spot_img
Home Blog Page 3522

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୂତାର

ଭୁବନେଶ୍ବର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ଏହି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି l

ସୁଭାଷ ବୋଷ ଚନ୍ଦ୍ର ବୋଷ ରୟାଲ ହୋଟେଲ ରେ ପାଖାପାଖି ତିନି ମାସ ରହି, ସେଠାରେ ଥିବା ଏକ ପଡିଆରେ; ଇଣ୍ଡିଆନ ନେସନାଲ ଆର୍ମିକୁ ଟ୍ରେନିଂ ଦେଉଥିଲେ l ଭାରତୀୟ ସମୟ ସକାଳ 4ଟା 30ମିନିଟ ସମୟରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦେଇଛନ୍ତି l ସୂଚନା ଅନୁଯାଇ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲେଣି ।

ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତ ସ୍ୱାଧୀନ କରିବାକୁ ଯାଇଥିଲେ। ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ବିଦେଶ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ସେ ଚିନ୍ତା କରିଥିଲେ। ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ଗତ ବର୍ଷ ଠାରୁ ସେ ବିଦେଶ ମାଟିରେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି ।

ହକି ବିଶ୍ବ କପ୍‌ର କ୍ରସ ଓଭର ମ୍ୟାଚ୍: ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର: ହକି ବିଶ୍ବ କପ୍‌ର କ୍ରସ ଓଭର ମ୍ୟାଚ୍ । ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ଜର୍ମାନୀ । ୫-୧ ଗୋଲରେ ଫ୍ରାନ୍ସ ଠାରୁ ବିଜୟ ହାସଲ କରିନେଇଛି ଜର୍ମାନୀ । ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ ଆରମ୍ଭ ହେବ କ୍ରସ ଓଭର ଟକ୍କର । ଆଜି ସରୁଛି କ୍ରସ ଓଭର ରାଉଣ୍ଡ । କାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା । ଗତକାଲି ସରିଛି ଦୁଇଟି କ୍ରସ୍ ଓଭ ମ୍ୟାଚ୍ । ପ୍ରଥମ ମ୍ୟାଚରେ ମାଲେସିଆକୁ ସ୍ପେନ ସୁଟଆଉଟରେ ହରାଇ କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠୁ ପେନାଲ୍ଟି ସୁଟଆଉଟରେ ପରାଜିତ ହୋଇ ବିଶ୍ୱକପ୍ ଅଭିଯାନ ଶେଷ କରିଥିଲା ।

ବିବାହର ପ୍ରତିଶୃତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ, ଏବେ ଧରାଛୁଆଁ ଦେଉନି ଯୁବକ

କନ୍ଧମାଳ: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରିରୀକ ସମ୍ପର୍କ । ପରେ ଯୁବକ ଜଣକ ବିବାହରୁ ମୁହଁ ଫେରାଉଥିବା ଅଭିଯୋଗ । ନ୍ୟାୟ ପାଇଁ କନ୍ଧମାଳ ଏସପିଙ୍କ ଦ୍ବରସ୍ଥ ହେଲେ ପୀଡିତା ଓ ପରିବାର ଲୋକେ l ଖଜୁରୀ ପଡ଼ା ଥାନା ଅଞ୍ଚଳରେ ରହୁଥିବା ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ସୁମନ୍ତ ବେହେରା ନାମକ ଜଣେ ଯୁବକ ଫୋନ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ ।

ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ତେବେ ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଏବେ ଧରାଛୁଆଁ ଦେଉନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏନେଇ ପୀଡିତାଙ୍କ ଭାଇ ଫୁଲବାଣୀ ଟାଉନ୍ ଥାନା ଗତ 27 ତାରିଖରେ ଏକ ଦୁଷ୍କର୍ମ ମାମଲ ରୁଜୁ କରିଥିଲେ l ଏହି ମାମଲା ରୁଜୁ ପରେ ଫୋନ୍ ଯୋଗେ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ପରିବାର ଲୋକ ।

 

କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିବ ମାରି କମଙ୍କ ନେତୃତ୍ବାଧୀନ କମିଟି

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ମହାସଙ୍ଘ ଆନ୍ଦୋଳନ ପ୍ରସଙ୍ଗ । ଭାରତୀୟ କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିବ ମାରି କମ୍ ନେତୃତ୍ବାଧୀନ କମିଟି । WFI ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା 7 ଜଣିଆ କମିଟିରେ ମାରି କମଙ୍କ ସମେତ ରହିଛନ୍ତି ଯୋଗେଶ୍ବର ଦତ୍ତ ।

କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟିରେ ଅନ୍ୟମାନଙ୍କ ମଧ୍ୟରେ କମିଟିରେ ସ୍ଥାନ ପାଇଥିଲେ ତଲିସ ରାୟ, ଶ୍ଳୋକ ଚନ୍ଦ୍ରା ଓ ଅଳକାନନ୍ଦ ଅଶୋକ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି- ଆସନ୍ତା ଏକ ମାସ ମଧ୍ୟରେ ଯୌନ ନିର୍ଯାତନା ସମେତ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ ଏହି କମିଟି କରିବ । ତଦନ୍ତ ବେଳେ କମିଟି ବିଭିନ୍ନ ପକ୍ଷ ସହ ଆଲୋଚନା କରିବା ପରେ ରିପୋର୍ଟ ଦେବ । ସେହି ସମୟ ଯାଏ ସଂଘର ଦୈନନ୍ଦିନ କାର୍ଯ୍ୟକଳାପ ପ୍ରସଙ୍ଗରେ କମିଟି ନିଷ୍ପତ୍ତି ନେବ ।

ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅ ସୋନାଲି ସାହୁଙ୍କ କମାଣ୍ଡ୍

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି । ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

୧୪୮ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ୱ ତୁଲାଉଛନ୍ତି । କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନସାକାର ହୋଇଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ ପାଇଁ ୧୪୮ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି ।

ଜାନୁଆରି ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡେଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି । ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗାଁର ସୋନାଲି କର୍ତ୍ତବ୍ୟପଥରେ ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ହେବ ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଂଗସାଥୀ, ପରିବାରବର୍ଗ ଓ ବିଶେଷ କରି କଲେଜର ଏନସିସି ଶିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି ।

ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡି ସହ ମେଣ୍ଟ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ । ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଞ୍ଚିତ ବହୁଜନ ଅଘାଡି ବା ଭିବିଏ ସହ ମେଣ୍ଟ କରିଛନ୍ତି । ବର୍ତ୍ତମାନ ଭିବିଏର ନେତୃତ୍ବ ନେଉଛନ୍ତି ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର । ମେଣ୍ଟ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ କହିଛନ୍ତି- ସମ୍ବିଧାନକୁ ଅକ୍ଷୁଣ୍ଣ ରଖିବା ଲାଗି ଦୁଇ ଦଳ ଏକାଠି ହୋଇଛନ୍ତି । ଗତବର୍ଷ ଜୁନରେ ଏକନାଥ ସିନ୍ଦେ ବିଦ୍ରୋହ କରିବାରୁ ମହାବିକାଶ ଅଘାଦି ସରକାରର ପତନ ଘଟିଥିଲା ।

ସେହିଦିନଠାରୁ କ୍ଷମତାରୁ ଅନ୍ତର ହୋଇଥିଲେ ଉଦ୍ଧବ । ପ୍ରକାଶ କହିଛନ୍ତି- ତାଙ୍କ ଦଳକୁ ଏମଭିଏରେ ଉଭୟ କଂଗ୍ରେସ ଓ ଏନସିପି ଗ୍ରହଣ କରିବେ ବୋଲି ସେ ଆଶା କରୁଛନ୍ତି । ଏହା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି ସଂସ୍ଥାଗୁଡିକୁ ଯେପରି ଭାବେ ବିଜେପି ସରକାର ବ୍ୟବହାର କରୁଛନ୍ତି ତାହାକୁ ପ୍ରକାଶ ବିରୋଧ କରିଛନ୍ତି । ବୃହନମୁମ୍ବାଇ ମହାନଗର ନିଗମ ନିର୍ବାଚନ ଆସନ୍ତା ମାର୍ଚ୍ଚରେ ହେବା ସମ୍ଭାବନା ରହିଥିବାବେଳେ ଉଦ୍ଧବ ଓ ପ୍ରକାଶଙ୍କ ମଧ୍ୟରେ ମେଣ୍ଟ ଅନେକ ସମ୍ଭାବନା ସୃଷ୍ଟି କରିଛି । ବିଭାଜନ ପରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାମ ରହିଥିଲା ବାଲାସାହେବାଞ୍ଚି ଶିବସେନା ।

ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛି: ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ: ଏବେ ଆଉ ରାଜ୍ୟପାଳ ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ଗତ ଦିନରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ଭଗତ ସିଂହ କୋଶ୍ୟାରୀ । ଏବେ ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ।

ଭଗତ ସିଂ କୋଶ୍ୟାରୀ ସୋମବାର କହିଛନ୍ତି, ମୁଁ ପିଏମ ମୋଦୀଙ୍କୁ ନିଜର ସମସ୍ତ ରାଜନୌତିକ ଦାୟିତ୍ୱରୁ ମୁକ୍ତ ହେବାର ଇଚ୍ଛା ସମ୍ପର୍କରେ ଅବଗତ କରାଇଛି । ପ୍ରକାଶଯୋଗ୍ୟ, କୋଶ୍ୟାରୀ ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ବୟାନ ପରେ ହିଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ଅମିତ ଶାହଙ୍କୁ ପଚାରିଥିଲେ ଯେ ସେ ହିଁ କୁହନ୍ତୁ ଯେ ସେ ଏବେ କରିବେ କଣ?

ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିଜର ଇଚ୍ଛା ସହ ଅବଗତ କରାଇଛନ୍ତି । କୋଶ୍ୟାରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଏବଂ ତାଙ୍କୁ ସୂଚିତ କରିଛନ୍ତି ଯେ ସେ ଏବେ ସମସ୍ତ ରାଜନନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ରାଜଭବନ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ରାଜ୍ୟପାଳ କୋଶ୍ୟାରୀ ନିଜର ବାକି ଜୀବନ ପଢ଼ିବା, ଲେଖିବା ଏବଂ ଅନ୍ୟ କାର୍ଯ୍ୟରେ ବିତାଇବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି ।

ଇଞ୍ଜିନିରିଂ କଲେଜରେ ନାମ ଲେଖାଇ ଦେବାକୁ କହି ଠକିନେଲେ ୩୩ଲକ୍ଷ

ଭୁବନେଶ୍ୱର: ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ଦେବାକୁ ପ୍ରଲୋଭନ ଦେଖାଇ ୩୩ ଲକ୍ଷ ୭୫ ହଜାର ଟଙ୍କାର ଲଗାଇଥିଲା ଚୂନ । ଭୁବନେଶ୍ୱର ଅଞ୍ଚଳର ଦିବ୍ୟସିଂହ ପୁଜାରୀକୁ ଗିରଫ କଲା ରାଉରକେଲା ପୋଲିସ । ରାଉରକେଲା ସହରର ସେକ୍ଟର ୧୯ ଥାନାରେ ଅଭିଯୋଗ ହେଵା ପରେ ପୋଲିସ ଅଭିଯୁକ୍ତ ଠକ ଦିବ୍ୟସିଂହକୁ ଭୁବନେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

୭୫ ହଜାର ଟଙ୍କା ଠକି ନେଇଥିବା ସେକ୍ଟର ୧୯ ଥାନାରେ ଅଭିଯୋଗ ହୋଇଥିଲା । ପ୍ରସନ୍ନଙ୍କ ପୁଅର ଆଡ଼ମିଶନ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରି ଦେଵାର ପ୍ରତିଶ୍ରୁତି ଦେଇ ଦିବ୍ୟସିଂହ ପୁଜାରୀ ଟଙ୍କା ଠକିବା ଆରମ୍ଭ କରିଥିଲେ । ୨୦୨୨ ମସିହା ଅଗଷ୍ଟ ୨୪ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ଟଙ୍କା ନେଵା ପରେ ବିଭିନ୍ନ ପର୍ଯ୍ୟାୟରେ ୩୩ ଲକ୍ଷ ୭୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ହକି ବିଶ୍ୱକପ୍‌ ଟିକେଟ୍‌ ବ୍ଲାକ୍ କରି ବନ୍ଧାହେଲେ ୪ ବ୍ଲାକର୍‌

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଟିକେଟ୍‌ ବ୍ଲାକ୍ କରି ବନ୍ଧାହେଲେ ବ୍ଲାକର୍‌ । ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ୪ ଜଣ ଟିକେଟ ବ୍ଲାକରଙ୍କୁ ଗିରଫ କରିଛି । ୮ ଟି ଟିକେଟ ଜବତ କରିଛି ପୋଲିସ । ବ୍ଲାକରମାନେ ୧୦ ଗୁଣା ଦରରେ ହକି ଟିକେଟ ବିକ୍ରି କରୁଥିଲେ । ପୂର୍ବରୁ କିଛି ଟିକେଟ୍‌ ବ୍ଲାକରଙ୍କୁ ନୟାପଲ୍ଲୀ ଓ ସହିଦନଗର ଥାନା ପୋଲିସ ଗିରଫ କରିଥିଲେ ।

ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା ନେଇ କୌଣସି ପ୍ରମାଣ ନାହିଁ : ଦିଗବିଜୟ ସିଂ

ଜମ୍ମୁ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଦିଗବିଜୟ ସିଂ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କୌଣସି ରିପୋର୍ଟ ରଖିନାହାନ୍ତି । ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ମିଛ ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉକି ୨୦୧୯ରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଯାଇଥିଲେ । ସେହିପରି ଉରିରେ ଆତଙ୍କବାଦୀ ଆକ୍ରମଣର ୧୦ ଦିନ ପରେ ଭାରତୀୟ ଯବାନମାନେ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀ ସୋମବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାର ଜମ୍ମୁ ଗସ୍ତ ସମୟରେ ଆସିଛି । ଏକ ସଭାରେ ଦିଗବିଜୟ କହିଥିଲେ, ଆମର ସିଆରପିଏଫର ୪୦ ଯବାନ ପୁଲୱାମାରେ ଶହୀଦ ହୋଇଥିଲେ ।

ସିଆରପିଏର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ ଯେ ଯବାନମାନଙ୍କୁ ଏୟାରଲିଫ୍ଟ କରାଯିବା ଆବଶ୍ୟକ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ସହମତ ହୋଇନଥିଲେ । ଏମିତି ଭୁଲ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ ପୁଲୱାମା ଉପରେ କୌଣସି ରିପୋର୍ଟ ରଖାଯାଇନାହିଁ । ସେ ଆଗକୁ କହିଥିଲେ, ପ୍ରଧାନମନ୍ତ୍ରୀ ଦାବି କରିଥିଲେ ଯେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି, କିନ୍ତୁ ପ୍ରମାଣ ଦେଖାଇନଥିଲେ । ସେ କେବଳ ମିଛ ପ୍ରଚାର କରିଥାନ୍ତି । ଉରି ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୦ ଦିନ ପରେ ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁଥିରେ ୧୮ ସୈନିକ ଶହୀଦ ହୋଇଥିଲେ ।