spot_img
Home Blog Page 3372

କେନ୍ଦୁଝର ଘଟଗାଁ ରେଞ୍ଜରେ ବୁଲୁଛି ବାଘ, କ୍ୟାମେରାରେ କଏଦ ହେଲା ମହାବଳର ଫଟୋ

ଭୁବନେଶ୍ୱର: କେନ୍ଦୁଝରରେ ବାଘ ବୁଲିବା ପ୍ରସଙ୍ଗ । କ୍ୟାମେରାରେ କଏଦ ହୋଇଛି ମହାବଳର ଫଟୋ । ବାଘର ବୟସ ୩ରୁ ୪ ବର୍ଷ ହେବ। କେନ୍ଦୁଝର ଘଟଗାଁ ରେଞ୍ଜରେ ଠାବ ହୋଇଛି ଏହି ମହାବଳ ବାଘ । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ ଏବଂ ପ୍ରାକୃତିକ ସହବାସ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ବାଘର ଗତିବିଧି ଉପରେ ନଜର ରଖିବାକୁ କ୍ୟାମେରା ଲାଗିଛି । ବନବିଭାଗ କର୍ମଚାରୀ ସଜାଗ ଅଛନ୍ତି ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି  ।

 

’ରାଜନୈତିକ ଚାପ ଯୋଗୁଁ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି’: ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିନି କୌଣସି ପ୍ରମାଣ । ରାଜନୈତିକ ଚାପ ଯୋଗୁଁ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିବା ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍ କରିଛନ୍ତି। ଏପରିକି ଅଧିକାଂଶ ସିବିଆଇ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ରହିଥିଲେ । ସମସ୍ତ ସିବିଆଇ ଅଧିକାରୀଙ୍କର ସିସୋଦିଆଙ୍କ ପ୍ରତି ସମ୍ମାନ ରହିଛି । ତେବେ ରାଜନୈତିକ ଚାପ ଯୋଗୁଁ ତାଙ୍କୁ ଗିରଫ କରିଥିବା କେଜ୍ରିଓ୍ବାଲ ଟ୍ବିଟ୍ କରିଛନ୍ତି। ଗତକାଲି ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ମାରାଥନ୍ ଜେରା ପରେ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ମନୀଷ ସିସୋଦିଆ ନିର୍ଦ୍ଦୋଷ, ତାଙ୍କ ଗିରଫଦାରୀକୁ ଡାର୍ଟି ପଲିଟିକ୍ସ ବୋଲି ଟ୍ବିଟ୍ କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ୍।

ଭୁଶୁଡୁଛି ଆଦାନୀ ସାମ୍ରାଜ୍ୟ, ମାସକର ୮ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଭୁଶୁଡୁଛି ଆଦାନୀଙ୍କ ସାମ୍ରାଜ୍ୟ । ଧନୀ ତାଲିକାରେ ୩ ନମ୍ବରରୁ ୩୭ ନମ୍ବରକୁ ଖସିଲେ ବିଜନେସ ଟାଇକୁନ ଗୌତମ ଆଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଓ ହେରେଫେର ଅଭିଯୋଗ ଆଣିବା ପରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ନିୟମିତ ହ୍ରାସ ପାଇବାରେ ଲାଗିଛି । ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠୁ ତାଙ୍କ ସମ୍ପତ୍ତି ମୂଲ୍ୟ ୮୦୦୦ କୋଟିରୁ ଊର୍ଦ୍ଧ୍ବ ଡଲାର ହ୍ରାସ ପାଇଛି । ସେୟାର ବଜାରରେ ନିବେଷକମାନେ ଆଦାନୀ କମ୍ପାନୀର ସେୟାର ବିକ୍ରି କରୁଥିବାରୁ ସେଗୁଡିକର ଦାମ୍ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।

ରିପୋର୍ଟରୁ ଜଣାଯାଇଛି, ଗତ ଏକମାସ ଭିତରେ ଆଦାନୀଙ୍କ ବିଭିନ୍ନ କମ୍ପାନୀର ବଜାର ପୁଞ୍ଜି ପରିମାଣ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି । ଆଦାନୀ ଟୋଟାଲ ଗ୍ୟାସର ବଜାର ପୁଞ୍ଜିରେ ୮୧ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜିର ମୂଲ୍ୟ ୭5 ପ୍ରତିଶତ, ଆଦାନୀ ଟ୍ରାନ୍ସମିଶନରେ ୭୪ ପ୍ରତିଶତ ଓ ଆଦାନୀ ଏଣ୍ଟରପ୍ରାଇଜେସ ବଜାର ପୁଞ୍ଜିରେ ୬୨ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ ତାଙ୍କର ଅନ୍ୟାନ୍ୟ କମ୍ପାନୀର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଜଣାଯାଇଛି ।

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା । ଆଜି ପୁରୀର ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଗଜେନ୍ଦ୍ର ମହାରଣା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲେ । ମୃତ୍ୟୁ ପରେ ଗତକାଲି ତାଙ୍କ ମରଶରୀରକୁ ପୁରୀ ନିଆଯାଇଥିଲା । ସେଠାରେ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ବାଲେଶ୍ବର ଓ ବାରିପଦା ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ୱର: ବାଲେଶ୍ବର ଓ ବାରିପଦା ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଏହି ପ୍ରଚଣ୍ଡ ଶବ୍ଦରେ ଘର କବାଟ, ଝରକା ଥରିବା ସହିତ ଦୁଲୁକିଲା ମାଟି । ବାଲେଶ୍ବର ସାରା ଜିଲ୍ଲାବାସୀ ଶବ୍ଦ ଶୁଣିଥିବା କହିଛନ୍ତି । ସେପଟେ ମୟୂରଭଞ୍ଜ ବାରିପଦାରେ ବି ପ୍ରଚଣ୍ଡ ଶବ୍ଦ ଲୋକଙ୍କୁ ଭୟଭୀତ କରାଇଛି । ତେବେ ଶବ୍ଦ କେଉଁଠୁ ଓ କିପରି ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ରାଜ୍ୟରେ ବଢ଼ିବ ଡାକ୍ତର ସଂଖ୍ୟା, ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରକୁ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ବର୍ତ୍ତମାନ ରାଜ୍ୟରେ ପ୍ରତି ହଜାରେ ରୋଗୀରେ ୦.୭% ଶଯ୍ୟା ଅଛି । IPHS ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧ ପ୍ରତିଶତ ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ପରୀକ୍ଷା ଦେଉଥିଲେ ମା’, ଝିଅର ଯତ୍ନ ନେଲେ ମହିଳା କନଷ୍ଟେବଲ୍

ମାଲକାନଗିରି: ଅସମୟରେ ମଣିଷ ପଣିଆ ଦେଖାଇବା ଆମେ ଅନେକ ଖବର ଦେଖିଛେ । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଖବର ଆସିଛି, ତାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ପରୀକ୍ଷା ଦେବାକୁ ଯାଇଥିବା ଜଣେ ମା’ କୋଳରେ ଥିଲା ତା’ର ଛୋଟ ଶିଶୁ । ଛୁଆକୁ ସ୍ତନପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ ରହିଥିଲା ବ୍ୟବସ୍ଥା । ହେଲେ ପରୀକ୍ଷା ବେଳେ ଛୋଟ ଛୁଆକୁ କେମିତି ସମ୍ଭାଳିବେ ବୋଲି ଚିନ୍ତାରେ ଥିଲେ ମା’ ଜଣକ । ଏହି ସମୟରେ ଜଣେ ମହିଳା ପୋଲିସ ମାଆର ପରିସ୍ଥିତିକୁ ବୁଝି ପାରିଥିଲେ । ସହାୟତାର ହାତ ବଢ଼ାଇବା ସହ ଛୁଆକୁ ନିଜ କୋଳକୁ ନେଇଥିଲେ । ପରୀକ୍ଷା ସରିବା ଯାଏ ସମ୍ଭାଳିଥିଲେ କୁନି ଛୁଆକୁ । ଏହି ଘଟଣାକୁ ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଲିସ କର୍ମଚାରୀ ଜଣଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି ।

ସୂଚନା ଅନୁସାରେ, ପୋଲିସ ପଦବୀ ପାଇଁ ମାଲକାନଗିରି ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସିଥିଲେ ଚଞ୍ଚଳା ମଲ୍ଲିକ । କାଖରେ ଥିଲା ୪ ବର୍ଷର କୁନି ଝିଅ । କେନ୍ଦ୍ରରେ ପହଞ୍ଚିବା ବେଳକୁ ଛୁଆ କାନ୍ଦିବା ଆରମ୍ଭ କରିଥିଲା । ସ୍ତନ୍ୟପାନ କରାଇ ଛୁଆକୁ ଚୁପ୍ କରାଇଥିଲେ । ହେଲେ ପରୀକ୍ଷା କେମିତି ଦେବ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ଚଞ୍ଚଳା । ପରିବାର ପକ୍ଷରୁ ମଧ୍ୟ ପାଖରେ କେହି ନଥିଲେ । ମାଆର ଏଭଳି କରୁଣା ଅବସ୍ଥାକୁ ବୁଝି ପାରି ଥିଲେ ସେଠାରେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ । ମହିଳା କନେଷ୍ଟବଳ ଜଣକ ଛୁଆକୁ ସମ୍ଭାଳିବା ପରେ ପରୀକ୍ଷା ଦେଇଥିଲେ ଚଞ୍ଚଳା । ପରୀକ୍ଷା ସରିବା ପରେ ମହିଳା କନେଷ୍ଟବଳଙ୍କୁ ପ୍ରଶଂସା କରି ଘରକୁ ଫେରିଥିଲେ ଚଞ୍ଚଳା ।

ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତ ବର୍ଷର ଶେଷ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ। ତାଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ଶୋକପ୍ରସ୍ତାବକୁ ସମର୍ଥନ ଜଣାଇଲେ ବିରୋଧୀ । ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଛି ।

ସେ ୧୯୭୭ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ରାସମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨-୨୦୦୭ ପର୍ଯ୍ୟନ୍ତ ତିଗିରିଆ ୧୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚନ ଲଢି କଟକ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ଥିଲେ । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତେବେ ରାସମଞ୍ଜରୀ ଦେବୀଙ୍କ ମୃତ୍ୟୁ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ବିଜୁ ପଟ୍ଟନାୟକ ଯେତେବେଳେ ନାରୀ ସଶକ୍ତିକରଣ ପାଇଁ ଚେଷ୍ଟିତ ଥିଲେ ସେତେବେଳେ ରାଣୀ ମା’ ସାଜିଥିଲେ ରୋଲ୍ ମଡେଲ। ଆଜି ସକାଳୁ ରାଣୀଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ନେଇ ତିଗିରିଆ ଗଡଜାତର ସମସ୍ତ ଗାଁ ପରିକ୍ରମା କରାଯାଇଛି । ପୋଲିସ ପକ୍ଷରୁ ତାଙ୍କୁ ସଲାମି ଦିଆଯାଇଛି ।

ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ରାଜ୍ୟକୁ ସଫଳତା, ୩ଟି ବର୍ଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ । ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ । ଶ୍ରେଷ୍ଠ ବନ୍ୟଜନ୍ତୁ ଭାବେ ଭିତରକନିକା ପୁରସ୍କୃତ ହୋଇଛି । ସେହିପରି କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ ପୁରସ୍କାର । ଏନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକୃତିର ବିସ୍ମୟ ଭିତରକନିକା । ୬୭୨ ବର୍ଗ କିଲୋମିଟର ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ କିଲୋମିଟର ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଆସିଛି । ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତୀକ ରାମସାର ସାଇଟ ମାନ୍ୟତା ବି ମିଳିଛି ।

ସେହିପରି ଶ୍ରୀଜିଉଙ୍କ ଘୋଷଯାତ୍ରା ତ ବିଶ୍ବପ୍ରସିଦ୍ଧ । ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୁରତିଙ୍କ ରଥଯାତ୍ରା ସାରା ବିଶ୍ବରେ ନିଆରା । ତେଣୁ ତା’ଠାରୁ ଆଉ ପାର୍ବଣ ସ୍ଥଳ କ’ଣ ବା ହୋଇପାରେ । କୋଣାର୍କର ନିଆରା ନିର୍ମାଣ ସବୁବେଳେ ସମସ୍ତଙ୍କୁ ଚକିତ କରିଛି । ଏଠାରେ ମନ୍ଦିର ତିଆରି ହୋଇଛି । ହେଲେ ଗର୍ଭଗୃହ ନାହିଁ । ଏଠାରେ କୌଣସି ଠାକୁର ପୂଜା ପାଆନ୍ତିନି । ବରଂ ସୂର୍ଯ୍ୟଙ୍କ ପହିଲି କିରଣ ଏହି ମନ୍ଦିର ଉପରେ ପଡ଼ିଲେ ସୂର୍ଯ୍ୟଙ୍କ ପୂଜା ହୁଏ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଆରା ନିର୍ମାଣକୁ ଆଇକନିକ ସ୍ଥଳ ଭାବେ ବିବେଚନା କରିବା ସହ ସମ୍ମାନ ମିଳିଛି ।

ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି, ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍ ଦର୍ଶାଉଛି । ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ । ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ତାପପାତ୍ରା ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି । ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି । ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ବର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି ।