ଭୁବନେଶ୍ୱର: ଭରତପୁର ମର୍ଡର କେସରେ ନୂଆ ଟୁଇଷ୍ଟ । ବିବାହ କରିନଥିଲା ଅଭିଯୁକ୍ତ ସାଗର ପ୍ରଧାନ । ଭଡ଼ାଘର ନେଇ ଲିଭ୍ ଇନରେ ରହୁଥିଲା ସାଗର । ୪ ବର୍ଷ ତଳେ ମୃତ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ଆଣିଥିଲା ଅଭିଯୁକ୍ତ । ପ୍ରଥମେ ବ୍ରହ୍ମପୁରରେ ଭଡାଘର ନେଇ ରହୁଥିଲେ । ପରେ ତେଲୁଗୁ ସାହି ବସ୍ତିରେ ଆସି ଭଡାଘରେ ରହୁଥିଲେ । ତେବେ ମୃତ ମହିଳାଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରହିଥିବା ନେଇ ବୟାନ ରଖିଛି ଅଭିଯୁକ୍ତ । ସେ କାମରେ ବାହାରିବା ପରେ ମୃତ ମାମା ଅନ୍ୟ ଯୁବକଙ୍କୁ ଭିଡିଓ କଲ କରୁଥିବା କହିଛି । କାଲି ଏହି ଘଟଣାକୁ କେନ୍ଦ୍ର କରି ପ୍ରଥମେ ମାମାକୁ ପନିକିରେ ଆକ୍ରମଣ କରିଥିଲା ସାଗର । ପରେ ତଣ୍ଟି ଚିପି ହତ୍ୟା କରିଥିଲା । ସ୍ତ୍ରୀର କାର୍ଯ୍ୟକଳାପକୁ ଜାଣିବା ପାଇଁ ଘରେ ମୋବାଇଲରେ ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ । ଏ ନେଇ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।
ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର: ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି । ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ବହୁ ଉନ୍ନତ । ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶା ବହୁତ ଉନ୍ନତ ସ୍ଥାନରେ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ୟୁପି, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଅଧିକ । ଅପରାଜିତା ଷଡଙ୍ଗୀ ଏସବୁ ଉପରେ ହୁଏତ ଅବଗତ ନାହାନ୍ତି
NCRB ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି ବା ଜାଣି ଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକର ରେକର୍ଡ ବହୁ ଆଗରେ। ସେସବୁ ରାଜ୍ୟର ବିଫଳତାକୁ ଲୁଚାଇବାକୁ ଅଥବା ଘଣ୍ଟ ଘଉଡାଇବାକୁ ସାଂସଦ ଚେଷ୍ଟା କରୁଛନ୍ତି ।
ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ। ଆମ ସ୍ୱାଭିମାନକୁ ନେଇ କେହି ପ୍ରଶ୍ନ କଲେ ଏହାକୁ କେହିବି ଗ୍ରହଣ କରିବେ ନାହିଁ। ଏଣୁ ବନ୍ଦ ଡାକରା ଦିଆଯିବା ଓ ଏହାକୁ ସମର୍ଥନ କରି ଦାୟିତ୍ବହୀନ ମନ୍ତବ୍ୟ ଦେଇ କେଉଁଠି ନା କେଉଁଠି ନିଆଁରେ ଘିଅ ଢାଳିଥିବା ସ୍ପଷ୍ଟ ପ୍ରତୀୟମାନ ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର।
ତାତିରେ ଜଳୁଛି ସାରା ଓଡ଼ିଶା, ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର
ଝାରସୁଗୁଡ଼ା: ତାତିରେ ଜଳୁଛି ସାରା ଓଡ଼ିଶା । ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ତାପମାତ୍ରା ୪୩.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଚାନ୍ଦବାଲି ୪୦.୬ ଡିଗ୍ରୀ, କେନ୍ଦୁଝରରେ ୪୦.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଓ ପାରାଦୀପରେ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି ।
ଅନ୍ୟପକ୍ଷରେ ଆହୁରି ୨ରୁ ୩ ଦିନ ରହିବ ତାତି । ପରବର୍ତ୍ତୀ ୨ରୁ ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ । ୨୨ ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୪୦ରୁ ୫୦% ରହୁଛି । ଆଜି ୧୧ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି ।
ଏପ୍ରିଲ ୨୧ରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଅଭିଭାବକ ଶିକ୍ଷକ ବୈଠକ
ଭୁବନେଶ୍ୱର: ଏପ୍ରିଲ ୨୧ରେ ରାଜ୍ୟସ୍ତରୀୟ ଅଭିଭାବକ ଶିକ୍ଷକ ବୈଠକ ହେବ । ଚଳିତ ବର୍ଷର ଏହା ପ୍ରଥମ ବୈଠକ ହୋଇଥିବାରୁ ଏହା ପୂର୍ବ ଅପେକ୍ଷା ଏହା ବଡ଼ ଆକାରରେ ହେଉଛି । ଏଥର ଅଭିଭାବକମାନଙ୍କ ସହ ସାଇବର ସିକ୍ୟୁରିଟି ନେଇ ଆଲୋଚନା ହେବ । ଅଭିଭାବକ ସଚେତନ ହେଲେ ପିଲା ସଚେତନ ହେବେ । ଅଭିଭାବକମାନଙ୍କ ପାଇଁ UNICEF ଓ ପୋଲିସ ସହଯୋଗରେ କିଛି ମ୍ୟାଟେରିଆଲ ପ୍ରସ୍ତୁତ ହୋଇଛି । ସ୍କୁଲ ମ୍ୟାନେଜମେଣ୍ଟ ଓ ଡେଭଲପ କମିଟି- SMDC ବି ଏଥିରେ ଯୋଗଦେବେ ବୋଲି କୁହାଯାଇଛି ।
ସ୍କୁଲ ଉନ୍ନତି, ପିଲାମାନଙ୍କ ୟୁନିଫର୍ମ ଓ ପୁସ୍ତକ ଠିକ୍ ସମୟରେ ମିଳିବା ନେଇ ବୈଠକରେ ଆଲୋଚନା ହେବ । ପାଖ ପଡୋଶୀରେ ଯଦି କେହି ପିଲାର ନାମଲେଖା ବୟସ ହେଲାଣି, ତା ସମ୍ପର୍କରେ ଜଣାଇବେ ବୋଲି ଏଥର ଅଭିଭାବକମାନଙ୍କୁ ଟାସ୍କ ଦିଆଯିବ । ଏଥର ଉଭୟ ପ୍ରାଥମିକ ଓ ମାଧ୍ୟମିକ କ୍ଲାସ ପାଇଁ ଭଲ କ୍ୟାଲେଣ୍ଡର ହୋଇଛି । PTMରେ ଅଭିଭାବକ ଆସି ଶିକ୍ଷକମାନଙ୍କ ସହ ମତ ବିନିମୟ କରିବେ । ଖରା ଛୁଟିରେ ପିଲା କ’ଣ କରିବେ, କିପରି ହୋମୱାର୍କ ଶେଷ କରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ ।
ଆଜି ଲୋକାର୍ପିତ ହେବ ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍
ଭୁବନେଶ୍ୱର: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନକୁ ଆଜି ଅପରାହ୍ନରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ଏହି ସ୍ୱତନ୍ତ୍ର ତଥା ଆଦର୍ଶ ଭେଣ୍ଡିଂ ଜୋନ୍ । ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି। ଏଥିପାଇଁ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଅଭିରାମ ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି।
ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଗକୁ ବିଏମସିର ଅନ୍ୟ ଜୋନରେ ଅନୁରୂପ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କରିବାକୁ ବିଏମସି ଯୋଜନା ରଖିଛି ।
ରାଜ୍ୟରେ ତାତିର ରାଜୁତି ; ଆହୁରି ୨ରୁ ୩ଦିନ ଯାଏଁ କଲବଲ କରିବ ତାତି
ଭୁବନେଶ୍ବର : ଆହୁରି ୨ରୁ ୩ଦିନ ରହିବ ତାତି। ପରବର୍ତ୍ତୀ ୨ରୁ ୩ଦିନ ପରେ ୨ରୁ ୪ଡିଗ୍ରୀ ତାପମାତ୍ରା କମିବ। ୨୨ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଉପକୂଳ ଓଡିଶାରେ ଆର୍ଦ୍ରତା ୪୦ରୁ ୫୦% ରହୁଛି । ଆଜି ୧୧ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୩୯.୨, ଭୁବନେଶ୍ୱରରେ ୩୯, ସମ୍ବଲପୁରରେ ୩୯ , ବାଲେଶ୍ୱରରେ ୩୭.୮, ହୀରାକୁଦରେ ୩୭.୮, ଚାନ୍ଦବାଲିରେ ୩୭.୪, ପୁରୀରେ ୩୪, ଗୋପାଳପୁରରେ ୩୩.୬ ଓ ପାରାଦୀପରେ ୩୨.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ଶାହଦୋଲରେ ଦୁଇ ମାଲବାହୀ ଟ୍ରେନ ଧକ୍କା, ଜଣେ ମୃତ
ଭୋପାଳ : ମଧ୍ୟପ୍ରଦେଶ ଶାହଦୋଲରେ ଦୁଇ ମାଲବାହୀ ଟ୍ରେନ ଧକ୍କା, ଜଣେ ମୃତ । ଶାହଦୋଲ ସିଂପୁର ରେଳ ଷ୍ଟେସନଠାରୁ କିଛି ଦୂରରେ ଦୁଇଟି ଟ୍ରେନ ଧକ୍କା ହୋଇଛି । ଦୁର୍ଘଟଣା ପରେ ଦୁଇଟି ଟ୍ରେନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଫସିରହିଥିବା ୪ଜଣ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି
ଥାଳିରେ ଟଙ୍କା ଧରି ପହଞ୍ଚିଲେ ସ୍ବାଧୀନ ପ୍ରାର୍ଥୀ, ମାଗି ମାଗି ଅମାନତ ଭରିଲେ
କର୍ଣ୍ଣାଟକ : ମାଗି ମାଗି ଅମାନତ ଭରିଲେ ପ୍ରାର୍ଥୀ । ନାମାଙ୍କନ ପତ୍ରରେ ପ୍ରାର୍ଥୀମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ତାଲିକା ଦେଉଥିବା ବେଳେ କର୍ଣ୍ଣାଟକ ୟାଦଗିର ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ଜଣେ ପ୍ରାର୍ଥୀ ଥଳିରେ ଟଙ୍କା ଆଣିଥିବା ଦେଖି ସରକାରୀ ଅଧିକାରୀ ତାଜୁବ ହୋଇଥିଲେ ।
ସ୍ବାଧୀନ ପ୍ରାର୍ଥୀ ୟଙ୍କପ୍ପା ନାମାଙ୍କନ ବାବଦ ରାଶି ଭରିବା ପାଇଁ ୧୦ହଜାର ଟଙ୍କାର ଆଦାୟ କରିଛନ୍ତି । ୟକପ୍ପା ଗାଁ ଗାଁ ବୁଲି ମତଦାତାଙ୍କଠାରୁ ଟଙ୍କାଏ ଟଙ୍କାଏ ଆଦାୟ କରିଥିଲେ । ଥଳିରେ ୧୦ହଜାର ଟଙ୍କାର କଏନ ନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଟଙ୍କା ଗଣିବାକୁ ଅଧିକାରୀଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ବେକରେ ବ୍ୟାନର ଟାଙ୍ଗି ୟଙ୍କପ୍ପା ତହସିଲ ଅଫିସରେ ନାମାଙ୍କର ଭରିଥିଲେ ।

