spot_img
Home Blog Page 3192

ଜୀବନରେ କେମିତି ପାଇବେ ସଫଳତା, ଛାତ୍ରଛାତ୍ରୀଙ୍କୁ ତ୍ରିସୂତ୍ରୀ ସଫଳତା ବାର୍ତ୍ତା ଦେଲେ 5T ସଚିବ

କନ୍ଧମାଳ: ଜୀବନରେ କେମିତି ପାଇବେ ସଫଳତା । କେଉଁ ଦିଗ ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବା ଦରକାର । କ’ଣ ନିଜର ସର୍ବାଙ୍ଗୀନ ବିକାଶ ଘଟିଥାଏ । କନ୍ଧମାଳରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି 5T ସଚିବ ଦେଇଛନ୍ତି ତ୍ରିସୂତ୍ରୀ ସଫଳତା ବାର୍ତ୍ତା  । 5T ସଚିବ କହିଛନ୍ତି,  ସେ ମଧ୍ୟ ଏକ ସରକାରୀ ସ୍କୁଲରେ ପାଠ ପଢ଼ି ଆଗକୁ ଆସିଛନ୍ତି । ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିଲେ ସଫଳତା ମିଳିପାରିବ । ଜୀବନରେ ଶରୀର ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଦୈନିକ ଅଧଘଣ୍ଟା ସମୟ ଶରୀରକୁ ଦେବା ଆବଶ୍ୟକ  । ବିନା ଫିଜିକାଲ ଫିଟମେଣ୍ଟରେ ସଫଳତା ମିଳେ ନାହିଁ । ଏହାଛଡ଼ା ଧ୍ୟାନ କରିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଧ୍ୟାନ କରିବା ଦ୍ବାରା ଚିନ୍ତାଶକ୍ତି ବୃଦ୍ଧି ପାଇଥାଏ । ଯାହାକି ଆଗକୁ ନେବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ୧୫ ମିନିଟ ଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ ।

ଶିକ୍ଷକ ଓ ବାପାମାଆଙ୍କ ବ୍ୟତୀତ ବନ୍ଧୁ ଜୀବନରେ ଅତି ଗୁରୁତ୍ବପୂର୍ଣ୍ଣ । ଭଲ ସାଙ୍ଗ ଥିଲେ ଆଗକୁ ନେବାକୁ ସାହାଯ୍ୟ କରିବେ । ଖରାପ ସାଙ୍ଗଥିଲେ ନିଜେ ଖରାପ ହେବା ସହିତ ଅନ୍ୟକୁ ମଧ୍ୟ ଖରାପ କରିଦେବେ । ଏଣୁ ସାଙ୍ଗମାନେ ସବୁବେଳେ ପ୍ରେରଣା ସାଜିବା ଦରକାର । ଆତ୍ମବିଶ୍ବାସ ହରାଇବା ଓ କମାଇବାରେ ସାଙ୍ଗମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ । ଏସବୁ ଦିଗକୁ ଧ୍ୟାନ ଦେଲେ ଜୀବନରେ ସଫଳତା ମିଳିପାରିବ ବୋଲି 5T ସଚିବ କହିଛନ୍ତି ।

5Tରେ ରୂପାନ୍ତରୀଣ ହେବ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜ: 5T ସଚିବ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ପୋଲିସ ଗ୍ରାଉଣ୍ଡରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ, କଲେଜର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ । ପିଲାମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । କଠିନ ପରିଶ୍ରମ କରି ଆତ୍ମବିଶ୍ବାସର ସହିତ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି 5T ସଚିବ କହିଛନ୍ତି ।

ନିଜ ଘରେ କାମ କରିବାବେଳେ ବାପାଙ୍କ ସହଯୋଗ କରିବା ଭଳି ସ୍କୁଲର ରୂପାନ୍ତରଣରେ ସାମିଲ ହୋଇ ଶ୍ରମଦାନ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି । ସ୍କୁଲରେ ଥିବା ବର୍ତ୍ତମାନର କ୍ଲାସରୁମ ଏବଂ ରୂପାନ୍ତରଣ ପରେ କେମିତି ଦିଶୁଛି ତାହାର ଭିଡିଓ କରି ସ୍ମୃତି ରଖିବେ ଛାତ୍ରଛାତ୍ରୀ । ଭଲ ଭିଡିଓକୁ 5T ସଚିବ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ । ଖୁବଶୀଘ୍ର ସ୍କୁଲ ଓ କଲେଜରେ ସମସ୍ତ ଶିକ୍ଷକ ଓ ଅନ୍ୟାନ୍ୟ ପଦ ପୂରଣ କରାଯିବ ବୋଲି କହିଛନ୍ତି 5T ସଚିବ ।

ପାଉଁରୁଟି କାରଖାନାରେ ବେଆଇନ ମଦ ପ୍ରସ୍ତୁତି

ବ୍ରହ୍ମପୁର: ପାଉଁରୁଟି କାରଖାନାରେ ବେଆଇନ ମଦ ପ୍ରସ୍ତୁତି । ବ୍ରହ୍ମପୁର ଫାଷ୍ଟଗେଟ୍ ଓମ ନଗରରେ ରେଡ୍ । ନକଲି ବିଦେଶୀ ମଦ ପ୍ରସ୍ତୁତି ବେଳେ ବଡ଼ବଜାର ଥାନା ପୋଲିସ ଚଢାଉ କରିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ଦୁଇ ଭାଇ ହୋଇଥିବା ସୂଚନା ମିଳିଛି । ଅଟକ ବ୍ୟକ୍ତି ହେଲେ ତାରିଣୀ ଜେନା ଓ ମିଟୁ ଜେନା । ଘଟଣାସ୍ଥଳରୁ ୧୦ ପେଟି ବିଦେଶୀ ନକଲି ମଦ, ୧୦ରୁ ଅଧିକ ବସ୍ତା ମଦ ବୋତଲ, ଠିପି, ସିଲ୍ ଜବତ ହୋଇଛି । ୩ ଲିଟର କାରାମେଲ, ୬ ପେଟି ହୋମିଓପାଥି ସ୍ପିରିଟ ସହ ବହୁ ନକଲି ସାମଗ୍ରୀ ଜବତ କରିଛି ପୋଲିସ ।

 

ମାଗଣାରେ ଆଇଏଏସ୍ କୋଚିଂ ପାଇବେ ଆଦିବାସୀ ଛାତ୍ରୀ

କୋରାପୁଟ: ମାଗଣାରେ ଆଇଏଏସ କୋଚିଂ ପାଇବେ ଆଦିବାସୀ ଛାତ୍ରୀ । କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଉଦଘାଟିତ ହୋଇଛି ଆଇଏଏସ କୋଚିଂ ସେଣ୍ଟର । କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଏହାକୁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ନିଆରା ପଦକ୍ଷେପ ନେଇଛି । ଏବେ ସେମିଳିଗୁଡ଼ା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ କୋଚିଂ ଦିଆଯିବ । ପ୍ରଥମ ବର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସହ ଚୁକ୍ତିନାମା କରାଯିବ ।

ଖଣି ପ୍ରଭାବିତ ଅଞ୍ଚଳରୁ ୬୦ ଓ ଜିଲ୍ଲାର ଅନ୍ୟ ପ୍ରାନ୍ତରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି । ଉଦଘାଟନୀ ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକଙ୍କ ସହିତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବଦଳିବ କନ୍ଧମାଳ କାୟାକଳ୍ପ, ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରୁଛନ୍ତି 5T ସଚିବ

କନ୍ଧମାଳ: ଦୁଇଦିନିଆ କନ୍ଧମାଳ ଗସ୍ତର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ସଚିବ । ପ୍ରଥମେ ବଲସକୁମ୍ପା ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଏହାର ନବକଳେବର ପାଇଁ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଭଳି ଖୁବଶୀଘ୍ର ବରାଳଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେଠାରୁ କନ୍ଧମାଳ ସ୍ପୋର୍ଟସ କମ୍ପ୍ଲେକ୍ସରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କର ସମସ୍ୟା ଶୁଣିବା ସହିତ ୭ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀଙ୍କୁ ଭଲପାଆନ୍ତି । ଖୁବଶୀଘ୍ର ଜିଲ୍ଲାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଜିଲ୍ଲାବାସୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି । ଏହାସହିତ ଆଗାମୀ ଦିନରେ ଜିଲ୍ଲାର ରୂପରେଖ ବଦଳାଯିବ । ସହରକୁ ନୂଆ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଜିଲ୍ଲାର ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯିବ । ମୁଖ୍ୟମନ୍ତ୍ରୀ ପ୍ରଦାନ କରୁଥିବା ଟଙ୍କାକୁ ସ୍ବଚ୍ଛତାର ସହିତ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି 5T ସଚିବ । ପରେ 5T ସଚିବ ଭିକେ ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି ।

ସିକ୍କିମ ପେଗୋଙ୍ଗରେ ବର୍ଷା ତାଣ୍ଡବ, ପ୍ରବଳ ବର୍ଷା ଯୋଗୁ ପେଗୋଙ୍ଗରେ ଫ୍ଲାସଫ୍ଲଡ୍

ଗ୍ୟାଙ୍ଗଟକ୍: ସିକ୍କିମ ପେଗୋଙ୍ଗରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ପେଗୋଙ୍ଗରେ ଘଟିଛି ଫ୍ଲାସଫ୍ଲଡ୍ । ଜାତୀୟ ରାଜପଥ ନମ୍ବର -୧୦ ଅବରୋଧ ହୋଇଥିବାବେଳେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି । ଉତ୍ତର ସିକ୍କିମର ଲାଚୁଙ୍ଗ ଓ ଲାଚେନରେ ଫ୍ଲାସ ଫ୍ଲଡ୍ ଯୋଗୁ କେତେକ ସ୍ଥାନରେ ଭୂସ୍ଖଳନ ଘଟିଛି । ସିକ୍କିମରେ କ୍ରମାଗତ ବର୍ଷା ଯୋଗୁ ରାଜ୍ୟରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଫସିଥିବା ଯାତ୍ରୀଙ୍କ ଉଦ୍ଧାର ଲାଗି ସିକ୍ସିମ୍ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ବର୍ଷା ଯୋଗୁ କେତେକ ସଂକୀର୍ଣ୍ଣ ପଥ ବି ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।

ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ, ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି

ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ ସେଠାରୁ ପଳାଇଥିଲେ । ତେବେ ଯାହା ଦେଖିବାକୁ ମିଳିଥିଲା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଯେଭଳି କୋଡ଼ୁଆରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଅବିକଳ ସେହିଭଳି ଭାବେ ଅବଢ଼ା ପ୍ରସ୍ତୁତ କରି ବିକ୍ରୟ କରିବାକୁ କିଛି ଦୁର୍ବୁତ୍ତ ଯୋଜନା କରୁଥିବା ଅଭିଯୋଗ ହୋଇଛି ।

 

ଜଳୁଛି ସାରା ଓଡ଼ିଶା, ସାଢ଼େ ୨ଟା ସୁଦ୍ଧା ୪୪.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା । ଦିନ ସାଢେ ଦୁଇଟା ସୁଦ୍ଧା ୪୪.୬ ଡିଗ୍ରୀ ସହିତ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏପଟେ ଜଳୁଛି ରାଜଧାନୀ ଭୁବନେଶ୍ବର । ଭୁବେଶ୍ବରରେ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି  । ଯାହାକି ରାଜଧାନୀ ପାଇଁ ଚଳିତବର୍ଷର ସର୍ବାଧିକ ତାତି  । ସମ୍ବଲପୁରରେ ମଧ୍ୟ ୪୪.୪ ଡିଗ୍ରୀ ତାତି ରେକର୍ଡ ହୋଇଛି । ଏହା ସହିତ ହୀରାକୁଦରେ ୪୩.୮, କେନ୍ଦୁଝରରେ ୪୦ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଟ୍ୱିନ୍ ସିଟିକୁ ଭୀଷଣ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଶିଶୁ, ଅସୁସ୍ଥ ଓ ବୃଦ୍ଧଙ୍କୁ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି, ଉପକୂଳରେ ଗୁଳୁଗୁଳିରୁ ନିସ୍ତାର ମିଳିବନି ବୋଲି  ସତର୍କ କରିଛି ପାଣିପାଗ କେନ୍ଦ୍ର ।

ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍

ପୁରୀ: ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍ । ଅଘଟଣ ଏଡ଼ାଇବାକୁ ଏନଡିଆରଏଫ୍‌, ଓଡ୍ରାଫ, ରେଡକ୍ରସ୍ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମକଡ୍ରିଲ୍ ଅନୁଷ୍ଠିତ ହେଉଛି । ଏନେଇ ଆୟୋଜିତ ବୈଠକରେ ପୋଲିସ, ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ :  ଯୌନ ଶୋଷଣ ମାମଲାରେ ତାମିଳନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର ।ମହିଳା IPS ଅଫିସରଙ୍କୁ ଯୌନ ନିର୍ଯାତନା ମାମଲାରେ ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହାସହ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ଫେବୃଆରୀରେ ମହିଳା ଅଫିସର ଜଣଙ୍କ ରାଜେଶଙ୍କ ନାଁରେ ଅଭିଯୋଗ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଦାପଡ଼ି କେ ପାଲାନିସ୍ବାମୀଙ୍କ ନିର୍ବାଚନୀ ରାଲି ସୁରକ୍ଷା ଡ୍ୟୁଟିରେ ଯାଉଥିବା ବେଳେ ଓଡ଼ିଆ IPS ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ।

AIADMK ସରକାର ରାଜେଶଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରିଥିଲେ । ୬୮ ଜଣଙ୍କ ବୟାନ ଆଧାରରେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି । ଏହାସହ ମହିଳା IPS ଅଫିସରଙ୍କୁ ରାଜେଶଙ୍କ ନାମରେ ଅଭିଯୋଗ କରିବାକୁ ଅଟକାଇଥିବା ତତ୍କାଳୀନ ଚେଙ୍ଗାଲପଟ୍ଟୁ ପୋଲିସ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର ।