କଟକ: ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଡିଜିଟାଇଜେସନ, ପେପର୍ ଲେସ୍ କୋର୍ଟ ଓ ଇ-ଇନିସିଏଟିଭ୍ ଶୀର୍ଷକ ଜାତୀୟ ସମ୍ମିଳନୀ ଚାଲିଛି । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ଯ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ।
ଫେଲ ମାରିଲା ବିଜେପିର ଚାଲ୍, ଚାଷୀଙ୍କୁ ଢାଲ କରି ରାଜନୀତି ଉଦ୍ୟମ ହେଲା ବିଫଳ
ଝାରସୁଗୁଡ଼ା: ଫେଲ ମାରିଲା ବିଜେପିର ଚାଲ୍ । ଚାଷୀଙ୍କୁ ଢାଲ କରି ରାଜନୀତି ଉଦ୍ୟମ ହେଲା ବିଫଳ । ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ କୋଲାବିରା ବ୍ଲକ ଅଞ୍ଚଳର କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଭୋଟ ବର୍ଜନ ପାଇଁ ଚକ୍ରାନ୍ତ କରିଥିଲା ବିଜେପି । ସମାସିଂହା ପଂଚାୟତ, ସୋଡ଼ାମାଲ ଭେଡେନ ନଦୀ କୂଳରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଥିଲେ ଚାଷୀ ।
ଭୋଟ ବର୍ଜନ ପାଇଁ ବିଜେପି ଚାଷୀଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଅବଗତ ହେବାପରେ ଚାଷୀଙ୍କ ନିକଟରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚାଷୀଙ୍କ ପାଖରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଚାଷୀମାନେ ସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ଭରସା ଥିବା ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଛନ୍ତି ଚାଷୀ ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର, କାଲି ଶକ୍ତି ପ୍ରଦର୍ଶନ କରିବ ବିଜେଡି
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ହେବାରେ ଲାଗିଛି ପ୍ରଚାର । ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ୩ ଦିନ । ଶେଷ ମୁହୂର୍ତ୍ତରେ ଜନତାଙ୍କ ଦିଲ୍ ଜିତିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ସମାବେଶ ସହିତ ଗାଁରୁ ଗାଁକୁ ବୁଲି ପ୍ରଚାର କରୁଛି ବିଜେଡି । ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହିତ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଜି ଝାରସୁଗୁଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ଦୀପାଳି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ରବିବାରରେ ଝାରସୁଗୁଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଅମିଲିପାଲି ପଡ଼ିଆରେ ବିରାଟ ସମାବେଶ ଆୟୋଜନ କରାଯାଉଛି । ନବୀନଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ସମସ୍ତେ ବେଶ୍ ଉତ୍ସାହୀ ଅଛନ୍ତି ଜିଲ୍ଲାବାସୀ । ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବେ ଦୀପାଳି । ଦୀପାଳିଙ୍କୁ ଜିତାଇବା ପାଇଁ ବାପାଙ୍କ ଭଳି ଦାୟିତ୍ବ ନେଇଛନ୍ତି ନବୀନ । ପୂର୍ବରୁ ଝାରସୁଗୁଡ଼ାବାସୀ ମୁଖ୍ୟମନ୍ତ୍ରୀ, ନବ ଦାସ ଓ ବିକାଶ ସହ ଥିଲେ ଏବଂ ଆଗକୁ ରହିବେ ବୋଲି ବିଜେଡି କହିଛି ।
ସମ୍ବଲପୁରରେ ଭଡ଼ାଟିଆଙ୍କ ଦାଦାଗିରି, ଘର ଖାଲି କରିବାକୁ କହିଲେ ମାଲିକଙ୍କୁ କରୁଛନ୍ତି ମରଣାନ୍ତକ ଆକ୍ରମଣ
ସମ୍ବଲପୁର: ଭଡାଟିଆଙ୍କ ଦ୍ବାରା ନିଜ ଘରେ ବନ୍ଦୀ ବୃ୍ଦ୍ଧ ଦମ୍ପତ୍ତି । ଘର ଖାଲି ପାଇଁ କହିଲେ ମରଣାନ୍ତକ ଆକ୍ରମଣ କରାଯାଉଥିବାର ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଶଯ୍ୟାଶାୟୀ । ଅନ୍ୟର ସାହାରା ନହେଲେ ଶେଯରୁ ଉଠିବା କଷ୍ଟ । ରଶିରେ ଶଯ୍ୟାଶାୟୀ ବାପାଙ୍କୁ ଖାଦ୍ୟ ପଠାଉଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହୀରାକୁଦ ଗୁରୁଦ୍ବାର ପଡାରେ । ଗେଟରେ ତାଲାମାରି ଫେରାର ଅଛନ୍ତି ଉପର ମହଲାରେ ରହୁଥିବା ଭଡାଟିଆ ।
ସେପଟେ ତଳ ଗେଟରେ ବି ତାଲା ପକାଇ ରଖିଛନ୍ତି ଅନ୍ୟ ଏକ ଭଡାଟିଆ । ପୋଲିସକୁ ଖବର ଦେଲେ ବି ପୋଲିସ ଶୁଣୁନଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ପୁରୀ ସମୁଦ୍ର କୂଳରେ ଲାଗିଲା ନାଲି ପତାକା
ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଲା ନାଲି ପତାକା । ଗତ ଦୁଇଦିନରେ ସମୁଦ୍ରରେ ୪ଟି ଜୀବନ ଯିବାପରେ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଲଗାଯାଇଛି ନାଲି ପତାକା । ସଂପୃକ୍ତ ସ୍ଥାନରେ କୌଣସି ପର୍ଯ୍ୟଟକ ଯେଭଳି ସ୍ନାନ ନକରିବେ ସେନେଇ ଲାଗିଛି କଟକଣା । ତେବେ କିଛି ପର୍ଯ୍ୟଟକ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ ବିପଦପୂର୍ଣ୍ଣ ସ୍ଥାନରେ ନଗାଧୋଇବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ଏହାକୁ ପର୍ଯ୍ୟଟକ ମାନୁନଥିବା ଦେଖିବାକୁ ମିଳିଛି ।
ସେହିପରି ବିସ୍ତିର୍ଣ୍ଣ ବେଳାଭୂମିକୁ ୧୪ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ମାତ୍ର ଶହେ ଜଣ ଲାଇଫ ଗାର୍ଡ ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ସହ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ପର୍ଯ୍ୟଟକ । ଏପଟେ ପ୍ରଶାସନ ପକ୍ଷରୁ ବେଳାଭୂମିର କୌଣସି ସ୍ଥାନରେ ସାଇନ୍ ବୋର୍ଡ ଲଗାଯାଇ ନଥିବାରୁ ପର୍ଯ୍ୟଟକ ମାନେ ସଚେତନ ହୋଇପାରୁ ନାହାନ୍ତି ।

