କଳାହାଣ୍ଡି : ନିଶ୍ଚିତ ବିପଦରୁ ରକ୍ଷା ପାଇଗଲା ଟ୍ରେନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଲୁମିନିୟମ ବୋଝଇ ଟ୍ରେନ ବଗି ଛିଣ୍ଡି ହୋଇଗଲା ଅଲଗା । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟିର ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍ । ଘଟଣା ସ୍ଥଳରେ ସେଠାରେ ରେଳ ବିଭାଗ ପହଞ୍ଚି ତଦନ୍ତ କରିଛି ।
ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣାର ଛାନବିନ ; ସେଫଟି ଓ ସିକୁରିଟି ବିଭାଗର ତଦନ୍ତ
ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବିଏଫପିପି-୨ ପାୱାର ପ୍ଲାଣ୍ଟରେ ବାଷ୍ପ ନିର୍ଗମନଜନିତ ଦୁର୍ଘଟଣା ଘଟଣା । ସେଫଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲେବର ପ୍ରୋଗ୍ରେଶିଭ ଫେଡେରେସନର ୪ ଜଣିଆ ସଦସ୍ୟ ଆଜି କାରଖାନାକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।
ସେପଟେ ବିଭିନ୍ନ ସଙ୍ଗଠନ ତରଫରୁ ମୁଖ୍ୟ ଫାଟକ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା 18 ଜଣ ଆହତ ହୋଇଥିବାବେଳେ ୫ ଗୁରୁତରଙ୍କ ଆଇସିୟୁରେ ଚିକିତ୍ସା ଜାରି ରହିଛି । ଆଜି ବି ଘଟଣା ସ୍ଥଳ ଯାଞ୍ଚ କରିବେ ଫ୍ୟାକ୍ଟ୍ରି ଆଣ୍ଡ ବୟଲର ବିଭାଗ । ଜିଲ୍ଲାପାଳ କହିଛନ୍ତି- ଲେବର ଅଫିସର ଘଟଣାସ୍ଥଳକୁ ଯାଇ ଶ୍ରମିକଙ୍କ ପରିସ୍ଥିତି ବୁଝିବେ ।
ସନ୍ଧ୍ୟା ସୁଦ୍ଧା ଫ୍ୟାକ୍ଟ୍ରି ଆଣ୍ଡ ବ୍ରଇଲର ଉପ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ପାଇଁ ଦୁର୍ଘଟଣା ଘଟିଥିବା ସେକ୍ଟର ବନ୍ଦ ରହିବ ବୋଲି ସେ କହିଛନ୍ତି । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ଅପରାହ୍ଣରେ ନିରୀକ୍ଷଣ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ପ୍ରଭାବିତଙ୍କୁ ତୁରନ୍ତ କାରଖାନା ପରିସରରେ ଥିବା ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ କମ୍ପାନୀର ଆମ୍ବୁଲାନ୍ସ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫଙ୍କ ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ
ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲାଡ ଟ୍ରମ୍ପ
ଓ୍ୱାଶିଂଟନ: ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ମାମଲା । ସ୍ବଳ୍ପସମୟ ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲାଡ ଟ୍ରମ୍ପ । ଏହାସହ ମିଆମି କୋର୍ଟରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଟ୍ରମ୍ପ । ପେଣ୍ଟାଗନ, ସିଆଇଏ ଆଦି ସଂସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ ନଥି ନେଇଯାଇଥିବା ସମ୍ପର୍କରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କ୍ରମେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।
ମିଆମିର ଫେଡେରାଲ କୋର୍ଟ ହାଉସରେ ବିଚାରପତିଙ୍କ ଆଗରେ ହାଜର ହୋଇ ଟ୍ରମ୍ପ ଏହା କହିଛନ୍ତି । ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଏଭଳି ସଂଗୀନ ଅଭିଯୋଗରେ ହାଜର ହୋଇଥିଲେ ଟ୍ରମ୍ପ । ପୂର୍ବରୁ ତାଙ୍କ ନାମରେ ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା ମଧ୍ୟରେ ଚାଲିଛି । ଏହି ଦୁଇ ଘଟଣାରେ ସେ କିଛି ଭୁଲ୍ କରିନାହାନ୍ତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ କାଠଗଡ଼ାରେ ଠିଆ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
କ୍ଷମତାର ବ୍ୟାପକ ଦୁରୂପଯୋଗ କରାଯାଉଛି ବୋଲି ଦର୍ଶାଇଛନ୍ତି ଟ୍ରମ୍ପ । ମିଆମି କୋର୍ଟରେ ହାଜର ହେବା ପରେ ସେ ନିଜର ନ୍ୟୁଜର୍ସିସ୍ଥିତ ସମର୍ ରେସିଡେନ୍ସିକୁ ଫେରିଥିବା ସୂଚନା ମିଳିଛି । ଶୁଣାଣି ବେଳେ ସମର୍ଥକମାନେ କୋର୍ଟ ସମ୍ମୁଖରେ ନାରାବାଜି କରିଥିଲେ ।
ଭୁବନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର : ଭୁନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର ।
କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ହସ୍ପିଟାଲ ଡାକ୍ତର ଭାବେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି । ଜଗନ୍ନାଥ ହସ୍ପିଟାଲର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର । ତାଙ୍କର ମୃତ୍ୟୁ ପରେ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କିଛନ୍ତି । ଜଗନ୍ନାଥ ମହାପାତ୍ରଙ୍କ ପ୍ରାର୍ଥୀବ ଶରୀରକୁ ବିଏମସି ଅଫିସ, ସହିଦନଗର ପୂଜା ମଣ୍ଡପ ନିକଟକୁ ଶେଷ ଦର୍ଶନ ପାଇଁ ନିଆଯିବ । ତା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

