spot_img
Home Blog Page 3433

ରାତି ଅଧିଆ ଗୋପାଳର ପୈତୃକ ଘରେ କ୍ରାଇମବ୍ରାଞ୍ଚ, ଆଜି କ୍ରାଇମସ୍ପଟକୁ ଯିବେ ଅବସରପ୍ରାପ୍ତ ବିଚାରପତି

ଭୁବନେଶ୍ୱର: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା। ତଦନ୍ତର ଶେଷ ଭାଗରେ ପହଞ୍ଚିଲାଣି କ୍ରାଇମବ୍ରାଞ୍ଚ। ଦିନ ରାତି ଏକ କରି କ୍ରାଇମବ୍ରାଞ୍ଚ ଟିମ୍‌ ଲାଗିଛନ୍ତି ତଥ୍ୟ ଯୋଗାଡ଼ରେ। ରାତି ଅଧିଆ ଅଭିଯୁକ୍ତ ଗୋପାଳର ପୈତୃକ ଗାଁ ଜଳେଶ୍ଵରପୁରରେ କ୍ରାଇମବ୍ରାଞ୍ଚ ଟିମର ତିନି ଜଣିଆ ଟିମ ପହଞ୍ଚିଛନ୍ତି।  ଘର ଆଗରେ ପୋଲିସର ପଇଁତରା ।

ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଗୋପାଳଙ୍କ ପତ୍ନୀ, ଗୋପାଳଙ୍କ ଭାଇ ଓ ଗୋପାଳଙ୍କ ପୁତୁରାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ । ପଚରାଉଚରା ପରେ ବିଳମ୍ବିତ ରାତିରେ ଫେରିଲା ଟିମ୍  । ପୂର୍ବରୁ ଗତ ମାସ ୩୧ରେ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁରରେ ପହଞ୍ଚି ୫ ଦିନ ତଦନ୍ତ କରି ଫେରିଥିଲା । ଆଜି ପୁଣି ଟିମ୍ ଅଭିଯୁକ୍ତ ଗୋପାଳ ପରିବାର ସଦସ୍ୟଙ୍କୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୋଲିସ: ପ୍ରମାଣ ନଷ୍ଟ କରିବାକୁ ଶ୍ରଦ୍ଧାର ହାଡକୁ ଗ୍ରାଇଣ୍ଡରରେ ପେଶିଥିଲା ଅଫତାବ

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଅଫତାବ ପୁନାୱାଲା ଶ୍ରଦ୍ଧାର ଅନେକ ଅସ୍ତିକୁ ଗ୍ରାଇଣ୍ଡରେ ପେଶି ଏହାର ପାଉଡରକୁ ରାସ୍ତାରେ ଫୋପାଡ଼ି ଦେଇଥିଲା । ପୋଲିସ ଦ୍ୱାରା କୋର୍ଟରେ ଦାଖଲ ଚାର୍ଜସିଟରେ ଶ୍ରଦ୍ଧା ହତ୍ୟା ନେଇ ଅନେକ ଖୁଲାସା ହୋଇଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ଶ୍ରଦ୍ଧାର ଶବର ଖଣ୍ଡଗୁଡ଼ିକୁ ଠିକଣା ଲଗାଇଥିଲା । ଶବର ଖଣ୍ଡକୁ ପେଟ୍ରୋଲରେ ଜଳାଇ ଦେଇଥିଲା ଏବଂ ଅନେକ ଅସ୍ତିକୁ ଗ୍ରାଇଣ୍ଡରେ ପେଶି ତାର ପାଉଡରକୁ ରାସ୍ତାରେ ଫୋପାଡ଼ି ଦେଇଥିଲା । ସେହିପରି ଅଦାଲତ ଦାଖଲ ଚାର୍ଜସିଟକୁ ଗୁରୁତର ସହ ନେଇ କହିଛନ୍ତି ଯେ ହାଜର ସାକ୍ଷିଙ୍କ ବୟାନ ଏବଂ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ବିରୋଧରେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିଥବା ମକଦମ୍ମା ଚଳାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି ।

ଚାର୍ଜସିଟ୍ ଅନୁସାରେ ଅଫତାବ ପୋଲିସ ସମ୍ମୁଖରେ ମାନିଛି ଯେ ଆମେ ଦୁଇଜଣ ନିଜ ସମ୍ପର୍କରେ ସୁଧାର ପାଇଁ ଟ୍ରିପ ପ୍ଲାନ କରିଥିଲୁ । ଆମେ ଦୁଇ ଜଣ ଟ୍ରିପ ପାଇଁ ୨୮-୨୯ ମାର୍ଚ୍ଚ ୨୦୨୨ରେ ମୁମ୍ବାଇରୁ ବାହାରିଯାଇଥିଲୁ ଏବଂ ହରିଦ୍ୱାରରେ ପହଞ୍ଚିଥିଲୁ । ଏହାପରେ ଋଷିକେଶ, ଡେରାଡୁନ, ମସୁରୀ, ମନାଲି ଏବଂ ଚଣ୍ଡିଗଡ଼ ବୁଲି ବୁଲି ପାର୍ବତୀରେ ପହଞ୍ଚିଥିଲୁ । ସେଠାରେ ଆମର ଭେଟ ବଦ୍ରି ନାମକ ଯୁବକ ସହ ହୋଇଥିଲା । ଯାହା ସହ ଆମର ବମ୍ବଲ ଆପରେ ଚିହ୍ନା ହୋଇଥିଲା । ସେ ଆମକୁ ତାଙ୍କ ଘର ଦିଲ୍ଲୀ ଆସିବା ପାଇଁ କହିଥିଲା । ଆମେ କିଛି ମାସ ବୁଲିବା ପରେ ମଇ ୨୦୨୨ର ପ୍ରଥମ ସପ୍ତାହରେ ଅର୍ଥାତ ୫ ମଇ ୨୦୨୨ରେ ବଦ୍ରୀଙ୍କ ଘ ଛତ୍ରପୁର ଦିଲ୍ଲୀରେ ପହଞ୍ଚିଥିଲୁ । ଆମେ ତା ଘରେ ପ୍ରାୟ ୮ ରୁ ୧୦ ଦିନ ରହିଥିଲୁ ।

ସେଠାରେ ମଧ୍ୟ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି କାରଣରୁ ଆମର ବ୍ରେକଅପ୍ ହୋଇଯାଇଥିଲା । ଅଫତାବ କହିଛି ଯେ, ମୋର ଏବଂ ଶ୍ରଦ୍ଧା ମଧ୍ୟରେ ସବୁବେଳେ ଝଗଡ଼ା ହେବା କାରଣରୁ ବଦ୍ରି ଆମକୁ ଘରୁ ବାହାରି ଯିବା ପାଇଁ କହିଥିଲା । ଏହାପରେ ପ୍ରାୟ ୨ଦିନ ପରେ ଅନ୍ୟ ଏକ ସ୍ଥାନରେ ରହି ୧୬ ମଇ ୨୦୨୨ରୁ ଆମେ ଦୁଇଜଣ ବ୍ରୋକର ରାହୁଲ ରୟ ଜରିଆରେ ଛତ୍ରପୁର ପହାଡୀରେ ଘର ଭଡ଼ାରେ ନେଇ ରହିବାକୁ ଲାଗିଥିଲୁ । ଅଫତାବର କହିବା ଅନୁସାରେ, ଉଭୟଙ୍କ ପାଖରେ ସେ ସମୟରେ କୌଣସି ଚାକିରି ନଥିଲା । ଯାହା ବି ସେଭିଙ୍ଗସ ଥିଲା ତାହା ଟ୍ରିପରେ ଖର୍ଚ୍ଚ ହୋଇଯାଇଥିଲା ।

ଅଫତାବ କହିଥିଲା ଯେ, ମୁଁ ତାକୁ ଖର୍ଚ୍ଚର ଅଧା ପଇସା ଦେବା ପାଇଁ କହିଥିଲି ଯାହାକୁ ନେଇ ସେ ରାଗିଯାଇଥିଲା ଏବଂ ମୋ ସହ ଝଗଡ଼ା କରିଥିଲା । ଝଗଡ଼ାରୁ ସବୁବେଳ ପାଇଁ ରକ୍ଷା ପାଇବା ପାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲି । ୧୮ ମଇରେ ତାକୁ ଜୀବନରୁ ମାରିବା ପାଇଁ ତାକୁ ଧରି ଚଟାଣରେ ପକାଇ ଦେଇଥିଲି ଏବଂ ତାର ଛାତିରେ ବି ଦୁଇ ହାତରେ ଗଳା ଚାପି ଦେଇଥିଲେ । ଏହାପରେ ସେ ମୃତ୍ୟୁବରଣ କରିଥିଲା । ଏହାପରେ ଶବକୁ ବାଥରୁମରେ ଲୁଚାଇ ଦେଇଥିଲି । ଅଫତାବ କହିଛି ଯେ, ଏହାପରେ ଶବକୁ ଡିସପୋଜ କରିବା ପାଇଁ ଛୋଟ ଛୋଟ ଖଣ୍ଡ କରି ଏକ ବଡ଼ ବ୍ରିଫକେସରେ ଭରି ଫୋପାଡ଼ିବା ପାଇଁ ଯୋଜନା କରିଥିଲା ଏବଂ ୬୦ ଫୁଟା ରୋଡ ଛତ୍ରପୁର ପହାଡୀରୁ ଏକ ହାର୍ଡୱେୟାର ଦୋକାନରୁ ଏକ ହାମର, ଏକ ଆରି ଏବଂ ଏହାର ତିନି ବ୍ଲେଡ କିଣିଥିଲା ।

ଏହାପରେ ୨୫ ହଜାର ଟଙ୍କା ଦେଇ ଏକ ଫ୍ରିଜ କିଣିଥିଲା । ରାତି ସମୟରେ ଶବର କିଛି ଅଂଶକୁ ବ୍ୟାଗରେ ପୁରାଇ ଫୋପାଡ଼ି ଦେଉଥିଲା । ଏବଂ କିଛିକୁ ଫ୍ରିଜରେ ରଖି ଦେଉଥିଲା । ସେହିପରି ପେଟ୍ରୋଲ ସହାୟତାରେ କିଛି ଖଣ୍ଡକୁ ଜଳାଇ ଦେଉଥିଲା ଏବଂ କିଛିକୁ ଗ୍ରାଇଣ୍ଡରରେ ପକାଇ ପେଶି ଦେଉଥିଲା । ସେହି ପାଉଡରକୁ ରାସ୍ତାରେ ନେଇ ଫୋପାଡ଼ି ଦେଉଥିଲା । ବଡିକୁ ଡିସପୋଜ କରିବା ପାଇଁ ଅଫତାବକୁ ପ୍ରାୟ ତିନି ମାସ ସମୟ ଲାଗିଥିବା ସେ ସ୍ୱୀକାର କରିଛି ।

ଫେବ୍ରୁଆରୀ ୧୦ରୁ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ । ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗ କରିବ । ପ୍ରତି ବର୍ଷ ଏହି ମହୋତ୍ସବ ଧଉଳି ପାଦ ଦେଶରେ ଅନଷ୍ଠିତ ହେଉଛି । ଏଥିରେ ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଂଗୀତ ମାଧ୍ୟମରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରନ୍ତି ।

ଚଳିତ ବର୍ଷ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଲୋକ ନୃତ୍ୟ ଓ ଦେଶ ବିଦେଶର ସମରକଳା ପ୍ରଦର୍ଶନ କରାଯିବ । ଆଗାମୀ ପିଢୀଙ୍କୁ ସଂସ୍କୃତି ପରମ୍ପରା ଐତିହ୍ୟ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ମହୋତ୍ସବ ଆୟୋଜନ କରାଯାଉଥିବା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ମହୋତ୍ସବରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବୁଦ୍ଧ ସମ୍ପାନରେ ସମ୍ମାନୀତ କରାଯିବ । ୧ ଲକ୍ଷ ଟଙ୍କା ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ । ସେହିଭଳି ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ନାଁ କରିଥିବା ୪ ଜଣ ଗୁରୁଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବ ।

ମୃତ୍ୟୁର ତିନି ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ମହିଳା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରୁ ଏକ ଆଶ୍ଚମ୍ବିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ନିଜର ଅନ୍ତିମ ସଂସ୍କାର ପୂର୍ବରୁ ଜୀବିତ ହୋଇ ଉଠିଛନ୍ତି । ଅଧିକାରୀ କହିଛନ୍ତି, ନ୍ୟୁୟର୍କର ଏକ ହସ୍ପିଟାଲ ମହିଳାଙ୍କୁ ମୃତ ଘୋଷିତ କରିଥିଲା । ଏହାର ତିନି ଘଣ୍ଟା ପରେ ୮୨ ବର୍ଷୀୟା ମହିଳା ଶ୍ମଶାନ ଗୃହରେ ଜୀବିତ ମିଳିଥିଲେ । ସଫୋକ କାଉଣ୍ଟି ପୋଲିସ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଶନିବାର ସକାଳ ୧୧ ଟା ୧୫ ମିନିଟରେ ଲଗ୍ନ ଆଇଲାଣ୍ଡ (ନ୍ୟୁୟର୍କ)ର ପୋର୍ଟ ଜେଫରସନରେ ଏଜ ରିହାବ ଆଣ୍ଡ ନର୍ସିଂ ସେଣ୍ଟରରେ ମହିଳାଙ୍କୁ ମୃତ ଘୋଷିତ କରାଯାଇଥିଲା ।

ବୟାନରେ ମହିଳାଙ୍କ ନାଁ ଉଲ୍ଲେଖ କରାଯାଇନାହିଁ । ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ମଧ୍ୟାହ୍ନ ୧ଟା ୩୦ ମିନିଟରେ ମିଲର ପ୍ଲେସର ଓବି ଡେଭିସ ଅନ୍ତିମ ସଂସ୍କାର ଗୃହକୁ ନିଆଯାଇଥିଲା । ଅପରାହ୍ନ ୨ ଟା ୯ ସମୟରେ ଜଣାପଡ଼ିଥିଲା ଯେ ମହିଳାଜଣଙ୍କର ନିଶ୍ୱାସ ଚାଲିଛି । ବୟାନରେ କୁହାଯାଇଛି ଯେ, ମାମଲାର ଯାଞ୍ଚ ପାଇଁ ସରକାରୀ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ଏହା ଦ୍ୱିତୀୟଥର ଅଟେ ଯେ ମୃତ୍ୟୁର ମହତ୍ତ୍ୱପୂର୍ଣ୍ଣ ଘୋଷଣା ମାମଲା ଆମେରିକୀୟ ମିଡିଆରେ ହେଡଲାଇନରେ ରହିଛି ।

ଜାନୁଆରୀରେ, ଜଣେ ୬୬ ବର୍ଷୀୟା ମହିଳାଙ୍କୁ ଆୟୋବାର ଏକ ହସ୍ପିଟାଲରେ ମୃତଘୋଷଣା କରାଯାଇଥିଲା । ପରେ ଉକ୍ତ ମହିଳା ଏକ ଶବଦାହ ଗୃହରେ ଏକ ବ୍ୟାଗ ଭିତରେ ଜୀବିତ ଏବଂ ଧଇଁସଇଁ ହେବା ଅବସ୍ଥାରେ ମିଳିଥିଲେ । ଆୟୋବା ଡିପାର୍ଟମେଣ୍ଟ ଅଫ୍ ଇନସ୍ପେକ୍ସନ ଆଣ୍ଡ ଅପିଲ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମହିଳାଙ୍କୁ ପୁଣିଥରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ୫ ଜାନୁଆରୀରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ରିପୋର୍ଟ ମୁତାବକ ମେଡିକାଲର ଦାୟିତ୍ୱହୀନତା ପାଇଁ ୧୦ ହଜାର ଡଲାରର ଜରିମାନା ଲଗାଯାଇଥିଲା ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂଆ ଅଡିଟୋରିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ହଜାର ଆସନ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିଛି । ଏହା ଦ୍ବାରା ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ । ଏହି ଅତ୍ୟାଧୁନିକ ଅଡିଟୋରିୟମ ଆଗାମୀ ପିଢ଼ି ଛାତ୍ରୀଙ୍କ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିବ । ଏନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିକାଶ କାର୍ଯ୍ୟକ୍ରମ ପାଇଁ ଛାତ୍ରୀ ଓ ଅଧ୍ୟାପିକାମାନେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନସେଲର ଆଜିର ଦିନକୁ ଇତିହାସ ମନେରଖିବ ବୋଲି କହିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସାହାଯ୍ୟ କରିଛନ୍ତି ବୋଲି ଅଧ୍ୟାପିକାମାନେ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ।

ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର: ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ସାଙ୍ଗରେ ଅଛନ୍ତି ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା । ନବକିଶୋର ଦାସ ହତ୍ୟା ଘଟଣାର ଅନୁଧ୍ୟାନ କରିବେ ଏହି ତିନି ଅଧିକାରୀ । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତର ମଧ୍ୟ ଅନୁଧ୍ୟାନ କରିବେ। କେତେ ବାଟ ଆଗେଇଛି ତଦନ୍ତ ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଲୋଚନା କରିବେ ପୋଲିସ ଡିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା ।

ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ-କିଆରା

ଜୟପୁର: କିଆରା ଆଡଭାନୀଙ୍କୁ ସାତ ଜନ୍ମର ସାଥି କଲେ ସିଦ୍ଧାର୍ଥ ମଲହୋତ୍ରା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ବଲିଉଡ ଲଭ ବାର୍ଡ । ରାଜକୀୟ ଅନ୍ଧାଜରେ ଦୁଇ ଲଭବାର୍ଡସଙ୍କ ବିବାହ ସମ୍ପନ୍ନ ହୋଇଛି । ଅଗ୍ନିକୁ ସାକ୍ଷି ରଖି ଦୁହେଁ ଦୁହିଁକର ହୋଇଛନ୍ତି । ଏବେ ସାରା ଦୁନିଆ ତାଙ୍କୁ ପତି-ପତ୍ନୀ ରୂପରେ ଜାଣିବ । ଏହି ଗ୍ରାଣ୍ଡ ୱେଡିଂରେ ଉଭୟଙ୍କ ପରିବାର ଏବଂ ସମ୍ପର୍କୀୟ ଲୋକ ସାମିଲ ହୋଇଥିଲେ । ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଜୈସଲମେରର ସୂର୍ଯ୍ୟଗଡ଼ ପାଲେସରେ ବିବାହ ଧୁମଧାମରେ ସମ୍ପନ୍ନ ହୋଇଛି ।

ବିବାହରେ ବର ସିଦ୍ଧାର୍ଥ ମଲହୋତ୍ରା ଧମାକାଦାର ଏଣ୍ଟ୍ରି କରିଥିଲେ । ସାଜନ ଜି ଘର ଆଏ ଗୀତରେ ସିଦ୍ଧାର୍ଥ ଏଣ୍ଟ୍ରି କରିଥିଲେ । ଏହା ବ୍ୟତୀତ ତାଙ୍କ ଫିଲ୍ମ ବାର ବାର ଦେଖୋ ଫିଲ୍ମର ପ୍ରସିଦ୍ଧ ଗୀତ କାଲା ଚସ୍ମା ମଧ୍ୟ ବରାତୀ ଆସିବା ସମୟରେ ବାଜିଥିଲା । ବିବାହ ସମ୍ପନ୍ନ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହି କପଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ କିଆରା କିମ୍ବା ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ବିବାହ ସମ୍ପନ୍ନ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହିଁ ।

ନବ ଦାସ ହତ୍ୟା ମାମଲା: ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ୍

ଝାରସୁଗୁଡ଼ା: ନବକିଶୋର ଦାଶଙ୍କ ମର୍ଡରର ଆକ୍ସନ ରିପ୍ଲେ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜହ୍ଲାଦ ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଫାଇରିଂଠୁ ଆରମ୍ଭ କରି ପୋଲିସ ହାତରେ ଧରା ପଡ଼ିବା ପର୍ଯ୍ୟନ୍ତ, ଟିକ୍ ନିଖ୍ କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ନବକିଶୋର ଦାସଙ୍କ ଗାଡ଼ି ନିକଟକୁ ଯାଇ କିଭଳି କରିଥିଲା ଫାୟାରିଂ ? ମର୍ଡର ପରେ କେମିତି ଗୋପାଳକୁ କାବୁ କରାଯାଇଥିଲା ?

ଦ୍ବିତୀୟ ଫାୟାରିଂ ବେଳେ କିଭଳି ଗୋପାଳର ହାତ ଉପରକୁ ଟେକିଦେଇଥିଲେ IIC ? ଆଜି ଅଭିଯୁକ୍ତ ଗୋପାଳ ନକଲି ବନ୍ଧୁକ ଧରି ଦେଖାଇଥିଲା ଅସଲି ବନ୍ଧୁକର ସତ । 29 ତାରିଖ ଘଟଣାର ସମ୍ପୂର୍ଣ୍ଣ ନାଟକ ଦେଖାଇଥିଲା ଗୋପାଳ । କ୍ରାଇମସିନ୍ ରିକ୍ରିଏସନର ଭିଜୁଆଲ ଭିଡିଓ କ୍ୟାମେରା ଓ ଡିଜିଟାଲ କ୍ୟାମେରାରେ ରେକର୍ଡିଂ କରାଯାଇଛି । ଆକାଶମାର୍ଗରୁ ମଧ୍ୟ ଭିଜୁଆଲ କଏଦ ପାଇଁ ଡ୍ରୋନ୍‌ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା ।

ରାଜଧାନୀରେ ଅଭାବନୀୟ ଘଟଣା; ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁ କୋର୍ଟ । ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମରାଗଲା ମାଡ଼ । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ମଞ୍ଚେଶ୍ୱର ଲେପର୍ସି କଲୋନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସ ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ କୋଲନୀର ପ୍ରେମିକ ଶଙ୍କର ମଣ୍ଡଳ ପାଖକୁ ଦେଖା କରିବାକୁ ଆସିଥିଲେ ଯୁବତୀ । ଏକଥା ଜାଣିବା ପରେ କଲୋନୀର ମହିଳା ମାନେ ଏକଜୁଟ ହୋଇ ଯୁବତୀଙ୍କୁ କାବୁ କରିବା ସହ ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ ।

ଏହି ଘଟଣାରେ ଯୁବତୀ କୌଣସି ଅଭିଯୋଗ କରିନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଘଟଣା ସ୍ଥଳକୁ ଯାଇ ମଞ୍ଚେଶ୍ବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କୋଲନୀ ବାସିନ୍ଦା କହିବା ଅନୁସାରେ ଯୁବତୀ ଜଣଙ୍କୁ ବାରମ୍ବାର ନଆସିବା ପାଇଁ କହିବା ସ୍ୱତ୍ତ୍ୱେ ଆସୁଥିଲେ । ସେ ଏଠାକୁ ଆସି ଖରାପ କାମ କରୁଥିଲେ । ଯାହା ଫଳରେ କୋଳନୀରେ କୁପ୍ରଭାବ ପଡୁଛି ବୋଲି ଅଭିଯୋଗ ହୋଇଥିଲା ।

ମୋଦୀ ଶାସନରେ ଆଦାନୀ ୬୦୯ ସ୍ଥାନରୁ ଉପରକୁ ଉଠି ଦ୍ୱିତୀୟ ସ୍ଥାନର ଧନୀ ହୋଇଥିଲେ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ପରେ ଫର୍ମରେ ନଜର ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବଜେଟ୍ ପରେ ସଂସଦ ଅନେକ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ମଙ୍ଗଳବାର ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରଥିଲେ । ସେ କହିଥିଲେ ଯେ, କେମିତି ଗୌତ ଆଦାନୀ ଯିଏକି ୨୦୧୪ରେ ଧନୀ ସୂଚୀର ୬୦୯ତମ ସ୍ଥାନରେ ଥିଲେ, ସେ କିପରି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ । ତେବେ ଏ କି ପ୍ରକାର ଯାଦୁ? ରାହୁଲ ଗାନ୍ଧି ଆଦାନୀଙ୍କ ଏୟାରପୋର୍ଟ ବିଜନେସ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିନା ଅନୁଭବ ଥିବା କମ୍ପାନୀକୁ ଏହି କାର୍ଯ୍ୟ ମିଳୁନଥିଲା କିନ୍ତୁ ଗୌତମ ଆଦାନୀଙ୍କ କମ୍ପାନୀକୁ ଏହି କାମ ଦିଆଯାଇଥିଲା । ୬ଟି ବିମାନବନ୍ଦର ତାଙ୍କୁ ଦେଇ ଦିଆଗଲା ।

ରାହୁଲ ଗାନ୍ଧି ଆଗକୁ କହିଥିଲେ ଯେ ଡ୍ରୋନ ବନାଇବାର ଠିକା ମଧ୍ୟ ଆଦାନୀ ଗ୍ରୁପକୁ ମିଳିଛି । ଇସ୍ରାଏଲ ଯିବା ପରେ ପିଏମ ମୋଦି ଏହାହର ଠିକା ଆଦାନୀକୁ ଦେଇ ଦେଇଛନ୍ତି, ଯାହାର କୌଣସି ଅନୁଭବ ଏହି ସେକ୍ଟରରେ ନାହିଁ । ରାହୁଲ ଗାନ୍ଧି କହିଛନ୍ତି, ନରେନ୍ଦ୍ର ମୋଦି ପିଏମ ହେବା ପରେ ଜାଦୁ ଆରମ୍ଭ ହୋଇଯାଇଛି । ତେବେ ରାହୁଲଙ୍କ ଏହି ବୟାନ ଉପରେ ଆପତ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ କିରଣ ରିଜଜୁ । ରିଜଜୁ କହିଥିଲେ ଆପଣ ବିନା କୌଣସି ପ୍ରମାଣରେ ମନମାନି କରି ଅଭିଯୋଗ କରୁଛନ୍ତି । ଏହାର ଜବାବରେ ରାହୁଲ ଗାନ୍ଧି କହିଥିଲେ ଆମେ ପ୍ରମାଣ ମଧ୍ୟ ଦେଇ ଦେବୁ । ଆଗକୁ କହିଥିଲେ, ମୁଁ ଭାରତ ଯୋଡୋ ଯାତ୍ରା ସମୟରେ ବହୁତ କିଛି ଶିଖିଛି । ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସବୁ ସ୍ଥାନରେ ଆଦାନୀଙ୍କ ନାଁ ଶୁଣିବାକୁ ମିଳିଥିଲା ।