ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି କମିବାର ନାଁ ନେଉ ନାହିଁ । ଦିନ ପ୍ରତିଦିନ ରାଜ୍ୟରେ ଗରମ ବଢ଼ିଚାଲିଛି । ଅନ୍ୟପକ୍ଷରେ ମୌସୁମୀ ଆସିଲେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଥିବା ବେଳେ ଏହା ବିଳମ୍ବ ହେଉଛିି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସୋନପୁର । ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ହୀରାକୁଦରେ ୪୫.୧ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଭୁବନେଶ୍ବରରେ ବି ବର୍ଷିଛି ନିଆଁ । ରାଜଧାନୀ ଭୁବନେଶ୍ବରର ଆଜିର ତାପମାତ୍ରା ରହିଛି ୪୪.୩ ଡିଗ୍ରୀ । ସେହିପରି କଟକରେ ୪୨.୧ ଡିଗ୍ରୀ ତାତି ରୋକର୍ଡ ହୋଇଛି । ରାଜ୍ୟର ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୨୮ ସହରର ପାରଦ ।
ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ମୃତ୍ୟୁ ପୂର୍ବରୁ କାନ୍ଦି କାନ୍ଦି ପ୍ରେମିକାଙ୍କୁ ଏମିତି କିଛି ନିବେଦନ କରିଥିଲେ….
ଭୁବନେଶ୍ୱର: ଭୁବନେଶ୍ବରରେ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ । ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ । ଛାତି ଫଟାଇ ଚିତ୍କାର କରି କାନ୍ଦିଥିଲେ ଆଜେକ୍ସ । ମୋ ଜୀବନ ଫେରେଇ ଦିଅ । ତମେ ଉପହାର ଦେଇଥିବା ବ୍ଳାକ ସାର୍ଟ ପିନ୍ଧି ଯାଉଛି । ତମ ସହ ଶେଷ ଦେଖା କରିବାକୁ ଚାହୁଁଛି । ମୋ ଦେହ ଜଳିବା ପୂର୍ବରୁ ଥରେ ମେତେ ଦେଖିବ… ଏଥିଲା ଆଜେକ୍ସଙ୍କ ଶେଷ ଅଡିଓ ଓ ଭିଡିଓ । ଫ୍ୟାନରେ ବେଡସିଟ ଲଗାଇଛନ୍ତି । କାନ୍ଦି କାନ୍ଦି ଭିଡିଓ କରି ପ୍ରେମିକା ଦେଇଥିବା ସାର୍ଟ ପିନ୍ଧି ଝୁଲି ପଡିଛନ୍ତି ।
ଏହି ଏଭିଡିଓ ଦେଖିବା ପରେ ଜନ୍ମ କଲା ମାଆର ଆଖିରି ଲୁହ ଝରି ଆସିଛି । ପୁରୁଣା କଥାକୁ ମନେ ପକାଇ ପୁଅକୁ ଝୁରୁଛନ୍ତି । ବାହୁନି ବାହୁନି କାନ୍ଦୁଛନ୍ତି ଆଜେକ୍ସଙ୍କ ମା’ । ପ୍ରେମିକା ଓ ପୁରୁଷ ବନ୍ଧୁ ପଅକୁ ମିଶି ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ୫ ଭଉଣୀରେ ଗୋଟେ ଭାଇ । ବାଲିଯାତ୍ରା ପଡିଆରେ ପ୍ରେମିକାଙ୍କୁ ବୋହୂ କରିବାକୁ ମାଆକୁ କହିଥିଲେ ଆଜେକ୍ସ । ତାର କିଛି ଦିନ ପରେ ଶ୍ରୀମନ୍ଦିରରେ ଶିନ୍ଦୁର ଦେଇଥିଲେ ପ୍ରେମିକାକୁ ବିବାହ କରିଥିଲେ । ହେଲେ ଆଜେକ୍ସଙ୍କୁ ନୁହଁ ତାଙ୍କ ଟଙ୍କାକୁ ଭଲ ପାଉଥିଲା ପ୍ରେମିକା ବୋଲି ଅଭିଯୋଗ କରିଛନ୍ତି ମା’ । ଆସନ୍ତାକାଲି ଆଜେକ୍ସଙ୍କ ମୃତ୍ୟୁ ପୁରିବ ୩ ମାସ । ଆଜେକ୍ସଙ୍କ ଡିଜେ ରୁମ ଧୂଳି ଧୂସର ହୋଇ ପଡିଛି । କାନ୍ଥରେ ଲାଗିଥିବା ଫଟୋର ଫୁଲ ମାଳ ଶୁଖି ଯାଇଛି ।
ଆଜେକ୍ସଙ୍କ ଚେୟାର ବି ଖାଲି ପଡିଛି । ମାଆ ମନ ବୁଝୁନି ମଝିରେ ମଝିରେ ତାଙ୍କ ରୁମକୁ ଯାଇ ଡିଜେ ମେସିନକୁ ଆଣ୍ଡାଳି ଦେଉଛନ୍ତି । ଅଫେରା ରାଇଜକୁ ଚାଲି ଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ଅବୁଝା ମା । ସେପଟେ ପୁଅକୁ ନ୍ୟାୟ ପାଇଁ ପରିବାର ଲୋକ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଆଜେକ୍ସ ମୃତ୍ୟୁ ମାମଲାରେ ଖାରବେଳ ନଗର ଥାନା ପୋଲିସ ହାତରେ ଡିଜିଟାଲ ପ୍ରମାଣ ଲାଗିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦଫା ୩୦୨ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଆଜେକ୍ସଙ୍କ ପ୍ରେମିକା, ପରୁଷବନ୍ଧୁ ଓ ଆଉ ଜଣେ ବାନ୍ଧବୀଙ୍କୁ ପଚରାଉଚରା କରିଛି ପୋଲିସ ।
ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର
କାର୍ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ
କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଅଭାବନୀୟ ଘଟଣା । କାର୍ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ବାଇଁଙ୍କ ଘର ସମ୍ମୁଖରେ କାର୍ ଥିଲା । ସୁବାସଙ୍କ ପାଞ୍ଚ ବର୍ଷର ପୁଅ ସତ୍ୟବ୍ରତ କାର୍ ଚାବି ଆଣି ଡୋର୍ ଖୋଲି ଗାଡ଼ି ଭିତରେ ପଶିଥିଲା । ଅସହ୍ୟ ଗରମ ହେତୁ ଶିଶୁଟି ସେଇ କାର୍ ମଧ୍ୟରେ ପଡ଼ିଯାଇଥିଲା ।
ଘର ଲୋକ ବହୁ ଖୋଜାଖୋଜି ପରେ ଦିନ ପ୍ରାୟ ଦୁଇଟା ସମୟରେ ଶିଶୁଟିକୁ ଅଚେତ ଅବସ୍ଥାରେ କାର୍ ମଧ୍ୟରୁ ଉଦ୍ଧାର କରିଥିଲେ । ପିଲାଟିକୁ ତୁରନ୍ତ ମାହାଙ୍ଗା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛି । ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଯିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ
ରାୟଗଡ଼ା: ପୁଣି ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ । ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିଲା ଟ୍ରେନ । ଅମ୍ବାଦଳା ରେଷ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ ହୋଇଛି । ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧାସୃଷ୍ଟି ହୋଇନାହିଁ ।
ତେବେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଥିବା ସୂଚନା ମିଳିଛି । ଅନ୍ୟ ୩ଟି ଲାଇନରେ ରେଳ ଯାତାୟତ କରୁଛି । ବାରମ୍ବାର ରେଳ ଦୁର୍ଘଟଣା ଏବଂ ଲାଇନଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି । ଗତ କିଛି ମାସ ତଳେ ମଧ୍ୟ ସେହି ସ୍ଥାନରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲାଇନରୁ ବଗିଗୁଡ଼ିକୁ କାଢ଼ିବାର କାର୍ଯ୍ୟ ଜାରି ରହିଛି ।
୬ ମାସ ମଧ୍ୟରେ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍, ଯେଉଁମାନେ ପାଇନାହାନ୍ତି ସେମାନେ ପାଇବେ BSKY କାର୍ଡ
କନ୍ଧମାଳ: ଆଉ ୬ ମାସ ଭିତରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ ପାଇଁ ନାହାନ୍ତି, ସେମାନେ BSKY କାର୍ଡ ପାଇବେ । ଦାରିଙ୍ଗବାଡି ମିନି ଷ୍ଟାଡିଅମରେ ପହଂଚି ଉପସ୍ଥିତ ଲୋକଙ୍କୁ ଏହି ବଡ଼ ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଲୋକଙ୍କ ହାନିଲାଭ ଓ ସୁଖଦୁଃଖ ବୁଝିବା ପାଇଁ ପଠାଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁସବୁ ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ । ଜଳସେଚନ କାମ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଚିବ । ସେହିପରି କମ୍ୟୁନିଟି ସେଣ୍ଟର, ଜଗନ୍ନାଥ ମନ୍ଦିର, ମା ମନ୍ଦିର, ସାଇ ବାବା ମନ୍ଦିର, ହନୁମାନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତି ପାଇଁ ଦାବିପତ୍ର ମିଳିଛି । ଏ ଦିଗରେ ଆଉ ୭ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଛନ୍ତି । ଅର୍ଥାତ ୨୪ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ ନେଇ ଖୁସି ଖବର ମିଳିବ ।
ଦାରିଙ୍ଗବାଡିର ଘରେ ଘରେ ପାନୀୟ ଜଳ ପହଂଚିବାକୁ ୧୧୨ କୋଟି ମଂଜୁର ହୋଇଛି । ୬ ମାସ ଭିତରେ ହସ୍ପିଟାଲ ରୂପାନ୍ତର ହେବ । 5T ସ୍କୁଲ ରୂପାନ୍ତର ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ତିନୋଟି ସେତୁ ମୁଖ୍ୟମନ୍ତ୍ରୀ ମଂଜୁର କରିବେ । ମୁଖ୍ୟମନ୍ତ୍ରୀ କୁହନ୍ତି ଦାରିଙ୍ଗବାଡି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା । ସେ ଦାରିଙ୍ଗବାଡିକୁ ବହୁତ ଭଲ ପାଆନ୍ତି । ଦାରିଙ୍ଗବାଡି ନାଁ ଶୁଣିଲେ, ସେ ସବୁ କାମ କରି ଦିଅନ୍ତି । ମଧୁବାବୁ ଭତ୍ତା ଏବେ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ 5T ସଚିବ ।
ବଦଳିବନି ଦର୍ପଦଳନ ରଥର ଅଖ, ସତର୍କତା ପାଇଁ ଲାଗିବ ୟୁ କ୍ଲାମ୍ପ
ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ଦେବୀ ସୁଭଦ୍ରାଙ୍କ ସାନ ଉଛୁଳା ବା ପଛୁଆଣି ଅଖରେ ଫାଟ ପରେ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥ ଯାଞ୍ଚ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଖ ପରିବର୍ତନ କରାଯିବ ନାଁ ସେହି ଅଖକୁ କ୍ଲାମ୍ପ ଲଗାଯାଇ ମରାମତି କରାଯିବ, ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

