spot_img
Home Blog Page 3418

ଉପକୂଳ ଓଡ଼ିଶାରେ ଘନ କୁହୁଡି, ୫୦ ମିଟରକୁ କମିଲା ଦୃଶ୍ୟମାନ ଦୂରତା

0

ଭୁବନେଶ୍ୱର: ରାଜ୍ୟକୁ କଲବଲ କରୁଛି ଘନ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ପାଇଁ ପ୍ରବାହିତ ହେଉଛି ସାମୁଦ୍ରିକ ପବନ । ପ୍ରଭାବରେ ଆଜି ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ ଗଞ୍ଜାମରେ ସକାଳୁ ସକାଳୁ କୁହୁଡ଼ି ଦେଖାଦେବା ସହିତ ଦୃଶ୍ୟମାନ ଦୂରତା ୫୦ମିଟର ବା ତାଠାରୁ କମ ରହିଛି । ଆସନ୍ତା ୪ରୁ ଦିନ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ । ସେପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବଢିବାରେ ଲାଗିଛି । ସ୍ବାଭାବିକଠାରୁ ୫ଡିଗ୍ରୀ ଉପରେ ରହୁଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ।

ଉପକୂଳ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ୩୮ ରୁ ୪୦ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ବର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି।

ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ

0

ନୂଆଦିଲ୍ଲୀ:  ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ନାଗାଲାଣ୍ଡରେ ୬୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ ବିଜେପି ଓ ଏନଡିପିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେପି ୨୦ଟି ଆସନରେ ଲଢୁଥିବା ବେଳେ ଏନଡିପିପି ୪୦ଟି ଆସନରେ ନିର୍ବାଚନ ଲଢୁଛି । ମୋଟ ୧୮୪ ଜଣ ପ୍ରାର୍ଥୀ ଏଥର ମଇଦାନରେ ଅଛନ୍ତି । ୧୩ ଲକ୍ଷରୁ ଅଧିକ ମତଦାତା ପ୍ରତିନିଧି ବାଛୁଛନ୍ତି ।

ସେହିପରି ମେଘାଳୟରେ ମଇଦାନରେ ଅଛନ୍ତି ୩୬୯ ଜଣ ପ୍ରାର୍ଥୀ । ଏଠାରେ ୫୯ଟି ଆସନରେ ଭୋଟିଂ ହେଉଥିବାବେଳେ ନେତା ବାଛୁଛନ୍ତି ୨୧ଲକ୍ଷରୁ ଅଧିକ ଭୋଟର । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି । ମାର୍ଚ୍ଚ ଦୁଇରେ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ଆଉ ନାହାଁନ୍ତି ତିଗିରିଆ ଗଡର ଶେଷ ସ୍ବାଧୀନ ରାଣୀ

ଆଠଗଡ: ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ଦେହାନ୍ତ । ୯୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତିଗିରିଆ ଗଡର ଶେଷ ସ୍ବାଧୀନ ରାଣୀ ଥିଲେ ରାସ ମଞ୍ଜରୀ ଦେବୀ  ।

୧୯୭୭ ମସିହାରେ ସେ ଆଠଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ରାଣୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମହିଳା T20 ବିଶ୍ବକପ୍‌; ୬ଷ୍ଠ ଥର ପାଇଁ ଟାଇଟଲ ହାତେଇଲା କଙ୍ଗାରୁ ଦଳ

କେପଟାଉନ୍: ଅଷ୍ଟ୍ରେଲିଆ ବିଶ୍ବବିଜେତା । ମହିଳା T20 ବିଶ୍ବକପ୍‌ରେ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଟାଇଟଲ ହାତେଇଲା କଙ୍ଗାରୁ ଦଳ । କେପ୍ ଟାଉନରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି ଅଷ୍ଟ୍ରେଲିଆ ।

ଫଳରେ ଆୟୋଜକ ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ବକପ ଜିତିବାର ଆଶା ମଉଳି ଯାଇଛି। ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ବେଥ ମୋନିଙ୍କ ଅପରାଜିତ ୭୪ ରନ ବଳରେ ଅଷ୍ଟ୍ରେଲିଆ ୬ ଓ୍ବିକଟ୍ ହରାଇ କରିଥିଲା ୧୫୬ ରନ୍।

ତେବେ ୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୭ ରନ କରିବାରେ ସକ୍ଷମ ହୋଇପାରିଥିଲା। ଦଳ ପକ୍ଷରୁ ଓ୍ବେଲଭାର୍ଡ ସର୍ବାଧିକ ୬୧ ରନ କରିବାରେ ସକ୍ଷମ ହୋଇଥିଲେ। ଏହି ବିଜୟ ସହ ଷଷ୍ଠ ଥର ପାଇଁ ବିଶ୍ବକପ ଜିତିବାରେ ସକ୍ଷମ ହୋଇଛି ଅଷ୍ଟ୍ରେଲିଆ।

ବିଶିଷ୍ଟ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଲା IIMCAA ଆଓ୍ବାର୍ଡ ୨୦୨୩

ନୂଆଦିଲ୍ଲୀ: ବିଶିଷ୍ଟ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ IIMCAA ଆଓ୍ବାର୍ଡ ୨୦୨୩। ନୂଆଦିଲ୍ଲୀ IIMC ପକ୍ଷରୁ ଆୟୋଜିତ IIMCAA ଆଓ୍ବାର୍ଡ ୨୦୨୩ ଉତ୍ସବରେ ଗାୟତ୍ରୀବାଳାଙ୍କୁ ସମ୍ମାନିତ କରାଯାଇଛି। ଆଲୁମିନି ଅଫ ଦ ଇୟର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା  ।

ଢେଙ୍କାନାଳ IIMCର ୨୦୦୧-୦୨ ବର୍ଷର ଆଲୁମିନି ହେଉଛନ୍ତି ଗାୟତ୍ରୀବାଳା। ସମ୍ମାନିତ ହେବା ପରେ ଗାୟତ୍ରୀବାଳା କହିଛନ୍ତି, ମୁଁ ଢେଙ୍କାନାଳ IIMCରେ ପଢୁଥିଲି । ଆଲୁମିନି ଅଫ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ବହୁତ ଖୁସି।

https://youtu.be/zcGmQIJAUl8

ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦି ସଂସ୍କରଣ ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦି ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି  । ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଓଡ଼ିଆ ପାଠକଙ୍କ ଦ୍ବାରା ବେଶ ଆଦୃତ ହେବା ପରେ ଦ୍ବିତୀୟ ହିନ୍ଦି ସଂସ୍କରଣ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି।

ଲୋକାର୍ପଣ ଉତ୍ସବରେ ରାଜକମଲ ପ୍ରକାଶନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାହେଶ୍ବରୀ, ସମ୍ପାଦକ ଧର୍ମେନ୍ଦ୍ର ସୁଶାନ୍ତ, ଏବଂ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ। ଦୟାନଦୀ କବିତା ସଂକଳନର ସର୍ଜନା ଓ ଏହାପଛର ଉଦେଶ୍ୟ ସମ୍ପର୍କରେ ରାଜକମଲ ପ୍ରକାଶନ ପକ୍ଷରୁ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଏକ ସାକ୍ଷାତକାର କରିଥିଲେ ଧର୍ମେନ୍ଦ୍ର ସୁଶାନ୍ତ।

ଭୁବନେଶ୍ବର ଉପକଣ୍ଠରେ ଥିବା ଦୟାନଦୀ କୂଳରେ ୨ ହଜାର ବର୍ଷ ପୂର୍ବେ ମଗଧ ଓ କଳିଙ୍ଗ ମଧ୍ୟରେ ଯୁଦ୍ଧ ହୋଇଥିଲା  । କୁହାଯାଏ ଏହି ଯୁଦ୍ଧରେ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ବୌଦ୍ଧ ଧର୍ମ ଗ୍ରହଣ କରି ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ। ଇତିହାସର ଏହି ଘଟଣା ପରିପ୍ରେକ୍ଷୀରେ ଦୟାନଦୀ କବିତା ସଂକଳନ ରଚନା ହୋଇଛି  ।

ତେବେ ଯୁଦ୍ଧ କେବେ ପ୍ରଗତି ଆଣେ ନାହିଁ, ଏହି ବାର୍ତ୍ତା ନିଜର କବିତା ମାଧ୍ୟମରେ ଡକ୍ଟର ପଣ୍ଡା ପାଠକଙ୍କୁ ଜଣାଇବାକୁ ଚାହିଁଛନ୍ତି ।  ନିଜ ପଠାରେ କଳିଙ୍ଗ ଯୁଦ୍ଧ ହୋଇଛି ଓ ସେହି ଯୁଦ୍ଧ ଦୟାନଦୀକୁ ଯେଉଁ ସନ୍ତାପ ଦେଇଛି ତାର ଚୁନା ଚୁନା ଆବେଗ ଦୟାନଦୀରେ ସନ୍ନିବେଶିତ କବିତାର ବିଷୟ ବୋଲି ଡକ୍ଟର ପଣ୍ଡା ନିଜ ସାକ୍ଷାତକାର ବେଳେ କହିଛନ୍ତି  ।

ସିବିଆଇ ଅଫିସ୍ ଯିବା ପୂର୍ବରୁ କାହିଁକି ଏମିତି କହିଲେ ସିସୋଦିଆ…

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ। ୮ ଘଣ୍ଟାର ଜେରା ପରେ ଗିରଫ କଲା ସିବିଆଇ।

‘‘ଯଦି ମୁଁ ୭ରୁ ୮ ମାସ ଜେଲରେ ରୁହେ, ତେବେ ମୋ ପାଇଁ ଦୁଃଖ କରିବନି, ଗର୍ବ କରିବ। ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ମୋତେ ମିଛ କେସରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ମୋ ସ୍ତ୍ରୀ ଏବେ ଅସୁସ୍ଥ ଅଛି, ତା’ର ଯତ୍ନ ନେବ । ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ତୁମେ ମାନେ ମନ ଦେଇ ପାଠପଢ, ମା’ ବାପାଙ୍କ କଥା ମାନିବ’’ ଏଭଳି କିଛି କଥା ମନୀଷ ସିବିଆଇ ଅଫିସକୁ ଯିବା ପୂର୍ବରୁ କହିଥିଲେ ।

ମନୀଷଙ୍କ ଗିରଫଦାରୀ ପରେ ଆପ କର୍ମୀ ହଙ୍ଗାମା କରିଛନ୍ତି। ଏମିତିକି ଆପର ୫୦ କର୍ମୀ ଓ ନେତାଙ୍କୁ ଅଟକ ରଖିଛି ପୋଲିସ ।

୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ କରିଛି ସିବିଆଇ । ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି ।

ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା ।

ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯିବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେବଳ ସିସୋଦିଆ ନୁହନ୍ତି ଆପର କେତେକ ନେତାଙ୍କୁ ସିବିଆଇ କରିଥିଲା ଟାର୍ଗେଟ । ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ । ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା।

ତେବେ ମନୀଷଙ୍କୁ ଗତ ୧୯ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ। ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

OERCର ଅଧ୍ୟକ୍ଷ ହେବେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର:  OERC ଅଧ୍ୟକ୍ଷ ହେବେ ସୁରେଶ ଚନ୍ଦ୍ର ମହାପାତ୍ର । ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସୁରେଶ ମହାପାତ୍ର ।  ଅବସର ନେବା ପୂର୍ବରୁ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଦାୟିତ୍ୱ ଗ୍ରହଣ ଦିନଠାରୁ କାର୍ଯ୍ୟକାଳ ଅବଧି ଆରମ୍ଭ ହେବ

ସୁରେଶ ମହାପାତ୍ର ଏବେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଫେବ୍ରୁଆରୀ ୨୮ରେ ତାଙ୍କର କାର୍ଯ୍ୟକାଳ ସରୁଛି। ଅବସର ପରେ ତାଙ୍କ ସ୍ଥାନ ସମ୍ଭାଳିବେ ପ୍ରଦୀପ ଜେନା । ଯିଏକି ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ରହିଛନ୍ତି ।

 

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତି। ଆଜି ମଧ୍ୟାହ୍ନ ୧୨ଟା ୩୦ମି. ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି ।

ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରୁଥିଲେ। ବେଙ୍ଗାଳୁରୁ ପରେ ତାଙ୍କୁ ଗତ ୧୫ ଦିନ ଦେବ AIIMSକୁ ଅଣାଯାଇଥିଲା। ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସ୍ବର୍ଗତ ଅଜିତ ମହାନ୍ତିଙ୍କ ପତ୍ନୀ ଶାନ୍ତି ମହାନ୍ତି ସୂଚନା ଦେଇଛନ୍ତି।