spot_img
Home Blog Page 3208

ପାଟକୁରାରେ ନାବାଳିକା ଛାତ୍ରୀକୁ ଛୁରାମାଡ଼ ଅଭିଯୋଗ

ପାଟକୁରା: ପାଟକୁରା ଥାନା ଅଞ୍ଚଳ ନିକଟରେ ନାବାଳିକା ଛାତ୍ରୀକୁ ଛୁରାମାଡ଼। କମ୍ପ୍ୟୁଟର କ୍ଲାସ ସାରି ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ଛୁରା ଭୁସିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ନାବାଳକକୁ ଥାନାରେ ଅଟକ ରଖାଯାଇଛି ।

ତେବେ ଦୁହିଁଙ୍କ ଭିତରେ ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଅଟକ ନାବାଳକ ବି ଏନେଇ କୌଣସି ସୂଚନା ଦେଇ ନଥିବା ସୂଚନା ମିଳିଛି । ଚିକିତ୍ସାଧୀନ ନାବାଳିକାର ଅବସ୍ଥା ସଂକଟାପନ୍ନ ରହିଛି ।

ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବ ଭଣ୍ଡ ତାନ୍ତ୍ରିକ କୈଫ ଖାନ

କଟକ: ଖୋଲିବ ଭଣ୍ଡ ତାନ୍ତ୍ରିକ କୈଫ ଖାନର କଳା ଦୁନିଆର ରହସ୍ୟ । ଆଜିଠୁ ୪ ଦିନିଆ ରିମାଣ୍ଡରେ ନେଇ ସତ ଉଗାରିବ କଟକ ପୋଲିସ୍। କେବେଠାରୁ ଲୋକଙ୍କୁ ଠକୁଥିଲା ? କେଉଁଠି ଲଗାଇଛି ଲୋକଙ୍କୁ ଠକିଥିବା କୋଟି କୋଟି ଟଙ୍କା ? କୈଫ୍ ପାଖରେ କେମିତି ପହଞ୍ଚୁଥିଲେ ଗ୍ରାହକ ? ଘରେ ମନ୍ତ୍ରତନ୍ତ୍ର ବେଳେ କାହିଁକି ଅନ୍ଧାର କରିବାକୁ କହୁଥିଲା କୈଫ ? ଲୋକଙ୍କୁ ମନ୍ତରା ପାଣି ଦେଇ ସମ୍ମୋହିତ କରୁଥିଲା କି ?

ଦୁବାଇ, ସିଙ୍ଗାପୁର ନାଁରେ ସ୍ଥାନୀୟ ମାର୍କେଟରୁ କିଣୁଥିଲା କି ଧାତୁ ଓ ମୂର୍ତ୍ତୀ ? କେବେଠାରୁ ରହିଛି ଗ୍ୟାଙ୍ଗଷ୍ଟାର ଲିଙ୍କ ? କେବଳ ରାଜ୍ୟ ଭିତରେ ନାଁ ବାହାର ରାଜ୍ୟରେ ବି ଠକିଛି ? ପୂଜାପାଠ, ମନ୍ତ୍ରତନ୍ତ ନାଁ ରହିଥିଲା କିଛି  ଅନ୍ୟ ଉଦ୍ଦେଶ୍ୟ ? ଏମିତି କିଛି ପ୍ରଶ୍ନର ଉତ୍ତର ପାଇଁ ଚିଠା ପ୍ରସ୍ତୁତ କରିଛି ପୋଲିସ୍ । ରିମାଣ୍ଡ ସମୟରେ ପୋଲିସ କୈଫର ବାସଭବନ, ଠକିଥିବା ଲୋକଙ୍କ ଘରକୁ ନେଇ ତଦନ୍ତ କରିବାର ସମ୍ଭାବନା ରହିଛି।

ଏହାସହ ତାକୁ ସହଯୋଗ କରୁଥିବା ମଧ୍ୟସ୍ଥଙ୍କ ସଂପର୍କରେ ଅଧିକ ମଧ୍ୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ପୋଲିସ। ଗତକାଲି ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଅଦାଲତରେ ମଙ୍ଗଳାବାଗ ପୋଲିସ ୫ ଦିନ ରିମାଣ୍ଡ ଆବେଦନ କରିଥିଲା । କୈଫ ବିରୋଧରେ ଥିବା ୩ଟି ମାମଲା,  କେସ୍ ନମ୍ବର 114,115 ଓ 117/2023 ଉପରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ। ଅଦାଲତ ଏହାକୁ ବିଚାର କରି ୪ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ।

ପୁଣି ଭିଜିବ ଓଡ଼ିଶା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା। କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ବେଳେ ପବନର ବେଗ ଘଣ୍ଟା ପ୍ରତି ୩୦କିମି ରହିବା ସମ୍ଭାବନା ରହିଛି।

କାଳବୈଶାଖୀ ଜନିତ ଝଡ଼ବର୍ଷା ସହ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାରେ  ମେ ୬ ତାରିଖ ଯାଏ କାଳବେଶାଖୀ ଜନିତ ବର୍ଷା ଓ କୁଆପଥର ବର୍ଷା ଜାରି ରହିବ।

ସେପଟେ ଆସନ୍ତା ୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ୪୮ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହୋଇନି। ସେପଟେ ଆମେରିକାନ୍ GFS ମଡେଲରେ ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି।

ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ୱାପକୋସର ପୂର୍ବତନ ସିଏମଡିଙ୍କ ଘରୁ ୨୦ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ: ସିବିଆଇ ଆୟରୁ ଅଧିକ ସମ୍ପତ୍ତି ମାମଲାରେ କାର୍ଯ୍ୟାନୁଷ୍ଠାନ କରି ଦିଲ୍ଲୀ, ଚଣ୍ଡିଗଡ଼, ପଞ୍ଚକୁଳା, ଗୁରୁଗ୍ରାମ, ସୋନିପଥ ଏବଂ ଗାଜିୟାବାଦ ସମେତ ୧୯ ଟି ସ୍ଥାନରେ ରେଡ୍ କରିଛି । ସିବିଆଇ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ସାର୍ବଜନିକ କ୍ଷେତ୍ରର ଉପକ୍ରମ ୱାଟର ଆଣ୍ଡ ପାୱାର କନସେଲ୍ଟାନ୍ସି ସର୍ଭିସେଜ୍ (ୱାପକୋସ)ର ପୂର୍ବତନ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ରଜିନ୍ଦର କୁମାର ଗୁପ୍ତାଙ୍କ ଠିକଣାରୁ ପ୍ରାୟ ୨୦ କୋଟିରୁ ଅଧିକ ନଗଦ ଜବତ କରିଛି ।

ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ରଜିନ୍ଦର କୁମାର ଗୁପ୍ତାଙ୍କ ଉପରେ ନିକଟରେ ହିଁ ତାଙ୍କ ଆୟର ସ୍ରୋତରୁ ଅଧିକ ସମ୍ପତ୍ତି ଅର୍ଜିତ କରିବାକୁ ନେଇ ମାମଲା ରୁଜୁ କରାଯାଇଥିଲା । ରଜିନ୍ଦର କୁମାର ଗୁପ୍ତା ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସିବିଆଇର ଟିମ୍ ତାଙ୍କ ଠିକଣାର ତଲାସ ନେଇଥିଲା । ଯେଉଁଠାରୁ ସମ୍ପତ୍ତି ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ସହ ସମ୍ବନ୍ଧିତ କାଗଜପତ୍ର ବ୍ୟତୀତ ୨୦ କୋଟି ଟଙ୍କା ନଗଦ ଜବତ କରାଯାଇଛି ।

ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି

ଭୁବନେଶ୍ୱର: ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ ।

ସେମାନଙ୍କର ସଫଳତା ହେଉଛି ସେମାନଙ୍କର ପ୍ରତିବଦ୍ଧତା ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାର ସଂକଳ୍ପ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦଳ ପାଇଁ ଅବଦାନ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେରଳରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ୧୬ ଟି ଟିମ୍ ଭାଗ ନେଇଥିବା ବେଳେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ଏଥିରେ ଭାଗ ନେଇଥିଲା ।

ପ୍ରଥମ ଥରରେ ହିଁ ଚାମ୍ପିଅନ୍ ହୋଇଛି ଦଳ। ଆଇ.ଏସ.ଏଲରେ ଦଳ ସେତେ ମାତ୍ରାରେ ଭଲ ପ୍ରଦର୍ଶନ କରି ପାରିନଥିଲେ ମଧ୍ୟ ସୁପର କପରେ ଦମଦାର ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛି । ଓଡିଶା ଏଫସି ସମସ୍ତ ଖେଳାଳି, କୋଚ , ସଭାପତି,କ୍ଲବ ମ୍ୟାନେଜର ଓ ମନୋସତ୍ତ୍ୱବିତ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଦେଖାଇଥିଲେ । ଏହା ସହିତ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଭିତ୍ତଭୂମିର ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ବନ୍ଦ ହେବା ସ୍ଥିତିରେ ଆଉ ଏକ ଏୟାରଲାଇନ୍ସ, ଆଗାମୀ ଦୁଇଦିନ ଗୋ ଫାର୍ଷ୍ଟର ସମସ୍ତ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ପ୍ରକାଶଥାଉକି, ୱାଡିଆ ଗ୍ରୁପର ଏୟାରଲାଇନ୍ ଗୋ ଫାର୍ଷ୍ଟ ମଙ୍ଗଳବାର ଏନସିଏଲଟିରେ ଭଲ୍ୟୁଣ୍ଟାରୀ ଇନସଲଭାନ୍ସି ପ୍ରୋସିଡିଙ୍ଗ ପାଇଁ ଆବେଦନ କରିଛି । ସେହିପରି ଏହାରି ମଧ୍ୟରେ ଗୋ ଫାର୍ଷ୍ଟର ସମସ୍ତ ଉଡାଣ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ ୩ ଏବଂ ୪ ମଇ ୨୦୨୩ରେ ରଦ୍ଦ କରି ଦିଆଯାଇଛି ।

ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଡାଇରେକ୍ଟୋରେଟ ଜେନେରାଲ୍ ଅଫ ସିଭିଲ ଆଭିଏସନ (ଡିଜିସିଏ)କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି । ଏପରି ସ୍ଥିତିରେ ଯେଉଁ ବିମାନ ଯାତ୍ରୀ ଏହି ଦୁଇ ଦିନ ପାଇଁ କମ୍ପାନୀର ଟିକେଟ ବୁକ୍ କରାଇଛନ୍ତି ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବେସାମରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସରକାର ସଂକଟଗ୍ରସ୍ତ ଗୋ ଫାର୍ଷ୍ଟ ଏୟାରଲାଇନର ସବୁ ପ୍ରକାର ସହାୟତା କରିବେ ।

ସେ କହିଛନ୍ତି ଯେ ସରକାର ସବୁ ପ୍ରକାର ସହାୟତା କରୁଛନ୍ତି, ଏବଂ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରହିଛନ୍ତି । ରିପୋର୍ଟ ମୁତାବିକ, ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଦୀର୍ଘ ସମୟ ହେବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି । ଏପରି ସ୍ଥିତିରେ ତୈଳ କମ୍ପାନୀଗୁଡ଼ିକର ଅର୍ଥ ପରିଶୋଧ ନକରିପାରିବା କାରଣରୁ ଏୟାରଲାଇନ୍ସ ଏହି ବଡ଼ ନିଷ୍ପତ୍ତି ନେଇଛି ।

ଖସିଲା ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରେଡ୍, ‘ଏ’ ପ୍ଲସ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ’ କୁ ଖସିଛି

ଭୁବନେଶ୍ୱର: ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଥିଲା ’ଏ’ ପ୍ଲସ ଷ୍ଟାଟସ୍ । ୨୦୨୩ରେ ’ଏ’ ପ୍ଲସ୍ ମାନ୍ୟତାର ଆଶା ରଖିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ହେଲେ ୭ ବର୍ଷ ଭିତରେ କ’ଣ ବ୍ୟତିକ୍ରମ ଘଟିଲା ଯେ ଏହା ’ଏ’କୁ ଖସି ଆସିଲା । ପୂର୍ବରୁ ବିଶ୍ବବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠିଥିଲା । କାରଣ ୨୭ଟି ନିୟମିତ ବିଭାଗରୁ ୭୦ ପ୍ରତିଶତ ଅଧ୍ୟାପକ ପଦ ଖାଲି ପଡ଼ିଥିବାରୁ ରିସର୍ଚ୍ଚ କରିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗୁଛି । ସେହିପରି ୭୦୦ ଅଣଶିକ୍ଷକ ପଦ ବି ଖାଲି ପଡ଼ିଛି । ତେବେ ପଦ ପୂରଣ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିଲା । ସେହିପରି ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ସୁଯୋଗ ବି ବହୁ ମାତ୍ରାରେ କମିଛି । ଯାହା ଏହା ପୁରାତନ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରିଛି । ତେବେ ଛାତ୍ରଛାତ୍ରୀମାନେ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ବାରିଛନ୍ତି । କାରଣ ଚଳିତ ବର୍ଷ ତୁଳନାରେ ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସେତେଟା ଭଲ ନଥିଲା । ହେଲେ ୩.୫୩ ସିଜିପିଏ ସହ ବିଶ୍ବବିଦ୍ୟାଳୟକୁ ମିଳିଥିଲା ’ଏ’ ପ୍ଲସ ମାନ୍ୟତା । ଏପରି ସ୍ଥିତିରେ ୨୦୨୩ରେ ଏହା ୩.୧୬ ସିଜିପିଏକୁ ଖସିଥିବାରୁ ଯାଞ୍ଚ ସହ ଗ୍ରେଡ୍ କମିବାର କାରଣକୁ ସର୍ବସାଧାରଣ କରିବାକୁ ଦାବି ଜୋର ଧରିଛି ।

କେଉଁ କେଉଁ କ୍ଷେତ୍ରରେ କମିଲା ମାର୍କ ? କେଉଁଠି ରହିଲା ଅସଜଡ଼ା ଭିତ୍ତିଭୂମି । ଉତ୍କଳ ବିଶ୍ବବିଦ୍ୟାଳୟ ମାନ୍ୟତା ହ୍ରାସ ସମସ୍ତଙ୍କୁ ଚକିତ କରିଛି । ଯାହା ଉତ୍ତର କୁଳପତିଙ୍କ ପାଖରେ ବି ନାହିଁ । ଏ ଯାଏ ମାନ୍ୟତା ହ୍ରାସ ସଂପର୍କରେ ସେ ଅନୁଧ୍ୟାନ ବି କରି ନାହାନ୍ତି । ସେପଟେ ଉଚ୍ଚଶିକ୍ଷା ବିଭାଗର ସଦସ୍ୟ ବି କାରଣ ଖୋଜା ଉପରେ ଗୁରୁତ୍ବ ଦେଇଛନ୍ତି । ଗୋଟିଏ ପଟେ ଯଦି ଅସଜଡ଼ା ଭିତ୍ତିଭୂମି ମାର୍କ ହ୍ରାସର କାରଣ, ତେବେ ସେଥିରେ ସୁଧାର ଆଣିବାକୁ ଏହା ସତର୍କ ଘଣ୍ଟି । ହେଲେ ଆଶଂକାରେ ଥିବାର ରାଜନୈତିକ କାରଣ ଯଦି ସତ ହୋଇଥାଏ, ତେବେ ତାହା ବଡ଼ ଛାତ୍ର ଆନ୍ଦୋଳନ ଆଡ଼କୁ ସଙ୍କେତ ଦେଉଛି ।

ସମ୍ବଲପୁର ଆସି ରାଜନୀତିର ଖେଳ ଖେଳୁଛି ବିଜେପି: ବିଜେଡି

ସମ୍ବଲପୁର: ସମ୍ବଲପୁରରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଦୃଢ଼ ବିରୋଧ କରିଛି । ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲା ବିଜେଡି । ଭାଇଚାରାରେ ସମ୍ବଲପୁରବାସୀଙ୍କ ବିଶ୍ୱାସ । ହନୁମାନ ଜୟନ୍ତୀରେ ସଂଘର୍ଷ ପରେ ଏବେ ଶାନ୍ତି ଫେରିଛି । ହେଲେ ଶାନ୍ତିକୁ ଅଶାନ୍ତି କରିବାକୁ ପ୍ରୟାସ କରୁଛି ବିଜେପି ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ସମ୍ବଲପୁର ଆସି ରାଜନୀତିର ଖେଳ ଖେଳୁଛି ବିଜେପି । ଅଶାନ୍ତି ସୃଷ୍ଟି ପାଇଁ ଲୋକଙ୍କୁ ଉସକାଉଛି ବିଜେପି ।

ସମ୍ବଲପୁରରେ ପୁଣି ଅଶାନ୍ତି ସୃଷ୍ଟି ହେଲେ ଓଡ଼ିଶା ବିଜେପି ଦାୟୀ ରହିବ । ବିଜେପିର ଏଭଳି ମନୋଭାବ ପାଇଁ ସାରା ରାଜ୍ୟ ଦଳ ଉପେକ୍ଷିତ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତା ନଳିନୀ ପ୍ରଧାନ, ସଞ୍ଜୟ ବାବୁ, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଏବଂ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦୁନୀ ନାୟକ ଉପସ୍ଥିତ ଥିଲେ ।

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ, ବିନ୍ଧ ପରେ ଯନ୍ତାଗାଡ଼ ପାଇଁ ପ୍ରସ୍ତୁତି

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ପୁରୀ ରଥଖଳାରେ ବ୍ୟସ୍ତ ମହାରଣା । ୩ ରଥର ୪୨ଟି ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ତୁମ୍ବଗୁଡ଼ିକରେ ପନ୍ଦାରୀ ବିନ୍ଧ ଚାଲିଥିବାବେଳେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ କରାଯିବ । ଯନ୍ତା ଗାଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭୋଇ ସେବାୟତ । ବିଦାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ରଥଖଳା ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ନେଇ ଆଶା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳା ରାସ୍ତା ସମତୁଲ ନ ଥିବାରୁ ଏହା ରଥଯାତ୍ରା ସମୟରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ । ତିନି ରଥର ଏକ ଯୋଡ଼ା ଚକ ସହିତ ଅଖର ସଂଯୋଗ କାର୍ଯ୍ୟ ଆଗାମୀ ଭଉଁରୀ ତିଥିରେ କରାଯିବା ସହ ରଥ ନିର୍ମାଣର ଏକ ପ୍ରମୁଖ ସୋପାନ ଆରମ୍ଭ ହୋଇଥାଏ । ତେଣୁ ଭଉଁରୀ ଯାତ୍ରା ପୂର୍ବରୁ ରାସ୍ତା ସମତୁଲ କରା ନ ଗଲେ ତିନି ରଥର ନିର୍ମାଣ ଶୈଳୀ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ସେମାନେ ଆଶଂକା କରିଛନ୍ତି । ତେଣୁ ଖୁବଶୀଘ୍ର ରାସ୍ତା ସମତୁଲ ନେଇ ପଦକ୍ଷେପ ନେବାକୁ ସେମାନେ ମତ ଦେଇଛନ୍ତି ।

ସ୍ମାର୍ଟ ହେଉଛି କ୍ଲାସରୁମ୍, ୫ ଜିଲ୍ଲାର ୪୪୯ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୫ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି । 5T ଉପକ୍ରମରେ ଏହି ସ୍କୁଲଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।