ନନ୍ଦିଘୋଷ ବ୍ୟୁରୋ : ଅଟୋ ଚାଳକଙ୍କ ମହାନତା। ଷାଠିଏ ହଜାର ଟଙ୍କା ଫେରାଇଲେ ଅଟୋ ଚାଳକ । ଚିନ୍ତାଖାଳି ଗାଁର ସତ୍ୟ ନାରାୟଣ ଦୋରା ଅଟୋରେ ଗଞ୍ଜାମ ଦିଗପହଣ୍ଡିରୁ ଗଲାବେଳେ ଟଙ୍କା ବ୍ୟାଗକୁ ଛାଡିଦେଇଥିଲେ। ପରେ ଅଟୋରେ ବ୍ୟାଗ ଦେଖିଥିଲେ ଚାଳକ । ସେହି ରାସ୍ତାରେ ଲାଗିଥିବା ସିସି କ୍ୟାମେରାରେ ଅଟୋକୁ ଜାଣିବା ପରେ ଯୋଗାଯୋଗ କରାଯାଇଥିଲା l ଅଟୋ ଚାଳକ ଟୁକୁନା ସେଠୀ ଥାନାରେ ଆସି ଟଙ୍କା ଥିବା ବ୍ୟାଗକୁ ଫେରାଇ ଥିଲେ l ଅଟୋ ଚାଳକଙ୍କ ଏହି କାର୍ଯ୍ୟ ପାଇଁ ପ୍ରଂଶସା କରାଯାଇଛି l
ପାଥୋଲୋଜି ଲ୍ୟାବରେ ଭୟଙ୍କର ଅଗ୍ନିକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ପାଥୋଲୋଜି ଲ୍ୟାବରେ ଲାଗିଛି ଭୟଙ୍କର ନିଆଁ । ଅଗ୍ନକାଣ୍ଡ ଭୟଙ୍କର ହୋଇଛି । ଗୁଜୁରାଟର ଭାବନଗର ସହରର କାଲା ନାଲା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ତଳ ମହଲାରୁ ଲାଗିଥିବା ନିଆଁ ଧିରେ ଧିରେ ଉପରକୁ ବ୍ୟାପିଥିଲା । ତେବେ ସମ୍ପୂର୍ଣ୍ଣ ବିଲ୍ଡିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ୧୯ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୫୦ରୁ ଅଧିକ ଅଗ୍ନଶମ କର୍ମଚାରୀ ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସକାଳରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଏଥିରେ କୌଣସି ଜୀବନ ଯାଇନଥିବା ଜଣା ପଡ଼ିଛି । ତେବେ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଜୋରଦାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସେଞ୍ଚୁରି ମାରିବ କି ଟଙ୍କା ; ଟଙ୍କାର ମୂଲ୍ୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି
ନନ୍ଦିଘୋଷ ବ୍ୟୁରୋ : ସେଞ୍ଚୁରି ମାରିବ କି ଟଙ୍କା। ରେକର୍ଡ ସ୍ତରକୁ ଖସିଲା ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆଜି ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ଅଛି ୯୦ ଟଙ୍କା ୧୩ ପଇସା । ପ୍ରଥମ ଥର ପାଇଁ ଏହା ୯୦ ପାର୍ କରିଛି। ଗତକାଲି ଏହା ୮୯.୮୭୪ ଟଙ୍କାରେ ପହଞ୍ଚିଛି। ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଦିନକୁ ଦିନ ଡଲାର ଶକ୍ତିଶାଳୀ ହେଉଛି ଏବଂ ଦୁର୍ବଳ ହେଉଛି ଟଙ୍କା। ଅକ୍ଟୋବରରେ ଟ୍ରେଡ୍ ସେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ନେଇ ବିଶ୍ଵ ବଜାରରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଛି। ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି, ଏହି ଧାରା ଆଗକୁ ବି ବଜାୟ ରହିବ। ଟଙ୍କା ମୂଲ୍ୟ ଆହୁରି ହ୍ରାସ ଘଟିବ। ଏପରିକି ଆମେରିକା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟି ୧୦୦ ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

