spot_img
Home Blog Page 3733

’ହଷ୍ଟେଲ ଡେଜ୍‌’ ସିଜନ୍‌ ଥ୍ରି’ର ଟିଜର ରିଲିଜ୍‌, ଶେଷ ଥର ପାଇଁ ନଜର ଆସିଲେ ରାଜୁ, ଫ୍ୟାନ୍ସ ଇମୋଶନାଲ

0

ନୂଆଦିଲ୍ଲୀ: କମେଡି, ଡ୍ରାମା ଏବଂ ଇମୋଶନକୁ ନେଇ ପୁଣି ଫେରୁଛି ’ଓ୍ୱେବ୍‌ ସିରିଜ୍‌’ ହଷ୍ଟେଲ ଡେଜ୍‌ । ମନୋରରଞ୍ଜନ ଭରା ଏହି ଓ୍ୱେବ୍‌ ସିରିଜ୍‌ରେ ଭାରତୀୟ କଲେଜରେ ଛାତ୍ରଛାତ୍ରୀଙ୍କ ଜୀବନୀ ଦେଖିବାକୁ ମିଳିବ । ଓ୍ୱେବ୍‌ ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ନିର୍ମାତା ପ୍ରାଇମ୍‌ ଭିଡ଼ିଓ ମାଧ୍ୟମରେ ଏହାର ଏକ ଟିଜର ରିଲିଜ୍‌ କରିଛନ୍ତି । ହଷ୍ଟେଲ ଡେଜ’ର ଏହା ହେଉଛି ତୃତୀୟ ସଂସ୍କରଣ ।

ଓ୍ୱେବ୍‌ ସିରିଜରେ ଚନ୍ନା, ଲଭ୍‌ ବିସପୁଟେ,ଶୁଭମ୍‌ ଗୌର,ନିଖିଲ ବିଜୟ,ଆୟୁଷି ଗୁପ୍ତା ଏବଂ ଉତ୍ସବ ସରକାରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ସୋସିଆଲ ମିଡିଆରରେ ଏହାର ଟିଜର ଶେୟାର କରି କ୍ୟାପ୍ସନରେ ଲେଖିଛି, ଟ୍ରିପଲ ଦୋସ୍ତି,ଦିଲଲଗି ଏବଂ ଡୋର୍ମ ରୁମ ଡ୍ରାମା ନଭେମ୍ବରରେ ଆସୁଛି । କିନ୍ତୁ ଯାହା ପ୍ରଶଂସକଙ୍କୁ ଇମୋଶନାଲ କରିଛି, ତାହା ହେଉଛି ଫିଲ୍ମରେ ସ୍ୱର୍ଗତ  ରାଜୁ ଶ୍ରୀବାସ୍ତବଙ୍କ ଝଲକ୍‌ ।  ସୂଚନାଯୋଗ୍ୟ ୨୧ ସେପ୍ଟେମ୍ବରରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏ ଦୁନିଆରୁ ବିଦାୟ ନେଇଥିଲେ  । ଯାହାପରେ ଏହି ଟିଜରରେ ତାଙ୍କୁ ଶେଷ ଥର ଦେଖିବା ପରେ ଦର୍ଶକ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ।

ତେବେ ଛାତ୍ର ଜୀବନରେ ପ୍ରତ୍ୟେକ ହଷ୍ଟେଲରେ ଘଟୁଥିବା ବାସ୍ତବ ଘଟଣା ଉପରେ ଆଧାରିତ ଏହି ଓ୍ୱେବ୍‌ ସିରଜ ।  ଯେଉଁଥିରେ ୬ ଜଣ ଛାତ୍ରଙ୍କ ଜୀବନୀ ନଜର ଆସିବ । ଅଭିନବ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୬ ନଭେମ୍ବରରେ ଏହି ଓ୍ୱେବ୍‌ ସିରିଜ୍‌ ୨୪୦ଟି ଦେଶରେ ପ୍ରାଇମ୍‌ ଭିଡ଼ିଓରେ ରିଲିଜ୍‌ ହେବାକୁ ଯାଉଛି ।

ଆସନ୍ତା ୧୦ରେ ମାଣ୍ଡିଆ ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି ।

ଚନ୍ଦ୍ର ଗ୍ରହଣରେ ଖାଇବାକୁ ନେଇ ଉତ୍ତେଜନା, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ । ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି । ଟେକା ପଥର ମାରିଛନ୍ତି ପରମ୍ପରାବାଦୀ । ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି । ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ ।

ଅନ୍ୟପଟେ ବ୍ରହ୍ମପୁରରେ ସ୍ଥିତି ଅଧିକ ଜଟିଳ ହୋଇଛି । ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଟେଣ୍ଟ ଭାଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲାଠିଚାର୍ଜ କରିଥଲା । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ହେତୁବାଦୀଙ୍କୁ ଘଟଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି ।

୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିବା ମାମଲାରେ ଠକ ବିଲ୍ଡର ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଠକ ବିଲ୍ଡର ଅଟକ । ରିଅଲ ଡେଭଲପର ଆଣ୍ଡ୍ କନଷ୍ଟ୍ରକ୍ସନର ମୁଖ୍ୟ ଅରୁଣଜ୍ୟୋତି ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ଅଭିଯୋଗରେ ବିଲଡର ଅରୁଣଜ୍ୟୋତି ପଟ୍ଟନାୟକଙ୍କୁ ମଞ୍ଚେଶ୍ୱର ଥାନାରେ ଅଟକ ରଖାଯାଇଛି । ପୂର୍ବରୁ ଏହି ବିଲ୍ଡରଙ୍କ ନାଁରେ ଏତଲା ଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା । ଖଣ୍ଡଗିରି ଥାନାରେ ଅଭିନେତ୍ରୀ ବିଦୁସ୍ମିତା ଏତଲା ଦେଇଥିଲେ ।

ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ ହେଲେ ଅଧିନାୟକ ରୋହିତ ଶର୍ମା

ଆଡିଲେଡ: ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି । ତେବେ ରୋହିତ କେତେ ଗୁରୁତର ହୋଇଛନ୍ତି ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆହତ ହେବାର କିଛି ସମୟ ପରେ ରୋହିତ ପୁଣି ଅଭ୍ୟାସ କରୁଥିବା ଦେଖାଯାଇଛି ।

ସୂଚନା ଅନୁସାରେ ଆସନ୍ତା ଗୁରୁବାର ଆଡେଲିଡରେ ଟି-୨୦ ମେସିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ । ସୁପର ୧୨ର ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ୍-୨ରୁ ଭାରତ-ପାକିସ୍ତାନ ସେମିରେ ପହଞ୍ଚିଛନ୍ତି । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆସନ୍ତାକାଲି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ପେସ ବୋଲରଙ୍କ ପାଇଁ ନିଜ ବିମାନ ସିଟ୍ ଛାଡି଼ଲେ ଦ୍ରାଭିଡ୍,କୋହଲି ଓ ରୋହିତ

0

ଏଡିଲେଡ: କୌଣସି ବଡ଼ ପ୍ରତିଯୋଗିତା ପୂର୍ବରୁ ଖେଳାଳିଙ୍କ ଫିଟ୍‌ ରହିବା ଆଥଲେଟଙ୍କ ପାଇଁ ଖୁବ୍‌ ଜରୁରୀ । ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ତେଣୁ ସେମି ଫାଇନାଲ ଫାଇଟ୍‌ ପାଇଁ  ଭାରତୀୟ କ୍ରିକେଟ ଟିମ୍‌ ମଧ୍ୟ ଏହାର ଦୃତ ବୋଲର ମାନଙ୍କୁ ଫିଟ୍‌ ରଖିବା ଏବଂ ଆରାମ ପ୍ରଦାନ ଉଦ୍ଦେଶ୍ୟରେ ବିଶେଷ କାର୍ଯ୍ୟ କରୁଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।

ସୂଚନା ଅନୁସାରେ ଅଷ୍ଟ୍ରେଲିୟାରେ ଅନୁଷ୍ଠିତ T20 ବିଶ୍ୱ କପ୍‌ରେ ବିମାନରେ ଯାତ୍ରା କରିବା ସମୟରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ କୋହଲି ଦୃତ ବୋଲର ମୋହମ୍ମଦ ଶାମୀ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ନିଜ ବିଜନେସ ସିଟ୍‌କୁ ଛାଡ଼ିଦେଲେ । ଏହାର ଏକମାତ୍ର କାରଣ ହେଉଛି କ୍ରିକେଟର ମାନଙ୍କୁ ପର୍ଯ୍ୟାପ୍ତ ଲେଗରୁମ୍‌ ମିଳୁ । ଯାହା ଦୃତ ବୋଲରଙ୍କୁ ଦୁଇ ମ୍ୟାଚ୍‌ ମଧ୍ୟରେ  ଆରାମ କରିବାକୁ ସାହାଯ୍ୟ ମିଳିବ । ଭାରତୀୟ ଦଳର ଜଣେ ସଦସ୍ୟଙ୍କ କହିବା ହେଉଛି, ଟୁର୍ଣ୍ଣାମେଣ୍ଟରୁ ଦୃତ ବୋଲରଙ୍କୁ ସବୁଠାରୁ ଅଧିକ ମାଇଲେଜ୍‌ ମିଳିବା ଜରୁରୀ ।

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦ(ICC)ର ନିୟମ ଅନୁସାରେ ପ୍ରତ୍ୟେକ ଟିମକୁ ୪ଟି ବିଜନେସ୍‌ କ୍ଲାସ୍‌ ସିଟ୍‌ ମିଳିଥାଏ । ଅଧିକାଂଶ ଟିମ୍‌ ବିମାନରେ ଯାତ୍ରା ସମୟରେ ସେମାନଙ୍କ କୋଚ୍‌, ଅଧିନାୟକ, ଉପ-ଅଧିନାୟକ ଏବଂ ମୁଖ୍ୟ ପରିଚାଳକଙ୍କୁ ଦେଇଥାନ୍ତି । କିନ୍ତୁ ବିମାନ ଯାତ୍ରାର ଆବଶ୍ୟକତା ଅଧିକ ବଢ଼ିବାରୁ ସେମାନଙ୍କୁ କିଭଳି ଭଲ ସିଟ୍‌ ମିଳିବ ସେଥିପ୍ରତି ଗୁରୁତ୍ୱ ଦିଆଗଲା ।

ସୂଚନାଯୋଗ୍ୟ,  ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରି ଭାରତ ସେମିରେ ସ୍ଥାନ ପକ୍କା କରିଥିଲା ।

ବାଲିଯାତ୍ରା ପୂର୍ବରୁ ଅଘଟଣ, ମହାନଦୀରେ ବୁଡ଼ି ଯୁବକ ନିଖୋଜ

କଟକ: କଟକ ମହାନଦୀରେ ବୁଡିଗଲେ ଯୁବକ । ଗଡଗଡିଆ ଘାଟରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ଯୁବକ । ନିଖୋଜ ଯୁବକ ଜଣଙ୍କ ହେଲେ ବିହାରର ମହମ୍ମଦ ଇର୍ଷାଦ । ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ । ବାଲିଯାତ୍ରା ପଡିଆରେ ଥିବା ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଇର୍ସାଦର କୌଣସି ପତ୍ତା ମିଳିନାହିଁ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ କମିଶନରେଟ ପୋଲିସ ତତ୍ପର, ବିମାନବନ୍ଦରରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର, ଡିସିପି, ବିମାନବନ୍ଦର ନିର୍ଦ୍ଦେଶକ ଓ ସିଆରପିଏଫ ଅଧିକାରୀ । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ଲାଗି ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୩୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରଠାରୁ ରାଜଭବନ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେ ସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଆସନ୍ତାକାଲି ଫୁଲ୍ ଡ୍ରେସ ରିହଲସଲ କରାଯିବ । ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ ରିହଲସଲ କରାଯାଇଛି ।

 

ଆଲିଆଙ୍କୁ ଅମୁଲର ନିଆରା କମ୍ପ୍ଲିମେଣ୍ଟ୍

0

ମୁମ୍ବାଇ: ବଲିଉଡ ସୁନ୍ଦରୀ ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ଘରକୁ ନୂଆ ଅତିଥି ଆସିବା ପରେ କପୂର ପରିବାରରେ ଖୁସିର ପରିବେଶ ଦେଖିବାକୁ ମିଳିଛି । ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏହା ମଧ୍ୟରେ ଲୋକପ୍ରିୟ ଡେୟରୀ ବ୍ରାଣ୍ଡ୍‌ ଅମୁଲ ଇଣ୍ଡିଆ ମଧ୍ୟ ଆଲିୟା ଏବଂ ରଣବୀରଙ୍କୁ ଖୁବ୍‌ କ୍ରିଏଟିଭ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

ଅମୁଲ ଇଣ୍ଡିଆ ତା’ର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମୋନୋକ୍ରାଟିକ୍‌ ଡୁଡଲ ମାଧ୍ୟମରେ ଶୁଭେଚ୍ଛା ଜଣାଇଛି । ଏଥିରେ ରଣବୀର ଏବଂ ଆଲିୟାଙ୍କର ଏକ କାର୍ଟୁନ୍‌ ଭର୍ସନ ଦେଖିବାକୁ ମିଳିଛି । ଏହି ଫଟୋକୁ ଶେୟାର କରି ଅମୁଲ ଇଣ୍ଡିଆ କ୍ୟାପ୍ସନରେ ଲେଖିଛିଯେ, ଷ୍ଟାର ଦମ୍ପତିଙ୍କ ଘରେ କନ୍ୟା ସନ୍ତାନ ଜନ୍ମ ହୋଇଛି ।

ଅମୁଲ ଇଣ୍ଡିଆର ଏହି କ୍ରିଏଟିଭ୍‌ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ପୋଷ୍ଟଙ୍କୁ ଷ୍ଟାର କପଲ ରଣବୀର ଏବଂ ଆଲିୟାଙ୍କ ଫ୍ୟାନ୍ସ ଯଥେଷ୍ଟ ପ୍ରଶଂସା ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, କନ୍ୟା ସନ୍ତାନ ଜନ୍ମ ପରେ ଆଲିୟା ଏବଂ ରଣବୀରଙ୍କୁ କରଣ ଜୋହର, ଅକ୍ଷୟ କୁମାର, ଅନୁଷ୍କା ଶର୍ମା,ପ୍ରିୟଙ୍କା ଚୋପ୍ରା,କରିନା ଏବଂ କରିସ୍ମାଙ୍କ ସମେତ ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫ୍‌ ଶୁଭେଚ୍ଛା ଜଣାଇ ପୋଷ୍ଟ ଶେୟାର କରିଥିଲେ । ତେବେ ପରସ୍ପରକୁ ୫ ବର୍ଷ ଡେଟ୍‌ କରିବା ପରେ ଆଲିୟା ଏବଂ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଓ୍ୱର୍କଫ୍ରଣ୍ଟ୍‌ କଥା ଯଦି ଆଲୋଚନା କରିବା ତେବେ ଉଭୟଙ୍କୁ ଶେଷ ଥର ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକା ସାଙ୍ଗରେ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଏହି କପଲଙ୍କୁ ଏକାଧିକ ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିବ ।

ଆଜିଠୁ କମ୍ପିବ କୁଆଖାଇ ପଠା, ୮ ଦିନ ଧରି ଚାଲିବ ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆଜିଠୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଅଧିକ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଉତ୍ସବ ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଏବେଠୁ ଉତ୍କଣ୍ଠା ଦେଖିବାକୁ ମିଳିଲାଣି । ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଶାନ୍ତି ଶୃଙ୍ଖଳାର ସହ ଲୋକେ ଯାତ୍ରା ବୁଲି ଦେଖିବେ, ସେ ନେଇ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଚଳିତ ବର୍ଷ କିଭଳି ସୁରୁଖୁରୁରେ ବାଲିଯାତ୍ରାକୁ ଶେଷ କରାଯିବ, ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି ।