spot_img
Home Blog Page 3455

ମହାଠକ ସୁକେଶ ପ୍ରେମ ଜାଲରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ ଚାହାତ୍ ଖାନ୍ନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଟିଭି ସିରିଏଲ୍ ଅଭିନେତ୍ରୀ ଚାହାତ୍ ଖାନ୍ନା । ସୋନି ଟିଭିର ‘ବଡେ ଅଛେ ଲଗତେ ହେଁ’  ଶୋ’ରୁ ଚାହାତ୍ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଚାହାତଙ୍କ ଟିଭି କ୍ୟାରିୟର ଯେତିକି ସଫଳ ରହିଛି ସେତିକି ତାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖ ଭରା ରହିଛି । ପୁଣି ଥରେ ଚାହାତ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଚାହାତଙ୍କ ସମ୍ପର୍କ ସାମ୍ନାକୁ ଆସିଛି । ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତ୍ରୀ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯେତେବେଳେ ସେ ସୁକେଶଙ୍କ ସମ୍ପର୍କରେ ଆସିଥିଲେ ସେତେବେଳେ ସେ ଜାଣିନଥିଲେ କି ସେ ଜଣେ ମହାଠକ ବୋଲି । ସୁକେଶ ତାଙ୍କୁ ସାଉଥର ଏକ ଟିଭି ଚ୍ୟାନେଲର ମାଲିକ ଏବଂ ଜୟଲଳିତାଙ୍କ ପୁତୁରାର ପରିଚୟ ଦେଇ ତାଙ୍କୁ ଫସେଇଥିଲେ । ମହାଠକ ସୁକେଶ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଦାମିନାମି ଉପହାର ଦେଇ ତାଙ୍କ ସମ୍ପର୍କରେ ମଧ୍ୟ ଆସିଥିଲା। ସମାନ କଥା କହି ସେ ଜ୍ୟାକିଲିନଙ୍କୁ ମଧ୍ୟ ତାଙ୍କ ପ୍ରେମ ଜାଲରେ ଫସାଇଥିଲେ । ଏହାପରେ ମନିଂଲଣ୍ଡରି ମାମଲାରେ ସୁକେଶକୁ ପୋଲିସ ବାନ୍ଧିଥିଲା ।

ଆପଣଙ୍କୁ କହିରଖିବୁ କି, ଚାହାତ୍ ଖାନ୍ନାଙ୍କ ନାମ ଶୁକେସଙ୍କ ପୂର୍ବରୁ ଅନେକ ଲୋକଙ୍କ ସହ ଯୋଡି ହୋଇସାରିଛି । ଏହି ଅଭିନେତ୍ରୀ ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ମିକ୍କା ସିଂଙ୍କ ସହ ମଧ୍ୟ ଚର୍ଚ୍ଚାରେ ରହିସାରଛନ୍ତି । ଉଭୟ ପଡୋଶୀରେ ରହୁଥିବା ସୂଚନା ମିଳିଛି । ୨୦୨୦ ମସିହାରେ ଲକଡାଉନ୍ ସମୟରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ସୋସିଆଲ ମିଡିଆରେ ଉଭୟଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ତାଙ୍କ ଫଟୋ ଦେଖି ଅନୁମାନ କରାଯାଉଥିଲା ଯେ, ଏହି ଦୁଇଜଣ ଡେଟ୍ କରୁଛନ୍ତି । ଅଭିନେତ୍ରୀ ବଲିଉଡ୍ ସ୍ପାଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ, ମିକାଙ୍କ ସହ ତାଙ୍କର ଏକ ଗୀତର ଶୁଟିଂ ସମୟରେ ଉଠାଯାଇଥିଲା  । ‘କ୍ୱାରେଣ୍ଟଇନ’ ଗୀତର ପ୍ରମୋସନ ପାଇଁ ଉଭୟ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ, ଚାହାତ୍ ଖାନ୍ନାଙ୍କ ବ୍ୟକ୍ତିଗତ ଜୀବନ ବହୁ ସଂର୍ଘଷମୟ ରହିଛି । ଅଭିନେତ୍ରୀ ଦୁଇ ଝିଅଙ୍କ ମା ହୋଇଥିବା ବେଳେ ନିକଟରେ ଦେଇଥିବା ଏକ ସାକ୍ଷାତାକାରରେ ଛାଡପତ୍ର ଏବଂ ଜୀବନରେ ଆସିଥିବା ପରିବର୍ତ୍ତନର କଥା କହିଥିଲେ । ଚାହାତ୍ ତାଙ୍କ ଜୀବନର ପ୍ରଥମ ବିବାହକୁ ସବୁଠାରୁ ବଡ ଭୁଲ୍ ବୋଲି କହିଛନ୍ତି । ତାଙ୍କର ୨୦ ବର୍ଷ ବୟସରେ ପ୍ରଥମ ସ୍ବାମୀ ଭରତ ନରସିଂଘାନିଙ୍କ ସହିତ ଛାଡପତ୍ର ହୋଇଥିଲା । ଯାହାପରେ ଅଭିନେତ୍ରୀଙ୍କ ଜୀବନ ଓଲଟପାଲଟ ହୋଇଯାଇଥିଲା ।  କିଛି ସମୟ ପରେ ଅଭିନେତ୍ରୀଙ୍କ ଜୀବନରେ ଫରହାନ ମିର୍ଜା ଆସିଥିଲେ । କିଛି ସମୟ ଡେଟ୍ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚାହାତଙ୍କର ଏହି ବିବାହ ମଧ୍ୟ ବେଶି ଦିନ ଚାଲିପାରିନଥିଲା । ମାତ୍ର ୫ ବର୍ଷ ପର୍ଯ୍ୟନ୍ତ ଏହି ସମ୍ପର୍କ ଚାଲିପାରିଥିଲା । ଏହି ବିବାହରେ ଅଭିନେତ୍ରୀଙ୍କ ଦୁଇଟି ଝିଅ ଜନ୍ମ ହୋଇଥିଲେ । ଚାହାତ୍ ତାଙ୍କ ଦ୍ୱୀତୀୟ ସ୍ବାମୀଙ୍କ ବିରୋଧରେ ଘରୋଇ ହିସାଂର ଅଭିଯୋଗ କରି ଛାଡପତ୍ର ନେଇଥିଲେ ।

 

ନବ ଦାସଙ୍କ ହତ୍ୟା ମାମଲା ; କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚର ଛାନଭିନ୍

ଭୁବନେଶ୍ବର :  ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା ମାମଲାରେ ଆଜି କ୍ରାଇମସ୍ପଟରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚର ଫରନେସିକ ଟିମ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏ଼ଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଚାଲିଛି ଛାନବିନ୍ ।

ସେପଟେ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ସବଜେଲରେ ଅଛି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ତାକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ JMFC କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ସରକାରୀ ଓକିଲ କହିଛନ୍ତି, ଗୋପାଳର ଜାମିନ ଆବେଦନକୁ ବିରୋଧ କରାଯାଇଛି । ଏ ନେଇ ଏକ ପିଟିସନ କୋର୍ଟରେ ଦାୟର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବି ପ୍ରକାଶ ମହାନ୍ତି ।

୨୦୪୭ ସୁଦ୍ଧା ସ୍ୱର୍ଣ୍ଣୀମ ଭାରତ ନିର୍ମାଣ ଲକ୍ଷ୍ୟ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ  । ବଜେଟ ପୂର୍ବରୁ ସଂସଦଙ୍କୁ ସମ୍ଭୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ନିଜ ଅଭିଭାଷଣରେ ରାଷ୍ଟ୍ରପତି, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ,   ଆଜି ଅଦ୍ଭୁତ ପୂର୍ବ ଭାବେ ଦେଶର ପ୍ରଗତି ହୋଇଛି  । ୩ଶହ ଯୋଜନାର ଲାଭ ନାଗରିକ ଉଠାଇ ପାରିଛନ୍ତି ।  । ଦେଶର କୋଟି କୋଟି ଗରିବ ଲୋକ ସରକାରଙ୍କ ଯୋଜନାର ସଫଳତମ ଲାଭ ପାଉଛନ୍ତି  । ସାରା ବିଶ୍ୱରେ ଏବେ  ଗରୀବ କଲ୍ଯାଣ କାର୍ଯ୍ୟରେ ଭାରତର ଭୂମିକା ପ୍ରଶଂସନୀୟ । ୨୦୪୭ ମସିହା ସୁଧା ଭାରତ ସ୍ୱର୍ଣୀମ ଯୁଗରେ ପ୍ରବେଶ କରିବ ।   ଆଜି ଆଧିୁନିକତା ସହ ପରମ୍ପରାକୁ ନେଇ ଚାଲୁଥିବା ସରକାର ଅଛି  । ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ କରିବାରେ ସଫଳ ହୋଇଛି  ।

ସରକାରଙ୍କ ଯେତେ ମଧ୍ୟ କାର୍ଯ୍ୟ ଅଛି  । ମହିଳା ସଶକ୍ତୀକରଣରେ ମୋ ସରକାର ଦ୍ରୁତ କାର୍ଯ୍ୟ କରୁଛି  । ବେଟି ବଚାଓ ବେଟି ପଢାଓର ସଫଳତା ଆଜି ଆମେ ଦେଖୁଛେ  । ଦେଶରେ ନିରନ୍ତର ନାରୀ ମାନଙ୍କ ପ୍ରଗତି ହେଉଛି । ମହିଳାଙ୍କ ସ୍ୱାସ୍ଥ୍ୟ ଆଗଠାରୁ ବର୍ତ୍ତମାନ ଢେର ଭଲ ରହିଛି  । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ କିମ୍ବା ସୁରକ୍ଷିତ ମାତୃ ବନ୍ଦନା  । ଆୟୁଷ୍ମାନ ଭାରତ ଯୋଜନାରେ ୫୦ ପ୍ରତିଶତ ଲାଭାର୍ଥୀ ମହିଳା  । ମୋ ସରକାର ଛାତ୍ରୀଙ୍କ ପଢିବା ଠାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିଛନ୍ତି  । ସୁକନ୍ୟା ସମୃଦ୍ଧି ଯୋଜନାରେ କୋଟି କୋଟି ମହିଳାଙ୍କ ଖାତା  ବ୍ୟାଙ୍କରେ ଖୋଲିଛି  । ନୂଆ ଶିକ୍ଷା ନିତୀରେ ମଧ୍ୟ ଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି  ।

ଶିଳ୍ପ ଠାରୁ ସେନା ପର୍ଯ୍ୟନ୍ତ ସବୁଠି ମହିଳାଙ୍କୁ ଧ୍ୟାନ ଦିଆଯାଇଛି  । ସରକାର ମାତୃତ୍ୱ ଛୁଟିକୁ  ୨୬ ସପ୍ତାହ କରିଛନ୍ତି । ମୁଦ୍ରା ଯୋଜନାରେ ମହିଳାଙ୍କ ଭାଗୀଦାରୀ ବଢିଛି  । ଜନଧନ ଯୋଜନା ଠାରୁ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ମିଳୁଥିବା ଘର ମହିଳାଙ୍କ ନାମରେ କରାଯାଉଛି  । ଯଦ୍ୱାରା ସେମାନଙ୍କ ସାହାସ ବୃଦ୍ଧି ଘଟୁଛି  । ଦେଶରେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି  । ଯେଉଁଥିରେ ୯ କୋଟି ମହିଳା ଯୋଡି ହୋଇ ରହିଛନ୍ତି  । ଆମର ବିକାଶ ଆକାଶ ଛୁଇଁବାକୁ ଯାଉଛି  । ଆଜି ଦେଶରେ ଅଯୋଧ୍ଯା ଧାମର ନିର୍ମାଣ ଚାଲୁଛି  । ସେପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ଚାଲିଛି  । ଆମେ ପରମ୍ପରା ଏବଂ ବିକାଶ ସହିତ ଏକତ୍ର ଯାତ୍ରା କରୁଛେ  । ଗୋଟିଏ ପକ୍ଷରେ କେଦାରନାଥ ଓକାଶୀନାଥରେ ମହାକାଳ ଧାମର ବିକାଶ ଓ ଅନ୍ୟପଟେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରୁଛେ  ।

ତୀର୍ଥ ଏବଂ ଐତିହାସିକ ସ୍ଥାନର ବିକାଶ କରୁଛେ ଅନ୍ୟପଟେ ମହାକାଶ ଗବେଷଣାର ବ୍ୟବସ୍ଥା ମଧ୍ୟ ସୁଦୃଢ କରୁଛେ  । ୱାନ ରାସନ ୱାନ ନେସନ ଠାରୁ ଡିଜିଟାଲ ଇଣ୍ଡିଆ ପର୍ଯ୍ୟନ୍ତ ଆମର ଗତି  । ଭାରତ ଆଜି ପୂରାତନ ନିଦାନ ସହ ଡାକ୍ତରୀ ଶିକ୍ଷାକୁ ଗୁରୁତ୍ୱ ଦେଇଛି  । ପ୍ରାକୃତିକ ଶକ୍ତିକୁ ଗୁରୁତ୍ୱ ଦେବା ସହ ନାନୋ ୟୁରିଆକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି  । ସୋଲାର ଠାରୁ ଡ୍ରୋନ ପର୍ଯ୍ୟନ୍ତ ସରକାର କୃଷକ ପାଇଁ କାମ କରୁଛି  । ଆଜାଦୀ କି ଅମୃତ ମହୋତ୍ସବ କାଳରେ ମୋ ସରକାର ପ୍ରତିଟି ଦିଗକୁ ଧ୍ୟାନ ଆକର୍ଷଣ କରିଛନ୍ତି  । ଯୁବଙ୍କ ନେତୃତ୍ୱ ଆଜି ବିଶ୍ୱରେ ବିଦିତ  । ଇନେଭୋସନରେ ଆମେ ୮୧ ତମ ସ୍ଥାନରେ ଥିଲେ କିନ୍ତୁ ଆଜି ଆମର ସ୍ଥାନ ୪୦ରେ ପହଁଚିଛି  । ସେନାରେ ଯୁବଶକ୍ତିଙ୍କ କାର୍ଯ୍ୟ ବଢିଛି  ।

ଗରିବ ପରିବାରକୁ ମାଗଣା ପାଣି ଓ ବିଜୁଳି ମିଳୁଛି  । ଖେଲୋ ଇଣ୍ଡିଆ ସେକ୍ଟର ଠାରୁ ପ୍ରତିଭାଙ୍କୁ ଆକର୍ଷିତ କରିବା ଦିଗରେ କାର୍ଯ୍ୟ କରୁଛି ସରକାର  । ସୁଗମ ଭାରତ ଜରିଆରେ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର  । ଏକ ଆତ୍ମ ନିର୍ଭର ସମୃଦ୍ଧ ଭାରତ ନିର୍ମାଣ କରିବାର ଅଛି  । ଆଜି ପ୍ରତି ଭାରତୀୟଙ୍କ ପାଖରେ ଆତ୍ମବିଶ୍ୱାସ ବଢିଛି  । ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀକ କଠୋର ପ୍ରହାର ହୋଇଛି  । ପ୍ରତିଦିନ ଦେଶରେ ଦୁଇଟି କଲେଜ ନିର୍ମାଣ ହେଉଛି  । ପ୍ରତି ସପ୍ତାହରେ ଏକ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହୋଉଛି  । ୨୦୧୪ରୁ ୨୦୨୨ ଭିତରେ ୨୬୦ରୁ ଅଧିକ ମେଡିକାଲ କଲେଜ ଖୋଲିଛି ସରକାର  । ଛାତ୍ରଙ୍କ ପାଇଁ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ସଂଖ୍ୟା ଦେଶରେ ଏହେ ଦୁଇ ଗଣା  । ୨୦୧୪ ସୁଦ୍ଧା ଦେଶରେ ସମୁଦାୟ ୭୫୦ଟି ବିଶ୍ୱବିଦ୍ୟାଳୟ ରହିଥିଲା  । କିନ୍ତୁ କେବଳ ଏହି ଶେଷ  ୮ ବର୍ଷରେ ସରକାର ୩ଶହ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି  ।

ଗୁଜରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡ଼ିଶା ଶିକ୍ଷକ ଗିରଫ

ମାଲକାନଗିରି :  ଗୁଜରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡ଼ିଶା ଲିଙ୍କ । କନିଷ୍ଠ କିରାଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ମାଲକାନଗିରିରୁ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । କର୍ତ୍ତନପାଲୀ ସରକାରୀ ହାଇସ୍କୁଲ ଶିକ୍ଷକ ସରୋଜ ମାଲୁଙ୍କୁ ପୋଲିସ ଗିରଫ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଗୁଜରାଟ ପଞ୍ଚାୟତିରାଜ ବିଭାଗରେ କିରାଣି ପଦବୀ ପୂରଣ ପାଇଁ ବିଜ୍ଞପ୍ତୀ ବାହାରିବା ସହ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ମାତ୍ର ପରୀକ୍ଷା ପୂର୍ବରୁ ହିଁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏପରିକି ପ୍ରଶ୍ନ ସହ ଉତ୍ତର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ମାଲକାନଗିରିର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି ।

ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ଶେଷ ମୁହୁର୍ତ୍ତରେ ପରୀକ୍ଷା ବାତିଲ କରାଯାଇଥିଲା । ଗୁଜରାଟ ପୋଲିସ ଘଟଣାର ତଦନ୍ତ କରି ୧୫ ଜଣଙ୍କୁ ଗିରଫ କରିବା ପରେ ସରୋଜଙ୍କ ସମ୍ପର୍କରେ ସୂଚନା ପାଇଥିଲା । ସରୋଜଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚରା କରିବା ସହ କୋର୍ଟ ଚାଲାଣ କରାଯିବ ବୋଲି ଗୁଜରାଟ ପୋଲିସ ଟିମ କହିଛି ।

କଟକ ହାଇକୋର୍ଟ ନିକଟ ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ :  କଟକ ହାଇକୋର୍ଟ ନିକଟ SBI ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଭିତରେ ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କରାଯାଇଥିବା ଦୁଇ ଜଣ କର୍ମଚାରୀଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର

ବ୍ରହ୍ମପୁର :  ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଅଫିସ ସହ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ତିନି ମହଲା କୋଠା, ଆଙ୍କୁଲି ଶଶିଭୂଷଣ ନଗର ତୃତୀୟ ଲେନରେ ଦୁଇ ମହଲା କୋଠା ଠାବ ହୋଇଛି ।

ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା କୋଠା, ବ୍ରହ୍ମପୁରରେ ଫାର୍ମ ହାଉସ ଓ ଲୋଚାପଡ଼ାରେ ଥିବା ବାସଭବନରେ ମଧ୍ୟ ଚଢ଼ାଉ ହୋଇଛି । ପୁରୀରେ ଏକ ଫ୍ଲାଟ୍, ବ୍ରହ୍ମପୁର ଆମ୍ବପୁଆରେ ଗୋଟିଏ ଫ୍ଲାଟ, ଗଞ୍ଜାମ ବାଳକୃଷ୍ଣପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ପାକିସ୍ତାନ ପେଶାଓ୍ବର ମସଜିଦରେ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି

ଇସଲାମାବାଦ : ପାକିସ୍ତାନ ପେଶାଓ୍ବରସ୍ଥିତ ମସଜିଦରେ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଏବେ ବି ଶତାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ମସଜିଦ ଭିତରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ତେହରିକ-ଏ-ତାଲିବାନ ପାକିସ୍ତାନ ।

ଗତକାଲି ଦ୍ବିପହରରେ ନମାଜ ପାଠ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ନମାଜରେ ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ଓ ସେନା କର୍ମଚାରୀ ଉପସ୍ଥିତ ଥିଲେ । ମସଜିଦ ଭିତରେ ଆତତାୟୀ ହମଲା କରିଥିବା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ । ମୃତକଙ୍ ମଧ୍ୟରେ ଅଧିକାଂଶ ସୁରକ୍ଷାକର୍ମୀ ରହିଛନ୍ତି ।

ପାକିସ୍ତାନ ସେନା ଗୁଳିରେ ନିହତ ହୋଇଥିବା ତେହରିକ-ଏ-ତାଲିବାନ ପାକିସ୍ତାନର କମାଣ୍ଡର ଉମର ଖାଲିଦ ଖୁରାସନୀର ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣକୁ ଉମର ଖାଲିଦ ହତ୍ୟାର ପ୍ରତିଶୋଧ ବୋଲି ଟିଟିପି ପକ୍ଷରୁ କୁହାଯାଇଛି । ୨୦୨୨ ଅଗଷ୍ଟରେ ଆପଗାନିସ୍ତାନରେ ଉମର ଖାଲିଦର ମୃତ୍ୟୁ ହୋଇଥିଲା ।

ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା, ରାୟ ଶୁଣାଇବେ ଗାନ୍ଧିନଗର କୋର୍ଟ

ଗାନ୍ଧିନଗର : ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ ।

ସେପଟେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ । ଅଭିଯୋଗ ଅନୁସାରେ ୨୦୦୧ରୁ ୨୦୦୬ ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିଲେ । ଏନେଇ ସେ ଆଶାରାମ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ସେ ୨୦୧୩ ଅକ୍ଟୋବର ୬ ତାରିଖରେ ଅହମ୍ମଦାବାଦର ଚାନ୍ଦଖେଦା ଥାନାରେ ଏତଲା ଦାୟର କରିଥିଲେ ।

୨୦୧୪ ଜୁଲାଇରେ ମାମଲାର ଚାର୍ଜସିଟ ଦାୟର ହୋଇଥିଲା । ତାଙ୍କ ବିରୋଧରେ ଧାରା ୩୭୬, ୩୭୭, ୩୪୨, ୩୫୪, ୩୫୭, ୫୦୬ ରୁଜୁ ହୋଇଥିଲା । ୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି ।

ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ । ଏହା ସହ ଅନ୍ୟ ୨ ଶିଷ୍ୟଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ଦୁଷ୍କର୍ମ ଅଭିଯୋଗ କ୍ରମେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଗତ ଏପ୍ରିଲ ୨୦୧୯ରେ ସୁରଟର ଏକ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ।

ମଣିଷ ଜଗତକୁ ଥରହର କରିବ ବିପର୍ଯ୍ୟୟ, ଚେତାବନୀ ଦେଲା ରେଡକ୍ରସ ଓ ରେଡ କ୍ରିସେଣ୍ଟ

ନୂଆଦିଲ୍ଲୀ : କୋଭିଡ ପରେ ବି ବିଶ୍ବର କୌଣସି ରାଷ୍ଟ୍ର ପରବର୍ତ୍ତୀ ମହାମାରୀ ଲାଗି ପ୍ରସ୍ତୁତ ନାହାନ୍ତି । ଆସନ୍ତା ଦିନରେ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ କାରଣରୁ ବିଶ୍ବବାସୀଙ୍କ ସ୍ବାସ୍ଥ୍ଯ ସଂକଟ ଗୁରୁତର ଆକାର ଧାରଣ କରିବ ବୋଲି ସତର୍କ କରାଇଛି ରେଡକ୍ରସ । ଆନ୍ତର୍ଜାତିକ ରେଡକ୍ରସ ମହାସଙ୍ଘ ଓ ରେଡ କ୍ରିସେଣ୍ଟ ସୋସାଇଟିଜ୍ ପକ୍ଷରୁ କୁହାଯାଇଛି କୋଭିଡ-୧୯ କାରଣରୁ ଗତ ୩ ବର୍ଷ ଧରି ମାନବ ସମାଜ ଲାଗି ଭୟଙ୍କର ବିପତ୍ତି ସୃଷ୍ଟି କରିଥିଲା ।

ଆସନ୍ତାଦିନରେ ଆସୁଥିବା ସଙ୍କଟର ମୁକାବିଲା କରିବା ଲାଗି ବିଶ୍ବସନୀୟତା, ଆଞ୍ଚଳିକସ୍ତରୀୟ ନେଟଓ୍ବର୍କ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଆଗକୁ କେବଳ ଗୋଟିଏ ବିପଦ ଆସିବ ନାହିଁ ବରଂ ବହୁପ୍ରକାର ବିପର୍ଯ୍ୟୟ ଆସିବା ଆଶଙ୍କା ରହିଛି । ବିଶ୍ବରେ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ ଆସିବା ଆଶଙ୍କା ଥିବାବେଳେ ବହୁ ପ୍ରକାର ରୋଗ ବିଶ୍ବବାସୀଙ୍କୁ ଗଭୀର ସମସ୍ୟାକୁ ନେଇଯିବ ।

ଭୟଙ୍କର ଜଳବାୟୁଜନିତ ବିପଦ ବାରମ୍ବାର ମାଡିଆସିବ ବୋଲି କହିଛନ୍ତି ରେଡକ୍ରସ ଓ ରେଡ କ୍ରିସେଣ୍ଟ । କରୋନା ଭାଇରସକୁ ଏକ ଆନ୍ତର୍ଜାତିକ ସାଧାରଣ ସ୍ବାସ୍ଥ୍ୟ ବିପତ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଘୋଷଣାର ୩ ବର୍ଷପୂର୍ତ୍ତି ଅବସରରେ ଏହି ଚେତାବନୀ ଦେଇଛନ୍ତି ଦୁଇ ବିଶ୍ବସ୍ତରୀୟ ସଂସ୍ଥା ।

ପରବର୍ତ୍ତୀ ସ୍ବାସ୍ଥ୍ୟ ସଂକଟର ମୁକାବିଲା ଲାଗି ବର୍ତ୍ତମାନଠାରୁ ପ୍ରସ୍ତୁତ ରହିବାକୁ ଆଇଏଫଆରସି ସେକ୍ରେଟାରୀ ଜେନେରାଲ ଜଗନ ଚାପେନ ଦେଇଛନ୍ତି ଆହ୍ବାନ । ବିଶ୍ବସ୍ତରରେ ରହିଥିବା ସ୍ବାସ୍ଥ୍ୟ, ସାମାଜିକ-ଅର୍ଥନୈତିକ ଅସମାନତାଗୁଡିକୁ ବର୍ତ୍ତମାନଠାରୁ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଆକାଶ ମାର୍ଗରେ ଭୁବନେଶ୍ବର ସହ ଯୋଡ଼ିହେଲା ଜାମସେଦପୁର

ଜାମସେଦପୁର : ଆକାଶ ମାର୍ଗରେ ଭୁବନେଶ୍ବର ସହ ଯୋଡ଼ିହେଲା ଜାମସେଦପୁର । ସିଧାସଳଖ ଜାମସେଦପୁରକୁ ଉଡାଣ ଭରିଛନ୍ତି ଯାତ୍ରୀ । ଆଜିଠୁ ଭୁବନେଶ୍ବରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକତାକୁ ବିମାନ ସେବା ଯୋଗାଇଛି ଇଣ୍ଡିଆ ଓ୍ବାନ ଏୟାର । ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ।

ପ୍ରତିଦିନ ସକାଳ ୬ଟା ୩୦ରୁ ଜାମସେଦପୁରକୁ ବିମାନ ଉଡାଣ କରିବ ବିମାନ । ସେବା ଭଡା ବାବଦରେ 14 ଫେବ୍ରୁଆରୀ 2023 ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି । ଇଣ୍ଡିଆ ଓ୍ବାନ ଏୟାର ବିମାନ ଦ୍ବାରା ଧାର୍ଯ୍ୟ ଦର ଅନୁସାରେ ଭୁବନେଶ୍ବରରୁ ଜାମସେଦପୁରକୁ 2 ହଜାର 999 ଟଙ୍କା ।

ଜାମସେଦପୁରରୁ କୋଲକାତା ପାଇଁ ୧ ହଜାର ୯୯୯ ଟଙ୍କା ରହିଛି । ଏହି ଅଫର୍ କେବଳ ଫେବ୍ରୁଆରି ୧୪ତାରିଖ ପର୍ଯ୍ୟନ୍ତ ରହିଛି । ଭୁବନେଶ୍ୱରରୁ ଜାମସେଦପୁରକୁ ୧ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ, ଜାମସେଦପୁରରୁ କୋଲକାତା ୧ଘଣ୍ଟା ୫ ମିନିଟ ଲାଗିବ । ପ୍ରଥମ ବିମାନରେ ଜାମସେଦପୁରକୁ ୫ ଜଣ ଓ ଜାମସେଦପୁରରୁ କୋଲକାତାକୁ ୭ ଜଣ ଯାତ୍ରୀ ଯାଇଛନ୍ତି ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।