spot_img
Home Blog Page 3434

ସରିଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ସରିଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଦୁଇବର୍ଷ ବ୍ୟବଧାନ ପରେ ଚଳିତବର୍ଷ ପୂର୍ଣାଙ୍ଗ ମାଘମେଳା ଅନୁଷ୍ଠିତ ହେଉଥିବାରୁ ମହିମା ସାଧୁ ଓ ଭକ୍ତଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ସୁନା ପଙ୍ଖାରେ ଛାଡୁ ଓ ଖାଲଟ ଦିଆଯାଇ ସୁନା ଚାମର ନିତି କରାଯାଇଥିଲା ।

ମାଘମେଳାର ପ୍ରଥମ ଦିବସକୁ ମାଘ ଚତୁର୍ଦ୍ଦଶୀ ଓ ଦ୍ବିତୀୟ ଦିନକୁ ମାଘ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଉଭୟ ଗାଦି ମନ୍ଦିର ଓ ଜ୍ୟୋତି ମନ୍ଦିରରେ କୌପୁନୀଧାରୀ ମହିମାସାଧୂ ଓ ବକଳଧାରୀ ମହିମାସାଧୂଙ୍କ ଦ୍ବାରା ଝାଡ ଦୀପ ପ୍ରଜ୍ବଳନ କରାଯାଇଥିଲା । ଯୋରନ୍ଦା ଯାତ୍ରା ପଡିଆରେ ମନୋହରୀ ସାମଗ୍ରୀ, ଖାଦ୍ୟ ଷ୍ଟଲ ସହ ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀଙ୍କ ଭିଡ ଜମିଥିଲା ।

ଏମିତି ଗାଈ, ଦିନକୁ ଦେଉଛି ୧୪୦ ଲିଟର କ୍ଷୀର

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଗାଈ ଦେବ ୧୪୦ ଲିଟର କ୍ଷୀର । ଜୀବନ କାଳ ଭିତରେ ଦେବ ୧୦୦ ଟନ୍ ବା ୨ ଲକ୍ଷ ୮୩ ହଜାର ଲିଟର କ୍ଷୀର । ଏମିତି ଗାଈ ପ୍ରସ୍ତୁତ କରିଛି ଚାଇନା । ପ୍ରତିଟି କ୍ଷେତ୍ରରେ ଚାଇନା ଯେଉଁଭଳି ପ୍ରଯୁକ୍ତି ବିଦ୍ୟାରେ ଆଗଉଛି । ଗାଈ ଉତ୍ପାଦନରେ ମଧ୍ୟ ଆଗେଇବ ଚୀନ । ଏମିତି ଅଜବ ଧରଣର ଏକ୍ସିପେରିମେଣ୍ଟ କରି ତିଆରି କରିଛି ଗାଈ। ଯେଉଁ ଗାଈ ଦେବେ ଭରପୁର କ୍ଷୀର । ଚୀନଲ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେମାନେ କ୍ଲୋନି ଜରିଆରେ ୩ ସୁପର କାଓ ପ୍ରସ୍ତୁତ କରିଛନ୍ତି । ଏହି ସୁପର ଗାଈ ଦେବେ ଦିନକୁ ୧୪୦ ଲିଟର କ୍ଷୀର ।

ନର୍ଥୱେଷ୍ଟ ଯୁନିଭର୍ସିଟର ବୈଜ୍ଞାନିକମାନେ ଏଭଳି ଏକ୍ସୁପେରିମେଣ୍ଟ କରିଛନ୍ତି । ଦୁଇମାସ ତଳେ ବାଛୁରୀ ଜନ୍ମ ହୋଇଥିଲା । ଏହି ସୁପର କାଓ ନେଦରଲ୍ୟାଣ୍ଡସରୁ ଆସୁଥିବା ହୋଲଷ୍ଟିନ୍ ଫ୍ରିସିଅନରୁ କ୍ଲୋନିଂ କରାଯାଇଛି । ବିନା ଯୌନଗତ ପକ୍ରିୟାରେ ଏକ ଜୀବନରୁ ଅନ୍ୟ ଉପାୟରେ ଆଉ ଏକ ଜୀବକୁ ପ୍ରସ୍ତୁତ ହେଉଥିବା ପକ୍ରିୟାକୁ କ୍ଲୋନିଂ କୁହାଯାଏ । ବୈଜ୍ଞାନିକମାନେ ଏକ ଜୀବର ଜିଏନଏ ନେଇ ଏହା ସାହାର୍ଯ୍ୟରେ ତାହାର ପ୍ରତିରୂପ ପ୍ରସ୍ତୁତ କରିଥାନ୍ତି । ଏହି ସମୟରେ ବୈଜ୍ଞାନିକମାନେ ନିଜ ହିସାବରେ ଜିନରେ ପରିବର୍ତ୍ତନ କରିଥାଆନ୍ତି ଷ ଯାହା ଦ୍ୱାରା ଏହି ଜୀବନ ଅନ୍ୟ ସାଧାରଣ ଜୀବନ ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ ।

ଭଲ ପ୍ରଜାତିର ଗାଈର କୋଷକୁ ସଂଗ୍ରହ କରାଯାଇ ସେଥିରୁ ଭ୍ରୁଣ ପ୍ରସ୍ତୁତ କରାଯାଇଥିଲା । ପରେ ତାହାକୁ ୧୨୦ ଗାଈଙ୍କ ଠାରେ ଛଡାଯାଇଥିଲା । ଏହି ଗାଈଗୁଡ଼ିକ ମଧ୍ୟରେ ୪୨ ପ୍ରତିଶତ ଗର୍ଭବତୀ ହୋଇଥିଲେ । ଏବେ ୩ଟି ସୁପରଜକାଓ ଜନ୍ମ ନେଇସାରିଥିବାବେଳେ ଆଗାମୀ ଦିନରେ ବଳକା ଗାଈଗୁଡ଼ିକ ପ୍ରସବ କରିବେ । ଗୋଟିଏ ସୁପରକାଓ ବର୍ଷକୁ ୧୮ ଟନ୍ କ୍ଷୀର ଦେବାରେ ସକ୍ଷମ । ଏହା ଆମେରୀକୟ ସାଧାରଣ ଗାଇ ତୁଳନାରେ ୧.୭ ପ୍ରତିଶତ ଅଧିକ । ଆଗାମୀ ୧୦ ବର୍ଷ ଭିତରେ ଆଉ ୧୦ ହଜାର ସୁପର କାଓ ଜନ୍ମ କରାଯିବ ବୋଲି ପ୍ରୋଜେକ୍ଟ ମୁଖ୍ୟ କହିଛନ୍ତି ।

ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ

ଭୁବନେଶ୍ୱର: ପୁଣି ବଡ଼ ହୃଦୟର ପରିଚୟ ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ଦାସ । ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ମଧ୍ୟ ଉପସ୍ଥିତ ରହିଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧନ୍ଦୁ ।

ଦୀନ,ଦୁଃଖୀ, ଦାରିଦ୍ରଙ୍କ ପାଇଁ ଦରଦୀ ମଣିଷ ଅର୍ଦ୍ଧେନ୍ଦୁ । ସେ କେବଳ ଜଣେ ଅଭିନେତା ନୁହଁନ୍ତି, ଜଣେ ହୃଦୟବାନ ମଣିଷ ମଧ୍ୟ । ଆଗରୁ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ କରିଛନ୍ତି । ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅନେକ ଅନାଥ ପିଲାଙ୍କ ପାଇଁ ସାହାରା ସାଜିଛନ୍ତି । ବିଭିନ୍ନ ସମୟରେ ଅନେକ ଅନାଥଶ୍ରମକୁ ଯାଇ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି । ଦୁଃଖି-ରଙ୍କୀଙ୍କ ସାଥିରେ ସର୍ବଦା ସାଥ୍ ଦେଇଛନ୍ତି ଅର୍ଦ୍ଧେନ୍ଧୁ । ସେଥିପାଇଁ ତାଙ୍କୁ ଦରଦୀ ବନ୍ଧୁ ଅର୍ଦ୍ଧେନ୍ଧୁ ବୋଲି ଅନେକ କୁହନ୍ତି ।

ଦିଲ୍ଲୀର ILVS ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କିଡ଼ନୀ ଡୋନର ସ୍ଥିର ହୋଇଛନ୍ତି । ତଥାପି ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ଏଭଳି ସମୟରେ ପିଣ୍ଟଙ୍କ ସାଥ ଦେଇଛନ୍ତି ରାଜ୍ୟବାସୀ, ସାଥି କଳାକର ଓ ସିନେମା ସଂଘ । ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ପିଣ୍ଟୁ ନନ୍ଦ । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି ।

ସେପଟେ ଅର୍ଥ ପ୍ରଦାନ ପାଇଁ ତାଙ୍କ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଅନୁରୋଜଧ କରିଛନ୍ତି । ଅନ୍ୟଥା ଅନ୍ୟ କୌଣସି ଆକାଉଣ୍ଟକୁ ପଠାଇବେ ନାହିଁ । ଅନେକ ଚଳଚିତ୍ରରେ ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି ପିଣ୍ଟୁ । ତେଣୁ ପିଣ୍ଟୁଙ୍କ ଅସମୟରେ ଠିଆ ହୋଇଛନ୍ତି ଦର୍ଶକ, ସାଥି କଳାକାର ଓ ସିନେମା ସଂଘ । ଯଥା ସମ୍ଭବ ସାହାଯ୍ୟ ପ୍ପରଦାନ କରୁଛନ୍ତି ଲୋକେ । ଆଜି ଭୋରରୁ ଅପରେସନ ପାଇଁ ପିଣ୍ଟୁ ଦିଲ୍ଲୀ ଯାଇଥିବାବେଳେ ହାତ ଯୋଡି ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏବଂ ସେଠାରେ ଆବଶ୍ୟକୀୟ ଅର୍ଥ ପାଇଁ ପୂର୍ବପରି ସାହାଯ୍ୟ ଓ ସମର୍ଥନ କରିବାକୁ ନିବେଦନ କରିଛନ୍ତି । ସେପଟେ ଅର୍ଦ୍ଧେନ୍ଦୁଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସ୍ପିକୁ କେନ୍ଦ୍ର ନିଶ୍ଚିତ କରୁ : ବିଜେଡି

ଭୁବନେଶ୍ବର :  ତେଜିଲା ଧାନକିଣା ପଲିଟିକ୍ସ। କେନ୍ଦ୍ର ବଜେଟରେ ଚାଷୀ ବିରୋଧୀ ମାନସିକତାର ପ୍ରତିଫଳନ। କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସ୍ପିକୁ କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି। କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା କାଟ୍ କରିଛନ୍ତି। ଫଳରେ ଚାଷୀ ସେମାନଙ୍କ ଏମ୍ଏସ୍ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ କମିବ। ଏହା ଓଡିଶାର ଚାଷୀଙ୍କୁ ବିଶେଷ କରି ପଶ୍ଚିମ ଓଡିଶାର ଚାଷୀଙ୍କୁ ପ୍ରଭାବିତ କରିବ । ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ବଜେଟ୍ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମ୍ଏସ୍ପିକୁ ଦେଢ ଗୁଣା ବୃଦ୍ଧି କରିବ ନାହିଁ। ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣି ଥରେ ପ୍ରତ୍ୟାଖାନ କରିବ। ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ।

କେନ୍ଦ୍ର ମଧ୍ୟ ଓଡିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଏଫ୍ସିଆଇ ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଯାଉଥିବା ବେଳେ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ଲକ୍ଷ ଟନ୍ କରିଛି। କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କଣ ହେବ ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ କଣ କରୁଛନ୍ତି? ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନକିଣା ନେଇ ପଦେ ବି କହୁନାହାନ୍ତି। ରାଜ୍ୟର କେନ୍ଦ୍ରମନ୍ତ୍ରୀ ମାନେ କାହିଁକି ଚୁପ୍ ରହିଛନ୍ତି? ସମସ୍ତ ବଳକା ଖାଦ୍ୟ ଶସ୍ୟକୁ ଧାନ କିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର କିଣିବାକୁ ବିଜେଡି ଦାବି କରିଛି।

ଦିଲ୍ଲୀରେ ମେୟର ନିର୍ବାଚନକୁ ନେଇ ମହାସଂଗ୍ରାମ

ନୂଆଦିଲ୍ଲୀ : ମେୟର ନିର୍ବାଚନକୁ ନେଇ ମହାସଂଗ୍ରାମ । ଦିଲ୍ଲୀରେ ମେୟର ନିର୍ବାଚନକୁ ନେଇ ଆରପାର । ତିନି ଥର ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । ବିଜେପି ହେର୍ଡକ୍ବାର୍ଟର ଆଗରେ ଆପ୍ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ଦିଲ୍ଲୀ ଉପରାଜ୍ୟପାଳ ୧୦ ମନୋନୀତ ସଦସ୍ୟଙ୍କୁ ଭୋଟିଂ ପାଇଁ ଅନୁମତି ଦେବାକୁ ନେଇ ଗତକାଲି ଏମସିଡି ହାଉସରେ ଜୋରଦାର ହଙ୍ଗାମା ହୋଇଥିଲା । ସମ୍ବିଧାନ ବିରୋଧରେ ଯାଇ ଉପରାଜ୍ୟପାଳ ନିର୍ବାଚନ କରିବାକୁ ଚାହୁଁଥିବାରୁ ଆପ ଏହାର ଦୃଢ଼ ବିରୋଧ କରିଥିଲା ।

ସେପଟେ ଉପରାଜ୍ୟପାଳଙ୍କ ମନମାନୀକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆପ । ତିନି ଥର ନିର୍ବାଚନ ସ୍ଥଗିତ ରଖାଯିବାକୁ ନେଇ ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶେଲି ଓବରଏ ପିଟିସନ ଦାଏର କରିଛନ୍ତି ।

ବିପଦରେ ସାହାଯ୍ୟର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ : ୩ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ତୁର୍କୀ ଓ ସିରିଆ  । ବଦଳିଯାଇଛି ଦୁଇ ଦେଶର ପାରିପାଶ୍ବିକ ବାତାବରଣର ଚିତ୍ର । ବିଲ୍ଡିଂର ଭଗ୍ନାବଶେଷର ରାସ୍ତା ଘାଟ ସବୁ ଅବରୋଧ । ସେପଟେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରି ସାରିଲାଣି  ।

ସେପଟେ ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଆଉ ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି । ଏନଡିଆରଏଫର ରେସକ୍ୟୁ ଟିମ୍, ଔଷଧ ଏବଂ ମେଡିକାଲ ଟିମ୍ ତୁର୍କୀ ପହଞ୍ଚିଛନ୍ତି ।

ଏହା ପୂର୍ବରୁ ପିଏମ୍ ମୋଦି ତୁର୍କୀର ରାଷ୍ଟ୍ରପତିଙ୍କ ଟ୍ୱିଟରେ ଦୁଃଖ ପ୍ରକାଶ କରି କହିଛନ୍ତି, ତୁର୍କୀରେ ଯେଉଁସବୁ ଧନଜୀବନ କ୍ଷତି ହୋଇଛି ସେଥିପାଇଁ ମୁଁ ଦୁଃଖିତ । ଶୋକ ସନ୍ତପ ପରିବାର ପ୍ରତି ମୋର ସମ୍ବେଦନା ରହିଛି । ଆଶା କରୁଛି ଯେଉଁମାନେ ଏହି ଭୂମୀକମ୍ପରେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଚିକିତ୍ସା ମିଳିବା ସହ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି କି, ତୁର୍କୀ ସହ ଭାରତ ଦୃଢତାର ସହ ଛିଡା ହୋଇଛି । ଯଥା ସମ୍ଭବ ଭାରତ ତୁର୍କୀକୁ ସହାୟତା କରିବ । ଟ୍ୱିଟ୍ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ତୁର୍କୀକୁ ସହାୟତା ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ତୁର୍କୀ କହିଛି, ଅସୁବିଧା ସମୟରେ ସାଥୀରେ ଛିଡା ହେଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ ।

ପୁଣି ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଛି ଡାକ୍ତରୀ ଦଳ

ଝାରସୁଗୁଡ଼ା : ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ସବୁ ଦିଗରୁ ତଦନ୍ତ କରି ଅଭିଯୁକ୍ତକୁ ହେଉଛି ଘନଘନ ଜେରା । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନିମହାନ୍ସ ଟିମ୍ ।

ଆଜି ଅଭିଯୁକ୍ତର ପୁଣି ହେବ ମାନସିକ ପରୀକ୍ଷା । ରିମାଣ୍ଡ ଅବଧି ସରୁଥିବା ବେଳେ ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବୈଷୟିକ ଜ୍ଞାନ କୌଶଳର ସହାୟତାରେ ହତ୍ୟା ମାମଲାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ହେଉଛି । ଲଗାତାର ଗତ ଦୁଇ ଦିନ ଗୋପାଳର ଏଲଭିଏ ଟେଷ୍ଟ କରାଯାଇଛି । ତଦନ୍ତରେ ଅଭିଯୁକ୍ତ କିଛି ସତ ଲୁଚାଉଛି । ଯାହାକୁ ଜାଣିବାକୁ ଏଲଭିଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଅନ୍ୟପଟେ ଖୁବଶୀଘ୍ର ହୋଇପାରେ କ୍ରାଇମସିନ ରିକ୍ରିଏସନ । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନ ଥିବାରୁ ଗୋପାଳ ମୁହଁରୁ ସତ ଆଦାୟ ପାଇଁ ଉଦ୍ୟମ ଚଳାଇଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ଆଜି ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେ.ପି ଦାସ । ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ବରରୁ ବିମାନ ଯୋଗେ ଜଷ୍ଟିସ ଜେ.ପି ଦାସ ଝାରସୁଗୁଡ଼ା ଯିବେ ।

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ.ପି. ଦାସ, ନବକିଶୋର ଦାସ ହତ୍ୟା ଘଟଣା ତଦନ୍ତର ତଦାରଖ କରୁଛନ୍ତି । ଆଜି ଜଷ୍ଟିସ ଜେ.ପି ଦାସ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଆସନ୍ତାକାଲି କ୍ରାଇମସ୍ପଟ୍‌ ବ୍ରଜରାଜନଗରକୁ ଯିବେ ।

‘ମୋ ସରକାର’ ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା

ଭୁବନେଶ୍ବର :  ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା l ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ନିର୍ଦ୍ଦେଶ ଜାରି କରି ପାରିବେନି ସଂପୃକ୍ତ ସଂସ୍ଥା l କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ l କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ଇଏସଆଇ ଓ ଇପିଏଫ ଦେଉଥିଲେ ସେମାନଙ୍କୁ ପୁରସ୍କୃତ କରାଯିବ l ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି l

ପ୍ରକାଶ ପାଇଲା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସେନ-୧ ପରୀକ୍ଷା ଫଳ ।  ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। NTA JEEର ଅଫିସିଆଲ ଓ୍ବେବସାଇଟ jeemain.nta.nic.in ରେ  ରେଜେଲ୍ଟ ଦେଖି ପାରିବେ ପରୀକ୍ଷାର୍ଥୀ  ।

ଚଳିତ ବର୍ଷ ଜାନୁଆରୀ ୨୪ରୁ  ଫେବୃଆରୀ ୧ ଯାଏଁ ପରୀକ୍ଷା ହୋଇଥିଲା ।ଯାହାର ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୧ ପରୀକ୍ଷା ଦେଇଥିବା ‌ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୨ ପରୀକ୍ଷା ଦେଇଥିଲେ। ଏନ୍‌ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ। ରେଜଲ୍ଟ ଜାଣିବା ପାଇଁ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖକୁ ପାସଓ୍ବାର୍ଡ ଭାବେ ବ୍ୟବହାର କରି ଲଗଇନ୍ କରି ପାରିବେ ।

୭ ବଡ଼ ଭୂମିକମ୍ପ ଥରାଇଛି ବିଶ୍ୱ, ଜାଣନ୍ତୁ…

ନୂଆଦିଲ୍ଲୀ : ଥରି ଉଠିଲା ମାଟି ଆଉ କ୍ଷଣିକ ଭିତରେ ଧ୍ବଂସର ଖେଳ ରଚିଥିଲା ପ୍ରକୃତି  । ଆଉ ପୂରା ସହର ପାଲଟିଗଲା ଶ୍ମଶାନ । ତୁର୍କୀ‌ରେ ହୋଇଥିବା ଭୂମିକମ୍ପ ଆଜି ଅତୀତର ଭୟଙ୍କର ଓ ଶକ୍ତିଶାଳୀ ଭୂମିକମ୍ପ ସଂପର୍କିତ ସ୍ମୃତିକୁ ତା‌ଜା କରିଦେଇଛି। ମନେ ପକେଇ ଦେଇଛି ଲୋକଙ୍କ ଆର୍ତ୍ତ ଚିତ୍କାର । ଆଉ ସେ ଅଶୁଭ ଦିନର କାହାଣୀ  । ଜାଣନ୍ତୁ ଏପରି ବିଶ୍ବରେ ଚହଳ ଖେଳାଇଥିବା କିଛି ବଡ଼ ଧରଣର ଭୂମିକମ୍ପ ସମ୍ପର୍କରେ…

୧୯୫୨ ରୁଷିଆ ଭୂମିକମ୍ପ: ରୁଷିଆର କାମଚଟକା ନିକଟରେ ୧୯୫୨ ମସିହାରେ ୯.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏଥିରେ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ବଡ଼ ଧରଣର ସୁନାମି ସୃଷ୍ଟି ହୋଇଥିଲା ।

୧୯୬୦ ଚିଲି ଭୂମିକମ୍ପ : ୧୯୬୦ ମସିହା ମେ ମାସରେ ଚିଲିର ବାୟୋ-ବାୟୋ ଠାରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ଦୁଇଥର ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୯.୪ ଏବଂ ୯.୬ ରହିଥିଲା। ପ୍ରାୟ ୧୦ ମିନିଟ ଧରି ଭୂମି ଥରିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬୦୦୦ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହାର ମାତ୍ରା ସବୁଠୁ ଅଧିକ ବୋଲି କୁହାଯାଇଥାଏ।

୧୯୬୪ ଆଲାସ୍କା ଭୂମିକମ୍ପ: ୧୯୬୪ ମସିହାର ଗୁଡ୍‌ ଫ୍ରାଇଡେ ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଆଲାସ୍କା ଅଞ୍ଚଳରେ ହୋଇଥିଲା। ଏହାର ତୀବ୍ରତା ୯.୨ ରହିଥିଲା। ୫ ମିନିଟରୁ କମ୍ ସମୟ ପାଇଁ ହୋଇଥିଲେ ମଧ୍ୟ ଉତ୍ତର ଆମେରିକାରେ ଆଜି ପର୍ଯ୍ୟନ୍ତ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ। ଭୂମିକମ୍ପରେ ଏହି ଅଞ୍ଚଳରେ କେବଳ ୯ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ସୁନାମି ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୦୧ ଭୁଜ୍ଭୂମିକମ୍ପ: ୨୦୦୧ ମସିହାରେ ଗୁଜରାଟର ଭୁଜ୍‌ରେ ହୋଇଥିବା ଭୂମିକମ୍ପ ବିଶ୍ବର ତୃତୀୟ ବୃହତ୍ ଏବଂ ୨୦୦ ବର୍ଷ ମଧ୍ୟରେ ଭାରତର ଦ୍ବିତୀୟ ବିଧ୍ବଂସକାରୀ। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ଲକ୍ଷ ଲକ୍ଷ ଲୋକ ଗୃହଶୂନ୍ୟ ହୋଇଥିଲେ।

୨୦୦୪ ସୁମାତ୍ରା ଭୂମିକମ୍ପ ସୁନାମି: ୨୦୦୪ ମସିହାରେ ସୁମାତ୍ରାରେ ହୋଇଥିବା ୯.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦକ୍ଷିଣ ଏସିଆର ଏକ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ। ଏହାଫଳରେ ଭାରତ ସମେତ ଅନେକ ଦେଶରେ ୧୦୦ ଫୁଟ ପର୍ଯ୍ୟନ୍ତ ସୁନାମି ଦେଖିବାକୁ ମିଳିଥିଲା। ୧୪ଟି ଦେଶରେ ପ୍ରାୟ ୨,୨୭,୦୦୦ ଲୋକଙ୍କର ଏହି ସୁନାମି ଫଳରେ ମୃତ୍ୟୁ ହୋଇଥିଲା। ଭାରତରେ ପ୍ରାୟ ୪୨ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।

୨୦୧୧ ଜାପାନ ଭୂମିକମ୍ପ: ୨୦୧୧ ମାର୍ଚ୍ଚ ୧୧ରେ ଜାପାନରେ ହୋଇଥିବା ଭୂମିକମ୍ପ ଏବଂ ସୁନାମି ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ତୀବ୍ରତା ୯.୦ ରହିଥିଲା। ୧,୨୦,୦୦୦ କୋଠା ଭାଙ୍ଗିଥିଲା।

୨୦୧୫ ନେପାଳ ଭୂମିକମ୍ପ: ୨୦୧୫ ମସିହାରେ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାାର ପ୍ରଭାବ ଭାରତ ସମେତ ଚୀନ, ପାକିସ୍ତାନ ଓ ବାଂଲାଦେଶରେ ଅନୁଭୂତ ହୋଇଥିଲା। ୮୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଏଥିରେ ହୋଇଥିଲା। ଏହା ପୂର୍ବରୁ ନେପାଳରେ ୧୯୩୪ରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇ ୧୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।