spot_img
Home Blog Page 3347

ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟ ଉପରେ ଚାଷୀ ଓ ଗରିବଙ୍କ ରୋଜଗାର ନିର୍ଭରଶୀଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟ ଉପରେ ଚାଷୀ ଓ ଗରିବଙ୍କ ରୋଜଗାର ନିର୍ଭରଶୀଳ । ପ୍ରାଣୀଙ୍କୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣୀଙ୍କ ସୁରକ୍ଷା ଦିଗରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଉଦ୍ୟମ ପ୍ରଶଂସନୀୟ । ନିଷ୍ଠାପର ସେବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

 

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଓ ଅଫଜାଲ ଦୋଷୀ ସାବ୍ୟସ୍ତ, ମୁଖତାରଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ

ଲକ୍ଷ୍ନୌ: ବାନ୍ଦା ଜେଲରେ ବନ୍ଦୀ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବତନ ବିଧାୟକ ମୁଖତାର ଅଂସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୧୦ ବର୍ଷର ଜେଲଦଣ୍ଡ ହୋଇଛି । ଏଥିସହିତ ମୁଖତାରଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ବିଏସପି ସାଂସଦ ଅଫଜାଲ ଅଂସାରୀଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏବଂ ଅଫଜାଲଙ୍କୁ ୪ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟଯ । ପ୍ରକାଶ ଥାଉକି ଗାଜିପୁରର ଉପର ସେସନ ନ୍ୟାୟାଧୀଶ ପ୍ରଥମ/ଏମପି ଏମଏଲଏ କୋର୍ଟ ଦୁର୍ଗେଶ କୁମାରଙ୍କ କୋର୍ଟ ଏହି ମାମଲାରେ ୧ ଏପ୍ରିଲରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ରାୟକୁ ଦୃଷ୍ଟିରେ ରଖି ଆଜି ସକାଳେ ଗାଜିପୁର କୋର୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ମାମଲାରେ ସାଂସଦ ଅଫଜାଲ ଅଂସାରୀଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡ ମିଳିଥିବାରୁ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହୋଇଯିବ । ପ୍ରକାଶ ଥାଉକି ମୁଖତାର ଅଂସରୀ ଏବଂ ଅଫଜାଲ ଅଂସାରୀଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟରର ଏହି ମାମଲାରେ କରଣ୍ଡା ଥାନା ଏବଂ ମୁହମ୍ମଦାବାଦ ଥାନାରେ ରୁଜୁ ଅପରାଧିକ ମକଦ୍ଦମା ଆଧାରରେ ବନାଯାଇଥିବା ଗ୍ୟାଙ୍ଗଚାର୍ଟ ଉପରେ ଆଧାରିତ ।

ଗ୍ୟାଙ୍ଗଚାର୍ଟରେ ଅଫଜାଲଙ୍କ ନାଁରେ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ମାମଲା ରହିଛି ଯେତବେଳେ କି ମୁଖତାରଙ୍କ ବିରୋଧରେ ଏହି ମାମଲା ବ୍ୟତୀତ ରୁଙ୍ଗଟା ଅପହରଣ ଏବଂ ହତ୍ୟାକାଣ୍ଡର ମଧ୍ୟ ମାମଲା ରହିଛି । ଶନିବାର ଦଣ୍ଡ ଶୁଣାଇବା ପାଇଁ ବିଏସପି ସାଂସଦ ଅଫଜାଲ ଅଂସାରୀ କାଠଗଡ଼ାରେ ହାଜର ହୋଇଥିଲେ । ସେହିପରି ମୁଖତାର ବାନ୍ଦା ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ । ୟୁପିର ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ପରେ ମୁଖତାର ଅଂସାରୀ ଏବଂ ଅଫଜାଲ ଅଂସାରୀଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।

ପୁଣି ସ୍କାନରରେ ବାଇଜୁସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରବୀନ୍ଦ୍ରନ

ନୂଆଦିଲ୍ଲୀ: ପୁଣି ସ୍କାନରରେ ବାଇଜୁସ ସିଇଓ ରବୀନ୍ଦ୍ରନ ବାଇଜୁ । ବେଙ୍ଗାଲୁରୁସ୍ଥିତ ରବୀନ୍ଦ୍ରନଙ୍କ ଅଫିସ ଓ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଅନୁସାରେ ରବୀନ୍ଦ୍ରନଙ୍କ ଦୁଇଟି ବ୍ୟାବସାୟିକ୍ ପ୍ରତିଷ୍ଠାନ ଓ ତାଙ୍କର ଆବାସସ୍ଥଳୀରେ ଏହି ରେଡ ହୋଇଛି ।

ରେଡ୍ ବେଳେ କେତେକ ସନ୍ଦିଗ୍ଧ ନଥି ଓ ଡିଜିଟାଲ ଡାଟା ଜବତ ହୋଇଛି । ବହୁ ଲୋକଙ୍କଠାରୁ ମିଳିବା ପରେ ଇଡି ପକ୍ଷରୁ ରବୀନ୍ଦ୍ରନଙ୍କୁ ସମନ ଜାରି କରାଯାଇଥିଲେ । ଏହା ସତ୍ତ୍ବେ ରବୀନ୍ଦ୍ରନ ଇଡି ନିକଟରେ ହାଜର ହୋଇ ନଥିବାରୁ ତାଙ୍କ ଘରେ ଓ ଅଫିସରେ ରେଡ ହୋଇଥିଲା । ୨୦୧୧ରୁ ୨୦୨୩ ମଧ୍ୟରେ ରବୀନ୍ଦ୍ରନଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡରେ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହୋଇଥିବା ଜଣାଯାଇଛି ।

ଆର୍ସେଲର-ନିପନ୍ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ

ଭୁବନେଶ୍ୱର: ଆର୍ସେଲର-ନିପନ୍ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ । ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ଏନେଇ ଜମି ଅଧିଗ୍ରହଣ ଆଇନ ଅନୁସାରେ ନୋଟିସ୍ ଜାରି ହୋଇଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି । 5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ ପରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ।

ଶିକ୍ଷକ ନିଯୁକ୍ତି ଘୋଟାଲା ପ୍ରସଙ୍ଗ: ମୁଣ୍ଡ ନୁଆଁଇଲେ କଲିକତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ପ୍ରସଙ୍ଗ । ଶେଷରେ ମୁଣ୍ଡ ନୁଆଁଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ଦୁର୍ନୀତି ପ୍ରସଙ୍ଗରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଓ ଅଭିଯୁକ୍ତ କୁନ୍ତଳ ଘୋଷଙ୍କୁ ଜେରା ଲାଗି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ ବିଚାରପତି ଗଙ୍ଗୋପାଧ୍ୟାୟ । ଏହା ସହ ବିନା ଅନୁମତିରେ ଦୁଇ ସଂସ୍ଥାର କୌଣସି ଅଧିକାରୀଙ୍କ ବିରୋଧରେ FIR ରୁଜୁ ନ କରିବାକୁ ବି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଭିଷେକ ଅଭିଯୋଗ କରିଥିଲେ- ତାଙ୍କୁ ଫସାଇବା ଲାଗି କୁନ୍ତଳଙ୍କ ଉପରେ ତଦନ୍ତକାରୀ ସଂସ୍ଥା ଚାପ ପକାଉଛନ୍ତି । କୁନ୍ତଳ ବି କରିଥିଲେ ସମରଣର ଅଭିଯୋଗ । ଗତ ଏପ୍ରିଲ ୧୭ ତାରିଖରେ ଅଭିଷେକ ବାନାର୍ଜୀଙ୍କୁ ଜେରା ଲାଗି ସିବିଆଇ ଓ ଇଡିକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ ।

ଗତ ୨୪ ତାରିଖରେ ଅଭିଷେକଙ୍କ ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ ଏବଂ ଶିକ୍ଷକ ଚୟନ ଦୁର୍ନୀତି ସମ୍ପର୍କରେ ଏକ ନ୍ୟୁଜ ଚାନେଲକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଦେଇଥିବା ସାକ୍ଷାତକାର ସମ୍ପର୍କରେ ଯାଞ୍ଚ କରି ରିପୋର୍ଟ ଦେବା ଲାଗି କଲିକତା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗତ ୨୮ରେ ଦୁର୍ନୀତି ମାମଲାର ବିଚାର ଭାର ଅନ୍ୟ ଜଣେ ବିଚାରପତିଙ୍କୁ ଦେବାକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।  ସିଜେଆଇଙ୍କ ଏହି ନିର୍ଦ୍ଦେଶ ପରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ଜୁଡିସିଆଲ ଅର୍ଡର ଜାରି କରିବା ସହ ସେ ଦେଇଥିବା ସାକ୍ଷାତକାରର କ୍ଲିପ ସମ୍ପର୍କରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କଠାରୁ ସବିଶେଷ ତଥ୍ୟ ତଲବ କରିଥିଲେ ।

ସେପଟେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏସ ବୋପାନ୍ନା ଓ ଜଷ୍ଟିସ ହିମା କୋଲି ଶୁକ୍ରବାର ରାତି ୮ଟାରେ ଏକ ଜରୁରୀ ଆଦେଶନାମା ଜାରି କରି ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ । ଖଣ୍ଡପୀଠ କହିଥିଲେ- ଗଙ୍ଗୋପାଧ୍ୟାୟଙ୍କ ଏହି ନିର୍ଦ୍ଦେଶ ବିଚାର ବିଭାଗୀୟ ଶୃଙ୍ଖଳାର ପରିପନ୍ଥୀ । ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ଲାଗି ସହମତି ପ୍ରକାଶ କରିଥିଲେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ।

ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ବାତ୍ୟାରେ ପରିଣତ ହେବ କି ନାହିଁ ହୋଇନି ସ୍ପଷ୍ଟ

ଭୁବନେଶ୍ୱର: ଆସୁଛି ଲଘୁଚାପ । ସପ୍ତାହେ ପରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାପରେ ଅବପାତରେ ପରିଣତ ହେବା ମଧ୍ୟ ସମ୍ଭାବନା ରହିଛି । ହେଲେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ।

ତେବେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ତେବେ ଲୋକ ଏହାକୁ ନେଇ ଡରିବାର ନାହିଁ । କେବଳ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତାଳଚେରରେ ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଚାଲିଛି ଜିଏସଟି ରେଡ୍

ତାଳେଚର: ତାଳଚେରରେ ଜିଏସଟି ଚଢାଉ । ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଚାଲିଛି ଜିଏସଟି ଚଢ଼ାଉ । ଦୁଇ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ । ୨୫ ଜଣିଆ ଜିଏସଟି ଟିମ ଏହି ଚଢ଼ାଉ କରୁଛି । ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି । ଦୁଇ ଭାଇ ମହେନ୍ଦ୍ର ଓ ରାଜେନ୍ଦ୍ରଙ୍କ ବାସଭବନ ଓ ଅଫିସରେ ଛାପା ମାରିଛି ଜିଏସଟି ।

ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ରେଡ୍ ଚାଲିଛି । ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ ଟି ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଛି । ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।

ହ୍ବାଟସ୍‌ ଆପ୍‌ରେ ଷ୍ଟାଟସ୍‌ ଲେଖି ଝୁଲି ପଡିଲେ ପ୍ରେମିକ

କଳାହାଣ୍ଡି: ପ୍ରେମରେ ଧୋକା ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ହ୍ବାଟ୍ସଆପରେ ଷ୍ଟାଟସ୍ ଦେଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜିଲ୍ଲା କୋକସରା ଭାଲୁଚୁଆଁ ଗାଁର ହିମାଂଶୁ ଭଇଁସାଲ । ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ଦୁଃଖ ଇମୋଜି ଦେଇ ଗୋଟେ ଝିଅ ପାଇଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ବୋଲି ଲେଖିଥିଲେ । ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଛନ୍ତି ହିମାଂଶୁ ।

ହିମାଂଶୁ ଜେସିବି ଚଲାଉଥିଲେ । ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ବିଜେବି କଲେଜ ଛାତ୍ରଙ୍କୁ ଗୋଡାଇ ହାଣିବା ଘଟଣାରେ ରିମାଣ୍ଡରେ ଗଲେ ଅଭିଯୁକ୍ତ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ଗୋଡେଇ ଗୋଡେଇ ହାଣିବା ଘଟଣା । ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଲା ବଡଗଡ଼ ଥାନା ପୋଲିସ । ଦିପୁ ପ୍ରଧାନ ଓ ଭିକି ନାୟକକୁ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଅପରାଧର ସତ ଓଗାଳିବା ପରେ କୋର୍ଟରେ ହାଜର କରାଯିବ । କ୍ୟାପିଟାଲ ଥାନା ପୋଲିସ ସହାୟତରେ କେଦାରପଲ୍ଲୀ ଓ ମଇଁଷିଖାଲ ବସ୍ତିରେ ଚଢ଼ାଉ ହୋଇଛି ।

ଘଟଣାରେ ଆଉ ଜଣଙ୍କୁ ଗିରଫ କରିଥିଲା ବଡଗଡ଼ ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ମହେଶ୍ବର ସାହୁ । ପୋଲିସ ତା ନିକଟରୁ ମାରଣାସ୍ତ୍ର ଜବତ କରିଛି । ଏହି ଘଟଣାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ପୂର୍ବରୁ ଅଭିଯୁକ୍ତର ଘରକୁ ମଧ୍ୟ ଭାଙ୍ଗିଥିଲା ପୋଲିସ । ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବାକୁ କ୍ୟାମ୍ପସରେ ପୋଷ୍ଟର ଲଗାଇଥିଲେ କର୍ତ୍ତୃପକ୍ଷ । କଲେଜ କର୍ତ୍ତୃପକ୍ଷ ଓ ପୋଲିସର ମିଳିତ ଉଦ୍ୟମରେ ନିଆଯାଇଛି ପଦକ୍ଷେପ ।