spot_img
Home Blog Page 3355

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ପରେ ପ୍ରଶ୍ନକାଳ ଆରମ୍ଭ କରିଥିଲେ ବାଚସ୍ପତି । ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜ ଆସନରେ ଠିଆ ହୋଇ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ କରିବା ସହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ।

ପରେ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଜେପି ସଦସ୍ୟ ନାରାବାଜି କରି ଗୃହ ମଧ୍ୟଭାଗକୁ ଚାଲି ଆସିଥଲେ । ଶୂନକାଳରେ ଏହି ପ୍ରସଙ୍ଗ ଉଠାଇବାକୁ କହିଥିଲେ ବାଚସ୍ପତି । ହେଲେ ମାନିବାକୁ ନାରାଜ ଥିଲେ ବିଜେପି ସଦସ୍ୟ । ବିଜେପିକୁ ସମର୍ଥନ ଜଣାଇ କଂଗ୍ରେସ ସଦସ୍ୟ ମଧ୍ୟ ହୋହଲ୍ଲା କରିଥିଲେ । ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି ।

ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ: ଉପାନ୍ତରୁ ଉପକୂଳ ହେଉଛି ଅଦିନିଆ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ । ଉପାନ୍ତରୁ ଉପକୂଳ ହେଉଛି ଅଦିନିଆ ବର୍ଷା । ଆଜି ବି ଅସ୍ତବ୍ୟସ୍ତ କରିବ ଘଡଘଡି ବିଜୁଳି ସହ ଝଡ ପବନ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରକୁ ଜାରି ହୋଇଛି ସତର୍କତା ।

ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସତର୍କ ରହିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସଆରସି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ ।

ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ

ଯାଜପୁର: ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁରେ ଘଟିଛି ଏଭଳି ଘଟଣା । ମୃତ ଛାତୀ ହେଲେ ରଶ୍ମିବାଲା ପାଇଲି । ଯାଜପୁର ମୁନସିପାଲ ହାଇସ୍କୁଲରେ ଦେଉଥିଲେ ପରୀକ୍ଷା । ତେବେ ପରୀକ୍ଷା ଚାପରେ ଥିବା ପରିବାର କହିଥିବା ବେଳେ ଗତକାଲି ରାତିରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍ , ବାନ୍ଦ୍ରା ଥାନାରେ ଏତଲା ଦାୟର

ମୁମ୍ବାଇ : ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍ । ବାନ୍ଦ୍ରା ଥାନାରେ ଏତଲା ଦାୟର । ଗ୍ୟାଙ୍ଗଷ୍ଟର ଲରେନ୍ସ ଓ ଗ୍ୟାଙ୍ଗ ନାଁରେ ଏତଲା ପରେ ଇମେଲ୍‌ର ଯାଞ୍ଚ କରୁଛି ମୁମ୍ବାଇ ପୋଲିସ । ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍‌ରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍‌କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍ । ଲରେନ୍ସର ସହଯୋଗୀ କାନାଡ଼ା ବେସଡ୍‌ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍‌ ସଲମାନଙ୍କ ସହ କଥାହେବ ବୋଲି କହିଛି । ଇମେଲ୍ ହିନ୍ଦିରେ ଲେଖାଥିଲା । ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲ୍‌ରେ ଲେଖାଥିଲା । ଏଫଆଇଆରରେ ସାମ୍ନାକୁ ଆସିଛି ଆଉ ଏକ ରୋହିତ ଗ୍ୟାଙ୍ଗର ନାଁ । ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଛି ତାନୁହେଁ, ପୂର୍ବରୁ ୨୦୧୮ରେ ମଧ୍ୟ ଲରେନ୍ସ ପକ୍ଷରୁ ଧମକ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ମୁମ୍ବାଇ ପୋଲିସ ସଲମାନଙ୍କୁ Y+ ସୁରକ୍ଷା ବ୍ୟବସ୍ଥା ଦେଇଥିଲା ।

ଆଜି ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଅଗ୍ନି ପରୀକ୍ଷା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଆଜି ଅପରାହ୍ନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତାଙ୍କ ସରକାର ଆଜି ଆସ୍ଥା ଭୋଟ ଲୋଡ଼ିବ । ପ୍ରତିନଧି ସଭାର ସଭାମୁଖ୍ୟ ଦେବରାଜ ଘିମିରେ ଏହି ସୂଚନା ଦେଇଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟି (ଏମାଲେ) ଏବଂ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ରାପ୍ରପା) ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଦହଲଙ୍କୁ ବହୁମତ ପ୍ରମାଣିତ କରିବାକୁ ପଡ଼ୁଛି । ଦହଲଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନେପାଳୀ କଂଗ୍ରେସ, ମାଓବାଦୀ କେନ୍ଦ୍ର, ଏକୀକୃତ ସମାଜବାଦୀ ସମେତ ୧୦ ରାଜନୈତିକ ଦଳର ସମର୍ଥନ ରହିଛି । ନେପାଳି କଂଗ୍ରେସ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଆସ୍ଥା ଭୋଟ ଦେବା ପାଇଁ ପ୍ରତିନିଧି ସଭାର ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛି ।

କଂଗ୍ରେସ ସଂସଦୀୟ ଦଳର ରବିବାର ହୋଇଥିବା ନିଷ୍ପତ୍ତି ମୁତାବିକ, ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଦହଲଙ୍କ ପକ୍ଷରେ ଭୋଟ୍ ଦେବା ଏବଂ ସରକାରରେ ଭାଗ ନେବା ପାଇଁ ହ୍ୱିପ୍ ଜାରି ହୋଇଛି । କଂଗ୍ରେସର ମୁଖ୍ୟ ସଚେତକ ରମେଶ ଲେଖକ କହିଛନ୍ତି ନେପାଳର ସମ୍ବିଧାନ ଅନୁସାରେ, ନେପାଳି କଂଗ୍ରେସ ସରକାରଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ରହିବ । ସେହିପରି ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ପୁଷ୍ପ କମଲ ଦହଲ ସଂଖ୍ୟା ଗରିଷ୍ଠତା ପ୍ରମାଣିତ ନକରିପାରନ୍ତି ତେବେ ତାଙ୍କ ସରକାର ଭାଙ୍ଗିଯିବ । ଅନ୍ୟପକ୍ଷରେ ନେପାଳର ନବନିର୍ବାଚିତ ଉପରାଷ୍ଟ୍ରପତି ରାମ ସହାୟ ପ୍ରସାଦ ଯାଦବ ସୋମବାର ସକାଳ ୧୦ଟାରେ ଶପଥ ନେବେ ।

ଆଜି ବିଶ୍ୱ ପଖାଳ ଦିବସ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ବ ପଖାଳ ଦିବସ । ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ ।

ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ଏହିଦିନ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି ।

ବିଶ୍ୱ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,’ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ । ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର । ପଖାଳ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି ।’

ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର , ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଖସାପଡା ଲାଗି ନୀତି

ପୁରୀ : ଆଜି ୫ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ମହାପ୍ରଭୁଙ୍କର ଖସାପଡ଼ା ନୀତି ଯୋଗୁ ସାଧାରଣ ଦର୍ଶନ ବନ୍ଦ ରହିବ । ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ଖସାପଡା ଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ । ଗୁପ୍ତ ନୀତି କାରଣରୁ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସାରା ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ,ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ

ଓଡିଶା : ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ । ଉପାନ୍ତରୁ ଉପକୂଳ ହେଉଛି ଅଦିନିଆ ବର୍ଷା । ଆଜି ବି ଅସ୍ତବ୍ୟସ୍ତ କରିବ ଘଡଘଡି ବିଜୁଳି ସହ ଝଡ ପବନ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରକୁ ଜାରି ହୋଇଛି ସତର୍କତା । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସତର୍କ ରହିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସଆରସି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ ।

ଖଟି-ଆଡ଼ାରେ ପୋଲିସ, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ

ଭୁବନେଶ୍ୱର: ରାଜଧାନୀରେ ବାଇକରେ ବୁଲିଲା ପୋଲିସ । ଛକ ଛକରେ, ଖଟି, ଆଡ଼ାରେ ପହଁଚି ସ୍ଥିତି ପରଖିଲେ । ସହରରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ଆରମ୍ଭ କରାଯାଇଛି । କମିଶନରେଟ ପୋଲିସର ସେଫ୍‌ ସିଟି ଡ୍ରାଇଭ । ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ହେଉଛି ବାଇକ ପାଟ୍ରୋଲିଂ ।

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଚାଲିଛି ସେଫ ସିଟି ଡ୍ରାଇଭ । ପେଟ୍ରୋଲିଂ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଖଟି ଏବଂ ମୋଟର ଯାନ ଚେକିଂ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ନିଆଯାଉଛି କଡ଼ା ଆକ୍ସନ । ଅଭିଯାନରେ ବିଭିନ୍ନ ଥାନାର ପିଓପିଡି ଓ ଟିମ-୬୦ର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେଉଛନ୍ତି ।

୧୫ ସମବାୟ ସମିତିରେ ବିଜେଡି ସମର୍ଥିତ ସଭାପତି ନିର୍ବାଚିତ

ଭୁବନେଶ୍ୱର: ୧୫ ସମବାୟ ସମିତିରେ ବିଜେଡି ସମର୍ଥିତ ସଭାପତି ନିର୍ବାଚିତ ହୋଇଛନ୍ତି । OSCB ସଭାପତି ନିର୍ବାଚିତ ହୋଇଛନ୍ତି ଟି. ପ୍ରସାଦ ରାଓ ଦୋରା । OSCHC ସଭାପତି ଭାବେ ବିଶ୍ୱରଂଜନ ମହାନ୍ତି ନିର୍ବାଚିତ ହୋଇଛନ୍ତି । ସେହିପରି OCCF ସଭାପତି ହେଲେ ପ୍ରତାପ ଚନ୍ଦ୍ର ଧଳ । ବୟନିକା ସଭାପତି ଭାବେ ପ୍ରକାଶ ମେହେର, ସେରିଫେଡ ସଭାପତି ଭାବେ ଭାଗୀରଥି ନନ୍ଦ ନିର୍ବାଚିତ ହୋଇଛନ୍ତି  ।

ସେହିପରି ଉତ୍କଳିକା ସଭାପତି ଭାବେ ଦେବସ୍ମିତା ସାହୁ, ଫିସଫେଡ ସଭାପତି ଭାବେ ସସ୍ମିତା ରାଉତ, ଓପୋଲୋଫେଡ୍ ସଭାପତି ଭାବେ ଭୋଳେଶ୍ୱର ସ୍ୱାଇଁ, ଓମଫେଡ୍ ସଭାପତି ଭାବେ କିଶୋର ଚନ୍ଦ୍ର ପ୍ରଧାନୀ, TDCC ସଭାପତି ଭାବେ ଚମେଲି ଓରାମ ଏବଂ OMVSN ସଭାପତି ଭାବେ ସ୍ବାଧୀନବାଳା ଦାସ ନିର୍ବାଚିତ ହୋଇଛନ୍ତି ।