spot_img
Home Blog Page 3356

ୟୁକ୍ରେନର ମାରିୟୁପୋଲକୁ ପୁଟିନଙ୍କ ସରପ୍ରାଇଜ ଭିଜିଟ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରପ୍ରାଇଜ ୟୁକ୍ରେନ ଭିଜିଟ । ୟୁକ୍ରେନର ମାରିୟୁପୋଲକୁ ପୁଟିନଙ୍କ ସରପ୍ରାଇଜ ଭିଜିଟ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଗତ ବର୍ଷେ ଧରି ଚାଲିଥିବା ଯୁଦ୍ଧରେ ବ୍ୟାପକ ଛାରଖାର ହୋଇଛି ମାରିୟୁପୋଲ । ଗତ ବର୍ଷ ମେ ମାସରୁ ଦୋନେସ୍କ ଅନ୍ତର୍ଗତ ମାରିୟୁପୋଲ ରହିଛି ଋଷ କବଜାରେ । ଏକ ସ୍ବତନ୍ତ୍ର ହେଲିକପ୍ଟରରେ ମାରିୟୁପୋଲକୁ ଅଚାନକ ଗସ୍ତ କରିଥିଲେ ପୁଟିନ । ସେଠାରେ ସେ ବିଭିନ୍ନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ନିଜେ ଡ୍ରାଇଭିଂ କରିଥିବା ସୂଚନା ମିଳିଛି ।

ୟୁକ୍ରେନ ହାତରୁ କ୍ରିମିଆକୁ ଛଡାଇନେବାର ନବମ ବାର୍ଷିକୀ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗଦେବାର ଦିନକ ପରେ ମାରିୟୁପୋଲକୁ ଗସ୍ତ କରିଥିଲେ ପୁଟିନ । ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି ହେବା ପରେ ପୁଟିନଙ୍କ ମାରିୟୁପୋଲ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ଗତ ଫେବ୍ରୁଆରୀ ୨୦ ତାରିଖରେ ୟୁକ୍ରେନ ରାଜଧାନୀ କିବକୁ ଅଚାନକ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବା ଅବସରରେ କିବରେ ଅବତରଣ କରିଥିଲେ ବାଇଡେନ । ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ସେ କହିଥିଲେ ।ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ କେତେକ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଅର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଣ ନେଇ ଘୋଷଣା କରିଥିଲେ ।

ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଶେଷ ହୋଇଛି ଲିଖିତ ପରୀକ୍ଷା । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

ସେହିଭଳି ଢେଙ୍କାନାଳରେ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏତେ ସଂଖ୍ୟକ ପୋଷ୍ଟ ବାହାରିଥିବାରୁ ସମ୍ବଲପୁରରେ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସବୁଠି ଶାନ୍ତିଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । ଏତେ ସଂଖ୍ୟାକ ପଦବୀରେ ନିଯୁକ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଶାୟୀ ।

୧୧ ଓଭରରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ଭାରତର ଶୋଚନୀୟ ପରାଜୟ

ଚେନ୍ନାଇ: ଭାରତର ପରାଜୟ  । ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ଟିମର ଦମଦାର ପ୍ରଦର୍ଶନ  ।  ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ଟିମ୍‌କୁ ୧୧୭ ରନ୍‌ରେ ଅଲଆଉଟ୍‌ କଲା ପରେ ବ୍ୟାଟିଂ ପାଳିରେ କୌଣସି ୱିକେଟ ନହରାଇ ମ୍ୟାଚ୍‌ ଜିତିଛି ଅଷ୍ଟ୍ରେଲିଆ । ୧୧ ଓଭରରେ ୧୨୧ ରନ୍‌ ସଂଗ୍ରହ କରି ମ୍ୟାଚ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଫଳରେ ଦିନିକିଆ ଶୃଙ୍ଖଳା ୧-୧ରେ ବରାବର ହୋଇଛି ।

ଆସନ୍ତା ୨୨ ତାରିଖରେ ନିର୍ଣ୍ଣାୟକ ମୁକାବିଲା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ । ଗତ ୧୭ ତାରିଖ ଦିନ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଆଜି ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପାଇଁ ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ୍‌ ପଡ଼ିଆକୁ ଆସିଥିଲେ । ଉଭୟ ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ । ପ୍ରଥମ ପାଳିରେ କଙ୍ଗାରୁ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂରେ ଭାରତ ଧରାଶୟୀ ହୋଇଥିଲା ।

୫୩ ରନ୍‌ ସଂଗ୍ରହ କରି ଭାରତର ୫ଟି ମୂଲ୍ୟବାନ୍‌ ୱିକେଟ୍‌ ହରାଇଥିଲା । ଭାରତର ୨୬ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରିପାରିଥିଲା । ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍‌ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ଯଥାକ୍ରମେ ୨୯ ଓ ୧୬ ରନ୍‌ କରିପାରିଥିଲେ । ଅଧିନାୟକ ରୋହିତ ଶର୍ମା ୧୩ ରନ୍‌ ସଂଗ୍ରହ କରିଥିଲେ ।

ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ବିବାହ ଅଭିଯୋଗ

କଟକ: ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ! ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ । କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ହୋଟେଲ ରଖି ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ସହ ଯୁବତୀଙ୍କୁ ଜୋର ଜବରଦସ୍ତି ବିବାହ ମଧ୍ୟ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭାର୍ଗବୀ ନଦୀ କୂଳରେ ପଡ଼ିଛି ଅଖା ଭିତରେ ମହିଳାଙ୍କ ଗଳିତ ଶବ

ପିପିଲି: ଅଖା ଭିତରୁ ବାହାରିଲା ମହିଳାଙ୍କ ଗଳିତ ଶବ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଚିଲପାଟଣା ଗାଁ ନିକଟ ଭାର୍ଗବୀ ନଦୀ କୂଳରୁ ମୃତଦେହ ଉଦ୍ଧାର । ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ୪ରୁ ୫ଦିନ ତଳୁ କେହି ହତ୍ୟା ପରେ ଅଖାରେ ଭର୍ତ୍ତି କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

ଲୋକମାନେ ନଦୀକୁ ଶୌଚ କରିବାକୁ ଯାଇଥିବାବେଳେ ଅଖାରେ ମୃତଦେହ ବନ୍ଦା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଣ୍ଟରଭ୍ୟୁରେ ଏମିତି କହିଲା ଗ୍ୟାଙ୍ଗଷ୍ଟାର, ଭୟରେ ଥରହର ଭାଇଜାନ୍

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇ  । ସ୍ୱପ୍ନର ମହାନଗରୀ  । ଏଠି ଦିନ ଯାଏ, ରାତି ହୁଏ  । କମେନି କ୍ରାଇମ, ବିଶ୍ରାମ ନିଏନି ପୋଲିସ  । ୩୬ ଘଣ୍ଟାରେ ହଲଚଲ ହୋଇଛି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳ  । ହଠାତ ଆକ୍ଟିଭ ହୋଇଯାଇଛି ପୋଲିସ  । ବାନ୍ଦ୍ରା ପୋଲିସ କାର୍ଯ୍ୟାଳୟ ଠାରୁ ମୁମ୍ବାଇ ପୋଲିସ ହେଡ କ୍ୱାଟର, ସବୁଠି ବାଜିଥିଲା ପୋଲିସ ଫୋନ୍  । ରାସ୍ତାରେ ସାଇରନ୍ ବଜାଇ ପଇଁତରା ମାରିଥିଲା ପାଟ୍ରୋଲିଂ ଗାଡି  । ଏହାର ଗୋଟିଏ କାରଣ ଥିଲା  । ଟିଭି ଇଣ୍ଟରଭ୍ୟୁ  । ଏକ ଜାତୀୟ ଗଣମାଧ୍ୟର ସାକ୍ଷାତକାରରେ ଲରେନ୍ସ ବିଷ୍ନୋୟୀ କହିଥିବା କେଇ ପଦ କଥାକୁ ନେଇ ଥରହର ହୋଇଥିଲା ମୁମ୍ବାଇ  ।

ସଲମାନ ଖାନକୁ ନେଇ ନାରାଜ ଗ୍ୟାଙ୍ଗ ଷ୍ଟାର  ଲରେନ୍ସ ବିଷ୍ନୋୟୀ  । ଇଣ୍ଟରଭ୍ୟୁରେ ଦେଇଛି ଖୁଲମଖୋଲା ଧମକ  । ସଲମାନଙ୍କୁ ମାରିବା ମୋ ଜୀବନର ଲକ୍ଷ୍ୟ  । ଆମ ସମାଜକୁ କ୍ଷମା ମାଗ, ନଚେତ ଯାହା କରିବା କଥା କରିବୁ  । ପୋଲିସ-କୋର୍ଟକୁ ଯିବାକୁ ମୋର ସମୟ ନାହିଁ  । ଯାହା କରିବା କଥା କରିପାରିବୁ ବୋଲି କହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋୟୀ  । ପଞ୍ଜାବର ସୁପରଷ୍ଟାର ସିଙ୍ଗର ସିଧୁ ମୁସୱାଲେଙ୍କୁ ମର୍ଡର କରିବାରେ ଲରେନ୍ସ ବିଷ୍ନୋୟୀ ରଚିଥିଲା ପ୍ଲାନ  । ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ନୋୟୀକୁ ନେଇ ସବୁଠି ଚର୍ଚ୍ଚା  । ଜେଲରେ ଥାଇ ଜେଲ ବାହାରେ ଲରେନ୍ସ କରୁଛି ମର୍ଡର  । କିନ୍ତୁ ଭାଇଜାନକୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ଲରେନ୍ସ ବିଷ୍ନୋୟୀର ପ୍ରତିକ୍ରିୟା ମୁମ୍ବାଇ ପୋଲିସର ନିଦ ହଜାଇଦେଇଛି  ।

ସଲମାନଙ୍କ କଳା ହରିଣ ମର୍ଡର କେସକୁ ନେଇ ଖପ୍ପା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋୟୀ  । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ସଲମାନ  । ଅନୁରୋଧ କରୁଛୁ, ସଲମାନ କ୍ଷମା ମାଗନ୍ତୁ  । ଆମକୁ ନିଚ୍ଚା ଦେଖାଇଛନ୍ତି  । ରାବଣ ଠାରୁ ମଧ୍ୟ ସଲମାନଙ୍କ ଗର୍ବ ଅଧିକ  । ତାଙ୍କୁ ମାରିବା ମୋ ଜୀବନର ଲକ୍ଷ୍ୟ  । କ୍ଷମା ମାଗନ୍ତୁ ନଚେତ ଯାହା କରିବାର ଅଛି  କରାଯିବବ ବୋଲି ଜେଲରେ ଥାଇ କହିଛି ଲରେନ୍ସ  । ଗ୍ୟାଙ୍ଗଷ୍ଟାରର କେଇପଦ କଥାକୁ ନେଇ ଦିଲ୍ଲୀରୁ ମୁମ୍ବାଇ  । ପଞ୍ଜବାରୁ ବାନ୍ଦ୍ରା ସବୁଠି ପୋଲିସ ନିଦ ହଜିଯାଇଛି  । ତୁରନ୍ତ ସଲମାନ ରହୁଥିବା ଅଞ୍ଚଳରେ ପହଁଚିଥିଲା ପୋଲିସ  । ବଢାଇ ଦିଆଯାଇଥିଲା ସୁରକ୍ଷା ବ୍ୟବସ୍ଥା  ।

ସଲମାନଙ୍କ ସୁରକ୍ଷାକୁ ନେଇ ହାଇଲେଭଲ ମିଟିଙ୍ଗ  ।  ପ୍ରୋଟେକ୍ସନ ବ୍ରାଞ୍ଚର ଆଡିସନାଲ କମିଶନରଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି ମୁମ୍ବାଇ ପୋଲିସ କମିଶନର  । ବର୍ତ୍ତମାନ ସଲମାନଙ୍କୁ Y+ ସିକ୍ୟୁରିଟ ବ୍ୟବସ୍ଥା ମିଳୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ X କିମ୍ବା Z କୁ ବଢାଇ ଦିଆଯିବା ନେଇ ସୂଚନା ମିଳିଛି  । ଏବେ ବି ପାଖେ ପାଖେ ରହିଛି ମୁମ୍ବାଇ ପୋଲିସ  । କଳା ହରିଣ ମର୍ଡରକୁ ନେଇ ସଲମାନଗଙ୍କ ଉପରେ ଲରେନ୍ସଙ୍କ ରାଗ  । ଆମ ସମ୍ପ୍ରଦାୟକୁ ହୋଇଛି ଘୋର ଅପମାନ  ।  ଆମ ମନ୍ଦିରକୁ ଆସି କ୍ଷମା ମାଗନ୍ତୁ  । ନଚେତ ଅହଂକାର ଭାଙ୍ଗିଦେବୁ  । ନିଜ ହିସାବରେ ଜବାବ ଦେବୁ  । ଜେଲରେ ରହି ଭାଇଜାନଙ୍କୁ ଲରେନ୍ସ ବିଷ୍ନୋୟୀର ଧମକ  ।

 

 

‘କିସାନ ସମାଜ ସହ ବାପା ଥିଲେ, ଆମେ ବି ସବୁବେଳେ ଅଛୁ’

ଝାରସୁଗୁଡ଼ା: ଲାଇକେରା ବ୍ଲକ ଭାତଲଇଡାରେ ୫୫୦କିସାନ ସମାବେଶରେ ଯୋଗଦେଲେ ସ୍ୱର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସ । ନବ ଦାସଙ୍କ ପୁତୁରା ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କିସାନ ସମାଜ ସହିତ ସବୁବେଳେ ଅଛୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି ।

ବାପା ଯେପରି ସବୁବେଳେ କିସାନ ସମାଜର ଉନ୍ନତି ପାଇଁ କାମ କରୁଥିଲେ ସେହିପରି ତାଙ୍କ ପରିବାର ମଧ୍ୟ କିସାନ ସମାଜ ସହ ଅଛନ୍ତି ବୋଲି ସେ କହିଛନ୍ତି l ଅନ୍ୟପଟେ କିସାନ ସମଜ ପକ୍ଷରୁ ବିଶାଲ ଓ ଦୀପାଳିଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ବୋଲି କିସାନ ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି l

ଅମୃତପାଲଙ୍କ ସନ୍ଧାନ ଜାରି, ୪ ଘନିଷ୍ଠ ସହଯୋଗୀଙ୍କୁ ପଞ୍ଜାବରୁ ଆସାମକୁ ସ୍ଥାନାନ୍ତର

ଚଣ୍ଡିଗଡ: ଅମୃତପାଲ ସିଂ ବିରୋଧରେ ପଞ୍ଜାବ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ଫେରାର ଖଲିସ୍ତାନୀ ନେତା ଅମୃତପାଲଙ୍କୁ ଧରିବାପାଇଁ ପୋଲିସ ପକ୍ଷରୁ ଆଲର୍ଟ ଜାରି ହେବା ସହ ସାରାରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ପଞ୍ଜାବରେ ପୋଲିସର ସ୍ବତନ୍ତ୍ର ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଅମୃତପାଲଙ୍କ ୭୮ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ପୋଲିସ ସୁରକ୍ଷା ଦୃଷ୍ଟିରୁ ଅମୃତପାଲଙ୍କ ୪ ଘନିଷ୍ଠ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରି ବାୟୁସେନାର ସ୍ୱତନ୍ତ୍ର ବିମାନ ଦ୍ୱାରା ଆସାମର ଦିବ୍ରୁଗଡକୁ ସ୍ଥାନନ୍ତର କରାଯାଇଛି । ଆଇଜି ଜେଲ ସମେତ ପଞ୍ଜାବ ପୋଲିସର ୨୭ ଜଣିଆ ଟିମ୍ ଅଭିଯୁକ୍ତଙ୍କୁ ଦିବ୍ରୁଗଡର ସେଣ୍ଟ୍ରାଲ ଜେଲକୁ ପଠାଇଛନ୍ତି । ଡିବ୍ରୁଗଡ ଡିସି, ଏସପିଙ୍କ କଡାସୁରକ୍ଷା ଭିତରେ ମୋହନବାଡି ବିମାନବନ୍ଦରରୁ ଅଭିଯୁକ୍ତଙ୍କୁ ଅଣାଯାଇଛି ।

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ପୋଲିସ ହେପାଜତରୁ ଖସିଯିବା ପରେ ତାକୁ ପଳାତକ ଘୋଷଣା କରାଯାଇଛି । ଏନେଇ ପଞ୍ଜାବରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏହାବ୍ୟତୀତ ପଞ୍ଜାବର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ସେପଟେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨୦ ମାର୍ଚ୍ଚ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପଞ୍ଜାବରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ୍  ସେବା ବନ୍ଦ ରଖାଯାଇଛି  । ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

କିଛି ଦିନ ପୂର୍ବରୁ ପୋଲିସର ସର୍ଚ୍ଚ ଅପରେସନ ସମୟରେ ଅମୃତପାଲ ସିଂ ଯେଉଁ ଗାଡିରେ ପଳାଇଥିଲେ ସେହି ଗାଡିକୁ ପୋଲିସ ଉଦ୍ଧାର କରିଛି। ପୋଲିସ ଯାଞ୍ଚ ବେଳେ ପଏଣ୍ଟ-୩୧୫ ବୋର ରାଇଫଲ, ମାରଣାସ୍ତ୍ର, ୱାକି-ଟକ୍ୱି ଗାଡିରୁ ଜବତ କରିଛି । ଏହା ବ୍ୟତୀତ ଏକ ନକଲି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପଞ୍ଜାବ ପୋଲିସ ।

 

ରାଜଧାନୀ ଦିଲ୍ଲୀରେ ପୁଣି ଅମାନବୀୟ କାଣ୍ଡ, ରାଜରାସ୍ତାରେ ମହିଳାଙ୍କୁ କାରରେ ଜବରଦସ୍ତ ଉଠାଇନେଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅମାନବିକ ଘଟଣା । ଖୋଦ୍ ରାଜରାସ୍ତାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କାରରେ ପୂରାଇବାର ଭିଡିଓ ପଦାକୁ ଆସିଛି । ମହିଳାଙ୍କ ଅସମ୍ମତି ସତ୍ତ୍ବେ ପୁରୁଷଜଣକ ତାଙ୍କୁ ବଳପୂର୍ବକ କାରରେ ପୂରାଇଛନ୍ତି । ତାଙ୍କୁ କାରରେ ଜବରଦସ୍ତ ବସାଇବା ପରେ କାରଟି ଚାଲିଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥାଇ ଘଟଣାକୁ ସମର୍ଥନ କରୁଥିବା ଦେଖାଯାଇଛି ।

ଦିଲ୍ଲୀ ମଙ୍ଗଳପୁରୀ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି । ଭିଡିଓର ସତ୍ୟତା ନେଇ ପୋଲିସ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ସେପଟେ ମହାରାଷ୍ଟ୍ର ନାଗପୁରରେ ବି ଘଟିଛି ସମଧରଣର ଘଟଣା । କାର୍ ସାଇଡକୁ ନେଇ ମହିଳାଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହେବା ପରେ ସେ ମହିଳାଙ୍କୁ ମାଡ଼ ମାରିଥିଲେ । ମହିଳାଙ୍କ ଅଭିଯୋଗ ପରେ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ମସ୍କୋ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍, ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି କରିପାରନ୍ତି ମଧ୍ୟସ୍ଥତା

ମସ୍କୋ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯିବେ ମସ୍କୋ ଗସ୍ତରେ । ଏହି ଗସ୍ତକାଳରେ ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ମଧ୍ୟସ୍ଥତା କରିପାରନ୍ତି ଜିନପିଙ୍ଗ୍ । ତୃତୀୟ ଥର ଲାଗି ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଅନେକ କାରଣରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ପାରମ୍ପରିକ ଶତ୍ରୁ ଇରାନ ଓ ସାଉଦି ଆରବ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଚୀନ । ସେଦୃଷ୍ଟିରୁ ଯୁଦ୍ଧର ଅନ୍ତ ଲାଗି ଜିନପିଙ୍ଗ୍ ପୁରୁଣା ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଶ୍ବରେ ନିଜର ଭୂମିକାକୁ ଅଧିକ ସକ୍ରିୟ କରିବା ଲାଗି ବେଜିଂ ପକ୍ଷରୁ ଆରମ୍ଭ ହୋଇଛି ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ ବା ଜିଏସଆଇ । ଏହା ଜରିଆରେ ବିବାଦ ଦୂର କରିବା, ଦୀର୍ଘ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା, ବିକାଶକୁ ଗତିଶୀଳ କରିବା ଲାଗି ଚୀନ ପଦକ୍ଷେପ ନେଉଛି ।