spot_img
Home Blog Page 3646

ଜର୍ମାନୀ ପୁରୁଷ ହକି ବିଶ୍ବକପ ୨୦୨୩ ଚାମ୍ପିଅନ, ବେଲଜିୟମକୁ ହରାଇ ହେଲା ବିଶ୍ବ ବିଜେତା

ଭୁବନେଶ୍ୱର: ଜର୍ମାନୀ ପୁରୁଷ ହକି ବିଶ୍ବକପ୍ ଚାମ୍ପିଅନ । ତୃତୀୟ ଥର ପାଇଁ ଚାମ୍ପିଅନ ଟାଇଟଲ ହାତେଇଲା ଜର୍ମାନୀ । ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବେଲଜିୟମକୁ ହରାଇ ବିଶ୍ବ ବିଜେତା ହୋଇଛି ଜର୍ମାନୀ । ବେଲଜିୟମକୁ ୪-୫ ଗୋଲରେ ପରାସ୍ତ କରିଛି ଦଳ । କଳିଙ୍ଗରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍ । ଖେଳ ଆରମ୍ଭରୁ କଡ଼ା ଟକ୍କର ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୩-୩ ଗୋଲରେ ବରାବର ରହିବା ପରେ ମ୍ୟାଚ ସୁଟଆଉଟକୁ ଯାଇଥିଲା । ତେବେ ସୁଟ ଆଉଟରେ ବାଜି ମାରି ନେଇଥିଲା ଜର୍ମାନୀ । ଫଳରେ ଜର୍ମାନୀକୁ ୨୦୨୩ ଚାମ୍ପିଅନ ଟାଇଟଲ ହାସଲ କରିଛି ।

ପୂର୍ବରୁ ୨୦୦୨ ଏବଂ ୨୦୦୬ରେ ବିଶ୍ବ ବିଜେତା ହୋଇଥିବା ଜର୍ମାନୀ ଏହି ଟାଇଟଲ ପରେ ତୃତୀୟ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇଛି । ଆଜି ଖେଳ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଖେଳ ଦେଖିବାକୁ କଳିଙ୍ଗ ଯାଇଥିଲେ । ପରେ ଅତିଥି ଭାବେ ସାମିଲ ହୋଇଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ଶୋରେନ୍ ।

ଆଜି ନବ ଦାସଙ୍କର ହେବ ଶେଷକୃତ୍ୟ, ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହିବେ ୩ ମନ୍ତ୍ରୀ

ଭୁବନେଶ୍ୱର: ଦିବଗଂତ ମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେବ ଶେଷକୃତ୍ୟ। ଭୁବନେଶ୍ବର ସରକାରୀ ବାସଭବନରେ ଶେଷ ଦର୍ଶନ ସହିତ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ନେତା । ପରେ ଝାରସୁଗୁଡ଼ା ଅଭିମୁଖେ ଯିବ ମରଶରୀର । ହେଲିକପ୍ଟରରେ ପାର୍ଥୀବ ଶରୀରକୁ ଝାରସୁଗୁଡ଼ା ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ । ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ୩ ଦିନିଆ ଶୋକ ପାଳନ କରାଯିବ । ଆସନ୍ତାକାଲି ପର୍ଯ୍ୟନ୍ତ ଶୋକ ପାଳନ କରାଯିବ । ରାଜଧାନୀ ଭୁବନେଶ୍ବର ଓ ଝାରସୁଗୁଡ଼ାରେ ଅର୍ଦ୍ଧନମିତ ହେବ ଜାତୀୟ ପତାକା । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ୩ ମନ୍ତ୍ରୀ ଉପସ୍ଥିତ ରହିବେ । ସଂସଦୀୟ ବ୍ୟାପର, ଅର୍ଥ, କୃଷି, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ମନ୍ତ୍ରୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିବେ ।

ଗୁଳିମାଡ଼ରେ ଗୁରୁତର ହୋଇ ଗତକାଲି ସନ୍ଧ୍ୟାରେ ରାଜଧାନୀର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଥିଲା । ତାଙ୍କ ବାମ ପଟ ଛାତିରେ ଗୁଳି ବାଜିଥିଲା । ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଅପରେସନ୍ କରିଥିଲେ । ଗୁଳି ତାଙ୍କ ଛାତିରେ ବାଜି ପିଠି ଦେଇ ବାହାରକୁ ଚାଲି ଯାଇଥିଲା । ନବ କିଶୋର ଦାସଙ୍କ ହାର୍ଟ ଓ ବାମ ପଟ ଫୁସଫୁସରେ ଆଘାତ ସୃଷ୍ଟି ହୋଇଥିଲା । ଗୁଳିମାଡ଼ ଯୋଗୁଁ ପ୍ରବଳ ଅନ୍ତଃ ରକ୍ତସ୍ରାବ ହେଉଥିଲା । ଏଥିପାଇଁ ଜରୁରୀକାଳୀନ ଆଇସିୟୁ ଚିକିତ୍ସା ଦିଆଯାଇଥିଲା । ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବି ନବକିଶୋର ଦାସଙ୍କୁ ବଞ୍ଚାଇ ପାରିନଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୬୧ବର୍ଷ ବୟସରେ ନବକିଶୋର ଦାସଙ୍କ ପରଲୋକ ହୋଇଛି । ପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ବିଧାନସଭା ପରିସରକୁ ନିଆଯାଇଥିଲା ମରଶରୀର । ସେଠାରେ ସବୁ ଦଳର ନେତା ଓ ବିଧାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ନବ କିଶୋରଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା ମରଶରୀର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ।

ସରକାରୀ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ଶୁଭେଛୁ-ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ସରକାରୀ ବାସଭବନରେ ପହଁଚିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର  । ଶେଷ ଦର୍ଶନ କରୁଛନ୍ତି ଶୁଭେଛୁ ଓ ସମର୍ଥକ  । ସାଥି ସହକର୍ମୀ ମଧ୍ୟ ପହଁଚି ନିଜର ପରିଚିତ ମୁହଁକୁ ଶେଷ ଥର ପାଇଁ ଦେଖୁଛନ୍ତି  । କାରଣ ଆଉ ନାହାଁନ୍ତି ତାଙ୍କ ପରିଚିତ ନବ ଦାସ  । ସମସ୍ତଙ୍କର ନବ ଭାଇ ଆରପାରିକୁ ଚାଲି ଯାଇଛନ୍ତି  । ଗୁଳିମାଡ଼ ପରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନବଦାସ  ।

ବିଧାନସଭାରେ ସାଥି ସହକର୍ମୀ ଶେଷ ଦର୍ଶନ କରିବା ପରେ ସରକାରୀ ବାସଭବନରେ ପହଁଚିଛି ମୃତ ଶରୀର  । ସୋମବାର ତାଙ୍କୁ ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ନିଆଯିବ  । ଏହା ପରେ ଝାରସୁଗୁଡ଼ା ଅଭିମୁଖେ ପାର୍ଥିବ ଶରୀର ବାହାରିବ ବୋଲି ସୂଚନା ମିଳିଛି  ।

ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ନବ ଦାସଙ୍କ ଅନ୍ତିମ ସତ୍କାର । ତିନିଦିନିଆ ଶୋକ ଘୋଷଣା କଲେ ରାଜ୍ୟ ସରକାର । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଶୋକ ଘୋଷଣା  । ସେହିପରି ଅର୍ଦ୍ଧନିମିତ ରହିବ ଜାତୀୟ ପତାକା ।  ଘୋଷଣା କରିଛନ୍ତି ରାଜ୍ୟ ସରକାର  ।

ବିଧାନସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଥି

ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମରଶରୀର  । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନିଜର ସାଥି  । କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ ହେବା ପରେ ବିଧାନସଭା ଅଭିମୁଖେ ବାହାରିଥିଲା ଆମ୍ବୁଲାନ୍ସ  । ସମସ୍ତଙ୍କ ଆଖି ଅଶ୍ରୁରେ ଭରିଯାଇଥିଲା  । ହଠାତ ନିଜର ସାଥିଟି ଏଭଳି ଆରପାରିକୁ ଚାଲିଯିବାକୁ କେହି ବିଶ୍ୱାସ କରିପାରୁନାହାଁନ୍ତି  । କାଲି ଯିଏ ବିକାଶର ନକ୍ସା ଆଙ୍କୁଥିଲେ, ଆଜି ସିଏ ଆଖି ବୁଜିବେ  । ତାବା କେହିବି ଭାବି ପାରୁନାହାଁନ୍ତି  । ରାଜ୍ୟର ସମସ୍ତ ମନ୍ତ୍ରୀ ବିଧାୟକ ଓ ବିରୋଧି ଦଳର ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ନବ ଦାସଙ୍କ ଅନ୍ତିମ ସତ୍କାର । ତିନିଦିନିଆ ଶୋକ ଘୋଷଣା କଲେ ରାଜ୍ୟ ସରକାର । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଶୋକ ଘୋଷଣା  । ସେହିପରି ଅର୍ଦ୍ଧନିମିତ ରହିବ ଜାତୀୟ ପତାକା ।  ଘୋଷଣା କରିଛନ୍ତି ରାଜ୍ୟ ସରକାର  ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପ-ରାଷ୍ଟ୍ରପତି ଜଗଦୀପ ଧନକଡ଼ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଭଳି ଏକ ଦୁଃଖଦ ସମୟରେ ପରିବାର ବର୍ଗକୁ ଶାନ୍ତ୍ୱନା ଦେଇଛନ୍ତି  । ସେହିପରି ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି  । ଏଭଳି ଏକ ସମୟରେ ଦୁର୍ଘଟଣା ଘଟିବା ଏବଂ ଜୀବନ ଚାଲିଯିବା ଭଳି ସମ୍ବାଦ ସଭିଙ୍କୁ ସ୍ତମ୍ଭୀଭୁତ କରିଛି ।

୯୬୨ ମସିହା ଜାନୁଆରୀ ୭ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ସରବାହାଲରେ ଜନ୍ମଗ୍ରହଣ କରିଥିଲେ ନବକିଶୋର ଦାସ । ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନବକିଶୋର । ଥରେ ମନ୍ତ୍ରୀ ହୋଇଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ଝାରସୁଗୁଡ଼ାରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ମଧ୍ୟ ୨୦୧୪ରେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ାରୁ ଜିତିଥିଲେ ନବ କିଶୋର ଦାସ । ୨୦୧୯ରେ ସେ ବିଜେଡିରେ ଯୋଗଦେଇ ଜିତିବା ପରେ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

 

ନବ ଦାସଙ୍କ ମୃତ୍ୟୁ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଭଳି ଏକ ଦୁଃଖଦ ସମୟରେ ପରିବାର ବର୍ଗକୁ ଶାନ୍ତ୍ୱନା ଦେଇଛନ୍ତି  । ସେହିପରି ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି  । ଏଭଳି ଏକ ସମୟରେ ଦୁର୍ଘଟଣା ଘଟିବା ଏବଂ ଜୀବନ ଚାଲିଯିବା ଭଳି ସମ୍ବାଦ ସଭିଙ୍କୁ ସ୍ତମ୍ଭୀଭୁତ କରିଛି ।

୯୬୨ ମସିହା ଜାନୁଆରୀ ୭ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ସରବାହାଲରେ ଜନ୍ମଗ୍ରହଣ କରିଥିଲେ ନବକିଶୋର ଦାସ । ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନବକିଶୋର । ଥରେ ମନ୍ତ୍ରୀ ହୋଇଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ଝାରସୁଗୁଡ଼ାରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ମଧ୍ୟ ୨୦୧୪ରେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ାରୁ ଜିତିଥିଲେ ନବ କିଶୋର ଦାସ । ୨୦୧୯ରେ ସେ ବିଜେଡିରେ ଯୋଗଦେଇ ଜିତିବା ପରେ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

ନବ ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶୋକବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପରଲୋକକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ  । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନବ ଦାସଙ୍କ ନିଧନରେ ହତବାକ ଓ  ଦୁଃଖିତ  । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ମାନେ ସମସ୍ତ ବ୍ୟବସ୍ଥା କରିଥିଲେ  । କିନ୍ତୁ ଦୁର୍ଭାଗ୍ୟବଶତଃ ବଞ୍ଚାଇ ପାରିଲେନି  । ସେ ସରକାର ଓ ଦଳ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ଥିଲେ  ।

ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସାଧାରଣ ଲୋକଙ୍କ ପାଇଁ ସେ ଅନେକ କିଛି ଉଦ୍ୟମ କରିଥିଲେ  । ଜଣେ ନେତା ଭାବେ ସେ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଥିଲେ  । ସେ ଥିଲେ ତୃଣମୂଳ ସ୍ତରର ନେତା  । ଦଳଗତ ଭାବେ ତାଙ୍କୁ ସମସ୍ତ ଭଲ ପାଉଥିଲେ  । ଓଡ଼ିଶା ପାଇଁ ନବ ଦାସଙ୍କ ମୃତ୍ୟୁ ଏକ ବିରାଟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

 ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ  । ବ୍ରଜରାଜନଗରରେ ତାଙ୍କୁ ଗାନ୍ଧୀ ଛକ ଏଏସଆଇ ଗୁଳିମାଡ଼ କରିଥିଲେ  । ଶେଷରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସ୍ୱତେ ଆଖି ବୁଜିଛନ୍ତି ମନ୍ତ୍ରୀ ନବ ଦାସ  । ଗୁଳିମାଡ଼ ଘଟଣା ଜାଣିବା ପରେ ତୁରନ୍ତ ଆଗୁଆ ମେଡିକକାଲରେ ପହଁଚି ସମସ୍ତ ବ୍ୟବସ୍ଥା କରାଇଥିଲେ ମୁଖ୍ୟମନ୍ତ୍ରୀ  । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା  । ସମସ୍ତ ଅଭିଜ୍ଞ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସ୍ୱତେ ଜୀବନ ଫେରାଇ ଫେରି ପାଇଲେନି  ନବ ଦାସ  ।

୧୨ଟା ୧୫ରେ ବ୍ରଜରାଜନଗର ଗାନ୍ଧିଛକରେ ପହଞ୍ଚିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଖୁବ୍ ନିକଟରେ ଥିଲା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ଦାସ । ପୋଲିସ ବର୍ଦ୍ଦିରେ ଥିବାରୁ ସମସ୍ତଙ୍କ ସନ୍ଦେହରୁ ଦୂରରେ ଥିଲେ ଗୋପାଳ । ହଠାତ୍ ଗୁଳିର ଗର୍ଜନରେ ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କ । ଖୋଦ୍ ଗୋପାଳକୃଷ୍ଣ ନିଜ ସର୍ଭିସ ରିଭଲଭରରୁ ମାତ୍ର ୪ ଫୁଟ ଦୂରତାରୁ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ବାଜିଥିଲା ଜଣେ ସାଧାରଣ ଲୋକଙ୍କ ଦେହରେ । ନିକଟରେ ଥିବା ବ୍ରଜରାଜନଗର ଥାନା ଆଇଆଇସି ଓ ଜଣେ କନଷ୍ଟେବଳ ଆଖି ପିଛୁଳାକେ ଗୋପାଳକୁ କାବୁ କରି ନେଇଥିଲେ ।

ଫଳରେ ଆଉ ଦୁଇଟି ଗୁଳି ବ୍ଲାଙ୍କ ଫାୟାରିଂ ହୋଇଥିଲା । ଗୁରୁତର ଆହତ ନବ ଦାସଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ଯାଏ କରାଯାଇଥିଲା ଗ୍ରୀନ କରିଡର । ଯୁଦ୍ଧକାଳୀନ ଭିତ୍ତିରେ ମନ୍ତ୍ରୀଙ୍କୁ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଚିକିତ୍ସା ଲାଗି ଗଠିତ ଟିମରେ ରହିଛନ୍ତି ଏସସିବି ମେଡିକାଲ କଲେଜ, ଆପୋଲୋ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ଖ୍ୟାତନାମା ସ୍ପେଶାଲିଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ନବ କିଶୋରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ହସ୍ପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସାଥୀରେ ଥିଲେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ।

ଗୁରୁତର ନବ ଦାସଙ୍କୁ ସ୍ୱତନ୍ତ୍ର ମେଡିକାଲ ଟିମ୍ କରୁଛନ୍ତି ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ: ଗୁଳିମାଡରେ ଗୁରୁତର ମନ୍ତ୍ରୀ ନବ କିଶୋର ଦାସଙ୍କ ଜୀବନ ରକ୍ଷା ଲାଗି ଅଭୁତପୂର୍ବ ସଂଗ୍ରାମ ।  ଆପୋଲୋ ମେଡିକାଲରେ ଗଠନ ହେଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଆଇସିୟୁରେ ଗୁଳି ବାହାର କରିବାରେ ଲାଗିଛନ୍ତି ଏହି ମେଡିକାଲ ଟିମ  । ଯୁଦ୍ଧକାଳୀନ ଭିତରେ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ବିମାନବନ୍ଦରରୁ ଏୟାରଲିଫ୍ଟ କରାଯାଇଥିଲା  ।

ବ୍ରଜରାଜନଗର ଗାନ୍ଧି ଛକରେ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କୁ ଗୁଳି କରିବା ପରେ ଆଲର୍ଟରେ ଥିଲେ ଉଭୟ ଝାରସୁଗୁଡା ଓ ଭୁବନେଶ୍ବର ପ୍ରଶାସନ । ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ହସ୍ପିଟାଲ ନେବା ପରେ ଭୁବନେଶ୍ବରକୁ କରାଯାଇଥିଲା ଏୟାରଲିଫ୍ଟ । ଭୁବନେଶ୍ବର ବିମାନବନ୍ଦରରେ ଆହତ ମନ୍ତ୍ରୀ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ସମସ୍ତ କ୍ଷେତ୍ର । ଏୟାରପୋର୍ଟଠାରୁ ଆପୋଲୋ ହସ୍ପିଟାଲ ଯାଏ ମୁଖ୍ୟରାସ୍ତାକୁ କରିଦିଆଯାଇଥିଲା ସିଲ୍ । ସମସ୍ତ ଟ୍ରାଫିକ ପୋଷ୍ଟରେ ମୁତୟନ ହୋଇଥିଲେ ପୋଲିସ ।

ପ୍ରାୟ ୬ କିଲୋମିଟର ରାସ୍ତାକୁ କରିଦିଆଯାଇଥିଲା ଜନଶୂନ୍ୟ । ମନ୍ତ୍ରୀଙ୍କ ଜୀବନ ରକ୍ଷା ଲାଗି ପୂରାଦମରେ ଲାଗିପଡିଥିଲେ ପୋଲିସ ପ୍ରଶାସନ । ନିୟୋଜିତ ହୋଇଥିଲେ ୪ଟି ଆମ୍ବୁଲାନ୍ସ , ଅନେକ ପିସିଆର ଓ ପୋଲିସ ଗାଡ଼ି । ତୁରନ୍ତ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସ୍ବତନ୍ତ୍ର ଟିମ୍ ଦ୍ବାରା ଆରମ୍ଭ ହୋଇଥିଲା ଚିକିତ୍ସା । କେଇ ମୁହୂର୍ତ୍ତ ମଧ୍ୟରେ ପୋଲିସ ନେଇଥିଲା ସତର୍କତାମୂଳକ ପଦକ୍ଷେପ  ।