spot_img
Home Blog Page 3456

ଆଜିଠୁ ଆଇପିଏଲ ମହାସମର : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ- ଚେନ୍ନାଇ

ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ । ସ୍ଲାମବାଙ୍ଗ୍ କ୍ରିକେଟର ସବୁଠାରୁ ଗ୍ଲାମରସ୍ ଇଭେଂଟ୍ ଆଇପିଏଲର ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର  । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ ରହିଛି । ଦୁଇଟି ଗ୍ରୁପରେ ୫ଟି ଲେଖାଏ 10ଟି ଟିମ୍ ରହିଛନ୍ତି  ।

ଗ୍ରୁପ ଏରେ ମୁମ୍ବାଇ ଇଣ୍ଡିଆନସ , କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ରହିଥିବାବେଳେ ଗ୍ରୁପ ବିରେ ରହିଛନ୍ତି ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ, ପଂଜାବ କିଙ୍ଗସ ଓ ଗୁଜରାଟ ଟାଇଟାନସ୍ । ଆଜି ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତ ଥରର ବିଜେତା ଗୁଜରାଟ ଟାଇଟାନସ ଓ ଚେନ୍ନାଇ ସୁପରକିଙ୍ଗସ । ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । ମେ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ବର୍ଷାରେ ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା

ଭୁବନେଶ୍ବର :  ଟ୍ରପଲାଇନ ପ୍ରଭାବରେ ଆଜି ଭିଜିବ ସାରା ଓଡ଼ିଶା । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାବେଳେ କୁଆପଥର ବର୍ଷା ନେଇ ସତର୍କ କରାଯାଇଛି । ବର୍ଷା ସମୟରେ ଘଣ୍ଟାକୁ ୪୦ରୁ ୫୦କିମି ବେଗରେ ବହିବ ପବନ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିପଦପୂର୍ଣ୍ଣ ବଜ୍ରପାତ ସମ୍ଭାବନା ରହିଛି ।

ଆସନ୍ତା ଏପ୍ରିଲ ୨ ତାରିଖରେ ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ କେତେ ପ୍ରଭାବ ପକାଇବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କାଳବୈଶାଖୀ ବର୍ଷା ଜାରି ରହିବ । ସେପଟେ ବଜ୍ରପାତ ମୁକାବିଲା ନେଇ ସତର୍କ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି।

ଦୀର୍ଘ ୧୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ସୁମିତେନ୍ଦ୍ରଙ୍କ ମୃତଦେହ

ଭୁବନେଶ୍ବର :  ଦୟାନଦୀରୁ ଉଦ୍ଧାର ହେଲା ନିଖୋଜ ନାବାଳକର ମୃତଦେହ। ନଦୀରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗତକାଲିଠୁ ନିଖୋଜ ଥିଲେ ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ ।

ଗତକାଲି ଅପରାହ୍ନରେ ୪ ଜଣ ସାଙ୍ଗ ମିଶି ଦୟା ନଦୀ ବ୍ରିଜ ତଳେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୁମିତେନ୍ଦ୍ର ନିଖୋଜ ଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଖୋଜାଖୋଜି କରିବା ପରେ ଆଜି ନଦୀରୁ ସୁମିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଇଛି   ।

ଚୀନରେ ସାଂଘାତିକ ପରିସ୍ଥିତି; ବଢୁଛି କରୋନା ସଂକ୍ରମଣ ଓ ମୃତ୍ୟୁ

ବେଜିଂ :  ଚୀନରେ ପୁଣି କାୟା ମେଲାଉଛି କରୋନା । କୋଭିଡ ତଥ୍ୟ ପଦାକୁ ଆସୁ ନଥିବାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଛି ଉଦବେଗ । କୋଭିଡ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଚୀନ ଉପରେ ଆନ୍ତର୍ଜାତୀକ ସମୁଦାୟ ଚାପ ପକାଇବା ପରେ ରାଣ୍ଡମ ଓ ସ୍ପଟ ଚେକ୍ ଲାଗି ପଦକ୍ଷେପ ନେଇଛନ୍ତି ସରକାର । ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସହ ହସ୍ପିଟାଲରେ ଅଧିକରୁ ଅଧିକ ଲୋକ ଭର୍ତ୍ତି ହେଉଛନ୍ତି । ତେଣେ ଦେଶରେ କୋଭିଜଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।

କୋଭିଡ ସମ୍ପର୍କିତ ସମସ୍ତ ସୂଚନା ପ୍ରକାଶ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ ଉପରେ କିଛିଦିନ ତଳେ ଚାପ ପକାଇଥିଲା । ବିଭିନ୍ନ ସ୍ଥାନରେ ରାଣ୍ଡମ ଚେକିଂ, ସ୍ପଟ ଚେକିଂ, ଟିକା ପରିଚାଳନା ଲାଗି ଘୋଷଣା କରିଛି ନ୍ୟାସନାଲ ହେଲଥ କମିଶନ ।

ସେପଟେ ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡିରେ ବ୍ୟାପିବାରେ ଲାଗିଛି ଏକ ଅଜଣା ଭାଇରସ । ଏହି ଭାଇରସ ସଂକ୍ରମଣରେ ବାଜିରୋ ସହରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜ୍ବର, ମୁଣ୍ଡବ୍ୟଥା, ଘୁମାଇବା, ବାନ୍ତି ଆଦି ଲକ୍ଷଣ ପରେ ସେମାନଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଇବୋଲା କିମ୍ବା ମାରବର୍ଗ ଭାଇରସ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ସଂକ୍ରମଣ ବଢିବା ପରେ ବାଜିରୋ ଇଲାକାକୁ କ୍ବାରାଣ୍ଟାଇନରେ ରଖାଯାଇଛି । କିଛିଦିନ ତଳେ ପଡୋଶୀ ତାଞ୍ଜାନିଆରେ ମାରବର୍ଗ ଭାଇରସ ସଂକ୍ରମିତ ହେବା ପରେ ଏହାକୁ ଭେରି ହାଇ ରିସ୍କ ଦର୍ଶାଇଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ଖୋଲିବ ନାହିଁ ନୂଆ ଅଫ୍ ସପ୍ ମଦ ଦୋକାନ

ଭୁବନେଶ୍ୱର: ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି । ଅବକାରୀ ବିଭାଗ ପକ୍ଷରୁ ଜାରି ହେଲା ନୂଆ ନିୟମ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ପାଇଁ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ ତାରିଖରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦ ଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍‌, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।

ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ଅଘଟଣ, ଗାଧୋଉବା ବେଳେ ନଦୀରେ ବୁଡିଗଲେ ନାବାଳକ

ଭୁବନେଶ୍ୱର: ଦୟାନଦୀରେ ଅଘଟଣ । ଗାଧୋଉବା ବେଳେ ନଦୀରେ ବୁଡିଗଲେ ନାବାଳକ । ନିଖୋଜ ହୋଇଥିବା ନାବାଳକ ହେଲେ ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ । ଆଜି ଅପରାହ୍ନରେ ୪ ଜଣ ନାବାଳକ ଦୟା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଛି । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ସିମୁତେନ୍ଦ୍ର ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ନିଖୋଜ ଥିବା ସୁମିତେନ୍ଦ୍ରଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଅନ୍ଧାର କାରଣରୁ ଅଧାରେ ଅଟକିଲା ଅପରେସନ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ମଧ୍ୟ ସୁମିତେନ୍ଦ୍ରର ପତ୍ତା ମିଳୁନି । ଫଳରେ ଫେରିଛନ୍ତି ଅଗ୍ନିଶମ ବାହିନୀ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସ୍କୁବା ଡାଇଭର । ଆସନ୍ତାକାଲି  ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।

ଫିଲିପାଇନ୍ସରେ ବଡ଼ ଧରଣର ଦୁର୍ଘଟଣା, ବୁଡ଼ିଗଲା ୨୫୦ ଲୋକଙ୍କୁ ନେଇ ଯାଉଥିବା ବୋଟ୍

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍ ବୁଡ଼ିଯାଇଛି । ଜାହାଜରେ ନିଆଁ ଲାଗିବା କାରଣରୁ ଏହା ବୁଡ଼ିଯାଇଥିବା ଜଣାପଡ଼ିଛି । ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଏଯାଏଁ ୨୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣ ଲୋକ ନିଖୋଜ ଅଛନ୍ତି ।ଦକ୍ଷିଣ ଫିଲିପାଇନ୍ସରେ ଘଟିଛି ଏହି ଘଟଣା । ବେଲିଲନର ଦକ୍ଷିଣ ଦୀପର ଗଭର୍ଣ୍ଣର ଜିମ୍ ହାଟାମନ୍ କହିଛନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୧୮ ଲୋକଙ୍କର ଶବ ଉଦ୍ଧାର କରାଯାଇଛି ।

ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ଉତ୍ତେଜନା

କୋଲକାତା: ପବିତ୍ର ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ଉତ୍ତେଜନା । ଶୋଭାଯାତ୍ରା ଉପରକୁ ପଥର ଓ ଇଟା ଫୋପାଡିଛନ୍ତି ଦୁର୍ବୃତ୍ତ । ଏଥିସହ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଶିବପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଆଜି ରାମନବମୀରେ ଶୋଭାଯାତ୍ରା ଯାଉଥିବା ବେଳେ, କିଛି ଦୁର୍ବୃତ୍ତ ଶୋଭାଯାତ୍ରାକୁ ଲକ୍ଷ୍ୟ କରି ପଥର ମାଡ଼ କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ଓ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଦହିକୁ ନେଇ ଦକ୍ଷିଣରେ ଖଟା ହୋଇଛି ରାଜନୀତି, ହିନ୍ଦୀରେ ଦହି ଲେଖିବା ନିର୍ଦ୍ଦେଶକୁ ଜୋରଦାର ବିରୋଧ

ଚେନ୍ନାଇ: ଦହିକୁ ନେଇ ଦକ୍ଷିଣରେ ଖଟା ହୋଇଛି ରାଜନୀତି । ଦହି ପ୍ୟାକେଟ ଉପରେ ହିନ୍ଦୀରେ ଦହି ଲେଖିବାକୁ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶକୁ ତାମିଲନାଡୁରେ ଜୋରଦାର ବିରୋଧ କରାଯାଇଛି । ଦକ୍ଷିଣ ଭାରତୀୟ ରାଜ୍ୟରେ ଜବରଦସ୍ତି ହିନ୍ଦୀ ଭାଷାର ବ୍ୟବହାରକୁ ଲଦି ଦିଆଯାଉଛି ବୋଲି କହିବା ସହ FSSAIର ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଏହା ସହ ରାଜ୍ୟ ଉପରେ ଜୋର କରି ହିନ୍ଦୀ ଭାଷାର ବ୍ୟବହାର ପାଇଁ ଚାପ ପକାଇବା ପଛରେ ଥିବା ଲୋକମାନଙ୍କୁ ଦକ୍ଷିଣ ଭାରତରୁ ବାହାର କରିଦେବା ଆବଶ୍ୟକ ବୋଲି ଷ୍ଟାଲିନ କହିଛନ୍ତି ।

ସେପଟେ ରାଜ୍ୟ ବିଜେପି ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛି । ଏହାସହ ରାଜ୍ୟ ସରକାରଙ୍କୁ ଜାରି ହୋଇଥିବା ଅଧିସୂଚନା ଫେରାଇ ନେବାକୁ ରାଜ୍ୟ ବିଜେପି ମୁଖ୍ୟ ଦାବି କରିଛନ୍ତି । ହିନ୍ଦୀ ଶବ୍ଦ ଦହି ବଦଳରେ ତାମିଲ ଶବ୍ଦ ନାୟୀର ବ୍ୟବହାର କରାଯିବ ବୋଲି କହିଛି ତାମିଲନାଡୁ ଦୁଗ୍ଧ ଉତ୍ପାଦନ ସଂଘ । ଏନେଇ FSSAIକୁ ସୂଚିତ କରିଦିଆଯାଇଛି । ତାମିଲନାଡ଼ୁରେ ହିନ୍ଦୀ ଭାଷାର ଥୋପକୁ ବିରୋଧ କରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଦହି-ନହି-ପୋଡ଼ା ହାସଟ୍ୟାଗ । ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଞ୍ଚଳିକ ଭାଷାକୁ ନେଇ ଆରମ୍ଭରୁ ବେଶ୍ ସମ୍ବେଦଳଶୀଳ । ଏବେ ହିନ୍ଦୀ ଭାଷା ପ୍ରୟୋଗ ନେଇ କେନ୍ଦ୍ର ଚାପ ପକାଇବାରୁ ତାମିଲନାଡୁ ସରକାର ସିଧାସିଧା ଏହାର ବିରୋଧ କରିଛନ୍ତି ।

ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ବି ଅବହେଳା, ଯୋଜନା ଲାଗୁ କରି କେନ୍ଦ୍ର ଦେଉନି ଅନୁଦାନ

ଭୁବନେଶ୍ୱର: କେନ୍ଦ୍ର କାଟୁଛି । ରାଜ୍ୟ ବଢାଉଛି । ବନ୍ୟଜନ୍ତୁ ସୁରକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ବ । ହେଲେ ଓଡ଼ିଶା ପାଇଁ କେନ୍ଦ୍ର ନିଜର ଏହି ଦାୟିତ୍ବ ଯେପରି ଭୁଲିଯାଇଛି । ହାତୀ ସଂରକ୍ଷଣ ନେଇ ଲାଗୁ ହୋଇଛି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା । ହାତୀ ପ୍ରକଳ୍ପ ବାବଦ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ଗତ ଦୁଇବର୍ଷରେ କେନ୍ଦ୍ର କାଟିଚାଲିଛି ୫୨.୪୯ ପ୍ରତିଶତ ଅର୍ଥ । ୨୦୨୧-୨୨ରେ ଏ ବାବଦରେ ପ୍ରସ୍ତାବିତ ୧୫ କୋଟିରୁ ଅନୁମୋଦନ କଲେ ୧୨ କୋଟି । ଦେଲାବେଳକୁ ଦେଇଛନ୍ତି ୯ କୋଟି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ୧୨ କୋଟିରୁ ଅନୁମୋଦନ ହେଲା ୫ କୋଟି ୯୮ ଲକ୍ଷ । କିନ୍ତୁ ଦେଲାବେଳକୁ ଦେଲା ୪ କୋଟି ୪୯ ଲକ୍ଷ ଟଙ୍କା । ସେହିପରି ବ୍ୟାଘ୍ର ପ୍ରକଳ୍ପ ବାବଦରେ ବି ଚଳିତ ଆର୍ଥିକ ବର୍ଷ ଓ ଗତବର୍ଷ ମିଶାଇ କାଟିଲେଣି ୨୭ ପ୍ରତିଶତ ଅର୍ଥ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୦୮ ମସିହାରୁ ଶିମିଳିପାଳ ଜୈବମଣ୍ଡଳ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି । ବିଶ୍ବ ଐତିହ୍ୟର ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମି ବିକାଶ ବାବଦ ଅନୁଦାନ ଦେବା କେନ୍ଦ୍ରର ଦାୟିତ୍ବ । ୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ ଶିମିଳିପାଳ ଅଭୟାରଣ୍ୟ ବାବଦରେ କେନ୍ଦ୍ର ଟଙ୍କାଟିଏ ଦେଇନି । ଖାଲି ସେତିକି ନୁହେଁ, ନନ୍ଦନକାନନ ଭଳି ପ୍ରାଣୀ ଉଦ୍ୟାନ ବିକାଶ ବାବଦରେ ଚଳିତ ଆର୍ଥିକ ବର୍ଷ ଓ ଗତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପାଣ୍ଠି ଶୂନ ।

କେନ୍ଦ୍ରର ଏପରି ଚରମ ଅବହେଳାକୁ ନିନ୍ଦା କରିଛନ୍ତି ପୂର୍ବତନ ଜଙ୍ଗଲ ଅଧିକାରୀ । ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ୩୦.୪୫ ଅର୍ଥ କାଟିଥିବାବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସଂରକ୍ଷଣ ବାବଦରେ ୩୨.୭୧ ପ୍ରତିଶତ ଅର୍ଥ ବୃଦ୍ଧି କରିଛନ୍ତି । ଯାହାକି ଅତ୍ୟନ୍ତ ପ୍ରଶଂସନୀୟ । କେନ୍ଦ୍ର ସରକାର ପାଣ୍ଠି ପ୍ରଦାନରେ ଅବହେଳା କରି ରାଜ୍ୟ ମୁଣ୍ଡକୁ ଦାୟିତ୍ବ ଖସାଇବାକୁ ଚାଲିଛନ୍ତି । ଦୁଇବର୍ଷ ତଳେ ଏକ କମିଟି ହାତୀ ପ୍ରକଳ୍ପ ବଦଳରେ ଜାତୀୟ ହସ୍ତୀ ସଂରକ୍ଷଣ ପ୍ରାଧିକରଣ ଗଠନ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । କିନ୍ତୁ ତାହା ଏ ଯାଏ କାର୍ଯ୍ୟକାରୀ ହୋଇନି । ଯେ ପର୍ଯ୍ୟନ୍ତ ପ୍ରାଧିକରଣ କାର୍ଯ୍ୟକାରୀ ହୋଇନି, ସେ ପର୍ଯ୍ୟନ୍ତ ହାତୀ ପ୍ରକଳ୍ପ ବାବଦ ରାଜ୍ୟକୁ ଟଙ୍କା ଦେବା ଦରକାର । ଏଥିରେ ଅବହେଳା କଲେ ହାତୀ ସଂରକ୍ଷଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଆର୍ଥିକ ଚାପ ରହିବ । କେନ୍ଦ୍ର ଏପରି କରି ନିଜ ଦାୟିତ୍ବ ରାଜ୍ୟକୁ ଠେଲିଦେବାକୁ ବସିଛି ।

ଜଙ୍ଗଲ ଓ ପରିବେଶ ସନ୍ତୁଳନ ପାଇଁ ଯେତିକି ରାଜ୍ୟର ଦାୟିତ୍ବ  ସେତିକି ଦାୟିତ୍ବ କେନ୍ଦ୍ର ସରକାରଙ୍କର ମଧ୍ୟ । ଜଙ୍ଗଲରେ ନିଆଁ ଲାଗିଲା ବୋଲି ଏଠି ବିରୋଧୀ ପାଟିତୁଣ୍ଡ କରୁଛନ୍ତି । କିନ୍ତୁ ଜଙ୍ଗଲ ନିଆଁ ବାବଦରେ କେନ୍ଦ୍ରୀୟ ପାଣ୍ଠି ଦେବାରେ ବି ଓଡ଼ିଶା ଅବହେଳାର ଶିକାର ହେଉଛି । ଯେଉଁଠି ପାଣ୍ଠିର ଆବଶ୍ୟକ ରହିଛି ସେଠି ପାଣ୍ଠି ଦେଉନି କେନ୍ଦ୍ର । ଯଦି ଦେଉଛି ତାହେଲେ ଆର୍ଥିକ ବର୍ଷ ଶେଷବେଳକୁ । ଯେପରି ରାଜ୍ୟ ଖର୍ଚ୍ଚ କରିବାକୁ ସମୟ ପାଇବନି । ଆଉ ରାଜ୍ୟ ବିନିଯୋଗ ପ୍ରମାଣପତ୍ର ଦେଇ ନ ପାରିଲେ ବଦନାମ କରିହେବ । କେନ୍ଦ୍ରର ଏଭଳି ଚାଲାକି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।