spot_img
Home Blog Page 3788

ରାଜଧାନୀରେ ବେଆଇନ ବାଣ ବିକ୍ରି, ୧୦ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ଓ୍ବାନ ହାଟ ପରିସରରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ଗଚ୍ଛିତ ହୋଇଥିଲା। ନିଜେ ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଳା ପୁଳା ବାଣ ଜବତ କରିଥିଲା ପୋଲିସ।ଜବତ ବାଣର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଆଶଙ୍କା କରାଯାଇଛି।

ଚଢ଼ାଉର କିଛି ସମୟ ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କେବଳ ସ୍ବିକୃତି ପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ଏହାଛଡା ଅଗ୍ନିଶମ ନିୟମାବଳୀକୁ କଡାକଡି ମଧ୍ୟ କରାଯାଇଛି। ଯେହେତୁ ଦୁଇ ବର୍ଷ ପରେ ଆଲୋକର ପର୍ବ ଦୀପାବଳି ରେ ବାଣ ଫୁଟାଇବାର ଅନୁମତି ମିଳିଛି, ତେଣୁ ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀ ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ।

ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ

କୋଚୀ: ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ। କେରଳର କୋଚୀଠାରେ ଚାଲିଥିବା ଅଷ୍ଟମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜାତୀୟ ସମୀକ୍ଷା ସମ୍ମିଳନୀରେ ସମ୍ମାନିତ ହୋଇଛି ଓଡ଼ିଶା। ଜମିଜମା ପୋର୍ଟାଲ ଭୂଲେଖକୁ ଜାତୀୟ ଫସଲ ବୀମା ପୋର୍ଟାଲ ସହ ସଫଳତାର ପୂର୍ବକ ସଂଯୋଗୀକରଣ ପାଇଁ ଓଡ଼ିଶା ସରକାର ଏହି ପୁରସ୍କାର ପାଇଛନ୍ତି।

ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାଇଁ ଫସଲ ବୀମାରେ ନକଲି ପଞ୍ଜିକରଣ ରୋକାଯାଇ ପାରିଛି । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ବା ଏନଆଇସି ଓଡ଼ିଶାର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତାରେ ଅନନ୍ୟ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଏହି ପୁରସ୍କାର ଗ୍ରଣ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ, ଡାକ୍ତରଖାନାରେ ପର୍ଯ୍ୟାପ୍ତ ସାପ ବିଷ ନିରୋଧି ଔଷଧ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। । ସମସ୍ତ ଡାକ୍ତରଖାନାରେ ସାପ ବିଷ ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍, ଚୂନ ପାଉଡରର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ନିଶ୍ଚିତ କରାଯିବ।

ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ରହିଛି| ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ସେହିପରି ସମସ୍ତ ଡାକ୍ତରଖାନା ଗୁଡ଼ିକରେ ପାଓ୍ବାର ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।।

ଟଳିଲା ବିପଦ, ଓଡ଼ିଶା ଉପକୂଳ ଅତିକ୍ରମ କରିବନି ବାତ୍ୟା ‘ସି-ତ୍ରଙ୍ଗ’

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଅତିକ୍ରମ କରିବନି ସି-ତ୍ରଙ୍ଗ। ଓଡ଼ିଶା ଉପକୂଳ ପାଖେ ପାଖେ ଗତି କରି ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଆଡକୁ ମୁହାଁଇବ। ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଆଜି ସକାଳେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୨ତାରିଖରେ ଏହା ଅବପାତ ଓ ୨୩ବେଳକୁ ଗଭୀର ଅବପାତର ରୂପ ନେବ। ୨୪ତାରିଖ ବେଳକୁ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡକୁ ଗତି କରିବ। ବାତ୍ୟାରେ ପରିଣତ ହେବା ପରେ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ୨୫ ତାରିଖରେ ଲ୍ୟାଣ୍ଡଫଲ କରିବ।

ସୂଚନା ମୁତାବକ ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ପଡ଼ିବ। ତେବେ ବାତ୍ୟାର ତୀବ୍ରତା କେତେ ରହିବ, ସେନେଇ ଆଇଏମଡି ଆକଳନ କରିନି। ତେବେ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୨୪ ଓ ୨୫ରେ ବର୍ଷା ସମ୍ଭାବନା ରହିଛି। ୨୧ତାରିଖରୁ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର । ଏହି ସେବାକୁ ନେଇ ଜିଲ୍ଲାରେ ଦେଖାଦେଇଛି ପ୍ରବଳ ଉତ୍କଣ୍ଠା । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରୋଗୀ ପଞ୍ଜିକରଣ ସହ ପ୍ରାଥମିକ ଚିକିତ୍ସା । ରାଜ୍ୟର ବଛା ବଛା ପ୍ରସିଦ୍ଧ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ଆସନ୍ତାକାଲି ସମସ୍ତ ଡାକ୍ତର ପହଞ୍ଚି ଅପରେସନ କରିବେ । ଆଜି ଅନ୍ୟ ଡାକ୍ତର ପହଞ୍ଚି ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରୁଛନ୍ତି ।

ନବରଙ୍ଗପୁର ଭଳି ଆଦିବାସୀ ଇଲାକାର ଲୋକଙ୍କ ପକ୍ଷେ ଉନ୍ନତ ଓ ବ୍ୟୟବହୁଳ ଚିକିତ୍ସା ଅସମ୍ଭବ ହୋଇପଡୁଥିଲା । ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଏହି ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଛନ୍ତି । ଏଭଳି ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ନବରଙ୍ଗପୁର CDMO ମଧ୍ୟ ଏହି ବାୟୁ ସ୍ୱାସ୍ଥ୍ୟ ସେବାକୁ ନେଇ ବ୍ୟାପକ ବ୍ୟବସ୍ଥା କରିଥିବା କହିଛନ୍ତି ।

ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ, ୩ ମୃତ୍ୟୁ

ମୋରେନା: ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ । ମଧ୍ୟପ୍ରଦେଶ ମୋରେନାର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ । ଜେତପୁର ରେଡଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁ ପୂରା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ବିଲ୍ଡିଂ ତଳେ ପ୍ରାୟ ୭ ଜଣ ଫସି ରହିଛନ୍ତି ।

ମୃତକ ତିନି ଜଣ ବାଣ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ସନ୍ଦେହ କରାଯାଉଛି । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଗୋଦାମ ଚାଲିଥିବା ବିଲ୍ଡିଂରେ ଲୋକମାନେ ଭଡାରେ ରହୁଥିଲେ ବୋଲି ଜଣାପଡ଼ିଛି ।

ପୁଣି ପାଣି ଘେରରେ IT ସିଟି, ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି

ବେଙ୍ଗାଲୁରୁ: ପୁଣି ପାଣି ଘେରରେ ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ପୂର୍ବ, ଦକ୍ଷିଣ ଓ କେନ୍ଦ୍ର ବେଙ୍ଗାଲୁରୁରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତଳି ଅଞ୍ଚଳରେ ପାଣି ଜମିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତରେ ସମସ୍ୟା ହେଉଛି । ସେହିପରି ସହରର ବିଭିନ୍ନ ଆପାର୍ଟମେଣ୍ଟର ବେସମେଣ୍ଟରେ ମଧ୍ୟ ପାଣି ଜମିଛି । ମାଜେଷ୍ଟିକ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଗତକାଲି ସାରା ରାତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ କେତେକ ସ୍ଥାନରେ ଗାଡ଼ି ଭାଙ୍ଗିଯାଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଗତ ମାସ ଲଗାଣ ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଥିଲା ।

କୁଶଳୀ ଓ ଅଣକୁଶଳୀ ଓ ଦକ୍ଷ ଶ୍ରମିକଙ୍କ ବଢିଲା ପାରିଶ୍ରମିକ, ଶ୍ରମିକଙ୍କ ଦୈନିକ ମଜୁରୀ ୭ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ଶ୍ରମିକଙ୍କ ଦୈନିକ ମଜୁରୀରେ ୭ ଟଙ୍କା ବୃଦ୍ଧି । କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬ ଟଙ୍କାରୁ ବଢି ୪୮୩ ଟଙ୍କା, ସ୍ୱଳ୍ପ କୁଶଳୀଙ୍କ ମଜୁରୀ ୩୬୬ ଟଙ୍କାରୁ ବଢି ୩୭୩ ଟଙ୍କା ହୋଇଛି । ଶେଷରେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୩୨୬ ଟଙ୍କା ଥିବାବଳେ ଏବେ ଏହା ୩୩୩ ଟଙ୍କାରେ ପହଞ୍ଚିଛି । ଏନେଇ ଶ୍ରମ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହି ମଜୁରୀ ବୃଦ୍ଧି ଅକ୍ଟୋବର ପହିଲାରୁ ଲାଗୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟ ଉପଦେଷ୍ଟା ବୋର୍ଡର ନିଷ୍ପତ୍ତି ଅନୁସାରେ ୨୦୧୯ ଏପ୍ରିଲରୁ ସରକାର ପ୍ରତିବର୍ଷ ମଜୁରୀ ବୃଦ୍ଧି କରିଆସୁଛନ୍ତି । ଏନେଇ ଦୁଇଟି ତାରିଖରେ ମଜୁରୀ ବୃଦ୍ଧି ଘୋଷଣା ହୋଇଥାଏ । ଏପ୍ରିଲ ପହିଲା ଓ ଅକ୍ଟୋବର ପହିଲାରେ ସରକାର ନୂଆ ମଜୁରୀ ଘୋଷଣା କରିଥାନ୍ତି ।

ଓଡ଼ିଶା ଆସିବ ଡାକୋଟା, ରାଜ୍ୟ ସରକାର ନେବେ ସବୁ ଦାୟିତ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ । ଡାକୋଟାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମିଳିଲା ଅନୁମତି । ଭାରତୀୟ ବିମାନ ପ୍ରାଧିକରଣ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ରାଜ୍ୟ ସରକାର କରିବେ । ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେନି ରାଜ୍ୟ ସରକାର । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବ ପ୍ରସ୍ତୁତି । ବାତ୍ୟା ସ୍ଥିତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରାକର । ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବାତ୍ୟା ମୁକାବିଲା ରଣକୌଶଳ ନେଇ ଆଲୋଚନା ହେବ । ଏହି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତି ରହିବେ । ଏହା ସହ ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ଜାରି କରଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିବେ ।

ସେପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ୭ଟି ଜିଲ୍ଲାର ଜିଲ୍ଲପାଳଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜିଲ୍ଲା ଗୁଡିକରେ ଔଷଧ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ୭ଟି ଜିଲ୍ଲା ଉପରେ ନଜର ରଖାଯାଇଛି। ମାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି।