ଭୁବନେଶ୍ବର : ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି ବୋଲି କହିଛନ୍ତି ନବୀନ। ବିଜେପି ସରକାରର ପ୍ରଥମ ପୂର୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ। ଏହା ରାଜକୋଷୀୟ ନିଅଣ୍ଟକୁ ବଢ଼ାଇବା ସହ ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ସେହିପରି ଓଡ଼ିଶାର ସୁଧ ବୋଝ ବଢ଼ୁଛି। ବଜେଟରେ ପୂର୍ତ୍ତ ବିଭାଗ ଓ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ନାହିଁ ବୋଲି ଟ୍ବିଟ୍ କରି କହିଛନ୍ତି ନବୀନ। ସେହିପରି ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ଏହି ଅତିରିକ୍ତ ବଜେଟ୍ ହୋଇଛି। ଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ନବୀନ।
ଏଵେ ଚର୍ଚ୍ଚାରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର
ନନ୍ଦିଘୋଷ ବ୍ୟୁରୋ : ଏଵେ ଚର୍ଚ୍ଚାରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର । ସଵୁଵେଳେ ମିଠା ମିଠା କଥା କହୁଥିଵା ଶୁଭଙ୍କର ଏଵେ ତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଚଚ୍ଚାରେ। ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରିବାରୁ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ ଏବଂ ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧା ରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ। ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି,ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁଭଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ସବୁ ମହଲରେ ଦାବୀ ହୋଇଛି।
‘ଅମର୍ ପ୍ରେମ୍’ରେ ନୂଆ ମୋଡ଼ ; ପୂଜାଙ୍କ ବୟଫ୍ରେଣ୍ଡ ଅମରକୁ ଉଠାଇ ନେଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ତାଙ୍କୁ ଆଜି ଦେଖା କରିବାକୁ ଆସିଥିଲେ ଅମର। ଅଭିଯୋଗ ଅନୁସାରେ ନାରୀ ଶକ୍ତି ସଦନରେ ପ୍ରବେଶ କରିବାକୁ ବଳପୂର୍ବକ ସେ ଚେଷ୍ଟା କରିଥିଲେ। ଏହାକୁ ନେଇ ପୋଲିସକୁ ଖବର ଦେଇଥିଲେ କର୍ତ୍ତୃପକ୍ଷ। ଏହା ପରେ ସହଦେବଖୁଣ୍ଟା ପୋଲିସ ଆସି ଅମରଙ୍କୁ ଟେକି ନେଇଛି। କାଉନସେଲିଂ ସମୟରେ ଆମେରିକାରେ ଥିବା ପୂଜାଙ୍କ ବାପା ମାଆଙ୍କୁ ଅମର କୋଟିଏ ଟଙ୍କା ମାଗିଥିବା ଜଣାପଡ଼ିଛି। ସହଦେବଖୁଣ୍ଟା ପୋଲିସ ଅମରର ମୋବାଇଲକୁ ଜବତ କରି ତାକୁ ଅଟକ କରି ଅଧିକ ପଚରା ଉଚୁରା କରୁଛି।
କଂଗ୍ରେସ ବିରୋଧରେ ବିଷ ଓଗାରିଲେ ନରସିଂହ ,ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ !
ନନ୍ଦିଘୋଷ ବ୍ୟୁରୋ :ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ। କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର। ଗତ ସାଧାରଣ ନିର୍ବାଚନ ପରଠାରୁ ତାଙ୍କୁ ଅଣଦେଖା କରାଯିବା ସହ ଦଳର କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନାହିଁ। ଏପରିକି ତାଙ୍କୁ ଫୋନ ଟିଏ ମଧ୍ୟ କରାଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ଆଇନମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ଆଇନ ପରିଷଦ ସଦସ୍ୟ ରହିଥିଲେ। ସେହି ସମୟରେ ଦଳ ତାଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଥିଲା। କିନ୍ତୁ ଭକ୍ତ ଦାସ ପିସିସି ସଭାପତି ହେବା ପରଠୁ ଦଳ ତାଙ୍କୁ ପଚାରୁନଥିବା କହିଛନ୍ତି ନରସିଂହ। ଗତ ନୂଆପଡ଼ା ଉପନିର୍ବାଚନରେ ତାଙ୍କୁ ଡ଼କା ଗଲାନାହିଁ । ତେବେ ସେ ଦଳ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ମାଟିରେ ମିଶିଲା ରାଉରକେଲା ସହରର ବିପିୟୁଟି ବସ୍ତି
ନନ୍ଦିଘୋଷ ବ୍ୟୁରୋ : ମାଟିରେ ମିଶିଲା ରାଉରକେଲା ସହରର ବିପିୟୁଟି ବସ୍ତି। ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ଉପସ୍ଥିତିରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବସ୍ତିରେ ଥିବା ଘରକୁ ଭାଙ୍ଗି ଦିଆଯାଇଛି। ସମସ୍ତ ଵସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ନଥିଲେ ବି ଘର ଭାଙ୍ଗି ଦିଆଯାଇଥିଵା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।
ଘର ଭାଙ୍ଗି ଦିଆଯିବା ପରେ ବସ୍ତି ବାସିନ୍ଦା ଖୋଲା ଆକାଶ ତଳେ ନିଜ ନିଜର ଆସବାବପତ୍ର ଓ ପିଲାଛୁଆଙ୍କୁ ଧରି ପଡି ରହିଛନ୍ତି। ଅନ୍ୟପକ୍ଷରେ ବିପିୟୁଟି ବସ୍ତିରେ ରହୁଥିବା ୮୧ ଜଣ ଵସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ କିଛି ବର୍ଷ ତଳେ ବସ୍ତିରେ ଘର କରି ରହୁଥିବା ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଵସ୍ତି ବାସିନ୍ଦାଙ୍କୁ ବାସଗୃହ ଯୋଗାଇ ଦିଆନଯାଇ ଵସ୍ତି ଭାଙ୍ଗି ଦିଆଯିବା ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ : ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ଘଟଣାସ୍ଥଳରୁ ଆହୁରି ଅଧିକ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ତାଇ ପୋ ଜିଲ୍ଲାର ଫୁକ୍ କୋର୍ଟ ଇଷ୍ଟେଟରେ ନିଆଁ ଲାଗିଥିଲା । ୩୨ ମହଲା ବିଶିଷ୍ଟ ୮ଟି ଟାୱାରରେ ନିଆଁ ଲାଗିଥିଲା। ମରାମତି ପାଇଁ ବାଉଁଶ ମଞ୍ଚା ବନ୍ଧା ଯାଇଥିଲା। ସେଥିରେ ପ୍ରଥମେ ନିଆଁ ଲାଗିଥିଲା। ସାତଟି ଯାକ ବିଲଡିଂ ଏମିତି ଜଳି ଯାଇଛି ଯେ, ଯେମିତି ଆଉ କିଛି ନାହିଁ। ପବନ ଓ ସୁରକ୍ଷା ପାଇଁ ଲଗାଯାଇଥିବା ଜାଲ ପାଇଁ ଭୟଙ୍କର ରୂପ ଧାରଣ କରିଥିଲା ନିଆଁ।
ଏହି ସବୁ ଆପାର୍ଟମେଣ୍ଟରେ ଅଧିକାଂଶ ବୟସ୍କ ଲୋକ ରହୁଥିଲେ। ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ଥିଲା। ଏପରିକି କେତେକ ଲୋକ ଜାଣି ବି ପାରିନଥିଲେ ଯେ, ନିଆଁ ଲାଗିଛି। ସେଥିପାଇଁ ମୃତ୍ୟୁ ସଂଖ୍ୟା ବଢିଛି। ଉଦ୍ଧାର ପରେ ପ୍ରାୟ ହଜାରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ କରାଯାଇଛି ସ୍ଥାନାନ୍ତର। ୧୯୮୦ ଦଶକରେ ଏହି ବିଲଡିଂ ନିର୍ମିତ ହୋଇଥିଲା। ପୁରୁଣା ହୋଇଥିବାରୁ ଏବେ ଚାଲିଥିଲା ମରାମତି। ଏହି ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଅଗ୍ନିକାଣ୍ଡ ପାଇଁ ସେମାନଙ୍କୁ ଦାୟୀ କରାଯାଇଛି। ବିଲଡିଂ ମରାମତି ବେଳେ ଏମିତି ସାମଗ୍ରୀ ବ୍ୟବହାର କରାଯାଇଥିଲା, ଯାହା କି ଅତ୍ୟଧିକ ଦହନଶୀଳ। ଏହା ଦ୍ଵାରା ନିଆଁ ଅଧିକ ବ୍ୟାପିଥିଲା। ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର। ବର୍ତ୍ତମାନ ସୁଦ୍ଧା ପ୍ରଥମେ ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର ମୂଳ କାରଣ କଣ, ତାହା ସ୍ପଷ୍ଟ ହୋଇ ନାହିଁ।

