spot_img
Home Blog Page 3197

ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର, ପରୀକ୍ଷାମୂଳକ ଭାବେ ବୟନ ଶିଳ୍ପ ବିଭାଗ ଉଦ୍ୟମ ସଫଳ

ପୁରୀ: ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର । ପରୀକ୍ଷା ମୂଳକ ଭାବେ ଉଦ୍ୟମ ସଫଳ । ଏଣିକି ଆଉ ମାରିବାକୁ ପଡ଼ିବନି ରେଶମ ପୋକ । ଅଂହିସା ଉପାୟରେ ମହାପ୍ରଭୁଙ୍କ ପାଇଁ ବସ୍ତ୍ର ବୁଣାଯିବ । ପୂର୍ବରୁ ରେଶମ ପୋକକୁ ମାରି ପାଟ ଉତ୍ପାଦନ ହେଉଥିଲା । ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପରୀକ୍ଷା ମୂଳକ ଭାବେ ପୋକକୁ ନମାରି ସେଥିରୁ ପାଟ ବାହାର କରିଥିଲେ । ଏହି ପାଟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ଲାଗି ଏକ ସେଟ୍ ଗୀତ ଗୋବିନ୍ଦ ପାଟ ଖୋର୍ଦ୍ଧା ରାଉତପଡାର ବୁଣାକାରଙ୍କ ଦ୍ଵାରା ତିଆରି କରିଥିଲେ । ମୁଖ୍ୟ ଶାସନ ସଚିବ ଏହାକୁ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଘୋଷଣା କରିବା ପରେ ଆଜି ଖଳିଲାଗି ଏକାଦଶୀରେ ତାହା ଲାଗି ହୋଇଛି ।

ଅହିଂସା ସାତ୍ତ୍ବିକ ପାଟରେ ମହାପ୍ରଭୁଙ୍କ ସମସ୍ତ ବସ୍ତ୍ର ବୁଣିବାକୁ ରାଉତପଡାରେ ୧୦ଜଣ ବୁଣାକାରଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାପ୍ରଭୁଙ୍କ ବସ୍ତ୍ର ବୁଣିବା କୌଶଳକୁ ବୁଲି ଦେଖିଥିଲେ । ସାତ ଦିନ ଧରି ଏହି ତାଲିମ କେନ୍ଦ୍ରରେ ବୁଣାକାରମାନେ ତାଲିମ ନେଇ ମହାପ୍ରଭୁଙ୍କ ଲାଗି ବର୍ଷ ତମାମ ଆବଶ୍ୟକ ହେଉଥିବା ପାଟ ବସ୍ତ୍ର ପ୍ରସ୍ତୁତ କରି ଯୋଗାଇବେ ।

 

ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ, ଟ୍ୱିଟ୍ ଦେଖି ଅନାଥ ଶିଶୁକୁ ବଢ଼ାଇଲେ ସହଯୋଗର ହାତ

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ ଭି.କେ. ପାଣ୍ଡିଆନ । ଟୁଇଟ ଦେଖି ଅନାଥ ଶିଶୁକୁ ବଢାଇଲେ ସହଯୋଗର ହାତ । ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ 5T ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ବପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ବିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ 5T ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

5T ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ବପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୋଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

 

ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଦିନ ରାତି ଏକ କରି ପ୍ରୟାସ କରୁଛନ୍ତି ବିଦ୍ୟୁତ କର୍ମଚାରୀ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଦ୍ୟୁତ ସରବରାହ ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଛି । ବିଦ୍ୟୁତ ଭିତ୍ତିଭୂମି ଗୁଡ଼ିକ ନଷ୍ଟ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ବିଭିନ୍ନ ଅଞ୍ଚଳର ଲୋକେ ଅନେକ ସମୟ ପର୍ଯ୍ୟନ୍ତ ଅନ୍ଧାର ସହ ଗରମ ଯୋଗୁଁ ବ୍ୟତିବ୍ୟସ୍ତ ହେଉଛନ୍ତି । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଅନବରତ ସେବା ଯୋଗାଇବା ସହ ବିଦ୍ୟୁତ ସେବାକୁ ପୁଣିଥରେ ଆରମ୍ଭ କରିବା ପାଇଁ ତତକ୍ଷଣାତ ପ୍ରୟାସ କରୁଛନ୍ତି । ଦିନ ରାତି ଏକ କରି ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ କରୁଛନ୍ତି । ଦିନରେ ଡହ ଡହ ଖରାକୁ ଖାତିର ନକରି ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ଦେଖିବାକୁ ମିଳିଛି । ଏଭଳି ପ୍ରୟାସ ପାଇଁ ସେମାନେ ସମ୍ମାନର ହକଦାର ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ।

ଆପାର୍ଟମେଣ୍ଟ ସୋସାଇଟିରେ ପିନ୍ଧି ପାରିବେନି ଲୁଙ୍ଗି, ନାଇଟି

ନୂଆଦିଲ୍ଲୀ: ଆପାର୍ଟମେଣ୍ଟ ସୋସାଇଟିରେ ପିନ୍ଧି ପାରିବେନି ଲୁଙ୍ଗି, ନାଇଟି । କମନ ଏରିଆ, ପାର୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ । ଗ୍ରେଟର ନୋଏଡ଼ାର ରେସିଡେଣ୍ଟସ ଓ୍ବେଲଫେୟାର ଆସୋସିଏସନର ଡ୍ରେସକୋଡ୍ ନିୟମକୁ ନେଇ ଜୋରଦାର ଚର୍ଚ୍ଚା । ସୋସିଆଲ ମିଡିଆରେ ଆସୋସିଏସନ ପକ୍ଷରୁ ଜାରି ହୋଇଥିବା ନୋଟିସ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଏହାକୁ ସମାଲୋଚନା କରିଛନ୍ତି । ଜୁନ ୧୦ ତାରିଖରେ ହିମସାଗର ଆପାର୍ଟମେଣ୍ଟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ଲୁଙ୍ଗି ଓ ନାଇଟି ପିନ୍ଧି ନିଜ ଫ୍ଲାଟରୁ ନବାହାରିବାକୁ ନୋଟିସରେ ଉଲ୍ଲେଖ ରହିଛି । ନାଇଟି ଓ ଲୁଙ୍ଗି ପିନ୍ଧି ସୋସାଇଟି ପରିସରରେ ବୁଲିବା ଯୋଗୁ ଅନ୍ୟମାନଙ୍କ ପାଇଁ ଅସହଜ ଅନୁଭବ କରୁଛନ୍ତି । ତେଣୁ ଘର ଡ୍ରେସ୍ ପିନ୍ଧି ସୋସାଇଟିରେ ବୁଲାବୁଲି ନକରିବାକୁ ନୋଟିସ ଜାରି କରାଯାଇଛି ବୋଲି ଆସୋସିଏସନ ଅଧ୍ୟକ୍ଷ କହିଛନ୍ତି ।

୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ହେବ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ମୌସୁମୀ ଅଗ୍ରସର ନେଇ ଅନୁକୂଳ ହୋଇଛି ପାଗ । ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ମିଳିବ ସ୍ପଷ୍ଟ ସୂଚନା । ଓଡ଼ିଶାକୁ ପ୍ରବେଶ କରିବ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ପ୍ରଭାବରେ ୧୮ରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ବର୍ଷା ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି ହୋଇଛି । ସ୍ବାଭାବିକଠାରୁ ୬.୫ ଡିଗ୍ରୀ ଉପରେ ରହିବ ପାରଦ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ସତର୍କତା ଜାରି ହୋଇଛି । ୧୬ ତାରିଖରୁ ଉପକୂଳରେ ବି ବଢ଼ିବ ତାତି । ତାତି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଅସ୍ବାଭାବିକ ପାଗ ।

ଦିନ ସହ ବଢିବ ରାତିର ତାପମାତ୍ରା । ଉଷ୍ମ ରାତି ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧକୁ ଚେତାବନୀ ଦିଆଯାଇଛି । ସ୍ବାଭାବିକଠାରୁ ୪.୫ ଡିଗ୍ରୀ ଉପରେ ରହିବ ରାତିର ତାପମାତ୍ରା । ଦିନରେ ଭୀଷଣ ଗ୍ରୀଷ୍ମପ୍ରବାହ ଏବଂ ଉଷ୍ମ ରାତିରେ ହେବ ଅସ୍ବାଭାବିକ ସ୍ଥିତି ରହିବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୁଣି ସରକାରୀ କର୍ମଚାରୀଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଦୁର୍ବ୍ୟବହାର, ନବରଙ୍ଗପୁର CDMOଙ୍କୁ ଦେଖାଇଲେ ନାଲିଆଖି

ନବରଙ୍ଗପୁର: ପୁଣି ସରକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଛନ୍ତି । ନିଜ ଆଚରଣ ଓ ଉଚ୍ଚାରଣକୁ ନେଇ ସବୁବେଳେ ବିବାଦରେ ରହୁଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ରାଗ ଶୁଝାଉଥିବା ଦେଖିବାକୁ ମିଳିଛି । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ନୂଆ ଅକ୍ସିଜେନ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ବେଳେ ସିଡିଏମଓଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ସ୍କୁଲରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ସବୁଠି 5T ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପ୍ରଶାସନିକସ୍ତରରେ ଏହାଦ୍ବାରା ବ୍ୟାପକ ପରିବର୍ତ୍ତନ ଆସିଛି । ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ 5T ରୂପାନ୍ତରଣକୁ ପ୍ରଶଂସା କରୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କୁ ବୋଧହୁଏ ସ୍ବାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ହଜମ ହେଉନି । ସେଥିପାଇଁ ସେ ନିଜ ରାଗ ସିଡିଏମଓଙ୍କ ଉପରେ ଶୁଝାଇବା ସହ ସର୍ବସାଧାରଣରେ ଗାଳି କରୁଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣକୁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ଓ ଶୋଭନୀୟ ନୁହେଁ ବୋଲି କହିଛନ୍ତି ଜିଲ୍ଲାବାସୀ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସହିଷ୍ଣୁତା ନୂଆ ନୁହେଁ । ପୂର୍ବରୁ ମଧ୍ୟ ମୟୂରଭଂଜ ଓ କଳାହାଣ୍ଡିରେ ସରକାରୀ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ। ଏପରିକି ଟୁଡୁଙ୍କ ବିରୋଧରେ ଏ ସଂକ୍ରାନ୍ତ ଫୌଜଦାରୀ ମୋକଦ୍ଦମା ବିଚାରାଧୀନ ରହିଛି । ଯେଉଁଠିକି ଟୁଡୁ ଯାଉଛନ୍ତି ସବୁଠି ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାଜ୍ୟର ବିକାଶକୁ ଟୁଡୁ ସହିପାରୁନାହାନ୍ତି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟରେ କେନ୍ଦ୍ର ଅପେକ୍ଷା ରାଜ୍ୟର ଗୁରୁତ୍ବ ଅଧିକ ହୋଇଥାଏ । ଭାରତ ଏକ ସଂଘୀୟ ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଭୁଲିଯାଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ।

 

ଆଜି ଅଣବସର ଏକାଦଶୀ, ଶ୍ରୀଜିଉଙ୍କ ଅଣସର ଘରେ ଖଳିଲାଗି ନୀତି ସମ୍ପାଦନ କରିବେ ଦଇତାପତି

ପୁରୀ: ଆଜି ଖଳିଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳିଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ । ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଗାରଦରେ ଜିମା ଦିଆଯାଇଛି । ଶ୍ରୀବିଗ୍ରହମାନଙ୍କୁ ଏକାଦଶୀ ତିଥିରେ ଖଳିଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି ।

ମୃତ୍ୟୁମୁଖରୁ ଜୀବନ ଛଡ଼ାଇ ଆଣିଲେ ଥାନା ଅଧିକାରୀ

କଟକ : ମୃତ୍ୟୁମୁଖରୁ ଜୀବନ ଛଡ଼ାଇ ଆଣିଲେ ଥାନା ଅଧିକାରୀ । କଟକ ଜଗତପୁର ଥାନା ଅଧିକାରୀଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତକାଲି ବିଳମ୍ବିତ ରାତିରେ ଯୋବ୍ରା ପାରେଶ୍ବର ସାହିର ଜଣେ ଯୁବତୀ କୌଣସି କାରଣରୁ ଯୋବ୍ରା ଆନିକଟର ଓ୍ବାଟର ରିଜର୍ଭର ପ୍ରାୟ ୨୫ଫୁଟ ତଳକୁ ଗଳିପଡିଥିଲେ । ଯୁବତୀ ଜଣଙ୍କ ଜୀବନ ରକ୍ଷା ପାଇଁ ଚିତ୍କାର କରୁଥିଲେ ।

ପ୍ରଥମେ ଯୋବ୍ରାର ୨ରୁ ୩ ଜଣ ଜଣ ଯୁବକ ଏହା ଦେଖିଥିଲେ ମଧ୍ୟ ଯୁବତୀଙ୍କୁ ବଞ୍ଚାଇବା ପାଇଁ ସାହସ କରିପାରିନଥିଲେ । ଠିକ ଏହି ସମୟରେ ନାଇଟ ପାଟ୍ରୋଲିଂରେ ଥିବା ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବଞ୍ଚାଇବାକୁ ଅଭିଯାନ ଆରମ୍ଭ କରିଥିଲେ ।

ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଯୋବ୍ରାର ୩ ଜଣ ଧୀବରଙ୍କ ସହିତ ସେ ରିଜର୍ଭର ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରି ଏସସିବି ପଠାଇଥିଲେ । ଥାନା ଅଧିକାରୀଙ୍କ ଏହି ସାହାସିକତା ପାଇଁ ଯୁବତୀଙ୍କ ଜୀବନ ରକ୍ଷା ହୋଇପାରିଛି । ତେବେ ଯୁବତୀ ଜଣକ ରିଜର୍ଭରର ୨୫ଫୁଟ ତଳକୁ କେମିତି ଖସିପଡିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଥମୁନି ମଣିପୁର ହିଂସା : ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ

ଇମ୍ଫାଲ: ଥମୁନି ମଣିପୁର ହିଂସା । ଗୁଳିମାଡ଼ରେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ଇମ୍ଫାଲ-କଙ୍ଗପୋକପି ଜିଲ୍ଲା ସୀମାରେ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଥିଲା ।

ଖାମେନଲୋକ ଗ୍ରାମର କେତେଜଣଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା । ରାତି ପ୍ରାୟ ୧ଟା ବେଳେ ଦୁର୍ବୃତ୍ତମାନେ ଦାମୀ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଯୋଗେ ଗାଁ ଭିତରେ ଗୁଳିମାଡ଼ କରିଥିଲେ । ମାସେରୁ ଊର୍ଦ୍ଧ୍ବ ସମୟ ହିଂସା ଜାରି ରହିଥିବା ବେଳେ ଏବେସୁଦ୍ଧା ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୩ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ :  ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ୍ ଦି ଇୟର । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି । ବିଶ୍ବ ବଜାରରେ ଅସ୍ଥିରତା ସତ୍ତ୍ବେ ଦେଶରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୋଭିଡ ମହାମାରୀ ସମୟରେ ଇଏମଆଇ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ବିଶ୍ବ ଦରବାରେ ପ୍ରଶଂସିତ ହୋଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ।