spot_img
Home Blog Page 3368

ଲୋୟର ପିଏମଜିରେ ଗୁଣ୍ଡାରାଜ ଘଟଣା, ୨୦ ବିଜେପି କର୍ମୀ ଅଟକ

ଭୁବନେଶ୍ୱର: ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ଘଟଣା । ୨୦ ବିଜେପି କର୍ମୀ ଅଟକ । ସମସ୍ତଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ସ୍ଥାନରେ ଚଡାଉ ଡାରି ରଖିଛି ପୋଲିସ । ବିଜେପି କର୍ମୀଙ୍କ ଆକ୍ରମଣରେ ୨୧ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି   ।

ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଖରାରେ ଖଟିବେନି ଶ୍ରମିକ

ଭୁବନେଶ୍ୱର: ଏଥର ଭୀଷଣ ଖରା । ଆକାଶରୁ ବର୍ଷିବ ନିଆଁ । ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ । ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି । ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ୟନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଶ୍ରମିକ । ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ।

ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି । ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ସ୍ବାସ୍ଥ୍ୟ ସେବାକୁ ମଝଭୁତ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗରମ ଜନିତ ସମସ୍ୟା ଓ ରୋଗରୁ ମୁକ୍ତି ପାଇଁ ବ୍ୟବସ୍ଥା ପାଇଁ କୁହାଯାଇଛି । ଲୋକମାନେ ଖରାରେ କିପରି ନିଜର ଧ୍ୟାନ ରଖିବେ ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି  ।

୪୦ ଲକ୍ଷର ଗାଡ଼ିରେ ଆସି ୪ ଶହ ଟଙ୍କାର ଫୁଲ କୁଣ୍ଡ ଚୋରି

ଚଣ୍ଡିଗଡ଼ : ଚୋରି କରିବ ତ ଏମିତି । ବିଳାସପୂର୍ଣ୍ଣ କାରରେ ଆସି ଫୁଲ କୁଣ୍ଡ ଚୋରି କରିଛି ଚୋର । ଏ କୌଣସି ସାଧାରଣ ଚୋର ନୁହେଁ , ଏହେଉଛି ଭିଆଇପି ଚୋର । ନିକଟରେ ହରିଆଣାରେ ଚୋରମାନେ ଗୁରୁଗ୍ରାମରେ ୪୦ ଲକ୍ଷଟଙ୍କାର ଗାଡିରେ ଆସି ୪୦୦ଟଙ୍କାର ଫୁଲ କୁଣ୍ଡ ଚୋରି କରିଥିଲେ । ଜି -20 ଶିଖର ସମ୍ମିଳନୀରେ ସହରକୁ ସଜାଇବା ପାଇଁ ଏହି ଚାରା ଗଛ ଗୁଡିକ ରଖାଯାଇଥିଲା  । ହେଲେ ଏ ଚୋର ମାନେ ଆସି ଉଠାଇ ନେଇଯାଇଥିଲେ । ଏ ଚୋରମାନଙ୍କର ବିଳାସପୂର୍ଣ୍ଣ କାର ନମ୍ବର ମଧ୍ୟ ଭିଆଇପି ଅଟେ । ଚୋରିର ଏକ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପୋଲିସ ନିକଟରେ ଅଭିଯୋଗ କରିଥିଲା।

୧ ମିନିଟ୍ ୭ ସେକେଣ୍ଡର ଭାଇରାଲ୍ ଭିଡିଓଟି ଗୁରୁଗ୍ରାମର ଶଙ୍କର ଛକର । ଏଥିରେ ଦେଖିବାକୁ ମିଳିଛି ଯେ, ଏକ କାର ଆସି ଦୁଇ ଜଣ ଲୋକ ଛକରେ ସଜାଇବା ପାଇଁ ରଖାଯାଇଥିବା ସ୍ୱତନ୍ତ୍ର ପ୍ରକାରର ଫୁଲ କୁଣ୍ଡ ଗୁଡିକୁ ଉଠେଇ କାର ଡିକିରେ ରଖୁଛନ୍ତି । ଫୁଲ ଗଛ ଚୋରି କରିଥିବା ବ୍ୟକ୍ତିଙ୍କ ଚେହେରା ମଧ୍ୟ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି  । ଉଦ୍ଭିଦଗୁଡ଼ିକୁ ଡିକିରେ ରଖିବା ପରେ ସେ କାର ଚଲାଇ ଚାଲିଯାଉଛନ୍ତି ।

ହରିୟାଣା ବିଜେପି ମୁଖପାତ୍ର ରମଣ ମଲିକ ଏହି ଭିଡିଓ ନିଜ ଟ୍ୱିଟରରେ ସେୟାର କରିଥିଲେ ।  ମଲିକ ଏଥିେ ଲେଖିଛନ୍ତି , ଏହି ବ୍ୟକ୍ତି ୪୦ ଲକ୍ଷ ମୂଲ୍ୟର କାରରେ ଆସି G20 ସମ୍ମିଳନୀ ପାଇଁ ଆଣିଥିବା ପ୍ଲାଣ୍ଟ ଚୋରି କରୁଛନ୍ତି  ।  ଦିବାଲୋକରେ ଏପରି ଫୁଲ କୁଣ୍ଡ ଚୋରି କରିବା ଅତ୍ୟନ୍ତ ନିନ୍ଦନୀୟ  । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁରୁଗ୍ରାମ ପୋଲିସ-ପ୍ରଶାସନ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିବେଦନ କରିଛନ୍ତି।

ଭିଡିଓରେ କାରର ଭିଆଇପି ନମ୍ବର ମଧ୍ୟ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେଉଛି, କିନ୍ତୁ ଚାରା ଚୋରଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଭିଆଇପି ନମ୍ବର ଥିବା କାରଟି ବୀନା କୁମାରୀ ନାମକ ମହିଳାଙ୍କ ନାମରେ ପଞ୍ଜୀକୃତ  ଅଛି  ।ଏହି କାରରେ ଟ୍ରିପଲ୍ ଶୂନ ସହିତ ହରିୟାଣାର ଏକ ଭିଆଇପି ନମ୍ବର ଅଛି  । ରମଣ ମଲିକଙ୍କ ଟ୍ୱିଟ ପରେ ପରିବହନ ବିଭାଗର ଅନଲାଇନ୍ ପୋର୍ଟାଲରୁ ଲୋକମାନେ ଏହାର ରେକର୍ଡ ହଟାଇ ଦେଇଛନ୍ତି। ଏଥିରେ ଗାଡି ନାମରେ ବିଚାରାଧୀନ ଥିବା ଦେଖିବାକୁ ମିଳିଛି।

ଯେଉଁମାନେ ପ୍ଲାଣ୍ଟ ଚୋରି କରଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଗ୍ରାମ ମହାନଗର ନିଗମ ପ୍ରାଧିକରଣର ଯୁଗ୍ମ ସିଇଓ ଏସ.କେ ଚହଲ କହିଛନ୍ତି ।  ଜି -20 ଇଭେଣ୍ଟ ପାଇଁ ଲଗାଯାଇଥିବା ଫୁଲ କୁଣ୍ଡ ଚୋରି ହୋଇଥିବା ଦୁଇ ଜଣଙ୍କ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ତାଙ୍କ ନଜରକୁ ଆସିଛି ବୋଲି ସେ କହିଛନ୍ତି । ଅଭିଯୁକ୍ତ କାର ଡ୍ରାଇଭରଙ୍କ ବିରୋଧରେ DLF ପର୍ଯ୍ୟାୟ-୩ରେ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି।

 

 

ବିଜେପି କର୍ମୀଙ୍କ ଆକ୍ରମଣ, ପ୍ରତିକ୍ରିୟା ରଖିଲେ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର: ପୋଲିସଙ୍କୁ ଉସୁକାଇବାକୁ ଯୋଜନା କରିଥିଲା ବିଜେପି । ପୋଲିସଙ୍କ ବିରୋଧରେ ଅଭିଯୋଗ ଆଣି ରାଜନୀତି କରିବାକୁ ପ୍ଲାନ କରିଥିଲେ ବିଜେପି କର୍ମୀ । ଏନେଇ ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା । ମାତ୍ର ବିଜେପି କର୍ମୀଙ୍କୁ ସେପରି କୌଣସି ସୁଯୋଗ ଦେଇନଥିଲା ପୋଲିସ । ବିଜେପି କର୍ମୀଙ୍କ ଆକ୍ରମଣ ସତ୍ତ୍ବେ ସଞ୍ଜମତାର ସହିତ ସେମାନଙ୍କୁ ସାମ୍ନା କରିଥିଲା । ଅଟକାଇବାକୁ ଚେଷ୍ଟା କରିବାରୁ କ୍ଷୁବ୍ଧ ହୋଇ ପୋଲିସ ଉପର ବିଜେପି କର୍ମୀ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଡିଜିପି କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ବିରୋଧ କରିପାରିବେ । ମାତ୍ର ବିଜେପି ଆଇନକୁ ହାତକୁ ନେଇଥିଲା । ପୋଲିସ ଧୈର୍ଯ୍ୟର ସହିତ ସମସ୍ତଙ୍କୁ ଅଟକାଇବାବେଳେ କ୍ଷୁବ୍ଧ ହୋଇ ପୋଲିସ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଯେଉଁଥିରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ 3 ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କ୍ୟାପିଟାଲ ହସପିଟାଲରେ ଗୁରୁତର ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଡିଜିପି । ପୋଲିସ କମିଶନର, ଭୁବନେଶ୍ବ ଏବଂ କଟକ ଡିସିପି ମଧ୍ୟ ଗୁରୁତର କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ଚିକିତ୍ସା ସମ୍ପର୍କରେ ହସପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ।

ଏପ୍ରିଲ ୩ରେ ଅତାବିରା ଓ ହିନ୍ଦୋଳ NAC ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଅତାବିରା ଓ ହିନ୍ଦୋଳ NAC ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୩ ରେ ହେବ ନିର୍ବାଚନ। ୯ ମାର୍ଚ୍ଚ ରୁ ୧୫ ମାର୍ଚ୍ଚ ନାମାଙ୍କନ। ୧୭ ମାର୍ଚ୍ଚ ରେ ଯାଞ୍ଚ। ୨୦ ମାର୍ଚ୍ଚ ଭିତରେ ପାର୍ଥିପତ୍ର ପ୍ରତ୍ୟାହାର କରି ପାରିବେ ପାର୍ଥି। ଆଜି ଠୁ ଆଚରଣ ବିଧି ଲାଗୁ ହୋଇଛି। ଅତାବିରା ଓ ହିନ୍ଦୋଳ NAC ର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ ରେ ଶେଷ ହେଉଛି। ଆଜି ଠୁ  ଆରମ୍ଭ ହୋଇଛି ପ୍ରକ୍ରିୟା।

୧.୧.୨୦୨୩ ମଧ୍ୟରେ କେନ୍ଦ୍ରର ଭୋଟର ତାଲିକା ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି। ୨ ଟି NAC ରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ। ଇଭିଏମ୍ ରେ ପାର୍ଥ ମାନଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଉଛି। କାଉନସିଲର ମାନେ ୫୦ ହଜାର। ଚେୟାର ପର୍ସନ ୨ ଲକ୍ଷ ଖର୍ଚ୍ଚ କରି ପାରିବେ।

ନିର୍ବାଚନରେ ଭାଗ ନେବାକୁ ହେଲେ ଜଣେ ପାର୍ଥୀ ୨ ଟି ସତ୍ୟପାଠ ଦେବେ । ପ୍ରଥମ ଟି ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକାପ ଓ ସମ୍ପତି ତାଲିକା ଓ ଅନ୍ୟଟି ଜୀବନ ସାଥୀ ଜୀବିତ ଓ ଦୁଇରୁ ଅଧିକ ପିଲା ନଥିବା ସତ୍ୟପାଠରେ ସ୍ପଷ୍ଟ କରିବାକୁ ପଡିବ  ।

ଇସ୍ତଫା ଦେଲେ ମନୀଷ ସିସୋଦିଆ, ସତେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମନୀଷ ସିସୋଦିଆ  । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୀଷ ସିସୋଦିଆ  । ସତେନ୍ଦ୍ର ଜୈନ ମଧ୍ୟ ଇସ୍ତଫା ଦେଇଛନ୍ତି  । ସେପଟେ ଦୁଇମନ୍ତ୍ରୀଙ୍କ ଇସ୍ତଫା ପଦକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ନୈତିକତା ଦୃଷ୍ଟିରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କହିଛନ୍ତି ସାଂସଦ ତଥା ଆପ ମୁଖପାତ୍ର ସଂଞ୍ଜୟ ସିଂ  ।

ସେପଟେ ୯ ମାସ ପରେ ଜଣେ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି  । ଏଭଳି ସରକାରର କିଛି ମଧ୍ୟ ନୈତିକତା ନାହିଁ  । ଯେ ଅଭିଯୁକ୍ତ ଭାବେ ଜେଲ କାରାଦଣ୍ଡ ଭୋଗୁଛନ୍ତି  । ମଦ ଦୁର୍ନୀତି ମାମଲାରେ ଅନ୍ୟ ଜଣଙ୍କୁ ଗିରଫ କରିଛି ସିବିଆଇ  । ତେଣୁ ଏଥିରେ କୌଣସି ନୈତିକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ  ।

ମେଡିସିନ୍ ଷ୍ଟୋର ଚଲାଉଥିଲା ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ

ନୂଆଦିଲ୍ଲୀ : ୨୦୧୮ରେ PFIର ସନ୍ଦେହଜନକ କାର୍ଯ୍ୟକଳାପରେ ଜଡିତ ମୋଷ୍ଟ ଓ୍ବାଣ୍ଟେଡ୍ ସରଫରାଜ ମେମନ୍ ଇନ୍ଦୋରରେ ଧରାପଡିଛି । ତାକୁ ଗିରଫ କରାଯାଇଥିବା ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିତ୍ରା ସ୍ପଷ୍ଟ କରିଛନ୍ତି । ସରଫରାଜ ମୁମ୍ବାଇରେ ଥିବା ନେଇ ଗୋଟିଏ ଦିନ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା NIA । ଏହା ପରେ ମୁମ୍ବାଇ ପୋଲିସ ମଧ୍ୟ ଇନ୍ଦୋର ପୋଲିସକୁ ସତର୍କ ସୂଚନା ପଠାଇଥିଲା ।

ସରଫରାଜ ଗିରଫ ହେବା ପରେ ତା ବିଷୟରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଇନ୍ଦୋର ପୋଲିସଙ୍କ କହିବା ଅନୁସାରେ, ଇନ୍ଦୋରରେ ଏକ ମେଡିକାଲ ଷ୍ଟୋର ଚଲାଉଥିଲା ସରଫରାଜ । ପଞ୍ଚମ ପାସ୍ ସରଫରାଜ ମେମନ୍, ଇନ୍ଦୋରର ଚନ୍ଦନ ନାଗର ବାସିନ୍ଦା  । ସେ ଦୀର୍ଘ ଦିନ ଧରି ଖଜ୍ରାନା ଅଞ୍ଚଳର ମସଜିଦ ନିକଟରେ ରହୁଥିଲା। ସେ ଏଠାରେ ଏକ ମେଡିକାଲ ଷ୍ଟୋର ମଧ୍ୟ ଖୋଲିଥିଲା  ।

୫ଜଣ ମହିଳାଙ୍କୁ ବିବାହ କରିଛି ସରଫରାଜ । ସେ ହଂକଂରେ ଜଣେ ଚାଇନାର ମହିଳାଙ୍କୁ ବିବାହ କରିଛି । ତାଙ୍କ ସହ ମତାନ୍ତର ପରେ ସେ ଏଠାକୁ ଆସିଥିଲା । ୨୦୧୮ରେ ସରଫରାଜ ଇନ୍ଦୋରକୁ ଆସିଥିଲା | ଏହା ଛଡା ଭାରତରେ ମଧ୍ୟ ସେ ୪ଜଣଙ୍କୁ ସେ ବିବାହ କରିଥିଲା ସେ । ସେହି ମହିଳା ମାନଙ୍କୁ ପଚରା ଉଚରା କରାଯିବା ସହିତ ତାର ପିତାମାତା ଏବଂ  ସମ୍ପକୀୟ ମାନଙ୍କୁ ପଚରାଯାଉଛି ।ସୋମବାର ଦିନ ଇଣ୍ଟେଲିଜେନ୍ସ ଟିମ୍ ଗ୍ରୀନ୍ ପାର୍କ କଲୋନୀରେ ଘରେ ଖୋଜାଖୋଜି କରି ତାଙ୍କ ପିତାମାତାଙ୍କୁ ପଚରାଉଚରା କରିଥିଲେ। ଏହା ବ୍ୟତୀତ ଆଉ ଦୁଇ ଜଣଙ୍କୁ ପଚରାଉଚରା କରାଯାଇଥିଲା । ଏମାନେ ଦୀର୍ଘ ବର୍ଷ ଧରି ସରଫରାଜଙ୍କ ସହ ଏଠାରେ ରହିଆସୁଥିଲେ ।

ଅନେକ ଭାଷା ଜାଣନ୍ତି ସରଫରାଜ, ଅନେକ ଦେଶରେ ତାଲିମ ମଧ୍ୟ ନେଇଥିଲା  । ସେ ସ୍ପାନିଶ୍, ଚାଇନିଜ୍ ଏବଂ ଇଂରାଜୀ ଭାଷା ଜାଣିଛି । ସେ ପାକିସ୍ଥାନ, ଚୀନ୍ ଏବଂ ହଂକଂରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ତାଲିମ ନେଇଛି ।  ତାର ପାସପୋର୍ଟ ମଧ୍ୟ ହଂକଂରୁ ଜାରି କରାଯାଇଛି  । ୧୨ବର୍ଷ ହଂକଂରେ ରହି ପରେ ସେ ଚୀନ୍ ଗସ୍ତ କରିଥିଲେ  । ତାଙ୍କର ଜଣେ ଭାଇ କୁଏତରେ ଏବଂ ଅନ୍ୟ ଜଣେ ଭୋପାଳରେ ରୁହନ୍ତି ବୋଲି ସେ କହିଛି । ତାଲିବାନରେ ସ୍ୱତନ୍ତ୍ର ତାଲିମ ଦେବା ପରେ ସରଫରାଜ ଭାରତରେ ଆନ୍ଦୋଳନ କରୁଥିଲା।

ତାଲିବାନ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) କୁ ଫେବୃଆରୀ ୩ରେ ଇମେଲ କରିଥିଲା। ସରଫରାଜଙ୍କ ଇନ୍ଦୋର ସଂଯୋଗ ପାଇବା ପରେ NIA ସକ୍ରିୟ ହେଲା | ଏହି ମେଲରେ ଆତଙ୍କବାଦୀ ସିରାଜୁଦ୍ଦିନ ହକାନୀଙ୍କ ନିର୍ଦ୍ଦେଶରେ ସରଫରାଜ ମେମନକୁ ମୁମ୍ବାଇରେ ସକ୍ରିୟ ରହିବାକୁ ଏବଂ ଏକ ବଡ ଘଟଣା କରିବାକୁ ଚେତାବନୀ ଦିଆଯାଇଥିଲା । NIA ଏବଂ ମୁମ୍ବାଇ ପୋଲିସର ଅନୁସନ୍ଧାନରେ ସରଫରାଜଙ୍କ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା ​​ଯାହା ଆଠ ବର୍ଷ ପୂର୍ବେ ଇନ୍ଦୋରରେ କରାଯାଇଥିଲା । ଯେତେବେଳେ ଅନୁସନ୍ଧାନକାରୀ ଦଳ ଖଜ୍ରାନାର ସରଫରାଜଙ୍କ ମେଡିକାଲ ଷ୍ଟୋର୍‌ରେ ପହଞ୍ଚିଥିଲେ, ହେଲେ ତାଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା ।

କ୍ୟାପିଟାଲ ହସ୍ପିଟାଲରେ ଡିଜିପି, ଆହତ ପୋଲିସ କର୍ମୀଙ୍କୁ ଭେଟିଲେ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଡିଜିପି ସୁନୀଲ ବଂଶଲ  ।  ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ  । ସେହିପରି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜିପି  । ଆହତ ପୋଲିସ କର୍ମୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି  ।

ଭୁବନେଶ୍ୱର ଲୋୟର ପିଏମଜି ଛକରେ ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  ।  କଟକ ଜୋନ ୨ ଏସିପି ଅମିତାଭ ମହାପାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅମିତାଭଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । 21ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ବିଜେପି ଯୁବମୋର୍ଚ୍ଚା ରାଲିକୁ ଲୋୟର ପିଏମଜିରେ ଅଟକାଇବାକୁ ପ୍ରୟାସ କରିଥିଲେ ପୋଲିସ ଅଧିକାରୀ  । ବିଜେପି ଯୁବ ମୋର୍ଚ୍ଚା କର୍ମୀ ସୁରକ୍ଷା ଦେଉଥିବା ପୋଲିସ କର୍ମୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ  ।

ସୂଚନା ମୁତାବକ ଢେଲା, ପଥର ସହ ଅଣ୍ଡା ମାଡ଼ କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ  । ଯାହା ଫଳରେ ଏକାଧିକ ପୋଲିସ କର୍ମୀ ଗଭୀର ଆହତ ହୋଇଛନ୍ତି  । ଆହତ ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଚିକିତ୍ସା ଚାଲିଥିଲା ବେଳେ ଅପରାହ୍ନରେ ପୋଲିସ ଡିଜିପି ସୁନୀଲ ବଂଶଲ, କମିଶନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ ଗସ୍ତ କରି ସମସ୍ତଙ୍କୁ ଭେଟିଥିଲେ  । ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ତଦନ୍ତ ଚାଲିଛି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  ।

ହାଇକୋର୍ଟ ଯାଅ, ସିଧା ସୁପ୍ରିମକୋର୍ଟ ଆସ ନାହିଁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିରାଶ ହେଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ  । ସିବିଆଇର ଗିରଫ ମାମଲାରେ ସୁପ୍ରିମକୋର୍ଟରେ ପହଁଚିଥିଲେ ସିସୋଦିଆ  । କିନ୍ତୁ ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ଶିଖାଇଛନ୍ତି ଆଇନର ପାଠ  । କହିଛନ୍ତି ତୁମେ ଏଠାକୁ କାହିଁକି ଆସିଛ  । ପ୍ରଥମେ ହାଇକୋର୍ଟ ଯାଅ,ସିଧା ସୁପ୍ରିମକୋର୍ଟ ଆସ ନାହିଁ ବୋଲି ସିଧାସିଧା କହିଛନ୍ତି ସର୍ବୋଚ୍ଚ ଅଦାଲତ  । ରବିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ  ।ସେପଟେ ସିବିଆର ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟ୍ଟ ଯାଇଛନ୍ତି ସିସୋଦିଆ   ।

ମଙ୍ଗଲବାର ସିସୋଦିଆଙ୍କ ଗିରଫ ମାମଲାର ଶୁଣାଣୀ କରୁଥିଲେ ସୁପ୍ରିମକୋର୍ଟ  । ମୁଖ୍ୟ ବିଚାରପତି ଜିଆଇ ଚନ୍ଦ୍ରଚୁଡ ଏବଂ ଡଷ୍ଟିସ ନରସିଂମା ଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିଲେ  । ଘଟଣାରେ ସୁପ୍ରିମକୋର୍ଟ କଡ଼ା ଭାଷାରେ କହିଥିଲେ ଆପଣ ସିଧା ସୁପ୍ରିମକୋର୍ଟ କାହିଁକି ଆସିଛନ୍ତି ? ସିଜେଆଇ ସିଧାସ ଳଖ ଭାବେ କହିଥିଲେ ଏହା ଉତ୍ତମ ଏବଂ ସଠିକ ପରମ୍ପରା ନୁହେଁ  । ଆପଣ ହାଇକୋର୍ଟ ଯାଇ ପାରିଥାନ୍ତେ  । ଜାମିନ ପାଇଁ ଆପଣଙ୍କ ପାଖରେ ବିକଳ୍ପ ରହିଛି  । କିନ୍ତୁ ଆପଣ କଣ ଜାମିନ ପାଇଁ ଅନୁଛେଦ ୩୨କୁ ବ୍ୟବହାର କରୁଛନ୍ତି ବୋଲି କହିଥିଲେ ସୁପ୍ରିମକୋର୍ଟ  ।

ସେପଟେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମ ଆଦମୀ ପାର୍ଟି  । ଦଳୀୟ ନେତା କହିଛନ୍ତି ଆମେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରୁଛୁ  । ଜାମିନ ପାଇଁ ହାଇକୋର୍ଟ ଯିବୁ ବୋଲି ଦଳ ପକ୍ଷରୁ  ପ୍ରତିକ୍ରିୟା ପ୍ରକାଶ ପାଇଛି  ।

ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ମୃତ, ଛିଟିକି ପଡିଛି ଖଣ୍ଡବିଖଣ୍ଡିତ ଶରୀର

ଜଗତସିଂହପୁର: ବାଣ କାରଖାନାରେ ଅଗ୍ନିକାଣ୍ଡ । ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଚ୍ଛାପୁର ବଡାଗର ଠାରେ ଘଟିଛି ଏହି ଅଘଟଣ । ସୁଶାନ୍ତ ପୃଷ୍ଟିଙ୍କ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣାରେ ବଡାଗର ଗାରଁ ଦିଲୀପ ମହାନ୍ତି ଓ ଗୋପାଳପୁରର ବୁଲୁ ଦାସଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ସୁଶାନ୍ତ ପୃଷ୍ଟି ଓ ପତିଆ ଦାସ ଗୁରୁତର ହୋଇଛନ୍ତି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ଖଣ୍ଡ ବିଖଣ୍ଡିତ ଶରୀର ଆଖ ପାଖରେ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଆଖ ପାଖ ଥରି ଉଠିଥିଲା । ଘଟଣା ସ୍ଥଳରେ ପୋଲିସ,ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରିଥିଲେ ।

ଆହତଙ୍କୁ ପ୍ରଥମେ ଜଗତସିଂହପୁର ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ଅଧିକାରୀ ,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପହଞ୍ଚି ସ୍ଥିତି ପରକ୍ଷୀଛନ୍ତି ।