spot_img
Home Blog Page 3371

କିମ୍ବଦନ୍ତୀ ଖେଳାଳିଙ୍କ ସହ ନବୀନ, ୧୯୮୩ରେ ଭାରତକୁ ଦେଇଥିଲେ ବିଶ୍ୱକପ୍

ମୁମ୍ବାଇ: ୧୯୮୩ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଟିମ୍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ଆୟୋଜିତ ସ୍ପୋର୍ଟ୍ସଷ୍ଟାର ଆସେସ ଆଓ୍ବାର୍ଡ-୨୦୨୩ କାର୍ଯ୍ୟକ୍ରମରେ ଭାରତୀୟ ଟିମର ଏହି କିମ୍ବଦନ୍ତୀ ଖେଳାଳିଙ୍କ ସହିତ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ସହିତ ସୌଜନ୍ୟତାମୂଳକ ସାକ୍ଷାତ ସହିତ ୧୯୮୩ ମସିହାର ସେହି ଅବିସ୍ମରଣୀୟ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ।

ବିଶ୍ବକପ ବିଜୟୀ ଟିମର ଅଧିନାୟକ କପିଲ ଦେବ ଅନ୍ୟ ସଦସ୍ୟ ସୁନୀଲ ଗାଭାସ୍କର, ସନ୍ଦୀପ ପାଟିଲ, କିରନ ମୋରେ, ମହିନ୍ଦର ଅମରନାଥ, ଭେଙ୍ଗ ସରକାର, କେ. ଶ୍ରୀକାନ୍ତ, ରୋଜର ବିନି, ସୟଦ କିରମାନି, ମଦନଲାଲ, ବଲିବନ୍ଦର ସାନ୍ଧୁଙ୍କ ବେଶ୍ କିଛି ସମୟ ବିତାଇଥିଲେ ନବୀନ ।

ନବୀନଙ୍କୁ ପାଖରେ ପାଇ ବେଶ୍ ଖୁସି ପ୍ରକାଶ କରିଥିଲେ ଖେଳାଳି । କ୍ରୀଡାର ବିକାଶ ପାଇଁ ନବୀନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ଭାରତୀୟ ଦଳର ଏହି ପୂର୍ବତନ ଖେଳାଳି। ଶେଷରେ ସମସ୍ତଙ୍କ ସହିତ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ, ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍‌ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସଂପାଦକ ଶ୍ରୀ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ ।

ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ । କ୍ରୀଡାବିତ୍‌ ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବିଶ୍ବ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ ମାନଙ୍କ ଅବଦାନକୁ ମର୍ଯ୍ୟଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତ୍‌ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ। କ୍ରୀଡାବିତ ମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ବ କପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ High Performance Centre ଓ ପ୍ରତିଯୋଗୀତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ। ଅଲମ୍ପିକ୍‌ସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୁହିକ ସ୍ବପ୍ନ। ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୨୦୨୨ରେ ଓଡିଶାର କ୍ରୀଡାବିତ୍‌ମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ମେଡାଲ ଜିତି ଗୌରବ ଆଣିଥିଲେ । ଏହାସହିତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ FIH ଓଡିଶା ପୁରୁଷ ବିଶ୍ବକପ୍‌ ହକି-୨୦୨୩ର ସଫଳ ଆୟୋଜନ ଯୋଗୁ କ୍ରୀଡା ଦୁନିଆରେ ଓଡିଶା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବା ସହିତ ସମ୍ମାନର ପାତ୍ର ହୋଇପାରିଛି । ୨୦୨୨ରେ ଓଡିଶା ଅନେକ ଆନ୍ତର୍ଜାତିକ ପ୍ରତିଯୋଗୀତା ଆୟୋଜନ କରିଥିଲା । ସେଗୁଡିକ ହେଉଛି – Odisha Open, SAAF U20, FIFA U17 Women’s World Cup, FIBA-2022 (SABA Qualifiers), FIH Hockey Pro League ଏବଂ ଅନେକ ଜାତୀୟ ପ୍ରତିଯୋଗୀତା ଯଥା – Indian Women’s League, Aquatic Junior Nationals, IWLF Youth Juniors and Senior National Weight Lifting Championship-2022, Para Athletic Championship and Para Badminton Nationals ଓ ଆହୁରି ଅନେକ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶାରେ ଅତ୍ୟାଧୁନିକ କ୍ରୀଡା ସୁବିଧା ପ୍ରସ୍ତୁତ କରାଯାଇ ପ୍ରତିଭାଧର କ୍ରୀଡାବିତ୍ ମାନଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି । ଆମ ଦେଶର ସର୍ବଶ୍ରେଷ୍ଠ କ୍ରୀଡା ଭିତ୍ତିଭୂମି ମଧ୍ୟରେ ପ୍ରତିଷ୍ଠିତ କଳିଙ୍ଗ ସ୍ପୋର୍ଟସ କମ୍ଲେକ୍‌ସ ସ୍ଥାନ ପାଇଛି । ଏହାର ପରିସର ମଧ୍ୟରେ ଅନେକ ବୃହତ କ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରେ ରହିଛି ଦେଶର ପ୍ରଥମ ଆଥଲେଟିକ୍‌ସ ସେଣ୍ଟର, ଟେନିସ କୋର୍ଟ, ଇଣ୍ଡୋର ଆକ୍ବାଟିକ୍‌ସ ସେଣ୍ଟର, ହକି ହାଇ ପରଫରମାନ୍‌ସ ସେଣ୍ଟର । ଏହା ସହିତ ଏକ ବିଶାଳ ସ୍ପୋର୍ଟସ ସାଇନସ ସେଣ୍ଟରର ନିର୍ମାଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଦେଶ ପାଇଁ ଆଗାମୀ ଦିନର କ୍ରୀଡା ଚମ୍ପିଆନ ସୃଷ୍ଟି କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ରାଉରକେଲାରେ ପ୍ରତିଷ୍ଠିତ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ଦେଶର ସର୍ବ ବୃହତ (ବସିବା)ଆସନ ବିଶିଷ୍ଟ ହକି ଷ୍ଟାଡିଅମ ଭାବରେ ନିକଟରେ ଗିନିଜ ବୁକ୍‌ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ମହାମାରୀ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ବେ ଏହି ଷ୍ଟାଡିଅମ ମାତ୍ର ୧୫ ମାସ ମଧ୍ୟରେ ସଂପୂର୍ଣ୍ଣ ହୋଇଥିଲା । ଏହା ସହିତ ଏଥିରେ ଅଲମ୍ପିକ୍ ପରି ୨୨୫ କୋଠରୀ ବିଶିଷ୍ଟ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି ।

ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ କ୍ରୀଡା ଓ ସୁସ୍ଥତାର ପ୍ରୋତ୍ସାହନ ପାଇଁ ଓଡିଶାର ସବୁ ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ହଲ୍‌ ନିର୍ମାଣ କରାଯାଉଛି। ଏଥିରେ ଅନେକ କ୍ରୀଡା ପାଇଁ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି। ଏଥିରେ ରହିଛି ସୁଇମିଂ ପୁଲ୍‌ ଟ୍ରେନିଂ ସେଣ୍ଟର, ଫୁଟବଲ ଟ୍ରେନିଂ ସେଣ୍ଟର, ହକି ଟ୍ରେନିଂ ସେଣ୍ଟର ଓ ସ୍ପୋର୍ଟସ କମ୍ପ୍ଲେକ୍‌ସ ।

ଦେଶରେ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନକୁ ସମ୍ମାନିତ କରିବାରେ Sportstar Aces Award ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହା ଏକ ମର୍ଯ୍ୟଦାଜନକ ପୁରସ୍କାର । କ୍ରୀଡା ପାଇଁ ଓଡିଶାର ପ୍ରତିବଦ୍ଧତାର ଏହା ଏକ ପ୍ରକୃଷ୍ଟ ନିଦର୍ଶନ। କ୍ରୀଡାବିତ୍‌ ମାନଙ୍କୁ ସଫଳ ହେବା ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦେବାରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କ୍ରୀଡା କ୍ଷେତ୍ରରେ ଓଡିଶାର ଉଦ୍ୟମକୁ ମାନ୍ୟତା ମିଳିବାରେ ଏହା ଏକ ଉପଯୁକ୍ତ ପୁରସ୍କାର ଏବଂ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାର ଶ୍ରେଷ୍ଠ ନିଦର୍ଶନ।

ଓଡ଼ିଶାର ଜାଗା ମିଶନ ଦେଶରେ ଉଦାହରଣ

ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ।

ଜାଗା ମିଶନ କଣ ? ସହରାଞ୍ଚଳ ଭୂମିହୀନଙ୍କୁ କେମିତି ମିଳୁଛି ଜମି ଅଧିକାର ? ଜମି ମିଳିବା ପରେ କେମିତି ତିଆରି ହୋଇଛି ଘର? ବିଜୁ ଆଦର୍ଶ କଲୋନୀରେ ଲୋକେ କେମିତି ରହୁଛନ୍ତି ? ବସ୍ତିରେ ପରିମଳ ବ୍ୟବସ୍ଥା କିଭଳି ରହିଛି ? ସହର ବିକାଶରେ ଭୂମିହୀନ ସହରାଞ୍ଚଳ ବାସିନ୍ଦାଙ୍କ ଯୋଗଦାନ କେତେ ରହିଛି? ସରକାର ଭୂମିହୀନଙ୍କୁ ଜମି ଅଧିକାର ସହ ଘର କେମିତି ଯୋଗାଇ ଦେଉଛନ୍ତି? ଗ୍ରାଉଣ୍ଡକୁ ଯାଇ ଏସବୁକୁ ଦେଖିଛନ୍ତି ୬ଟି ରାଜ୍ୟରୁ ଆସିଥିବା ଆଇଏଏସ ପ୍ରତିନିଧି। ଭାରତ ଦର୍ଶନ ମାଧ୍ୟମରେ ଓଡ଼ିଶା ଆସିଥିବା ପଞ୍ଜାବ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ଆଇଏଏସ୍ ମାନେ ଆଜି ଭୁବନେଶ୍ବର ସ୍ଥିତ ଜାଗା ମିଶନ କାର୍ଯ୍ୟାଳୟରେ ଯୋଜନା ସଂପର୍କୀତ ଭିଡିଓ ଦେଖିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ଓଡ଼ିଶା ସରକାର କିଭଳି ଜମି ଅଧକାର ପ୍ରଦାନ କରିଛନ୍ତି ଏବଂ ବସ୍ତିରେ ଲୋକମାନେ କିଭଳି ଶୃଙ୍ଖଳିତ ଭାବରେ ବସବାସ କରୁଛନ୍ତି ତାହା ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି।

ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା ଦେଶରେ ନମ୍ବର ଓ୍ବାନ୍। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରୁଛନ୍ତି। ଜମି ମିଳିବା ପରେ ନିଜ ଘରକୁ ସୁନ୍ଦର କରିବା ସହ ସବୁ ବିକଶମୂଳକ କାର୍ଯ୍ୟରେ କିଭଳି ଯୋଗଦାନ କରୁଛନ୍ତି ସେନେଇ ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ୨୯୧୯ଟି ବସ୍ତି ଚିହ୍ନଟ କରାଯାଇଛି। ଏବେସୁଦ୍ଧା ୧୧୦ଟି ସହରାଞ୍ଚଳରେ ୧ଲକ୍ଷ ୭୫ହଜାର ଜମିଅଧିକାର ପ୍ରଦାନ କରାଯାଇଛି। ସେଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ବିଶେଷ କରି ବସ୍ତି ଅଞ୍ଚଳର ବିକାଶ କିଭଳି ନିଜେ କରିପାରିବେ ସେନେଇ ବସ୍ତିବାସିନ୍ଦାଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି  ।

୬ରାଜ୍ୟର ଆଇଏଏସମାନେ ବସ୍ତି ବୁଲିବା ସମୟରେ ବସ୍ତିବାସିନ୍ଦାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ବିଭୋର ହୋଇଛନ୍ତି । ଘରକୁ ଅତିଥି ଆସିବା ଭଳି ବସ୍ତିବାସିନ୍ଦା ଏକାଠି ହୋଇ ପାଛୋଟି ନେବା ସେମାନଙ୍କୁ ଅଭିଭୂତ କରିଛି । ବିଶେଷ କରି ସହର ବିକାଶରେ ବସ୍ତିବାସିନ୍ଦାଙ୍କ ଯୋଗଦାନ ଯେଉଁଭଳି ରହିଛି ତାହା ଦେଶରେ ବିରଳ। ଏହାକୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି।

ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁରେ ଏତଲା, ସରକାରୀ ଘରକୁ ମାଡିବସିଥିବା ଅଭିଯୋଗ

ବ୍ରହ୍ମପୁର: ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା । ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଏହି ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପ୍ରମିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀର୍ଘଦିନ ଧରି ଏକ ରାଜୀବ ଆବାସ ଆପାର୍ଟମେଣ୍ଟକୁ ତାଲା ପକାଇ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି ।

ରାଜୀବ ଆବାସ ଆପାର୍ଟମେଣ୍ଟରେ ଘର ପାଇଥିବା ହିତାଧିକାରୀଙ୍କୁ ନଦେଇ ନିଜ ଅଧୀନରେ ପ୍ରମିଳା ତ୍ରିପାଠୀ ରଖିବା ନେଇ ଏତଲା ବ୍ରହ୍ମପୁର ମହାନଗର ନିଗମ କମିଶନର ଏତଲା ଦେଇଛନ୍ତି । ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଅଭିଯୋଗ ଆସିବା ପରେ ନିଜେ ପ୍ରମିଳା ତ୍ରୀପାଠୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସେ ଏଭଳି କରିନାହାଁନ୍ତି ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି   ।

 

ପ୍ରେମିକକୁ ଖୁସି କରିବାକୁ ଘରୁ ସୁନା ଜିନିଷ ଚୋରି କରୁଥିଲା ପ୍ରେମିକା

ବାଲେଶ୍ୱର: ପ୍ରେମିକକୁ ଖୁସି କରିବାକୁ ଘରୁ ସୁନା ଜିନିଷ ଚୋରି କରୁଥିଲା ପ୍ରେମିକା । ବାପାଙ୍କ ଅଭିଯୋଗ ଆଧାରରେ ଝିଅ ସହ ପ୍ରେମିକ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣଶ ଘଟିଛି ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଜଣେ ଯୁବତୀ ନିଜ ଘର ଆଲମିରାରୁ ସୁନା ଗହଣା ଚୋରି କରି ପ୍ରେମିକକୁ ଦେଉଥିଲେ । ଏକ ଭୋଜିକୁ ଯିବା ବେଳେ ଆଲମିରାରେ ସୁନା ଅଳଙ୍କାର ନଥିବା ପରିବାର ଲୋକେ ଦେଖିଥିଲେ ।

ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ବାପା । ଯୁବତୀ ଓ ତାଙ୍କ ପ୍ରେମିକ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରେମିକ ପାଖରୁ୭ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ ହୋଇଛି । ଏହାସହ କିଛି ସୁନା ବ୍ୟାଙ୍କରେ ବନ୍ଧା ଦେଇ ଋଣ ଆଣିଥିବା ଜଣାପଡ଼ିଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୁବକ ଯୁବତୀ

ନୂଆପଡ଼ା:  ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୁବକ ଯୁବତୀ । ନୂଆପଡା ଖରିଆର ରୋଡ ଗୁରୁ କୁଳ ଆଶ୍ରମ ଆମସେନା ଠାରେ ଅନୁଷ୍ଠିତ ହୋଇଥିଲା ସାମୁହିକ ବିବାହ ଉତ୍ସବ । ଏହି ସାମୁହିକ ବିଭାଗ ଆୟୋଜନ କରିଥିଲେ ଓଡ଼ିଶା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ତାଙ୍କ ପତ୍ନୀ କଳ୍ପନା ଢୋଲକିଆ ।

ଦୀର୍ଘ ୧୧ ବର୍ଷ ଧରି ଏପରି ସାମୁହିକ ବିବାହ କରି ଆସୁଥିବା ବେଳେ ଏଥର ୨୫ ଯୋଡା ବରକନ୍ୟାଙ୍କ ସାମୁହିକ ବିବାହ ଆଡମ୍ବର ଶହ ସଂପୂର୍ଣ୍ଣ ହୋଇଛି । ଏପରି ବିବାହରେ ସାମିଲ ହୋଇ ବେସ ଖୁସି ପ୍ରକାଶ କରିଛନ୍ତି ବର କନ୍ୟା ।

ପାରିବାରିକ କଳହରୁ ବାପାକୁ ମାରିଦେଲା ପୁଅ

ରାୟଗଡ଼ା: ପୁଅ ଗୁଳିରେ ବାପା ମୃତ । ଗୁଣପୁର ପୁଟାସିଂ ଥାନା ଗୁଡି ଗ୍ରାମରେ ଗୁଳିକାଣ୍ଡ । ପାରିବାରିକ କଳହରୁ ବାପାଙ୍କୁ ଗୁଳି କରି ହତ୍ୟା କରିଛି ପୁଅ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି । କେଣସି କାରଣରୁ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଉତ୍ତ୍ୟକ୍ତ ହୋଇ ପୁଅ ବାପାଙ୍କୁ ଗୁଳି କରିଥିବା କୁହାଯାଉଛି ।

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ଜାତୀୟ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡ଼ିଶାକୁ ଜାତୀୟ ପୁରସ୍କାର  । ମୁମ୍ବାଇରେ ସମ୍ମାନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳୁଛି ପୁରସ୍କାର  । କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଦିଗରେ  ଯେଉଁଭଳି ଅଗ୍ରଗତି ଘଟିଛି ତାହା ଉଲ୍ଲେଖନୀୟ  । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲଟିଛି ଉଦାହରଣ  । କ୍ରୀଡ଼ା ଠାରୁ କ୍ରୀଡାବିତ ସଭିଙ୍କ ବିକାଶ ଦିଗରେ ଓଡିଶା ପାଲଟିଛି ରୋଲ ମଡେଲ  । ହକି ବିଶ୍ୱକପ ଠାରୁ ବିଭିନ୍ନ କ୍ରୀଡାର କ୍ୟାପିଟାଲ ଏବେ ଓଡିଶା  ।

କ୍ରୀଡା କ୍ଷେତ୍ରରେ ଏଭଳି ବୈପ୍ଲବିକ ପରିବର୍ତ୍ତନ ପାଇଁ ଓଡିଶା ସାଜିଛି ଉଦାହରଣ  । ସମସ୍ତ ଦୃଷ୍ଟିକୋଣକୁ ପରିଲିଖିତ କରି ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳିବାକୁ ଯାଉଛି ଏହି ସମ୍ମାନ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି  । ଏକ ଭବ୍ୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ  ।

ଓଡ଼ିଶାରେ ସଫଳ ଆୟୋଜନ ପରେ ଜାତୀୟ ସ୍ତରରେ ପ୍ରଶଂସା ଓ ପୁରସ୍କାର । କ୍ରୀଡ଼ାର ବିକାଶ ପାଇଁ ଲଗାତର ଚତୁର୍ଥ ଥର ପାଇଁ ଓଡ଼ିଶା ହାତେଇବ ସ୍ପୋର୍ଟ୍ସ ଷ୍ଟାର ଆସେସ ଆଓ୍ବାର୍ଡ-୨୦୨୩ । ମୁମ୍ବାଇଠାରେ ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ। ଦେଶର ବିଶିଷ୍ଟ ଖେଳାଳିଙ୍କ ଗହଣରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପର ଫଳ ସ୍ବରୂପ ଜାତୀୟ ସ୍ତରରେ ସମ୍ମାନିତ ହେବାକୁ ଯାଉଛି ଓଡ଼ିଶା । କ୍ରୀଡାର ବିକାଶ ସାଙ୍ଗକୁ ଭିତ୍ତିଭୂମିର ବିକାଶ, ବିଶ୍ବସ୍ତରୀୟ ତାଲିମ ଓ ପ୍ରତିଭାବାନ୍ କ୍ରୀଡିବିତଙ୍କୁ ପ୍ରୋତ୍ସାହନ ଭଳି ଯୋଜନା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖେଳାଳିମାନେ ଅନେକ ପଦକ ଜିତି ଦେଶ ପାଇଁ ସମ୍ମାନ ଆଣିଛନ୍ତି । ନିକଟରେ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ସଫଳତାର ସହ ଆୟୋଜନ କରି ବିଶ୍ବରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା । ୨୦୨୨ରେ ଓଡ଼ିଶା ଓପନ, SAAF ଅଣ୍ଡର ଟ୍ବେଣ୍ଟି ଚାମ୍ପିୟନସିପ, ଫିଫା ଅଣ୍ଡର ଥାର୍ଟିନ୍ ମହିଳା ବିଶ୍ବକପ, ଫିଫା-୨୦୨୨, FIH ହକି ପ୍ରୋ ଲିଗ ଭଳି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଛି ଓଡ଼ିଶା । ସେହିପରି ଇଣ୍ଡିଆନ ଓମେନ୍ସ ଲିଗ୍, ଆକ୍ବାଟିକ୍ ଜୁନିଅର ନ୍ୟାସନାଲସ, ସିନିଅର ନ୍ୟାସନାଲ ଓ୍ବେଟଲିଫ୍ଟିଂ ଚାମ୍ପିଅନସିପ, ପାରା ଆଥଲେଟିକ ଚାମ୍ପିଅନସିପ ଏବଂ ପାରା ବ୍ୟାଡମିଣ୍ଟନ ନ୍ୟାସନାଲସ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଟିରେ ସଫଳତାର ସହ ଖେଳାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ଏକ ମେଗା ସ୍ପୋର୍ଟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯାଇଛି । ଦେଶର ପ୍ରଥମ ଇନଡୋର୍ ଆଥଲେଟିକ୍ ସେଣ୍ଟର ସହ ହକି ପାଇଁ ହାଇପରଫରମାନ୍ସ ସେଣ୍ଟର, ବ୍ୟାଡମିଣ୍ଟର କୋର୍ଟ, ବିସ୍ତୃତ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଦେଶ ପାଇଁ କଳିଙ୍ଗ ସ୍ପୋର୍ଟ୍ସ କଂପ୍ଲେକ୍ସ ଚମ୍ପିଆନ୍ ସୃଷ୍ଟି କରିବ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ଗିନିଜ ବୁକ ଅଫ ଓ୍ବାଲଡ ରେକର୍ଡରେ ସ୍ଥାନ ପାଇଛି । ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ ମାତ୍ର ୧୫ ମାସ ଭିତରେ ସଂପୂର୍ଣ୍ଣ କରାଯାଇଥିଲା । ଅଲିମ୍ପିକ୍ ଢାଞ୍ଚାରେ ଏଠାରେ ୨୨୫ଟି ଫାଇଭ୍ ଷ୍ଟାର ରୁମ୍ ଥିବା ହକି ଭିଲେଜ୍ ପ୍ରତିଷ୍ଠା କରାଯାଇଛି । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇନଡୋର ହଲ ନିର୍ମାଣ କରିଛନ୍ତି । କେବଳ ହକି ନୁହେଁ ସନ୍ତରଣ ଓ ଫୁଟବଲ୍ ତାଲିମ ପାଇଁ ମଧ୍ୟ ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରାଯାଇଛି ।

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ  ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ହୋଇଛି  । ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ  । ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  । ଆଲୋଚନାରେ ଓଡିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି  ।

ଏହି ସମୟରେ ମୁକେଶଙ୍କୁ ହକିର ଜର୍ସି ଉପହାର ଦେଇଛନ୍ତି ନବୀନ । ସେହିଭଳି ସିଏଟ୍ ଗ୍ରୁପର ଅନନ୍ତ ଗୋଏଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଅନନ୍ତଙ୍କ ସହ ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବା ପରେ ହକିର ଜର୍ସି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ଓଡ଼ିଶାରେ ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ ହୋଇଛି । ଆଜି ସକାଳ ସୁଦ୍ଧା ୫ ଲକ୍ଷ ୫୭ ହଜାର ଅଣ୍ଡାଦାନ ହୋଇଥିବା ରେକର୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଖୁବ୍ ଅଧିକ । ଗତବର୍ଷ ୫ ଲକ୍ଷ ୫୦ ହଜାର ପାଖାପାଖି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ କଇଁଛ । ଚଉଡା ସମୁଦ୍ର କୁଳରେ ଲଗାତାର ନଜର ରଖାଯାଉଛି । ଅଣ୍ଡା ନଷ୍ଟ କରିବାକୁ ସୁଯୋଗ ନ ଦେବା ଯୋଗୁଁ ଏଥର ଅଣ୍ଡାଦାନ ବଢିଛି। ଏହି ପ୍ରକ୍ରିୟାରେ ସ୍ଥାନୀୟ ବାସିନ୍ଦା, ସ୍ବେଛାସେବୀ, ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ମଚାରୀ ସାମିଲ ହୋଇଛନ୍ତି । ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଥିବା  କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି ।