spot_img
Home Blog Page 333

ସବୁ ସରକାରୀ ଅଫିସରେ ଓଡ଼ିଆ ଭାଷାରେ ଚାଲିବ ସରକାରୀ କାର୍ଯ୍ୟ

ଭୁବନେଶ୍ବର : ଓଡିଆରେ ଚାଲିବ ଶାସନ । ପୁଣି ଚିଠି ଲେଖିଲେ ସରକାର । ବିଜେଡି କହିଲା, ଭାଷା ଚିଠି ଏକ ପ୍ରହେଳିକା । ମିଛ ଅସ୍ମିତାକୁ ଟାର୍ଗେଟ କଲା କଂଗ୍ରେସ । ଓଡିଆରେ ହେବ ଶାସନ । ବାରମ୍ବାର ରାଜ୍ୟ ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ହେଲେ ଫଳ ଶୂନ । ସମସ୍ତ ବ୍ଲକ, ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏଣିକି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ । ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି ଓଡିଆ ଭାଷାରେ ହେବ । ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ କରାଯିବ । ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏନେଇ ରାଜ୍ୟର ସମସ୍ତ ବିଭାଗ, ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର ସମସ୍ତ ଜିଲ୍ଲାପାଳଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଓଡ଼ିଆ ଭାଷା ପ୍ରଚଳନ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି । ଯେଉଁମାନେ ନାହାନ୍ତି ସେମାନଙ୍କୁ ସରକାରୀ ସ୍ତରରେ ଚେତାବନୀ ଦିଆଯାଇଛି । ଏହା ଏକ ନିରନ୍ତର ପ୍ରୟାସ। କାଳେ ଭୁଲ ହୋଇଯିବ ବୋଲି ସରକାରୀ ଅଧିକାରୀ ଓଡିଆ ଲେଖୁ ନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରି କି ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ବୟଂ ଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏ ସରକାରଙ୍କ କଥାକୁ କେହି ମାନୁନାହାନ୍ତି । ସରକାର କେବଳ ଘୋଷଣାରେ ସୀମିତ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର ମିଛ ନାରା ଦେଇ ସରକାରକୁ ଆସିଛି । ସରକାରୀ ସ୍ତରରେ ଓଡିଆ ଭାଷା ପ୍ରଚଳନକୁ କଡାକଡି କରିବା ପାଇଁ ବାରମ୍ବାର ଉଦ୍ୟମ ହେଉଥିଲେ ମଧ୍ୟ ତାହା ପାଳନ କରିବା ସମ୍ଭବ ହୋଇନାହିଁ ।

ଡନ୍ ବନିବା ନିଶାରେ ପାଗଳ ଯୁବପିଢି, ଭାଇଗିରି ପାଇଁ ହାତରେ ଖଣ୍ଡା ଧରି ବୁଲୁଛନ୍ତି

ଭୁବନେଶ୍ୱର : ପାଗଳ କରିଛି ଟାଉନ ଟାଇଗର ବନିବାର ସ୍ୱପ୍ନ । ପାଠପଢ଼ା ବୟସରେ ଆଇନକୁ ହାତକୁ ନେଉଛନ୍ତି । ଭାଇଗିରି ପାଇଁ ହାତରେ ଖଣ୍ଡା ଧରି ବୁଲୁଛନ୍ତି । ବିଚ ରାସ୍ତାରେ ଉଠା ଦୋକାନିଙ୍କୁ ଖଣ୍ଡାରେ ଚୋଟ ପକାଇବା ପରେ ଖୁଲମଖୁଲା ଧମକ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଖୋଦ ଭୁବନେଶ୍ୱର ବିଧାନସଭା ସମ୍ମୁଖ ଆଇଜି ପାର୍କ ନିକଟରେ ଘଟିଛି ଏହି ଘଟଣା । ଦୋକାନ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଗଣ୍ଡଗୋଳ । ହାତରେ ଖଣ୍ଡାଧରି ଡନ ବନିବାର ନିଶା ପାଗଳ କରିବା ପରେ ହିତାହିତ ଜ୍ଞାନ ଭୁଲିଯାଇଛନ୍ତି ଦୁର୍ବୃତ୍ତ । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ ତାଠୁ ଜବତ କରିଛି ମାରଣାସ୍ତ୍ର।

ଏୟାରପୋର୍ଟ ଅଞ୍ଚଳରେ ଦାଦାବଟି ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛିଦିନ ତଳେ ନୟାପଲ୍ଲୀରେ ଘଟିଥିବା ମର୍ଡର କେସରେ ମଧ୍ୟ ଆଇନକୁ ହାତକୁ ନେଇଥିଲେ ଯୁବପିଢି । ଖଣ୍ଡାରେ ହାଣି ଜଣଙ୍କର ଜୀବନ ନେଇଯାଇଥିଲେ । ଠିକ ସମାନ ଢଙ୍ଗରେ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ନାବାଳକ ପ୍ରଥମେ ଗୋଶାଳାକୁ କେନ୍ଦ୍ରକରି ହଣାକଟା ଓ ପରେ ପୁରୁଣା ବିଏମସି ଅଫିସ ସମ୍ମୁଖରେ ବୋମା ଫୁଟି ରକ୍ତାକ୍ତ ହୋଇଥିଲେ ୨ ଯୁବକ । କୋମଳମତି ବୟସରେ କରିତକର୍ମାଙ୍କ ଠାରୁ ଅଧିକ କ୍ରାଇମ କରି ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ନାବାଳକ । ଗୋଟିଏ ପଟେ କମିଶନରେଟ ପୋଲିସ We care, We dare ର ନାରା ଦେଉଛି । ଅନ୍ୟପଟେ ଯୁବପିଢିଙ୍କ ଏହି ଅଜବ ନିଶା ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ।

ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ଭିତରେ ବିବାଦ ପାଇଁ ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।ସେବାରେ ବିଭ୍ରାଟ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି । ନବାଙ୍କ ବେଢା ନୀତି ଠାରୁ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା । ପରେ ନୀତି ବନ୍ଦ ରହିଥିଲା । ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନଥିଲା  । ଫଳରେ  ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଯେପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଥିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ। ୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ। ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି । ଏନେଇ କୋର୍ଟରେ ମାମଲା ବି ରହିଛି । ୨୦୨୬ ଫେବ୍ରୁଆରୀ ରେ ପରବର୍ତ୍ତୀ ଶୁଣାଣୀ ହେବ।  ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା । କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି।

ପ୍ରଭୁ ଲିଙ୍ଗରାଜ ଉପାସରେ ଥିବାରୁ ଶ୍ରଦ୍ଧାଳୁଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି। ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ, ସବୁ ଖାଁ ଖାଁ ଲାଗୁଛି  । ପ୍ରଭୁଙ୍କର ଆଳତି ବି ହୋଇନି । ଠାକୁରଙ୍କୁ ଦେଖି ଭାରି ଦୁଃଖ ଲାଗିଛି । ବିଶେଷ ଦିନରେ  ଠାକୁର ସଜ ହୋଇପାରିନାହାନ୍ତି । ସରକାର ଓ ପ୍ରଶାସନ ହସ୍ତକ୍ଷେପ କରି ଆଲୋଚନା ମାଧ୍ୟମରେ ତୁରନ୍ତ ଏହାର ସମାଧାନ କରନ୍ତୁ। ନିଯୋଗ ନିଯୋଗ ଭିତରେ ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜ ଙ୍କୁ ଉପାସରେ ରଖିବା ଠିକ୍ ନୁହେଁ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଆଉ କେତେଦିନ ପ୍ରଭୁ ଲିଙ୍ଗରାଜ ଏମିତି ଉପାସରେ ରହିବେ ? ଭକ୍ତଙ୍କ ଭାବାବେଗ ସହ ଏମିତି କେତେ ଦିନ ଖେଳ ଖେଳାଯିବ ? ନିଯୋଗ ବିବାଦର କେବେ ସମାଧାନ ହେବ ? ବୋଲି ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ମକରବେଢା ନୀତି, ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହୋଇଛି ମକରବେଢା ନୀତି । ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ ମକର ସଂକ୍ରାନ୍ତି । ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ,ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ଭୋରରୁ ସିଂହଦ୍ବାର ଫିଟା ହେବା ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇ ଅବକାଶ ନୀତି ପରେ ମକର ଚୌରାଶି ବେଶରେ ଦର୍ଶନ ଦେଉଛନ୍ତି କାଳିଆ ଠାକୁର। ତେବେ ଗତକାଲି ଠାରୁ ଆଲାମଚଣ୍ଡୀ ମନ୍ଦିର ରୁ ଆସିଥିବା ମକର ତାଡ଼ ରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମକର ବେଢା କରାଯିବା ସହ ମହାପ୍ରଭୁଙ୍କୁ ମଧ୍ୟାହ୍ନ ଧୂପରେ ସମର୍ପଣ କରାଯାଇଥିଲା । ସେପଟେ ଶ୍ରୀମନ୍ଦିରରେ ମକର ନୀତି ସହ ବିଭିନ୍ନ ମଠ ବାଡ଼ି ମାନଙ୍କରେ ମଧ୍ୟ ମକର ଚାଉଳ ପ୍ରସ୍ତୁତ ହୋଇଥିବା ପରିଲକ୍ଷିତ ହୋଇଛି । ଆଜିଠାରୁ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବା ସହ ଧିରେଧିରେ ଗରମ ଅନୁଭୁତ ହୋଇଥାଏ।

ଆଜିର ପବିତ୍ର ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ସାନିଧ୍ୟ ନେବା ସହ ଅମୃତ ତୁଲ୍ଯ ମକର ଚାଉଳ ପ୍ରସାଦ ପାଇଛନ୍ତି ଭକ୍ତ। ଓଡ଼ିଆଙ୍କ ଜ୍ୟେଷ୍ଠ,ଇଷ୍ଟ ଓ ଶ୍ରେଷ୍ଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଅନୁସରଣରେ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯାଇଛି। ପରମ୍ପରା ଅନୁସାରେ ମହାଲକ୍ଷ୍ମୀ ବାପଘରୁ ପ୍ରତ୍ୟାବର୍ତନ କରିଥିବାରୁ ଆଜିଠାରୁ ମହାପ୍ରଭୂ ମାଆ ଲକ୍ଷ୍ନୀଙ୍କ ହାତରନ୍ଧା ଖାଇବାର ବିଧି ରହିଛି । ଅନ୍ୟ ପକ୍ଷରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିଜେ ପୁରୀ ଏସ୍ପି ଶ୍ରୀମନ୍ଦିର ଚାରି ପାଖରେ ବୁଲି ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ତେବେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତି ଆଜି ମକର ସଂକ୍ରାନ୍ତି ଦିନ ଠାରୁ ବନ୍ଦ ହୋଇଅଛି।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ମାଫିଆ ରାଜ୍, ବେଧଡ଼କ ଲୁଟୁଛନ୍ତି ବାଲି

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ମାଫିଆ ରାଜ୍ । ବେଧଡ଼କ ଲୁଟୁଛନ୍ତି ବାଲି । ଦିନ ଦ୍ଵିପ୍ରହରେ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି କରୁଛନ୍ତି ବାଲି ଲୁଟ୍ । ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ବ୍ରାହ୍ମଣୀ ନଦୀ ପଠା ଅମୃତ ମଣୋହି ଘାଟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦୈନିକି ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି । NGTର ନିୟମକୁ ଖୋଲାଖୋଲି କରୁଛନ୍ତି ଉଲ୍ଲଂଘନ । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଦେଉଛନ୍ତି ଧମକ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ରାସ୍ତାଘାଟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି ।

ବାଲିମାଫିଆ ମାନେ ମନଇଚ୍ଛା ଅମୃତ ମଣୋହିରୁ ବାଲି ଲୁଟୁଛନ୍ତି । ଯାହାଫଳରେ ନଦୀପଠା ପାର୍ଶ୍ୱବର୍ତ୍ତୀ ନଦୀବନ୍ଧ ଦୁର୍ବଳ ହେବା ସହ ନଦୀ ଗାଁମୁହାଁ  ହେଲାଣି । ଅନେକ ସମୟରେ ନଦୀକୂଳିଆ ଚାଷ ଜମିକୁ ପାଣି ମାଡିଯିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଲୋକମାନେ ପ୍ରଦୂଷଣ ଘେରରେ ବନ୍ଦୀ ହୋଇପଡିଛନ୍ତି । ଏନେଇ ଗ୍ରାମବାସୀ ଅନେକ ଥର ମାଇନିଂ ଅଫିସର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେଣି ହେଲେ ଫଳ ଶୂନ । ଯାହାର ଫାଇଦା ଉଠାଇ ଚାଷ ଜମିରୁ ମାଟି ଖୋଳିଲେଣି ମାଫିଆ । ଅନ୍ୟପଟେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ମାଇନିଂ ଅଫିସର । ମାଫିଆ ଦିନ ଦ୍ଵିପ୍ରହରେ ବେଆଇନ ବାଲି ଚାଲାଣ କରୁଛନ୍ତି ହେଲେ ପ୍ରଶାସନ ଚୁପ କଣ ପାଇଁ ? ମାଫିଆଙ୍କ ପ୍ରତି ପ୍ରଶାସନର ଅହେତୁକ ଅନୁକମ୍ପା କାହିଁକି ? ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲୁଛି କି ବାଲି ଉତ୍ତୋଳନ ? ସରକାର ଏହା ଉପରେ କେବେ ଲଗାଇବେ ରୋକ ? ତାହା ଦେଖିବାକୁ ବାକି ରହିଲା ।

ଖୋଲିଛି ମଣ୍ଡି, ମିଳୁନି ଟୋକନ : ଶୀତ କାକରରେ ଧାନ ଭିଜି ହେଲାଣି ଗଜା

ରାୟଗଡା : ଖୋଲିଛି ମଣ୍ଡି, ମିଳୁନି ଟୋକନ । ଶୀତ କାକରରେ ଧାନ ଭିଜି ହେଲାଣି ଗଜା । ରାୟଗଡା ଜିଲ୍ଲାରେ ଟୋକନ ଟେନସନରେ ପେଷି ହେଲେଣି ଚାଷୀ । ଜିଲ୍ଲାର ୩୫ ପ୍ରତିଶତ ଚାଷୀଙ୍କୁ ଏଯାଏଁ ମିଳିନି ଟୋକନ । ଫଳରେ ଅନେକ ଚାଷୀଙ୍କ ଧାନ ଖଳା ଓ ମଣ୍ଡିରେ ପଡି ନଷ୍ଟ ହେବାରେ ଲାଗିଛି । ଜିଲ୍ଲାରେ ଖରିଫ ଧାନ ବିକ୍ରି କରିବା ପାଇଁ ୨୧ ହଜାର ୪୮୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ହେଲେ ଏଯାଏଁ ମାତ୍ର ୧୯୧୪ ଜଣ ଚାଷୀଙ୍କ ୯୮ ହଜାର ୯୦୫ କ୍ଵିଣ୍ଟାଲ ଧାନ କିଣାଯାଇଛି । ସେପଟେ ମିଲର୍ସ ମାନଙ୍କୁ ଆବଶ୍ୟକ ସଂଖ୍ୟକ ଟାର୍ଗେଟ ମିଳିନଥିବାରୁ ସେମାନେ ମନମାନି କରୁଥିବା ଅଭିଯୋଗ ହୋଇଛି ।

ଗତବର୍ଷ ଜିଲ୍ଲାରୁ ୧୩ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବାକୁ ମିଲର୍ସଙ୍କୁ ଟାର୍ଗେଟ ମିଳିଥିଲା । ଚଳିତ ଥର ତାହା ହ୍ରାସ ପାଇ ମାତ୍ର ୭ ଲକ୍ଷ ୫୦ ହଜାର କ୍ଵିଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଛି । ତେବେ ଉତ୍ପାଦିତ ହୋଇଥିବା ବଳକା ଧାନକୁ ଚାଷୀ କାହାକୁ ବିକ୍ରି କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସମବାୟ କିମ୍ବା ଯୋଗାଣ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁନଥିବା ବେଳେ ଧାନ ବିକ୍ରି ଅବ୍ୟବସ୍ଥାକୁ ବିରୋଧ କରିଛନ୍ତି ରାୟଗଡା ବିଧାୟକ । ଟୋକନ ଟେନସନ ନେଇ ଆନ୍ଦୋଳନ ମୁହାଁ ହେଲେଣି ଚାଷୀ ।

ମକର ସଂକ୍ରାନ୍ତିରେ ଅଟ୍ରିରେ ଭକ୍ତଙ୍କ ପ୍ରବଳ ଭିଡ

ଖୋର୍ଦ୍ଧା : ଆଜି ପବିତ୍ର ମକର ସଂକ୍ରାନ୍ତି ବା ପୋଙ୍ଗଲ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରିରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଭୁ ହଟକେଶ୍ଵରଙ୍କ ଦର୍ଶନ ସହ ଯାତ୍ରା ବୁଲିବାର ମଜା ଉଠାଉଛନ୍ତି ଲୋକେ । ଆଜିର ଦିନରେ ଏଠାରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ପ୍ରତିବର୍ଷ ପରି ପ୍ରଭୁ ହଟକେଶ୍ଵରଙ୍କ ପାଖେ ପୂଜାର୍ଚ୍ଚନା ପରେ ଦଲକ କୁଣ୍ଡରୁ ସନ୍ତାନପ୍ରାପ୍ତି ନିମନ୍ତେ ଗୁଆ ଖୋଜିଛନ୍ତି ନିଃସନ୍ତାନ ମହିଳା । କାହିଁ କେଉଁ କାଳରୁ ରହିଆସିଛି ଏହି ପରମ୍ପରା । ଆଜିର ତିଥିରେ ନିଃସନ୍ତାନ ମହିଳା ଏଠାରେ ମାନସିକ ରଖିଲେ ପୁତ୍ରବତୀ ହୁଅନ୍ତି ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ଵାସ ।

ମକର ସଂକ୍ରାନ୍ତିରେ ହଟକେଶ୍ଵରଙ୍କ ପୀଠରେ ପାଳିତ ହୁଏ ମକର ମେଳା । ଆଜିର ଦିନରେ ଅଟ୍ରି ପୀଠରେ ଗାଧୋଇ ହଟକେଶ୍ବର ମହାଦେବଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଏହି ବିଧିରେ ଖୋର୍ଦ୍ଧା ହଟକେଶ୍ଵର ମନ୍ଦିରରେ ଆଜି ସକାଳୁ ଭିଡ ଲାଗି ରହିଥିଲା । ସନ୍ଧ୍ୟାରେ ପୁରୀ ଗଜପତି ମହାରାଜଙ୍କ ରାଣୀ ମକର ଚାଉଳ ଭୋଗ ଲଗାଇବାର ବିଧି ରହିଛି । ଅଟ୍ରିରେ ଆଜିଠୁ ଏକ ମାସ ଯାଏଁ ଚାଲିବ ମେଳା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିବ ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେନସ ଫ୍ରେଡରିକ ନେଲସନଙ୍କ କଡ଼ା ଚେତାବନୀ। ଆମେରିକା ଓ ଡେନମାର୍କ ମଧ୍ୟରୁ ଡେନମାର୍କ ସହ ତାଙ୍କ ଦେଶ ରହିବ ବୋଲି କହିଛନ୍ତି ନେଲସନ। ନେଲସନ କହିଛନ୍ତି- ଡେନମାର୍କ ହେଉ ବା ନାଟୋ କିମ୍ବା ୟୁରୋପୀୟ ୟୁନିଅନ ସହ ରହିବା ଲାଗି ତାଙ୍କ ଦେଶ ଚାହେଁ। ଏହା ସହ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡରିକସନଙ୍କ ରହିବା ଲାଗି ସେ ଦୃଢ ଭାବେ କହିଛନ୍ତି। ତେବେ ନେଲସନଙ୍କ ବିବୃତିକୁ ସମର୍ଥନ କରିନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଏହି ବକ୍ତବ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି କରିବ। ଏପରିକି ନେଲସନକୁ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ୱାଶିଂଟନରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଗ୍ରୀନଲ୍ୟାଣ୍ଡ ଓ ଡେନମାର୍କ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ଏହି କଥା କଟାକଟି ଘଟିଛି।

ପବିତ୍ର ମକର ସଂକ୍ରାନ୍ତିରେ ଏକାଠି ହେଲେ ବାପା-ପୁଅ

ନନ୍ଦିଘୋଷ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତିରେ ଏକାଠି ହେଲେ ବାପା-ପୁଅ। ମକର ସଂକ୍ରାନ୍ତି ଅବସରରେ ଜନଶକ୍ତି ଜନତା ଦଳ ନେତା ତଥା ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନକୁ ଯାଇ ଭେଟିଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀ। ଗତକାଲି ପାଟନାସ୍ଥିତ ୧୦-ସର୍କୁଲାର ରୋଡସ୍ଥିତ ରାବଡି ଦେବୀଙ୍କ ବାସଭବନକୁ ଯାଇ ମକର ସଂକ୍ରାନ୍ତିରେ ଦହି-ଚୂଡ଼ା ଭୋଜିଲାଗି ଘରକୁ ଆସିବା ଲାଗି ଅନୁରୋଧ କରିଥିଲେ ତେଜ ପ୍ରତାପ। ଏହା ସହ ତେଜସ୍ବୀଙ୍କୁ ମଧ୍ୟ ସେ ଘରକୁ ଆସିବା ଲାଗି ଅନୁରୋଧ କରିଥିଲେ। ଲାଲୁ ପ୍ରସାଦ ଯାଦବ ଓ ରାବଡୀ ଦେବୀ ତେଜପ୍ରତାପଙ୍କ ଘରେ ପହଞ୍ଚିବା ପରେ ତେଜପ୍ରତାପ ସେମାନଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିଥିଲେ। ଏହି ମିଳନ ଏକ ପବିତ୍ର ମିଳନ ଥିଲା ବୋଲି କହିଛନ୍ତି ତେଜପ୍ରତାପ। ଗତ ବିଧାନସଭା ନିର୍ବାଚନରେ ଯାଦବ ପରିବାରରେ ସୃଷ୍ଟି ହୋଇଥିବା ମତପାର୍ଥକ୍ୟକୁ ନେଇ ସୃଷ୍ଟି ହୋଇଥିଲା ହଟଚମଟ।

ପବିତ୍ର ମକର ସଂକ୍ରାନ୍ତିରେ ବାବା ସିଂହନାଥଙ୍କୁ ଦର୍ଶନ କଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର

ପବିତ୍ର ମକର ସଂକ୍ରାନ୍ତିରେ ଚଳ ଚଞ୍ଚଳ ବାବା ସିଂହନାଥ ପୀଠ। ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ବାବା ସିଂହନାଥଙ୍କର ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉପବାସର ସହ ମନ୍ଦିର ବେଢା ପରିକ୍ରମା କରି ବାବା ସିଂହନାଥଙ୍କର ଦର୍ଶନ କରିଛନ୍ତି। ଏନେଇ ସେଠାରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବିନୋଦ କୁମାର ନନ୍ଦ।