spot_img
Home Blog Page 3427

ଅକ୍ଷୟ ଶକ୍ତି ସମ୍ପର୍କରେ ଜ୍ଞାନ ଦେବ ଆଇ ଫରେଷ୍ଟ ସଂସ୍ଥା

ଭୁବନେଶ୍ୱର: ରିସର୍ଚ୍ଚ କରି ଓଡ଼ିଶାକୁ ଅକ୍ଷୟ ଶକ୍ତି ସମ୍ପର୍କରେ ଜ୍ଞାନ ଦେବ ଆଇ ଫରେଷ୍ଟ ସଂସ୍ଥା । ଏନେଇ ଆଜି ଆଇ ଫରେଷ୍ଟ, GRIDCO ଏବଂ OREDA ସହ MOU ସ୍ବାକ୍ଷର କରିଛି । ଓଡ଼ିଶାରେ ବର୍ତ୍ତମାନ ଯେତିକି ପରିମାଣର ଅକ୍ଷୟ ଶକ୍ତି ପାଣି, ପବନ, ସୂର୍ଯ୍ୟ କିରଣ ଓ ବାୟୋମାସରେ ଶକ୍ତି ଉତ୍ପାଦନ କରୁଛି, ରିସର୍ଚ୍ଚ କରି ପୁନଃ ମୂଲ୍ୟାୟନ କଲେ ୬ଗୁଣା ଶକ୍ତି ଉତ୍ପାଦନ ହୋଇ ପାରିବ ।

ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଏହି ଦିଗରେ ଆଇ ଫରେଷ୍ଟ ସମସ୍ତ ପ୍ରକାର ଜ୍ଞାନ କୌଶଳ ପ୍ରଦାନ କରିବ ବୋଲି ଆଜି ଏକ ସାମ୍ବାଦିକ ମମିଳନୀରେ ସଂସ୍ଥା CEO କହିଛନ୍ତି । ଏହା କାର୍ଯ୍ୟକାରି ହେଲେ ଫଳରେ ସିଧାସଳଖ ପାଞ୍ଚ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ହେଲେ OHRC ଅଧ୍ୟକ୍ଷ

ଭୁବନେଶ୍ୱର: ନିଯୁକ୍ତ ହୋଇଛନ୍ତି OHRCର ନୂଆ ଅଧ୍ୟକ୍ଷ । ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ହୋଇଛନ୍ତି OHRC ଅଧ୍ୟକ୍ଷ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ । ଏନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେହିପରି OHRC ସଦସ୍ୟ ହୋଇଛନ୍ତି ଅସୀମ ଅମିତାଭ ଦାସ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ OHRC ସଦସ୍ୟ ଥିଲେ ଅସୀମ ଅମିତାଭ । ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ସ୍ମାର୍ଟଫୋନକୁ ସାବଧାନ, ହରାଇ ପାରନ୍ତି ଦୃଷ୍ଟିଶକ୍ତି

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟଫୋନକୁ ସାବଧାନ । ନେଇପାରେ ଦୃଷ୍ଟିଶକ୍ତି । ଏଭଳି ଏକ ଘଟଣାକୁ ନେଇ ସତର୍କ କରାଇଛନ୍ତି ଡାକ୍ତର । ଦୈନନ୍ଦିନ ଜୀବନର ଏପରି ଅଭ୍ୟାସ ଶରୀର ଲାଗି କରିପାରେ ବଡ଼ କ୍ଷତି । ପ୍ରତିଟି ଜୀବନରେ ବର୍ତ୍ତମାନ ଡିଜିଟାଲ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ, ଏହି ବିପଦ ଏବେ ବିଭିନ୍ନ ମହଲରେ ଚିନ୍ତା ସୃଷ୍ଟି କରିଛି । ହାଇଦ୍ରାବାଦର ଜଣେ ମହିଳା ଦୀର୍ଘ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କରିବା ଯୋଗୁ ଦୃଷ୍ଟିଶକ୍ତି ହରାଇବା ଏବଂ ପରେ ଉପଚାର ପରେ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ଏନେଇ ଡାକ୍ତର ସୁଧୀର କୁମାର କହିଛନ୍ତି, ନିୟମିତ ବ୍ୟବହାର କାରଣରୁ ମଞ୍ଜୁନାମ୍ନୀ ୩୦ ବର୍ଷ ବୟସ୍କା ମହିଳା ନିଜ ଦୃଷ୍ଟି ଶକ୍ତି ହରାଇଥିଲେ ।

ଗତ ଦେଢବର୍ଷ ଧରି ଅନ୍ଧାରରେ ନିଜର ସ୍ମାର୍ଟଫୋନ ବ୍ୟବହାର କରୁଥିଲେ । ସେ ଜଣେ ବ୍ୟୁଟିସିଆନ ଥିଲେ ଏବଂ ତାଙ୍କର ସନ୍ତାନର ସ୍ୱତନ୍ତ୍ର ଆବଶ୍ୟକତା ଦୃଷ୍ଟିରୁ ସେ ଚାକିରି ଛାଡି ଘରେ ରହିଥିଲେ । ତେବେ ଘରେ ଥିବା ବେଳେ ସେ ସ୍ମାର୍ଟଫୋନର ବ୍ୟବହାର ଅଧିକ କରିଥିଲେ ଏବଂ ଏପରିକି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ତାହାର ବ୍ୟବହାର କରିଥିଲେ । ଏହି କାରଣରୁ ସେ ସ୍ମାର୍ଟଫୋନ ଭିଜନ ସିଣ୍ଡ୍ରୋମ ବା ଏସଭିଏସର ଶିକାର ହୋଇଥିଲେ । କମ୍ପ୍ୟୁଟର, ସ୍ମାର୍ଟଫୋନ ବା ଟାବଲେଟର ଦୀର୍ଘକାଳୀନ ବ୍ୟବହାର ଯୋଗୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ବା ସିଭିଏସ ଏବଂ ଡିଜିଟାଲ ଭିଜନ ସିଣ୍ଡ୍ରୋମ ବା ଡିଭିଏସ ଦେଖାଯାଇଥାଏ ବୋଲି କହିଛନ୍ତି ସୁଧୀର କୁମାର ।

ଦୃଷ୍ଟିହୀନତାର ଶିକାର ହୋଇଥିବା ମଞ୍ଜୁଙ୍କୁ ସେ କୌଣସି ସ୍ବାସ୍ଥ୍ୟ ପରୀକ୍ଷା ଲାଗି ପରାମର୍ଶ ଦେଇ ନଥିଲେ କିମ୍ବା ତାଙ୍କ ଲାଗି କୌଣସି ମେଡିସିନ ଲେଖି ନଥିଲେ । ତେବେ ସ୍ମାର୍ଟଫୋନ ବ୍ୟବହାର ହ୍ରାସ କରିବା ଲାଗି ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି । ମସ୍ତିଷ୍କର ସ୍ନାୟୁ ସମସ୍ୟାରେ ପଡିଛନ୍ତି ବୋଲି ପ୍ରଥମେ ମଞ୍ଜୁ ଆଶଙ୍କା କରୁଥିଲେ । ମାତ୍ର ପରେ ସ୍ମାର୍ଟ ଫୋନ ସମସ୍ୟା ଜଣାପଡିବା ପରେ ସେ ତାଙ୍କୁ ସ୍ମାର୍ଟଫୋନ ବ୍ୟବହାରରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥିଲେ । ଅତି ଜରୁରୀ ନ ହେଲେ ସ୍ମାର୍ଟଫୋନ ସ୍କ୍ରିନ ନ ଦେଖିବାକୁ ମଞ୍ଜୁ କହିଥିବା ଦର୍ଶାଇଛନ୍ତି ଡାକ୍ତର ।

ଡାକ୍ତରଙ୍କ ପରାମର୍ଶ ମାନି ମଞ୍ଜୁ ସ୍ମାର୍ଟଫୋନର ସ୍କ୍ରିନ ଦେଖିବା ବନ୍ଦ କରିଥିଲେ । ପ୍ରାୟ ୧୮ ମାସ ପରେ ତାଙ୍କର ଏହି ସମସ୍ୟା ଦୂରୀଭୂତ ହୋଇଯାଇଥିଲା ଏବଂ ସେ ସ୍ବାଭାବିକ ଦୃଷ୍ଟିଶକ୍ତି ଫେରିପାଇଛନ୍ତି ବୋଲି କହିଛନ୍ତି ସୁଧୀର କୁମାର । ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ ଡାକ୍ତର ସୁଧୀର କୁମାର କୌଣସି ପ୍ରକାର ଡିଜିଟାଲ ଡିଭାଇସର ସ୍କ୍ରିନକୁ ଦୀର୍ଘ ସମୟ ଧରି ନ ଦେଖିବା ଲାଗି ପରାମର୍ଶ ଦେଇଛନ୍ତି । ଏହାସହ ୨୦-୨୦-୨୦ ନିୟମ ଲାଗି ପରାମର୍ଶ ଦେଇଛନ୍ତି । ଏହି ନିୟମଟି ହେଲା, ପ୍ରତି ୨୦ ମିନଟରେ ୨୦ ସେକଣ୍ଡ ବ୍ରେକ ନିଅନ୍ତୁ ଏବଂ ୨୦ ଫୁଟ ଦୂରକୁ ଦେଖିବାକୁ ଚେଷ୍ଟା କରନ୍ତୁ ।

ଆସିକା ସାଂସଦଙ୍କୁ ଶ୍ରେଷ୍ଠ ଜନପ୍ରତିନିଧି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର । ୧୯ ତମ ଭାରତ ଅସ୍ମିତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସାଂସଦ ପ୍ରମିଳା ବିଶୋୟୀ । ଏମଆଇଟି ସ୍କୁଲ ସହଯୋଗରେ ମହାରାଷ୍ଟ୍ର ପୁଣେରେ ୟୁନେସ୍କୋ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦଙ୍କୁ ସମ୍ମାନିତ କରାଯାଇଥିଲା ।

ପୁରସ୍କାର ଗ୍ରହଣ ପରେ ଆଜି ସେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପୁରସ୍କାର ବାବଦକୁ ପାଇଥିବା ୨୫ ହଜାର ଟଙ୍କା ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ନବୀନ ନିବାସରେ ସାକ୍ଷାତକାର ବେଳେ ସାଂସଦ ପ୍ରମିଳା ବିଶୋୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ >

ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତ ପାଇଲେ ୬୫ ଅଧିକାରୀ

ଭୁବନେଶ୍ୱର: ଇସ୍ପାତ ଏବଂ ଖଣି ବିଭାଗରେ ଗୁରୁବାର 65 ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି  ।  ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍, ଓଡିଶା ଜିଓଲୋଜିକାଲ୍ ସର୍ଭିସ୍ ଏବଂ ଓଡିଶା ସବୋର୍ଡିନେଟ ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ଅଟେ  । ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରାଯାଉଛି  ।  ‘5 ଟି’ ଏବଂ ‘ମୋ ସରକାର’ ଭଳି ପଦକ୍ଷେପ ମାଧ୍ୟମରେ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି।

 ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣନୀତି ଯେତେ ଚମତ୍କାର ଏବଂ ଅଭିନବ ହୋଇପାରେ, ଏହାର ପ୍ରକୃତ ସଫଳତା ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ନିର୍ଭର କରେ। ତେଣୁ ସେ ଅନୁରୋଧ କରିଛନ୍ତି, “ମୁଁ ଚାହେଁ ଯେ ଆପଣ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବରେ କାର୍ଯ୍ୟ କରନ୍ତୁ, ସଚ୍ଚୋଟତା ଏବଂ ଅଖଣ୍ଡତା ସହିତ ଲୋକଙ୍କ ହିତ ପାଇଁ କାରର୍ଯ୍ୟ କରନ୍ତୁ  । ରାଜ୍ୟରେ ନିଯୁକ୍ତି ପକ୍ରିୟାରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ  । ପ୍ରତିଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯୁବ ଏବଂ ଦକ୍ଷ କର୍ମଚାରୀ । ସାଧରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ୱର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର  । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି  । ରାଜ୍ୟ ସୂଚନା କମିଶନରର ନୂଆ ସଦସ୍ୟ ଭାବେ ସୁଶାନ୍ତ ମହାନ୍ତି ନିଯୁକ୍ତ ହୋଇଛନ୍ତି  ।

ଉଲ୍ଲେଖଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୮ ତାରିଖରେ ୩ଟି ସୂଚନା କମିଶନର ପଦବୀ ନିମନ୍ତେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ସୁଶାନ୍ତ କୁମାର ମହାନ୍ତି ହେଲେ ନୂଆ ରାଜ୍ୟ ସୂଚନା କମିଶନର । ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁଶାନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଝରି ସାମ୍ବାଦିକତା ସହ ଜଡ଼ିତ ଅଛନ୍ତି । ସେ ଦୈନିକ ସମାଜର କ୍ରୀଡ଼ା ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିବା ସହ ବିଭିନ୍ନ ପଦପଦୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ସମାଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ସୁଶାନ୍ତ କୁମାର ମହାନ୍ତି ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସୂଚନା କମିଶନର ଭାବେ ନୂଆ ଦାୟିତ୍ବ ମିଳିବା ପରେ ସୁଶାନ୍ତ କୁମାର ମହାନ୍ତିଙ୍କ ପାଖକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

ଜୟନାରାୟଣଙ୍କ ମନ୍ତବ୍ୟକୁ ସବୁଠି ନିନ୍ଦା, ବିଜେଡି କହିଲା ମାନସିକ ସ୍ଥିତି ଠିକ୍ ନାହିଁ

ଭୁବନେଶ୍ୱର: ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜନୀତି କରୁଛି ବିଜେପି । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେପି ନେତାଙ୍କ ହୀନ ମନ୍ତବ୍ୟକୁ ଘୃଣା କରିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ  ।  ଆଜି ସ୍ୱର୍ଗତ ନବ କିଶୋର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡାରେ ଆୟୋଜିତ ହୋଇଥିଲା  । ମୃତ ବ୍ୟକ୍ତିଙ୍କ ଭଲ କାମକୁ ମନେ ପକାଇ ଦ୍ୱାଦଶରେ ସଭିଏଁ କାମନା କରିଥାନ୍ତି  । କିନ୍ତୁ ବିଜେପିର ଜଣେ ବରିଷ୍ଠ ନେତା ନିଜର ଘୃଣ୍ୟ ମାନସିକତାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି  । ନିଜର ମାନସିକ ଭାରସମ୍ୟ ହରାଇ ବସିଛନ୍ତି ଜୟ ନାରାୟଣ ମିଶ୍ର  ।

ସେ ଜଣେ ଅଭ୍ୟାସଗତ ଅପରାଧୀ  । ତେଣୁ ସେଭଳି ଲୋକ ଆଜି ପର୍ଯ୍ୟନ୍ତ ସ୍ୱର୍ଗୀୟ ନବ କିଶୋର ଦାସଙ୍କୁ ନେଇ ଅରୁଚିକର ମନ୍ତବ୍ୟ ପ୍ରକାଶ କରି ଆସୁଛନ୍ତି  । ଏମିତିକି ଆଜି ଦଳ ଗତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଉଥିବାବେଳେ ମଧ୍ୟ ବିରୋଧି ଦଳ ନେତା ହୀନ ମନ୍ତବ୍ୟ ଦେବାକୁ ପଛାଇ ନାହାଁନ୍ତି  । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏନେଇ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟାକୁ ନିନ୍ଦା ପ୍ରକଟ କରିଛନ୍ତି  ।

ବିଜେପିର ନେତା ମାନେ ଜୟ ନାରାୟଣ ମିଶ୍ରଙ୍କ ମାନସିକ ଚିକିତ୍ସା କରାଇବା ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି  । ଜଣେ ବରିଷ୍ଠ ନେତା ଏଭଳି ହୀନ ମନ୍ତବ୍ୟ ଦେବା ଘୃଣ୍ୟ ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ  । କେବଳ ବିଜେଡି ନୁହେଁ କଂଗ୍ରେସ ମଧ୍ୟ ବିରୋଧି ଦଳ ନେତାଙ୍କ ପ୍ରତିକ୍ରିୟାକୁ ନେଇ ନିନ୍ଦା କରିଛି  । ବରିଷ୍ଠ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ନବ ବାବୁ କୌଣସି ପଦ ପଦବୀର ଲାଳସାରେ ଲାଳାୟିତ ନଥିଲେ  । ତେଣୁ ତାଙ୍କୁ ନେଇ ବିଜେପି ଦେଉଥିବା ମନ୍ତବ୍ୟର କିଛି ମୂଲ୍ୟ ନାହିଁ  ।

ଆଳୁ ଖୋଳୁଖୋଳୁ ମହାଦେବ, ଯାତ୍ରୀଙ୍କ ବ୍ୟାଗରେ ୧୮ଲକ୍ଷ ଟଙ୍କା

ବ୍ରହ୍ମପୁର: ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ଗଞ୍ଜେଇ ଚୋରାଚାଲାଣ ତନାଘନା ବେଳେ ବସ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୧୮ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ସମସ୍ତ ଗାଡ଼ିକୁ ଯାଞ୍ଚ କରୁଥିଲା ଅବକାରୀ ବିଭାଗ । ଏହି ସମୟରେ ସରକାରୀ ବସରେ ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ୧୮ଲକ୍ଷ ଟଙ୍କା ଜବତ କରିଛି ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।

ଅଟକ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ସଞ୍ଜୟ ସାହୁ । ତେବେ ସେ ଏତେ ଟଙ୍କା କେଉଁଠୁ ଆଣିଥିଲେ ଓ କୁଆଡ଼େ ନେଉଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ଏକ ବସ ଚେକିଂ ସମୟରେ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ ।

ପୂର୍ବରୁ ଥରେ 1କୋଟି 22 ଲକ୍ଷ ଟଙ୍କା ଏବଂ ଆଉଥରେ ସମାନ ସ୍ଥାନରୁ 33 ଲକ୍ଷରୁ ଅଦିକ ଟଙ୍କା ସହ 3ଶହରୁ ଅଧିକ ଗ୍ରାମର ସୁନା ମଧ୍ୟ ଜବତ ହୋଇଥିଲା । ଆଜି ଜବତ ହୋଇଥିବା ଟଙ୍କା କେଉଁ ସ୍ଥାନରୁ କେଉଁଠିକି ଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହା ପଛରେ ବେଆଇନ ସୁନା କାରବାର ଥିବା ସନ୍ଦେହ କରାଯାଉଛି ।

ଗାନ୍ଧୀନଗରରେ ଚାଲିଛି ଗୋପାଳର ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ଚାଲିଛି ପଲିଗ୍ରାଫ୍ ଟେଷ୍ଟ  । ଗୁଜରାଟ ଗାନ୍ଧୀନଗରରେ   ଫରେନସିକ୍ ଲ୍ୟାବରେ ଚାଲିଛି ଟେଷ୍ଟ । କାହିଁକି ଓ କଣ ପାଇଁ ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିଛି ସେନେଇ କାରଣ ଜଣାପଡିବ  । ଏହି ଟେଷ୍ଟରେ ଗୋପାଳ କହିବ ହତ୍ୟା ପଛର ସତ  ।ମିଳିଥିବା ସୂଚନା ମୁତାବକ
ପଲିଗ୍ରାଫ୍ ଟେଷ୍ଟ ପରେ ଗୋପାଳର କରାଯିବ ନାର୍କୋ ଟେଷ୍ଟ  ।

ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଜେରାବେଳେ ଅନେକ ଗୁମର ଖୋଲିଛି ଅଭିଯୁକ୍ତ । ମାତ୍ର ସେସବୁ କେତେ ଠିକ୍ ? କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ଦେଇଥିବା ବୟାନ ସତ ନା ମିଛ ? ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁନଥିଲା ତ ବହିସ୍କୃତ ଏଏସଆଇ ? ଏହାର ସତ୍ୟାସତ୍ୟ ପରଖିବାକୁ ନାର୍କୋଟେଷ୍ଟ କରାଯାଉଛି । ପୂର୍ବରୁ ଅଭିଯୁକ୍ତର ଏଲଭିଏ ଟେଷ୍ଟ ମଧ୍ୟ ହୋଇଛି ।

ହିଟୱେଭ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ମାଷ୍ଟର ପ୍ଲାନ୍

ଭୁବନେଶ୍ୱର: ଆଗକୁ ଆସୁଛି ଖରା  । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ  । ସେପଟେ ଆଗୁଆ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ବିଭାଗ  ।  ହିଟଓ୍ବେଭ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ମାଷ୍ଟର ପ୍ଲାନ । ଟାଣ ଖରାରେ ଘର ବାହାରକୁ ନ ଯିବାକୁ ପରାମର୍ଶ ଦିଆଗଲା । ଗୁରୁତବପୂର୍ଣ୍ଣ କାମ ନଥିଲେ, ପିଲା କି ବୟସ୍କମାନଙ୍କୁ ଦିନ ୧୧ରୁ ୩ ଭିତରେ ପଦାକୁ ନ ଯିବାକୁ ବି ପରାମର୍ଶ ଦିଆଯାଇଛି ।

ରାଜ୍ୟବାସୀଙ୍କୁ ସତର୍କ ସୂଚନା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ  ।  ବାହାରକୁ ଗଲେ ଛତା, ଚଷମା ଓ ପାଣି ନେଇକି ଯିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତରେ ଯେପରି କୌଣସି ଜୀବନ ନ ଯାଏ, ସେଥିପ୍ରତି ବେଶ ପ୍ରଯତ୍ନ ରହିଛି ବିଭାଗ  । ଖରାକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି  । କିଭଳି ଖରାରରେ କୌଣସି ପ୍ରାଣହାନି ନଘଟିବ ତାହାକୁ ଦୃଷ୍ଟିରେ ରଖିଛି ସ୍ୱାସ୍ଥ୍ୟ ବିଭାଗ  । ଯାହାକୁ ନେଇ ଜାରି କରାଯାଇଛି ନିର୍ଦ୍ଦେଶାବଳୀ  ।