spot_img
Home Blog Page 3461

ସରସ୍ବତୀ ଭଷାଣ ନାଁରେ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଡ୍ୟାନ୍ସ, ନାଚି ନାଚି ରାସ୍ତାରେ ଗଡ଼ିଲେ

ସାଲେପୁର: ସରସ୍ବତୀ ମୂର୍ତ୍ତି ବିସର୍ଜନ ନାଁରେ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ନାଚ । ରାସ୍ତାରେ ଡିଜେ ବଜାଇ ନାଚି ନାଚି ଧୂଳି ଉଡାଇଲେ । କିଏ ଡ୍ରେସ ଖୋଲି ନାଚିଲା ତ କିଏ ତଳେ ଗଡ଼ି ଦେଖାଇଲା ନାଗୀନ ଡ୍ୟାନ୍ସ । ତାହା ପୁଣି କଲେଜ ୟୁନିଫର୍ମରେ । କଲେକ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରାସ୍ତା ଉପରେ ଠାକୁର ବିସର୍ଜନ ନାଁରେ ଉତ୍ପାତ ମଚାଇଲେ ଛାତ୍ରଛାତ୍ରୀ । ଏଭଳି ବେସରମ ଘଟଣା ଘଟିଛି ନେମାଳ ଅଞ୍ଚଳରେ । ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରୁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । କଲେଜ କର୍ତ୍ତୃପକ୍ଷ ଏମିତି ଢଙ୍ଗରେ ମା’ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ଦେବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

ଖବର ଅନୁସାରେ, ଅନ୍ୟ ଶିକ୍ଷାନୁଷ୍ଠାନ ଭଳି ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ମଧ୍ୟ ଧୂମଧାମରେ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ କୌଣସି ଅସୁବିଧା ନାହିଁ । ବିଦ୍ୟାଦାତ୍ରୀଙ୍କ ପୂଜା ଶିକ୍ଷାନୁଷ୍ଠାନରେ ଜାକଜମକରେ କରାଯିବା ସ୍ବାଗତ ଯୋଗ୍ୟ । ହେଲେ କଲେଜ କର୍ତ୍ତୃପକ୍ଷ ଭୁଲିଗଲେ ସମସ୍ତ ହିତାହିତ ଜ୍ଞାନ । ମା’ଙ୍କ ଭଷାଣରେ ବଜାଇଲେ ଡିଜେ । ପିଲାଙ୍କୁ କଲେ ଭଷାଣ ଉତ୍ସବରେ ସାମିଲ । ତା’ପରେ ଆରମ୍ଭ ହୋଇଗଲା ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ଉଦଣ୍ଡ ନାଚ । ଗୀତରେ ତାଳ ଦେଇ ନାଚି ନାଚି ଧୂଳି ଉଡାଇଲେ ପିଲା । କଲେଜର କିଛି ଅଧ୍ୟାପକ ମଧ୍ୟ ଭଷାଣ ଉତ୍ସବରେ ହୋଇଥିଲେ ସାମିଲ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପାଠପଢ଼ା ସହ ସାମାଜିକ ଚଳିନି ଓ ଭଲ ସଂସ୍କାର ଶିକ୍ଷା ଦିଆଯାଇଥାଏ । ହେଲେ କଲେଜର ଅଧ୍ୟାପକଙ୍କ ଉପସ୍ଥିତିରେ କଲେଜ ଛାତ୍ରଛାତ୍ରୀ ଯେମିତି ନାଚଲେ ତାହା କଲେଜ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । କଲେଜ କାର୍ଯ୍ୟକ୍ରମରେ ଏଭଳି ଭଷାଣ ଉତ୍ସବ ପାଇଁ ଅନୁମତି ଦିଆଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଏମିତି ଭଷାଣ ଉତ୍ସବ ପାଇଁ ଅନୁମତି ଦେଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦

ଲକ୍ଷ୍ନୌ: ଆଜି ଦ୍ବିତୀୟ ଟି-୨୦ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟାରେ ଲକ୍ଷ୍ନୌରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବା ପରେ ଆଜି କର ବା ମର ସ୍ଥିତି । ଆଜିର ମ୍ୟାଚ୍ ଜିତି ପୁଣି ସରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍‌ ଜିତି ସିରିଜ କବଜା କରିବାକୁ ଚେଷ୍ଟା କରିବ ।

ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିବା ଥିବା ଭାରତ ଶେଷ ଦୁଇଟି ଟି-୨୦ ଜିତି ସିରିଜ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଶୁକ୍ରବାର ରାଞ୍ଚିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୧ ରନରେ ଘରୋଇ ଦଳକୁ ମାତ୍ ଦେଇଥିଲା । ନ୍ୟୁଜିଲାଣ୍ଡ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୯ ୱିକେଟ୍ ବିନିମୟରେ ୧୫୫ ରନ୍ କରିପାରିଥିଲା । ୧୫ ରନ୍ ମଧ୍ୟରେ ଶୀର୍ଷ ୩ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ପାଳିକୁ ସମ୍ଭାଳିଥିଲେ । ୱାସିଂଟନ୍ ସୁନ୍ଦର ଟି-୨୦ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ହୋଇନଥିଲା ।

ହକି ବିଶ୍ବକପ୍ ଫାଇନାଲ: ବେଲଜିୟମ-ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହାସମର

ଭୁବନେଶ୍ବର: ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।

ଗତ ବିଶ୍ବକପ ଚାମ୍ପିଅନ ବେଲଜିୟମ ପୁଣି ଥରେ ବିଶ୍ବ ବିଜୟୀ ହେବାକୁ ପ୍ରସ୍ତୁତ ଥିବା ବେଳେ ଜର୍ମାନୀ ମଧ୍ୟ କଡା ଟକ୍କର ଦେବାକୁ ତୟାର । ପ୍ରତି ମ୍ୟାଚରେ ସଂଘର୍ଷ କରି ଫାଇନାଲ ଟିକେଟ୍ ହାତେଇ ଥିବା ଜର୍ମାନୀ ବେଲଜିୟମକୁ ମାତ ଦେଇ ବିଶ୍ବ ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି । ସେପଟେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ଟକ୍କର ହେବ ।

ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ୍ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବେଲଜିୟମ୍ ୩-୨ ଗୋଲରେ ନେଦରଲାଣ୍ଡସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଗିନିଜ ବୁକ୍ ଅଫ ଓ୍ବାର୍ଲ୍ଡ ରେକର୍ଡସ୍

ଭୁବନେଶ୍ବର: ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ଼ ହକି ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଡଲ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ । ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ । ଭାରତର କ୍ରୀଡା ଇତିହାସରେ ବିର୍ସାମୁଣ୍ଡା ଲେଖିଲା ସ୍ବର୍ଣ୍ଣିମ ଅଧ୍ୟାୟ ।

ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ଅଫିସିଆଲ୍ ମାନ୍ୟତା ପାଇଛି । ଏହି ଖୁସି ଖବରକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆ । ଏହାସହ ଏହି ସମୟର ବିରଳ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି । ଖବର ଶୁଣି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ କରିବା ଫଳରେ ଓଡିଶାକୁ ସଫଳତା ମିଳିଛି । ମାତ୍ର 15 ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରିବା ଏକ ମିରାକିଲ୍ । ମାତ୍ର ଓଡ଼ିଶାର ନିଷ୍ଠାପର ଉଦ୍ୟମ ଏହାକୁ ବାସ୍ତବ ରୂପ ଦେଇଛି ।’

ପୂର୍ବରୁ FIH ସଭାପତି ତୟାବ ଇକ୍ରମ ମଧ୍ୟ ବିର୍ସାମୁଣ୍ଡା ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ବୋଲି କହିଥିଲେ । ସେ କହିଥିଲେ ‘ବିର୍ସାମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ବିଶ୍ବସ୍ତରୀୟ ବ୍ୟବସ୍ଥା କରିଛନ୍ତି । ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରାମରେ ଯାଇ ଖେଳ ଦେଖିପାରିବ ।’ FIH ସଭାପତିଙ୍କ ମନ୍ତବ୍ୟ ଆଉ ଏବେ  ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଫିସିଆଲ ମାନ୍ୟତା ଓଡ଼ିଶା ପାଇଁ ଗର୍ବ ନେଇ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଫାଇଭ ଟି ସଚିବ ।

ବଦଳିଲା ରାଷ୍ଟ୍ରପତି ଭବନ ଉଦ୍ୟାନର ନାଁ

ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନ ଉଦ୍ୟାନର ନାଁ । ମୋଗଲ ଗାର୍ଡେନ ବଦଳରେ ଏଣିକି ଏହା ଅମୃତ ଉଦ୍ୟାନରେ ନାମିତ ହେବ । ନୂଆ ନାଁକୁ ମିଳିଛି ରାଷ୍ଟ୍ରପତିଙ୍କ ଅନୁମୋଦନ । ରାଷ୍ଟ୍ରପତି ଭବନରେ ନିର୍ମିତ ଗାର୍ଡେନ ମୋଗଲମାନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ଏଥିରେ ଝରଣା, କେନାଲ, ପୋଖରୀ ଆଦି ରହିଛି । ଆଫଗାନିସ୍ତାନ, ବାଂଲାଦେଶ, ଭାରତ ଓ ପାକିସ୍ତାନରେ କେତେକ ମୋଗଲ ଗାର୍ଡେନ ରହିଥିବାବେଳେ କେନ୍ଦ୍ର ଏସୀୟ ଦେଶଗୁଡିକ ତୁଳନାରେ ସେଗୁଡିକ ଭିନ୍ନ ।

ମୋଗଲ ଗାର୍ଡେନ ମଧ୍ୟରେ ରହିଛି ହର୍ବାଲ ଗାର୍ଡେନ, ମ୍ୟୁଜିକାଲ ଗାର୍ଡେନ, ସ୍ପିରିଚୁଆଲ ଗାର୍ଡେନ । ଅମୃତ ଉଦ୍ୟାନକୁ ଆସନ୍ତା ଜାନୁଆରୀ ୩୧ରୁ ମାର୍ଚ୍ଚ ୨୬ ଯାଏ ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ।ପ୍ରାୟ ୧୫ ଏକର ପରିମିତ ଇଲାକାରେ ଏହି ଗାର୍ଡେନ ପ୍ରତିଷ୍ଠିତ । ମୋଗଲ ଗାର୍ଡେନ ଯଦିଓ ମୋଗଲଙ୍କ ଦ୍ବାରା ଡିଜାଇନ କରାଯାଇଥିଲା ତଥାପି ଏହାକୁ ଆଧୁନିକ ରୂପ ଦେଇଥିଲେ ସାର୍ ଏଡଓ୍ବିନ ଲ୍ୟୁଟିନସ ।

ରାଜ୍ୟ ସରକାରଙ୍କ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି । ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି । ଏହି କ୍ରମରେ କ୍ରେମର ଓଡ଼ିଶାର ପୁରୀ ଓ ଭୁବନେଶ୍ବର ଭଳି ସ୍ଥାନକୁ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସହ ଯଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏଥ୍ଖରେ ଉପକୃତ ହେଉଥ୍ଖବା ହିତାଧ୍ଖକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ କ୍ରେମର ଓ ତାଙ୍କ ଟିମ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହାଦ୍ବାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ମଧ୍ୟ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି । ଏହି ଅବସରରେ କ୍ରେମର ଟ୍ୟାପରୁ ପାଣି ମଧ୍ୟ ପିଇଛନ୍ତି ।

ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳ ପରିଦର୍ଶନ କରିସାରି କ୍ରେମର ଓ ତାଙ୍କ ଟିମ୍ ଗୃହ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାତନନ୍‌ଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟର ସହରାଚଂଳ ବିକାଶ କ୍ଷେତ୍ରରେ ସହଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଥିବା ପ୍ରକାଶ । ଆଲୋଚନା ସମୟରେ ନଗରଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ସାରିଛି । ସେହିପରି ଗତ ଡିସେମ୍ବର ମାସରେ ଆଉ ୩ ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ କାର‌୍ୟ୍ୟ ଆରମ୍ଭ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଚଂଳରୁ ୮୫ଟିରେ ଶତପ୍ରତିଶତ ପାଇପ ଜଳ ଯୋଗାଣରେ ବ୍ୟବସ୍ଥା କରିସାରି ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ରାଜ୍ୟ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛନ୍ତି  ।

୩ ବର୍ଷ ତଳେ ୫ଟି ଉପକ୍ରମରେ ଆରମ୍ଭ ହୋଇଥ୍ଖବା ଏହି କାର‌୍ୟ୍ୟକ୍ରମରେ ଆଜି ସାରା ଦେଶର ରୋଲ ମଡେଲ ସାଜିଛି । ଏହିଦ୍ବାରା ମିଶନ ଶକ୍ତିର ମହିଳାମାନେ ସହରାଞ୍ଚଳରେ ଜଳସାଥୀ ଭାବେ ମଧ୍ୟ କାର‌୍ୟ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର‌୍ୟ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ପାଖାପାଖ୍ଖ ୭୦ କୋଟି ଟଙ୍କା ଜଳକର ଆଦାୟ କରିସାରିଛନ୍ତି । ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ପରି କାର‌୍ୟ୍ୟକ୍ରମ ଓଡ଼ିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ।

କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ । ଚଳିତ ବିଶ୍ବକପର ଶେଷ କ୍ଲାସିଫିକେସନ ମ୍ୟାଚରେ କଙ୍ଗାରୁ ଦଳକୁ ୦-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଆଜି ହକି ବିଶ୍ବକପ୍‌ରେ ଖେଳାଯାଇଥିଲା ୪ଟି କ୍ଲାସିଫିକେସନ ମ୍ୟାଚ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ୮ଟି ଟିମ୍ । ପ୍ରଥମ ମ୍ୟାଚରେ ଜାପାନକୁ ୨-୩ ଗୋଲରେ ହରାଇଥିଲା ମାଲେସିଆ । ଦ୍ବିତୀୟ ମ୍ୟାଚରେ ଚିଲିଠାରୁ ୨-୪ ଗୋଲରେ ଫ୍ରାନ୍ସ ବିଜୟୀ ହୋଇଥିଲା ।

ସେହିପରି ଅପରାହ୍ନ ୪ଟା ୩୦ରେ ଆର୍ଜେଣ୍ଟିନା ଓ ଓ୍ବେଲସ ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଏକପାଖିଆ ଭାବେ ଓ୍ବେଲସକୁ ୦-୬ ଗୋଲରେ ହରାଇଥିଲା ଆର୍ଜେଣ୍ଟିନା । ସଂଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ଭାରତ । ଏଥିରେ ଦକ୍ଷିଣ ଆଫ୍ରିକାକୁ ୦-୩ ଗୋଲରେ ହରାଇଛି ଭାରତ । ଆସନ୍ତାକାଲି ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦଲାଣ୍ଡସ ମଧ୍ୟରେ ହେବ ମୁକାବିଲା । କଳିଙ୍ଗରେ ହେବ ଫାଇନାଲ ଲଢେଇ । ଚଳିତ ବିଶ୍ବକପରେ ଫାଇନାଲରେ ପହଞ୍ଚିଛନ୍ତି ଜର୍ମାନୀ ଓ ବେଲଜିୟମ ।

ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ: ପୁରୀରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ । ଶ୍ରୀକ୍ଷେତ୍ରର ଲୋକକଳା ନୃତ୍ୟର ପ୍ରଚାର ପ୍ରସାର ପାଇଁ ମହୋତ୍ସବର ପରିକଳ୍ପନା । ଉଦଘାଟନୀ ଦିବସରେ ପୁରୀର ଦୋଳମଣ୍ଡପ ସାହି ଆଖଡ଼ା ପକ୍ଷରୁ ପରିବେଷଣ କରାଯାଇଥିଲା ପାରମ୍ପରିକ ନୃତ୍ୟ କଳା । ଏହାସହ ପାରମ୍ପରିକ ସାହି ଯାତ, ନାଗା, ମେଢ଼, ଦୁଲଦୁଲି, ଘଣ୍ଟୁଆ, ଯୋଡ଼ି ଶଙ୍ଖ ଓ ଅନ୍ୟାନ୍ୟ ସମରକଳା ପ୍ରଦର୍ଶିତ ହୋଇଥିଲା ।

ଆଗାମୀ ଦିନ ମାନଙ୍କରେ ଆଠ ସାହି ଆଖଡ଼ା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗୁଣ୍ଡିଚା ମନ୍ଦିର ପାଖ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳାର ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଆସନ୍ତା ୩୧ ତାରିଖରେ ଏହି ମହୋତ୍ସବ ଉଦଯାପିତ ହେବ ।

Fighter Plane Crash Update :ଆକାଶରେ ମୁହାଁମୁହିଁ ଧକା ହୋଇଥିଲେ ଦୁଇ ଲଢୁଆ ବିମାନ ?

ନୂଆଦିଲ୍ଲୀ : ଶନିବାର ସକାଳେ ମଧ୍ୟପ୍ରଦେଶର ମୋରେନାରେ ହୋଇଥିବା ବିମାନ ଦୁର୍ଘଟଣାରେ ଜଣେ ପାଇଲଟ୍ ସହିଦ ହୋଇଛନ୍ତି । ମିରାଜ -୨୦୦୦ ଲଢୁଆ ବିମାନର ପାଇଲଟ୍ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ । ତେବେ ଏହି ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ କୋର୍ଟ୍ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି ।

ଦୁଇ ଉଦ୍ଧାର,ଜଣେ ସହିଦ

ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ସହିତ ବାୟୁସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବାୟୁସେନାର ଏକ ହେଲିକପ୍ଟର ଦୁଇ ଜଣ ଆହତ ପାଇଲଟଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ଗ୍ୱାଲିୟର ବେସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ମିରାଜ୍ ପାଇଲଟ୍ ସହିଦ ହୋଇଛନ୍ତି । ଦୁର୍ଘଟଣା ପରେ ସୁଖୋଇ-୩୦ର ଦୁଇ ପାଇଲଟ୍ ପ୍ଲେନରୁ ଇଜେକ୍ଟ କରିଯାଇଥିଲେ କିନ୍ତୁ ମିରାଜ ପାଇଲଟ୍ ବାହାରି ପାରିନଥିଲେ ।

ମଝି ଆକାଶରେ ମୁହାଁମୁହିଁ ଧକ୍କା ?

ଅନୁମାନ କରାଯାଉଛି ଯେ, ଦୁଇ ବିମାନ ଅଭ୍ୟାଶ ଉଡାଣରେ ଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲେ । ଯୁଦ୍ଧକାଳୀନ ଅଭ୍ୟାଶ କ୍ରମରେ ବିମାନ ମାନେ ୱାର ଫର୍ମେସନରେ ପାଖାପାଖି ଉଡିଥାନ୍ତି । ଏହି ସମୟରେ ମୁହାଁମୁହିଁ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ତେବେ ବାୟୁସେନା ତରଫରୁ ଏନେଇ ସ୍ପଷ୍ଟ ଭାବେ କିଛି ମଧ୍ୟ କୁହାଯାଇନାହିଁ ।

 

 

ଲଦାଖକୁ ବଞ୍ଚାଇବା ଲାଗି ମାଇନସ୍‌ ତାପମାତ୍ରାରେ ଅନଶନ

ଲଦାଖ: ଲଦାଖକୁ ବଞ୍ଚାଇବା ଲାଗି ମାଇନସ ତାପମାତ୍ରାରେ ଅନଶନ। ଲଦାଖ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବରଫ ଉପରେ ଧାରଣା ଦେଇଛନ୍ତି ସୋନମ ଓ୍ବାଙ୍ଗଚୁକ୍ । ସୋନମ ଓ୍ବାଙ୍ଗଚୁକ ଜଣେ ସମାଜ ସଂସ୍କାରକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିଲା ବଲିଉଡ ମୁଭି ଥ୍ରୀ ଇଡିଅଟସ । ଲଦାଖର ଫିଆଙ୍ଗ ସ୍ଥିତ ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ଲଦାଖ ନିକଟରେ ସେ ଦେଇଛନ୍ତି ଧାରଣା ।

ଲଦାଖ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ପରିବେଶଗତ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ସୋନମ । କିଛି ବର୍ଷ ଧରି ଲଦାଖର ଜମି, ସାଂସ୍କୃତିକ ମହତ୍ବର ସୁରକ୍ଷା ଲାଗି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଲଦାଖରେ ତାପମାତ୍ରା ମାଇନସ ୨୦ ଡିଗ୍ରୀ ସେଲସିୟସ ରହିଥିବାବେଳେ ଜୀବନ ପ୍ରତି ଖାତିର ନକରି ଅନଶନରେ ଅଛନ୍ତ ସୋନମ । ତାଙ୍କ ମତରେ ଯଦି ଗ୍ଲାସିୟର ନଷ୍ଟ ହୋଇଯାଏ ତେବେ ଦେଶରେ ଜଳ ସମସ୍ୟା ଅଧିକ ଉତ୍କଟ ହେବ । କେତେକ ଗବେଷକଙ୍କ ମତରେ ଲଦାଖର ପ୍ରାୟ ଦୁଇ ତୃତୀୟାଂଶ ଗ୍ଲାସିୟର ବିଲୁପ୍ତି ବଳୟରେ ରହିଛି ।