spot_img
Home Blog Page 3419

କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ବସ୍ତୁକୁ ମିଜାଇଲ ମାରି ଖସାଇଲା ଆମେରିକା

ଅଲାସ୍କା: ଆମେରିକା ପରେ ଏବେ କାନାଡା ଆକାଶରେ ସନ୍ଦିଗ୍ଧ ବସ୍ତୁ । ଅଜ୍ଞାତ ବସ୍ତୁକୁ ମିଜାଇଲ ମାରି ଖସାଇଲା ଆମେରିକା । ଆମେରିକାର ଯୁଦ୍ଧ ବିମାନ F-22 ଉକ୍ତ ସନ୍ଦିଗ୍ଧ ବସ୍ତୁକୁ ଖସାଇ ଦେଇଥିବା ସୂଚନା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ । ଅଜ୍ଞାତ ବସ୍ତୁଟି ଅଲାସ୍କାର ୪୦ ହଜାର ଫୁଟ ଉପରେ ଆକାଶରେ ଉଡୁଥିବା ଦେଖାଯାଇଥିଲା ।

କାନାଡ଼ାର ବାୟୁସୀମାକୁ ଉଲ୍ଲଙ୍ଘନ କରୁଥିବାରୁ ଏହାକୁ ଖସାଇବାକୁ ଟ୍ରୁଡୋ ନିର୍ଦ୍ଦେଶ ଦେଇଥିଲେ ।  କାନାଡା ସେନା ଉକ୍ତ ବସ୍ତୁର ଭଗ୍ନାଂଶ ସବୁ ସଂଗ୍ରହ କରି ବିଶ୍ଳେଷଣ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ।

ମଝି ଆକାଶରେ ଧ୍ୱଂସ ହୋଇଥିବା ଅଜ୍ଞାତ ବସ୍ତୁଟି କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି । କାନାଡା ଆକାଶରେ ଉଡି ବୁଲୁଥିବା ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କରିବାକୁ ଆମେରିକା ଓ କାନଡାର ଲଢୁଆ ବିମାନ ଏକତ୍ର ଉଡ଼ିଥିଲେ । ୭ ଦିନ ପୂର୍ବରୁ ଚୀନର ଗୁପ୍ତଚର ବେଲୁନକୁ ଆକାଶରେ ଧ୍ୱଂସ କରିଥିଲା ଆମେରିକା ।

ନବ ଦାସ ହତ୍ୟା ମାମଲା: ଆଜି ଓଡ଼ିଶା ଫେରିବ ଅଭିଯୁକ୍ତ ଗୋପାଳକୃଷ୍ଣ

ଭୁବନେଶ୍ବର: ଆଜି ଗୁଜରାଟରୁ ଓଡ଼ିଶା ଆସିବ ନବ କିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଗୋପାଳ ଝାରସୁଗୁଡ଼ା ଆସିବ । ଗତ ୮ ତାରିଖରେ ଅଭିଯୁକ୍ତକୁ ନେଇ ଗୁଜରାଟର ଗାନ୍ଧିନଗର ଯାଇଥିଲା କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ । ସେଠାରେ ତା’ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଛି । ନାର୍କୋ ଟେଷ୍ଟରେ ଅନେକ ଗୁମର ଖୋଲିଛି ଗୋପାଳ ।

କାହିଁକି ନବଙ୍କୁ ହତ୍ୟା କରିଥିଲା ଗୋପାଳ ? ହତ୍ୟା ପଛର କାରଣ କ’ଣ ? କେଉଁ କାରଣରୁ ନବଙ୍କ ଉପରେ ଥିଲା ରାଗ ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି ।

ସେପଟେ, ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଥିଲା ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ବେହୋସ ଥିଲା । କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବା ପରେ ତାର ଚେତା ଫେରିଥିଲା । ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ଗୋପାଳକୁ ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ଆସନ୍ତାକାଲି ସରୁଛି ରିମାଣ୍ଡ ଅବଧି ।

ପୋଡ଼ା ବେଙ୍ଗ ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ପୋଡ଼ା ବେଙ୍ଗ ଖାଇ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣଙ୍କ ହେଲେ ସୁମିତ୍ରା ମୁଣ୍ଡା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା । ଭେଙ୍ଗଟିକୁ ଧରି ମୁନା ମାରି ଦେବା ସହ ଏହାକୁ ପୋଡ଼ି ଦୁଇ ଝିଅଙ୍କ ସହ ଖାଇଥିଲେ । ହେଲେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ । ପରଦିନ ସକାଳେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ବେଙ୍ଗ ବିଷାକ୍ତ ହୋଇ ନଥିବା ବେଳେ ଏହାକୁ ବହୁ ସ୍ଥାନରେ ଲୋକେ ଖଶଇଥାନ୍ତି ମଧ୍ୟ । ହେଲେ ଏଠାରେ ବେଙ୍ଗ ଖାଇ କାହିଁବା ପରେ ବାଳିକାଟିର ମୃତ୍ୟୁ କାହିଁକି ଘଟିଲା ତାହା ଯାଞ୍ଚରୁ ଜଣାପଡିବ ବୋଲି ତଦନ୍ତ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଟାଭେରା, ଅଟୋ ଓ ବାଇକ ମୁହାଁମୁହିଁ: ୨ ମୃତ, ୮ ଆହତ

ପୁରୀ: ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଲିଘାଇ ନିକଟସ୍ଥ ଘରୋଇ ଇଞ୍ଜିନିୟରିଂ କଲେଜ ନିକଟରେ ଟାଭେରା, ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୫ଜଣ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ୨ ଜଣ ହେଲେ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଆମୁଲୁ ଓ ପୁରୀ ଧୋବା ସାହିର ରାଜେଶ ।

ସୂଚନା ଅନୁସାରେ ବାଇକରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ସ୍କୁଲକୁ ନେଇଥିବା ବେଳେ ହଠାତ ଚକ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ସେ ଅଟୋ ସହ ଧକ୍କା ଦେଇଥିଲେ । ଏହି ସମୟରେ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଟାଭେରାଟି ସେମାନଙ୍କୁ ଧକ୍କା ଦେଇଥିଲା ।

ଲେଡି ଅଫିସରଙ୍କ କବଜାରେ ଗ୍ୟାଙ୍ଗଷ୍ଟର ମୁଖତାରଙ୍କ ବୋହୂ, ଜେଲରୁ ଧରିଲେ

ଚିତ୍ରକୁଟ: ଲେଡି ଏସପିଙ୍କ ଆକ୍ସନ । ନାଁ ବୃନ୍ଦା ଶୁକ୍ଲା । ମାତ୍ର କିଛି ଘଣ୍ଟାରେ ଇଣ୍ଟରନେଟରେ ଛାଇ ଯାଇଛନ୍ତି ଭାରତର ଏହି ଲେଡି ଏସପି । ବାହୁବଳି ମାଫିଆ ଡନ୍ ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଉପରେ ଆକ୍ସନ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ ଚିତ୍ରକୁଟ ଜିଲ୍ଲାର ଏହି ଆଇପିଏସ ଅଫିସର ବୃନ୍ଦା । ଜେଲରେ ଥିବା ମୁଖତାରଙ୍କ ବିଧାୟକ ପୁଅ ଆବାସଙ୍କ ପତ୍ନୀ ନିକହତ ବେନୋଙ୍କ କରିଛନ୍ତି ଗିରଫ । ନିକହତ ନିୟମ ଉଲ୍ଲଂଘନ କରି ଜେଲକୁ ଯାଇ ଜେଲରଙ୍କ ରୁମରେ ଅଭିଯୁକ୍ତ ସ୍ବାମୀଙ୍କୁ କରୁଥିଲେ ଭେଟ ।

ସୂଚନା ଅନୁସାରେ, ବୃନ୍ଦା, ଚିତ୍ରକୁଟ ଜିଲ୍ଲାପାଳ ଅଭିଶେଷ ଆନନ୍ଦଙ୍କ ସହ ହଠାତ ଜେଲରେ ପହଞ୍ଚି ଯାଇଥିଲେ । ଚଢ଼ାଉ ବେଳେ ବୃନ୍ଦା ଖାକି ପୋଷାକ ନ ପିନ୍ଧି ସାଧାରଣ ଡ୍ରେସଅପରେ ଯାଇଥିଲେ । କାହାକୁ ଯେମିତି କିଛି ବି ସୂଚନା ମିଳିବନି ସେଥିପାଇଁ ପୋଲିସ ଗାଡ଼ି ବଦଳରେ ଘରୋଇ ଗାଡ଼ିରେ ଜେଲରେ ପହଞ୍ଚି ଥିଲେ । ସେଠାରେ ସେ ମାଫିଆ ଡନ୍ ମୁଖତାରଙ୍କ ବୋହୂକୁ ଗିରଫ କରିଥିଲେ ।

ବୃନ୍ଦା କହିଛନ୍ତି, ‘ଜେଲରେ କିଛିଦିନ ହେବ ବେଆଇନ କାର୍ଯ୍ୟ ଚାଲିଥିଲା । ବାହାରର ଲୋକେ ଜେଲରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ବେଆଇନ ଭାବେ ଭେଟିବାକୁ ଯାଉଥିଲେ । ଏହି ସୂଚନା ମିଳିବା ପରେ କଲେକ୍ଟରଙ୍କ ସହ ହଠାତ ଜେଲରେ ଚଢ଼ାଉ କରିଥିଲି । ଚଢ଼ାଉ ବେଳେ ଆବାସ ଅନସାରୀ ନିଜ କୋଠରୀରେ ନଥିବା ଦେଖିବାକୁ ମିଳିଥିଲା । ଜେଲ କର୍ମଚାରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା, ଜଲର ଏକ ରୁମରେ ସେ ପତ୍ନୀ ସହ ଦେଖା କରିଥାନ୍ତି । ଅବେସୀଙ୍କୁ ତାଙ୍କ ପତ୍ନୀ ଭେଟିବାକୁ ଜେଲ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯାଇନଥାଏ ।’

ଆଗକୁ ସେ କହିଛନ୍ତି, ‘ଜେଲ କର୍ମଚାରୀଙ୍କ ପାଖରୁ ସୂଚନା ପାଇବା ପରେ ଉକ୍ତ ରୁମରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆବାସଙ୍କ ପତ୍ନୀ ନିକହତ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ପାଖରୁ ଏକ ମୋବାଇଲ ଜବତ କରାଯାଇଛି । ଯାହା ଜେଲ ନିୟମର ବିରୋଧାଚରଣ କରୁଛି । ଏହାକୁ ଆଧାର କରି ଗୃହ ଓ କାରାଗାର ବିଭାଗକୁ ଏକ ରିପୋର୍ଟ ପଠାଇ ଥିଲୁ । ଏବେ ଏହି ମାମଲାରେ ସ୍ବତନ୍ତ୍ର ଯାଞ୍ଚ କରାଯାଉଛି । ଏହାସହ ଅବାସୀଙ୍କୁ ଭେଟିବାକୁ ଆସୁଥିବା ସମସ୍ତ ବ୍ୟକ୍ତି ଓ ଜେଲ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।’

ସୂଚନାଯୋଗ୍ୟ, ଚିତ୍ରକୁଟରେ ପ୍ରଥମ କରି ଏସପି ଭାବେ ବୃନ୍ଦା ନିଯୁକ୍ତି ପାଇଛନ୍ତି । କେବଳ ଏସପି ଭାବେ ନୁହେଁ, ଚାକିରି ବାଦ ସେ ମହିଳା, ପିଲା, ପୀଡ଼ିତ ଓ ଶୋଷିତଙ୍କୁ ନ୍ୟାୟ ଦେବା କାମରେ ବି ସକ୍ରିୟ ରହିଥାନ୍ତି । କରେଣ୍ଟ ଇସ୍ୟୁକୁ ନେଇ ତାଙ୍କ ଲେଖା ଖବରକାଗଜ ଓ ଡିଜିଟାଲ ମିଡିଆରେ ନିୟମିତ ପ୍ରକାଶିତ ହୋଇଥାଏ ।

୧୨ ରାଜ୍ୟପାଳ ଓ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବଦଳିଲେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦରେ ଥିବା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ଗଭର୍ଣ୍ଣର । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ପୂର୍ବତନ ଜଷ୍ଟିସ ଏସ. ଅବଦୁଲ ନଜୀର । ଜଷ୍ଟିସ ଅବଦୁଲ ନାଜିର ଗତ ମାସରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ବିଦାୟ ନେବା ବେଳେ ବିମୁଦ୍ରୀକରଣକୁ ଯଥାର୍ଥ ବୋଲି ରାୟ ଶୁଣାଇଥିଲେ । ସେହିପରି ଅଯୋଧ୍ୟା ମାମଲାରେ ରାୟ ଶୁଣାଇ ଥିବା ବେଞ୍ଚରେ ମଧ୍ୟ ବିଚାରପତି ଥିଲେ ଅବଦୁଲ ନାଜିର । ଆଜି ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ ସିପି ରାଧାକ୍ରିଷ୍ଣନ । ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଥିବା ବ୍ରିଗେଡିୟର ବିଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଶିବପ୍ରସାଦ ଶୁକ୍ଳା ହିମାଚଳ, ଗୁଲାବ ଚାନ୍ଦ କଟାରିୟାଙ୍କୁ ଆସାମ ଦାୟିତ୍ବ ମିଳିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗବନ୍ତ ସିଂହ କୋସୟାରିଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ।

ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ, ଛତିଶଗଡ଼ ରାଜ୍ୟପାଳ ଅନୁସୟା ଉଇକେଙ୍କୁ ମଣିପୁର, ମଣିପୁର ରାଜ୍ୟପାଳ ଏଲ. ଗଣେଶନଙ୍କୁ ନାଗାଲାଣ୍ଡ, ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆଲେର୍କରଙ୍କୁ ବିହାର ଏବଂ ଝାରଖଣ୍ଡ ରାଜ୍ୟପାଳ ରମେଶ ବେସଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଦେଖନ୍ତୁ ପୂରା ଲିଷ୍ଟ

୧. ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକ, ଅରୁଣାଚଳ ପ୍ରଦେଶ ରାଜ୍ୟପାଳ

୨. ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ସିକ୍କିମ ରାଜ୍ୟପାଳ

୩. ସିପି ରାଧାକୃଷ୍ଣନ୍, ଝାରଖଣ୍ଡ ରାଜ୍ୟପାଳ

୪. ଶିବ ପ୍ରସାଦ ଶୁକ୍ଲା, ହିମାଚଳ ପ୍ରଦେଶ ରାଜ୍ୟପାଳ

୫. ଗୁଲାବ ଚନ୍ଦ କଟାରିଆ, ଆସାମ ରାଜ୍ୟପାଳ

୬. ଅପସରପ୍ରାପ୍ତି ଜଷ୍ଟିସ ଏସ. ଅବଦୁଲ ନଜୀର, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

୭. ବିଶ୍ବଭୂଷଣ ହରିଚନ୍ଦନ, ଛତିଶଗଡ଼ ରାଜ୍ୟପାଳ

୮. ଅନୁସୟା ଉଇକେ, ମଣିପୁର ରାଜ୍ୟପାଳ

୯. ଏଲ. ଗଣେଶନ, ନାଗାଲାଣ୍ଡ ରାଜ୍ୟପାଳ

୧୦. ଫାଗୁ ଚୌହାନ, ମେଘାଳୟ ରାଜ୍ୟପାଳ

୧୧. ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର, ବିହାର ରାଜ୍ୟପାଳ

୧୨. ରମେଶ ବେସ, ମହାରାଷ୍ଟ୍ର ରାଜ୍ୟପାଳ

୧୩. ବ୍ରିଗେଡିୟର (ଅବସରପ୍ରାପ୍ତି) ବିଡି ମିଶ୍ରା, ଲଦାଖ ଉପରାଜ୍ୟପାଳ

ଚାନ୍ଦିପୁର ସମୁଦ୍ରକୂଳରେ ମୁଖ୍ୟ ଶାସନ ସଚିବ

ବାଲେଶ୍ବର: ବାଲେଶ୍ବରରେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି ଦ୍ବିତୀୟ ଦିନ ଗସ୍ତରେ ଚାନ୍ଦିପୁର ସମୁଦ୍ରକୂଳ ପରିଦର୍ଶନ କରିଛନ୍ତି । ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ, କୂଳ ସଂରକ୍ଷଣ, ପଥର ପେକି, ବାଇପାସ୍ ରୋଡ ନିର୍ମାଣ ଆଦି ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ବାଲେଶ୍ବରରେ ନିର୍ମାଣ ଚାଲିଥିବା ଫକୀର ମୋହନ ସରକାରୀ ମେଡିକାଲ କଲେଜର ନୂଆ ବିଲ୍ଡିଂ, ୩୦୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ବୁଲି କାମର ଅନୁଧ୍ୟାନ କରିବେ ।

ସେହିପରି ଭୋଗରାଇ ଗସ୍ତ କରି ତାଳସାରି ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ, ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ମନୋଜ ଦାସ ସ୍ମୃତିପୀଠ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରସ୍ତାବ ଓ କାର୍ଯ୍ଯକାରିତା ଉପରେ ଜିଲ୍ଲା ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ ।

ଆସିଲା ବିଚିତ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ହୃଦଘାତରୁ ମୃତ୍ୟୁ

ଭୁବନେଶ୍ବର: ସୁଧ ବେପାର ପାଇଁ ବିଚିତ୍ର ପଲେଇଙ୍କ ହତ୍ୟା ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ହୃଦଘାତରେ ହୋଇଛି ବିଚିତ୍ରଙ୍କ ମୃତ୍ୟୁ । ଶରୀରରେ ନାହିଁ କୌଣସି କ୍ଷତ ଚିହ୍ନ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ସ୍ପଷ୍ଟ । ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ନିଶା କିମ୍ବା ବିଷକ୍ରୀୟା କାରଣ କି ନୁହେଁ ।

ଥାନା ପରିସରରେ ହୃଦଘାତରେ ବିଚିତ୍ରଙ୍କ ମୃତ୍ୟୁ ହୋଇଥିବାରୁ NHRC ଗାଇଡଲାଇନ ଅନୁସାରେ ଚାଲିଛି ତଦନ୍ତ । ହତ୍ୟା ଓ ଅପହରଣ ଦଫାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରଙ୍କ ଘର ଗାଡ଼କଣରେ । ସେ ଜଣେ ମିଠା ବ୍ୟବସାୟୀ । ନାଲକୋ ଛକରେ ଗାଙ୍ଗୁରାମ ଦୋକାନ ଦେଇଥିଲେ ବିଚିତ୍ର । ଧାର ଟଙ୍କା ଫେରାଉ ନଥିବାରୁ ଗୁରୁବାର ରାତିରେ ଦୁଇ ଜଣ ତାଙ୍କୁ ଅପହରଣ କରି କାରରେ ନେଇଥିଲେ । ବାଣୀବିହାର ନିକଟରେ କାର୍‌ରୁ ଖସି ପଡ଼ିଥିଲେ ବିଚିତ୍ର । ବାଇକ ଯୋଗେ ସହିଦନଗର ଥାନାକୁ ଯାଇଥିଲେ ବିଚିତ୍ର । ହଠାତ୍ ସେଠାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସିସିଟିଭିରେ କଏଦ ହୋଇଥିଲା । ମୃତ୍ୟୁ ପୂର୍ବରୁ ବିଚିତ୍ରଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ବର: କେନ୍ଦୁଝର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବଡ଼ ଭେଟି । ପୂରଣ ହେଲା ଦୀର୍ଘଦିନର ଦାବି । କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଭିଡିଓ ଜାରି କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ ସ୍ବତନ୍ତ୍ର ଭାବେ ବିଶ୍ବବିଦ୍ୟାଳୟ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ସୂଚନାଯୋଗ୍ୟ, ୧୯୫୭ରେ କଲେଜ ପ୍ରତିଷ୍ଠା ହୋଇଥିଲା । ନାକ୍ ଟିମ୍ ପକ୍ଷରୁ B++ ଗ୍ରେଡ୍ ପାଇଥିଲା କଲେଜ । ସେହିପରି ଆସନ୍ତାକାଲି କେନ୍ଦୁଝରରେ ଯୋଡ଼ି ହେବ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । କେନ୍ଦୁଝର ଗସ୍ତ କରି ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମେଡ଼ିକାଲ୍ କଲେଜରେ ପ୍ରଥମ ବର୍ଷ ୧୦୦ଟି MBBS ସିଟରେ ପାଠପଢ଼ା ଆରମ୍ଭ ହୋଇଛି ।

୨୦୧୬ ମସିହାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସେଦିନର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ ହେବାକୁ ଯାଉଥିବାରୁ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ୨୫ଟି ବ୍ଳକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହିତ କଲେଜ ପାଇଁ ଅଲଗା ଓ ହସ୍ପିଟାଲ୍ ପାଇଁ ୩ଟି ବ୍ଲକ୍ ନିର୍ମାଣ କରାଯାଇଛି । ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଏବେ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ସେହିପରି ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ଭାରତ ଆକ୍ସନରେ ଅଷ୍ଟ୍ରେଲିଆ ମିଡିଆର ରିଆକ୍ସନ: କଙ୍ଗାରୁ ଟିମକୁ ଗାଳି ବର୍ଷା, ପ୍ଲେଇଂ ଇଲେଭେନକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଭାରତର ଜବରଦସ୍ତ ବିଜୟ । କଙ୍ଗାରୁ ଟିମକୁ ଗୋଟିଏ ଇଂନିସ ଓ ୧୩୨ ରନରେ ହରାଇ ୪ ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଗୋଟିଏ ସେସନରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ସମସ୍ତ ୧୦ଟି ଓ୍ବିକେଟ ଝଡ଼ାଇ ଦେଇଥିଲେ । ଯାହାକୁ ନେଇ ଏବେ ଆଷ୍ଟ୍ରେଲିଆ ମିଡିଆରେ ଆରମ୍ଭ ହୋଇଯାଇଛି କଙ୍ଗାରୁ ଟିମର ସମାଲୋଚନା ।

ଅଷ୍ଟ୍ରେଲିଆ ହାରିବା ପରେ ସେଠିକାର ମିଡିଆରେ ଅସନ୍ତୋଷ ଫୁଟି ଫୁଟି ବାହାରୁଛି । ଆଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ବର୍ଷୁଛନ୍ତି ତାଙ୍କ ଦେଶର ମିଡିଆ । ଏପରିକି କ୍ରିକେଟ ପ୍ରଶଂସକ ମଧ୍ୟ ଟିମ୍ କଙ୍ଗାରୁକୁ ଗାଳି କରିବାର ମୌକା ହାତଛଡ଼ା କରୁନାହାନ୍ତି । ଏମିତି କି କିଛି ମିଡିଆ ପ୍ଲେଇଂ ଇଲେଭେନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଦେଇଛନ୍ତି । କିଛି ମିଡିଆ ଆଉଟଲେଟ୍ସଙ୍କ ଅନୁସାରେ ମ୍ୟାଚରେ ଏମିତି ବି ଗୋଟିଏ ସମୟ ନଥିଲା, ଯେଉଁଠି ଭାରତ ଉପରେ ଚାପ ଦେଖିବାକୁ ମିଳିଥିଲା ।

କିଛି ମିଡିଆ ଭାରତୀୟ ଖେଳାଳିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭାରତୀୟ ଖେଳାଳି ଟେକ୍ନିକାଲି ଆଷ୍ଟ୍ରେଲିଆ ଖେଳାଳିଙ୍କଠାରୁ ଭଲ ଥିବା କହିଛନ୍ତି । କିଛି ମିଡିଆ ପ୍ଲେଇଂ ଇଲେଭେନକୁ ନେଇ ପ୍ରଶ୍ନ ଉଠାଇବା ସହ ଟ୍ରାଭିସ ହେଡ ଏବଂ ଗ୍ରୀନ୍ ଜେସଙ୍କ ପରି ଖେଳାଳିଙ୍କୁ ସ୍ଥାନ ଦେବାକୁ ଦାବି କରିଛନ୍ତି ।

ଫ୍ୟାକ୍ସ ସ୍ପୋର୍ଟ ଉଲ୍ଲେଖ କରିଛି, ‘ଅଷ୍ଟ୍ରେଲିଆ ଟିମ୍ ଭାରତ ବିଛାଇ ଥିବା ଜାଲରେ ଫସିଗଲା । ପ୍ରଥମେ ଦାବି କରାଯାଉଥିଲା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ ଖରାପ ସ୍ବପ୍ନ ପରି ହେବ । ଏହି ଭୟ ଡେଭିଡ ଓ୍ବାର୍ଣ୍ଣରଙ୍କ ମନରେ ଘୁରି ବୁଲୁଥିଲା ଓ ଏହା ତାଙ୍କ ଖେଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଓ୍ବାର୍ଣ୍ଣନ ନୂଆ କରି କ୍ରିକେଟ ଶିଖୁଥିବା ପିଲାଙ୍କ ଭଳି ଖେଳୁଥିବା ନଜରକୁ ଆସିଥିଲା । ଆଷ୍ଟ୍ରେଲିଆ କ୍ରିଜ ଉପରେ ସଂଘର୍ଷ କରି ଦୁଇଟି ଇଂନିସରେ ଯଥାକ୍ରମେ ୧୭୭ ଓ ୯୧ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଭାରତ ଗୋଟିଏ ଇଂନିସରେ ୪୦୦ ରନ୍ କରି ପାରିଥିଲା ।’ ପ୍ଲେଇଂ ଇଲେଭେନରେ ଟ୍ରାଭିସ ହେଡଙ୍କୁ ସାମିଲ କରାନଯିବାକୁ ନେଇ ମଧ୍ୟ ଫ୍ୟାକ୍ସ ସ୍ପୋର୍ଟ ପ୍ରଶ୍ନ ଉଠାଇଛି ।

ସେହିପରି ସିଡନୀ ମର୍ଣ୍ଣିଂ ହେରାଲ୍ଡ ଭାରତ ବିଜୟ ପରେ ପିଚକୁ ନେଇ ଉଲ୍ଲେଖ କରିଛି । ଏଥିରେ ଲେଖାଯାଇଛି, ଏସିଆଇ କଣ୍ଡିସନରେ ଆଷ୍ଟ୍ରେଲିଆକୁ ହରାଇବାକୁ ସବୁଠାରୁ ଭଲ ପିଚ୍ ନିର୍ମାଣ କରାଯାଇଛି । ଯାହା ଉପରେ ରନ୍ କରିବା କାଠିକର ପାଠ । ଏସିଆଇ ଟିମ ଏମିତି ପିଚ୍ ନିର୍ମାଣ କରିବାକୁ ଚାହୁଁନାହାନ୍ତି, ଯାହା ଦୁଇ ଦଳଙ୍କୁ ସହାୟ ହେବ । ରିପୋର୍ଟରେ ମ୍ୟାଚକୁ ଗଲ୍ ଟେଷ୍ଟ ସହ ତୁଳନା କରାଯିବା ସହ ଲେଖାଯାଇଛି ଦିନେଶ ଚାଣ୍ଡିମାଲ, ରୋହିତ ଶର୍ମା, ଜାଡେଜା, ଅକ୍ଷର ପଟେଲଙ୍କ ପରି ଖେଳାଳି ଆଷ୍ଟ୍ରେଲିଆକୁ ଦୁଇଟି ଇଂନିସ୍ ଖେଳିବାକୁ ବି ସୁଯୋଗ ଦେଲେ ନାହିଁ ।