spot_img
Home Blog Page 3560

ହଟିଲା କଟକଣା, ଆଜିଠୁ ବାବା ଧବଳେଶ୍ବରଙ୍କ ଦର୍ଶନ

କଟକ: ଆଜିଠୁ ଆଠଗଡ଼ସ୍ଥିତ ଧବଳେଶ୍ବର ପୀଠକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଉପ ଜିଲ୍ଲାପାଳ । ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ଝୁଲାପୋଲ ଅସୁରକ୍ଷିତ ଥିବାରୁ ନଭେମ୍ବର ୧ ତାରିଖଠାରୁ ଧବଳେଶ୍ବରଙ୍କ ପୀଠରେ ଲାଗିଥିଲା ୧୪୪ ଧାରା । ମନ୍ଦିର ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା । ଏଲଇଡି ସ୍କ୍ରିନରେ ଦର୍ଶନ କରିପାରୁଥିଲେ ଭକ୍ତ । ଧବଳେଶ୍ବର ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ । ପ୍ରଶାସନର ନିଷ୍ପତ୍ତି ପରେ ଖୁସି ବ୍ୟକ୍ତି କରିଛନ୍ତି ଶ୍ରଦ୍ଧାଳୁ ।

ଲେଖାହେବ ହକି କାହାଣୀର ଆଉ ଏକ ଅଧ୍ୟାୟ, ଆଜି ପୁରୁଷ ବିଶ୍ବକପ ହକି ଉଦଘାଟନୀ ଉତ୍ସବ

କଟକ: ଆଜି କମ୍ପିବ କଟକ, ଦୁଲୁକିବ ବାରବାଟୀ । ଓଡ଼ିଶାରେ ଲେଖାହେବ ହକି କାହାଣୀର ନୂଆ ଅଧ୍ୟାୟ । ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହେବ ହକି ବିଶ୍ବକପ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶ ବିଦେଶର ଅତିଥି ଯୋଗଦେବେ । ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ । ଓଲିଉଡ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଉତ୍ସବରେ ସାମିଲ ହେବେ  । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମର ଜଲଓ୍ବା ଦେଖିବ ବିଶ୍ବ ।

ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବନାଇଛନ୍ତି ବିଶ୍ବକପ୍ ଆନ୍ଥେମ୍ । ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ। ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ମଧ୍ୟ ସାମିଲ ହେବେ । ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଛି କଟକ । ରାସ୍ତା ସାରା ସୌନ୍ଦର୍ଯ୍ୟର ପସରା । ବଡ଼ ବଡ଼ ହୋଡିଂ ସହିତ କଲରଫୁଲ ବ୍ୟାନର । ଷ୍ଡାଡିୟମ ରାସ୍ତାର ଗୌରବ ବଢାଉଛି ବ୍ରୋଞ୍ଜ ମୂର୍ତ୍ତି । ବିଭିନ୍ନ ଛକରେ ଓ୍ବାର୍ଲ୍ଡକପ ଟ୍ରଫିକୁ ସ୍ବାଗତ ପାଇଁ ଅପେକ୍ଷା କରିଛି ତୋରଣ ।

ପୃଥ୍ୱୀ-୨ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩-ନଂ ଲଞ୍ଚପ୍ୟାଡରୁ ପରୀକ୍ଷା ହେଲା ପୃଥ୍ବୀ-୨ ମିସାଇଲ । ସଂନ୍ଧ୍ଯା ୮ ଟା ୩୦ ମିନିଟରେ ହେଲା ରାତ୍ରୀକାଳୀନ ପରୀକ୍ଷା । ଉତକ୍ଷେପଣରୁ ମିଳିଥିବା ତଥ୍ଯକୁ ନେଇ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମିକ୍ଷା କରୁଛନ୍ତି । ସ୍ଥଳଭାଗରୁ ସ୍ଥଳଭାଗକୁ ପୃଥ୍ବୀ-୨ ମିସାଇଲ ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲର ଆଜିର ପରୀକ୍ଷଣରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବ୍ୟବହାର କରାଯାଇଛି।

କାଲିଠାରୁ ଆଠଗଡ ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ଭକ୍ତ

ଆଠଗଡ଼: କାଲିଠାରୁ ଆଠଗଡ ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଲେ ଆଠଗଡ ଉପ ଜିଲ୍ଲାପାଳ । ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ଵରଙ୍କ ପୀଠରେ ଲଗାଯାଇଥିଲା ୧୪୪ ଧାରା । ମନ୍ଦିର ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା । ଧବଳେଶ୍ଵର ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ । ସମସ୍ତ ଦାବି ଉପରେ ବିଚାର କରିବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନ ହେବ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଥିବା ଭକ୍ତମାନେ ଏବେ ଦର୍ଶନ କରିପାରିବେ ।

ଦସୁନଙ୍କ ଦମଦାର ଶତକ ଉପରେ ଭାରି ପଡ଼ିଲା ବିରାଟଙ୍କ ସେଞ୍ଚୁରୀ, ୬୭ ରନରେ ଭାରତ ଜିତିଲା ପ୍ରଥମ ଦିନିକିଆ

ଗୌହ୍ୱାଟୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୌହ୍ୱାଟୀରେ ଶେଷ ହୋଇଛି । ଏହି ମ୍ୟାଚ୍ ବାରତ ୬୭ ରନରେ ଜିତିନେଇଛି । ହେଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶନାକା ଜବରଦସ୍ତ ବ୍ୟାଟିଂ କରିଥିଲେ । ତାଙ୍କର ଶତକୀୟ ପାରି ବେକାର ଯାଇଛି, କାରଣ ଯେତବେଳେ ଦଳକୁ ଭଲ ଆରମ୍ଭ ଆବଶ୍ୟକ ଥିଲା ସେତବେଳେ ଦଳ ଖରାପ ପ୍ରଦର୍ଶନ କରିଥିଲା । ଶେଷ ଭାଗରେ ଶନାକା ଶତକ ମାରିଥିଲେ ସତ ହେଲେ ସେତବେଳକୁ ଶ୍ରୀଲଙ୍କା ମ୍ୟାଚରୁ ବାହାର ହୋଇଯାଇଥିଲା ।

ଟିମ ଇଣ୍ଡିଆ ବିରୋଧରେ ଦସୁନ ଶନାକା ୧୦୮ ରନର ଦମଦାର ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ଉପରେ ବିରାଟ କୋହଲିଙ୍କ ୧୧୩ରନର ଇନିଂସ ଭାରି ପଡ଼ିଥିଲା । ଶନାକା ୮୮ ଟି ବଲରେ ୧୦୮ ରନ୍ କରିଥିଲେ, ଯେତବେଳେ କି ବିରାଟ କୋହଲି ୮୭ ଟି ବଲରେ ୧୧୩ ରନ୍ କରିଥିଲେ । ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହେବା ସହ ୧-୦ରେ ସିରିଜରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଆସନ୍ତା ଗୁରୁବାର ଖେଳାଯିବ ।

ଆଜିର ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୩୭୩ ରନ୍ ସଂଗ୍ରହ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଥିବା ବେଳେ ବିରାଟ କୋହଲି ଶତକ ଲଗାଇଥିଲେ ।  ଦିନିକିଆରେ କୋହଲିଙ୍କର ଏହା ୪୫ତମ ଶତକ ଥିଲା । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୭୩ତମ ଶତକ। ଶ୍ରୀଲଙ୍କା ପାଇଁ କସୁନ ରଜିଥା ସବୁଠୁ ଅଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଦିଲଶାନ ମଦୁଶଙ୍କା, ଚମିକା କରୁଣାରତ୍ନେ, ଦାସୁନ ଶନକା ଏବଂ ଧନଞ୍ଜୟ ଡିସିଲଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୧୪୩ରନର ପାର୍ଟନରସିପ୍ କରିଥିଲେ । ରୋହିତ ୬୭ ବଲରେ ୮୩ ରନ୍ କରିଥିବା ବେଲେ ଗିଲ୍ ୬୦ ବଲରେ ୭୦ ରନ୍ କରିଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳୀୟ ସ୍ଥିତି ବିରାଟ କୋହଲି ସମ୍ଭାଳିଥିଲେ । କୋହଲି ଶ୍ରେୟସ ଆୟର (୨୪ ବଲରେ ୨୮ରନ୍)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୪୦ ଏହଂ କେଏଲ ରାହୁଲଙ୍କ ସାଙ୍ଗରେ ଚତୁର୍ଥ ୱିକେଟ୍ ପାଇଁ ୯୦ ରନର ପାର୍ଟନରସିପ୍ କରିଥିଲେ ।

ରାହୁଲ ୨୯ ବଲରେ ୩୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୧୨ ବଲରେ ୧୪ ରନ୍) ଏବଂ ଅକ୍ଷର ପଟେଲ (୯ବଲରେ ୯ ରନ୍) କିଛି ଖାସ୍ କମାଲ ଦେଖାଇ ପାରିନଥିଲେ । ବିରାଟ କୋହଲି ୪୯ ତମ ଓଭର ଚାଲିଥିବା ବେଳେ ୮୭ ଟି ବଲରେ ୧୧୩ ରନ୍ କରି ରଜିଥାଙ୍କ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ମହମ୍ମଦ ଶାମୀ ୩ ରନ୍ ଏବଂ ମହମ୍ମଦ ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ । ୩୭୪ରନର ଟାର୍ଗେଟକୁ ପିଛା କରି ପଥୁମ ନିଶାଙ୍କ ଏବଂ ଅଭିଷ୍କା ଫର୍ଣ୍ଣାଣ୍ଡୋ ପଡ଼ିଆକୁ ଓହ୍ଲାଇଥିଲେ ।

ହେଲେ ଅଭିଷ୍କା ମାତ୍ର ୫ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ନିଶାଙ୍କ କିନ୍ତୁ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ୮୦ ଟି ବଲରେ ସେ ୭୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଭଲ ପ୍ରଦର୍ଶନ କରିପାରିନଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡିସିଲଭା ୪୭ ରନ୍ କରିଥିଲେ । ଶେଷ ବେଳକୁ ଦସୁନ ଶନାକା ୮୮ ଟି ବଲରେ ୧୦୮ ରନ୍ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ୱିକେଟ୍ ବିନିମୟରେ ୩୦୬ ରନ୍ ସଂଗ୍ରହ କରି ମ୍ୟାଚଟି ହାରି ଯାଇଥିଲା । ଭାରତ ପକ୍ଷରୁ ଉମରାନ ମଲିକ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ଏବଂ ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

୫୫ ଯାତ୍ରୀଙ୍କୁ ନନେଇ ଉଡ଼ିଯାଇଥିଲା ବିମାନ, ଏବେ ଦେବ ମାଗଣା ଟିକେଟ୍

ବେଙ୍ଗାଲୁରୁ: ଯାତ୍ରୀଙ୍କୁ ନନେଇ ଉଡ଼ିଗଲା ବିମାନ । ବିମାନ ବନ୍ଦରରେ ବସରେ ବସିଥିବା ପ୍ରାୟ ୫୫ଜଣ ଯାତ୍ରୀଙ୍କୁ ନ ନେଇ ଗୋ ଫାଷ୍ଟର ଏକ ବିମାନ ଉଡ଼ାଣ ଭରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଗୋ ଫାଷ୍ଟ୍ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଏହାକୁ ନେଇ ଗୋ ଫାଷ୍ଟ୍ ସମାଲୋଚିତ ହେବା ପରେ କ୍ଷତିପୂରଣ ପାଇଁ କମ୍ପାନି ଏକ ବଡ଼ ଘୋଷଣା କରିଛି ।

ଗୋ ଫାଷ୍ଟ୍ ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ ବସରେ ରହିଯାଇଥିଲେ ସେମାନଙ୍କୁ କ୍ଷତିପୂରଣ ଆକାରରେ ଗୋଟିଏ ଲେଖାଏଁ ମାଗଣା ଟିକେଟ ଦିଆଯିବ। ମାଗଣାରେ ଟିକେଟ ବୁକ୍ କରି ସେମାନେ ଭାରତର ଯେକୌଣସି ସ୍ଥାନକୁ ଯାଇପାରିବେ। ଗୋ ଫାଷ୍ଟ୍ ଏହି ଘଟଣା ପାଇଁ କ୍ଷମା ମାଗି ପ୍ରଭାବିତ ଯାତ୍ରୀମାନଙ୍କୁ ଆସନ୍ତା ବର୍ଷ ମଧ୍ୟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଗୋଟିଏ ମାଗଣା ଟିକେଟ ପ୍ରଦାନ କରିବ । ଏହାସହ ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ସାମୟିକ ଭାବେ କାମରୁ ହଟାଯାଇଛି ବୋଲି କମ୍ପାନି ପକ୍ଷରୁ ବିବୃତି ଜାରି କରାଯାଇଛି ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର: ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ଲଗାଇ ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ । ଶେଷ ଅଙ୍କ ୧,୨,୩,୪,୫,୬ ଥିବା ଗାଡ଼ି ମାଲିକ ଗଣିବେ ଜରିମାନା । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିର HSRP ଅବଧି ଜାନୁଆରୀ ୩୧ ରହିଛି । ଶେଷ ଅଙ୍କ ୯ ଓ ୦ ଥିବା ଗାଡ଼ିର HSRP ଅବଧି ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ରଖାଯାଇଛି । ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ HSRP ନକଲେ କଟିବ ଇ-ଚାଲାଣ ।

ଏମବିଆଇ ଆକ୍ଟର 192 ଧାରା ଅନୁଯାଇ ପ୍ରଥମ ଥର ପାଇଁ ଗାଡି ମାଲିକ ନିୟମ ଖିଲା କଲେ ୫ ହଜାର ଟଙ୍କା ଚାଲାଣ କଟାଯିବ । ବାରମ୍ବାର ନିୟମ ନ ମାନିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କଟାଯିବ । ବର୍ତ୍ତମାନ ସୁଦ୍ଧ ୩୫ ଲକ୍ଷ ୫୬ ହଜାର ୮୧୯ଟି ସ୍ଲଟ ବୁକିଂ ହୋଇଛି । ସେଥିରୁ ୨୭ ଲକ୍ଷ ୨୪ ହଜାର ୯୮୪ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଲାଗି ସରିଛି । ବାକି ନମ୍ବର ପ୍ଲେଟ ଅତିଶୀଘ୍ର ଲାଗିଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ ଆସିଷ୍ଟାଣ୍ଟ କମିଶନର ।

ଆସନ୍ତାକାଲି ହକି ଉଦଘାଟନୀ ଉତ୍ସବ ପାଇଁ ଦିନ ଗୋଟାଏରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଦିନ ଗୋଟାଏରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଅବସରରେ ରାଜ୍ୟର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କାଲି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟ ଅନୁଷ୍ଠିତ କରାଯିବ । ଏହାର ସିଧାପ୍ରସାରଣ ଦେଖିବେ ଛାତ୍ରଛାତ୍ରୀ । ଏଣୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ମଧ୍ୟାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ଗୋଡ଼ି

ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ଜଣେ ଯାତ୍ରୀ ପରିଶ୍ରା କରିଥିବା ମାମଲା ଏବେ ଶାନ୍ତ ପଡ଼ିନଥିବା ବେଳେ ଆଉ ଏକ ଘଟଣା ଏୟାର ଇଣ୍ଡିଆକୁ ପୁଣିଥରେ ବିବାଦ ଘେରକୁ ଟାଣିଆଣିଛି । ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ଉଡ଼ାଣ ସମୟରେ ଦିଆଯାଇଥିବା ଖାଦ୍ୟରେ ଗୋଡ଼ି ମିଳିଥିବା ନେଇ ଅଭିଯୋଗ କରିଛନ୍ତି । ମହିଳା ଯାତ୍ରୀ ଟ୍ୱିଟ କରି ଏହି ପ୍ରସଙ୍ଗକୁ ଏୟାର ଇଣ୍ଡିଆ ଆଗରେ ଅଭିଯୋଗ କରିଛନ୍ତି । 

ଖାଦ୍ୟରେ ଗୋଡ଼ି ମିଳିବା ଘଟଣାକୁ ନେଇ ମହିଳା ଜଣଙ୍କ କହିଛନ୍ତି ଯେ ଏହିଭଳି ଅବହେଳା ଗ୍ରହଣୀୟ ନୁହେଁ । ସର୍ଭପ୍ରିୟା ସାଙ୍ଗୱାନ ନାମକ ଜଣେ ମହିଳା ଯାତ୍ରୀ ଟ୍ୱିଟ କରି ଲେଖିଛନ୍ତି, ପଥର ମୁକ୍ତ ଭୋଜନ ଦେବା ପାଇଁ ଆପଣଙ୍କୁ ସାଧନ ଏବଂ ଧନର ଆବଶ୍ୟକତା ନାହିଁ । ଫଟୋ ସେୟାର କରି ମହିଳା ଆଗକୁ କହିଛନ୍ତି ଯେ ଆଜିର ଉଡ଼ାଣରେ ଏଆଇ ୨୧୫ ବିମାନରେ ପରସା ଯାଇଥିବା ଭୋଜନରେ ମୋତେ ଏହା ମିଳିଛି । କ୍ରୁ ମେମ୍ବର ଜାଡୋନଙ୍କୁ ସୂଚିତ କରାଯାଇଛି । ଏଭଳି ଅବହେଳା ଗ୍ରହଣୀୟ ନୁହେଁ ।

ଶ୍ରୀଲଙ୍କା ଆଗରେ ୩୭୪ ରନର ଲକ୍ଷ୍ୟ; ବିରାଟଙ୍କ ୪୫ତମ ଦିନିକିଆ ଶତକ, ରୋହିତ-ଗିଲଙ୍କ ଅର୍ଦ୍ଧଶତକ

ଗୌହ୍ୱାଟୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୌହ୍ୱାଟୀରେ ଖେଳାଯାଉଛି । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୩୭୩ ରନ୍ ସଂଗ୍ରହ କରିଛି । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୩୭୪ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ହେବ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଥିବା ବେଳେ ବିରାଟ କୋହଲି ଶତକ ଲଗାଇଛନ୍ତି ।

ଦିନିକିଆରେ କୋହଲିଙ୍କର ଏହା ୪୫ତମ ଶତକ ଅଟେ । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୭୩ତମ ଶତକ ଲଗାଇଛନ୍ତି । ଶ୍ରୀଲଙ୍କା ପାଇଁ କସୁନ ରଜିଥା ସବୁଠୁ ଅଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଦିଲଶାନ ମଦୁଶଙ୍କା, ଚମିକା କରୁଣାରତ୍ନେ, ଦାସୁନ ଶନକା ଏବଂ ଧନଞ୍ଜୟ ଡିସିଲଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୧୪୩ରନର ପାର୍ଟନରସିପ୍ କରିଥିଲେ । ରୋହିତ ୬୭ ବଲରେ ୮୩ ରନ୍ କରିଥିବା ବେଲେ ଗିଲ୍ ୬୦ ବଲରେ ୭୦ ରନ୍ କରିଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳୀୟ ସ୍ଥିତି ବିରାଟ କୋହଲି ସମ୍ଭାଳିଥିଲେ ।

କୋହଲି ଶ୍ରେୟସ ଆୟର (୨୪ ବଲରେ ୨୮ରନ୍)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୪୦ ଏହଂ କେଏଲ ରାହୁଲଙ୍କ ସାଙ୍ଗରେ ଚତୁର୍ଥ ୱିକେଟ୍ ପାଇଁ ୯୦ ରନର ପାର୍ଟନରସିପ୍ କରିଥିଲେ । ରାହୁଲ ୨୯ ବଲରେ ୩୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୧୨ ବଲରେ ୧୪ ରନ୍) ଏବଂ ଅକ୍ଷର ପଟେଲ (୯ବଲରେ ୯ ରନ୍) କିଛି ଖାସ୍ କମାଲ ଦେଖାଇ ପାରିନଥିଲେ । ବିରାଟ କୋହଲି ୪୯ ତମ ଓଭର ଚାଲିଥିବା ବେଳେ ୮୭ ଟି ବଲରେ ୧୧୩ ରନ୍ କରି ରଜିଥାଙ୍କ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ମହମ୍ମଦ ଶାମୀ ୩ ରନ୍ ଏବଂ ମହମ୍ମଦ ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ ।