋଇଥିଲା

ନୂଆପଡା: ଅସୁସ୍ଥ କଲରାପତରିଆର ମୃତ୍ୟୁ । ନୂଆପଡା ବନବିଭାଗ କାବୁ କରି ଥିବା ଅସୁସ୍ଥ କଲରିଆପତରିଆ ବାଘର ମୃତ୍ୟୁ ହୋଇଛି । ଗତ ଏପ୍ରିଲ ୧୬ ତାରିଖରେ ନୂଆପଡା ରେଞ୍ଜର ଧରମବନ୍ଧା ସେକ୍ସନ ସିଲିଆରି ବାହାରା ଗାଁରୁ ଅସୁସ୍ଥ କଲରା ପତରିଆକୁ ବନବିଭାଗ କାବୁ କରି ନୂଆପଡା ରେଞ୍ଜ ଅଫିସରେ ଚିକିତ୍ସା କରୁଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରରେ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବନବିଭାଗ ।

ଛିନତାଇ ଘଟଣାର ହେବ ଟିଆଇ ପରେଡ଼, ସହଜରେ ମିଳିବନି ଜାମିନ

ଭୁବନେଶ୍ବର: ଲୁଟେରା କହିବ ଲୁଟର ସତ । ଛିନତାଇ ଘଟଣାର ହେବ ଟିଆଇ ପରେଡ଼ । ପ୍ରପର୍ଟି ଅଫେନ୍ସ ଘଟଣାରେ ଥାନାଧିକାରୀ ଓ ଆଇଓଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିନା ଟିଆଇ ପରେଡ଼ରେ ହସ୍ତାନ୍ତର ହେବନି ଜବତ ସାମଗ୍ରୀ । ଯାହାକି ବିଚାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଭଳି ଟିଆଇ ପରେଡ କରାଯିବା ଦ୍ବାରା ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ । ଟିଆଇ ପରେଡ଼ ନହେବାରୁ ଜବତ ସାମଗ୍ରୀ ଅଦଳବଦଳ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଦ୍ୱାରା ଦଣ୍ଡବିଧାନ ହାର ମଧ୍ୟ ବଢିବ ।

ପଣସ ଖାଇବାକୁ ଆସି ଫସିଲା ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ

ଅନୁଗୋଳ: ଫସାଇ ଦେଲା ପଣସ ଲୋଭ । ପଣସ ଖାଇବାକୁ ଆସି ଫସିଲା ହାତୀ । ଅନୁଗୋଳ ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପଣସ ଖାଇବାକୁ ଆସିଥିବା ବେଳେ ଦୁଇ ଗଛ ମଝିରେ ହାତୀଟି ଫସି ରହିଛି ।

ହାତୀ ଉଦ୍ଧାର ପାଇଁ ବନ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି  । ଆହତ ଥିଲେ ଟ୍ରାଙ୍କୁଲାଇଜ କରି ହାତୀ ଚିକିତ୍ସା କରାଯିବ ବୋଲି ଅନୁଗୋଳ DFO ସୂଚନା ଦେଇଛନ୍ତି ।