spot_img
Home Blog Page 3800

ସମୃଦ୍ଧ ଓଡ଼ିଶାକୁ ସଶକ୍ତ କରିଛି ‘ମୋ ସରକାର’

ନନ୍ଦିଘୋଷ ବ୍ୟୁରୋ: ନୂଆ ଓଡ଼ିଶା । ସମୃଦ୍ଧ ଓଡ଼ିଶା । ସଶକ୍ତ ଓଡ଼ିଶା । ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ସଂସ୍କାର । ନବୀନଙ୍କ ୫ମ ପାଳିରେ ଆରମ୍ଭ ହୋଇଛି ମୋ ସରକାର । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସାଧାରଣ ଲୋକ ହେଉଛନ୍ତି ପ୍ରକୃତ ସରକାର, ଶାସନରେ ମାଲିକ । ଜନତା ଜନାର୍ଦ୍ଦନଙ୍କୁ ଉତ୍ତମ ବ୍ୟବହାର ସହ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ସମ୍ମାନର ସହ ପାଉଛନ୍ତି ସରକାରୀ ସେବା । ବ୍ଲକ, ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଆଉ ଧାଉଁନି ସାଧାରଣ ଲୋକ । ଦୁଆରେ ପହଞ୍ଚୁଛି ସରକାରୀ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ଅଭିନବ କାର୍ଯ୍ୟକ୍ରମ ପାଇଁ ରାଜ୍ୟବାସୀ କହୁଛନ୍ତି ‘ମୋ ସରକାର..ଓଡ଼ିଶା ସରକାର’ ।

ହେଲୋ ମୁଁ ନବୀନ ପଟ୍ଟନାୟକ କହୁଛି..

ଡାକ୍ତରଖାନା ଯାଇଥିଲେ କେମିତି ସେବା ପାଇଲେ? କିଛି ଅସୁବିଧା ହେଲା କି? ଖୋଦ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା କିମ୍ବା ଥାନାକୁ ଯାଇଥିବା ଲୋକଙ୍କୁ ଫୋନ କରି ଏମିତି ବୁଝୁଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ପୁଲିସ ଡିଜି, ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ମଧ୍ୟ ଫୋନ କରୁଛନ୍ତି । ତୃଣମୂଳସ୍ତରରେ ଲୋକମାନଙ୍କୁ ମିଳୁଥିବା ସରକାରୀ ସେବା ସଂପର୍କର୍ରେ ବୁଝୁଛନ୍ତି । ଯଦି ସରକାର ଅଧିକାରୀଙ୍କ ନାମର ଅଭିଯୋଗ ଆସିଲା ବେବେ ଦଣ୍ଡ, ପ୍ରଶଂସା ମିଳିଲା ତ ଆଗୁଆ ପଦୋନ୍ନତିର ପୁରସ୍କାର । ପ୍ରଶାସନକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିଛି ମୋ ସରକାର । ନିପଟ ମଫସଲର ନିରୀହ ଲୋକଟିଏ ଥାନା, କୋର୍ଟ ଓ ଡାକ୍ତରଖାନାରୁ ସମ୍ମାନର ସହ ପାଉଛି ଗୁଣାତ୍ମକ ସେବା । ମୋ ସରକାରର ଚଳଚଞ୍ଚଳତା ରାଜ୍ୟବାସୀଙ୍କୁ ଦେଖାଇଛି ପରିବର୍ତ୍ତନର ନୂଆ ଧାରା ।

ଜନ୍ମ ପ୍ରମାଣପତ୍ର ହେଉ ଅବା ମୃତ୍ୟୁ ପ୍ରମାଣପତ୍ର । ଜମିପଟାରୁ ଆରମ୍ଭ କରି ଗାଡ଼ିଚୋରି ଏତଲା । ଏସବୁ କାମକୁ ସରଳ କରିଛି ମୋ ସରକାର । କଂପ୍ୟୁଟର କି ବୋର୍ଡ କିମ୍ବା ଆପରେ ମିଳୁଛି ସେବା । ଅନଲାଇନରେ ଦାଖଲ ହେଉଛି ଜମି ଖଜଣା । ବିଜୁଳି ବିଲ୍,ପାଣି ବିଲ ଘରୁ ଆପରେ ଇପେମେଣ୍ଟ କରିହେଉଛି । ଘରକାମର ଫଟୋ ଅପଲୋଡ କଲେ ମିଳୁଛି ‘ଆବାସ’ କିସ୍ତି ଟଙ୍କା । ମୋ ସରକାର କମାଲରୁ ୪୮ ଘଣ୍ଟାରେ ହେଉଛି ବିଜୁଳି ସଂଯୋଗ । ଏଥିପାଇଁ ସରକାରୀ ଅଫିସକୁ ଆଉ ଧାଇଁବାକୁ ପଡୁନି । ମୋ ସରକାରକୁ ପୂରିଛି ୩ ବର୍ଷ । ୩୨ଟି ବିଭାଗର ପ୍ରାୟ ୨୪୫ ସେବା ଏବେ ଏଥିରେ ଉପଲବ୍ଧ । ଆଗକୁ ଅଧିକ ସରକାରୀ ସେବା ହାତପାଆନ୍ତାରେ ମିଳିବ । ମୁଖ୍ୟମନ୍ତ୍ରୀ ‘ମୋ ସରକାର’କୁ କରୁଛନ୍ତି ସର୍ବାଧିକ ଫୋକସ ।

ରାଜ୍ୟରେ ବିକାଶର ଗତିଶୀଳତା ବେଗବାନ ହୋଇଛି । ମାନବ ସମାଜର ବଡ଼ ସଂକଟ କରୋନା ମୁକାବିଲା ଓ ପରିଚାଳନାରେ ମୋ ସରକାର ତୁଲାଇଛି ବଡ଼ ଭୂମିକା । ସରକାରୀ ଫାଇଲ ଆଉ ମାସ ମାସ ପଡ଼ିରହୁନି । ଦଲାଲରାଜ ହଟିଛି । ସାଧାରଣ ଲୋକ ସେବା ପାଇବାକୁ ହନ୍ତସନ୍ତ ହେଉନି । ଦୁର୍ବ୍ୟବହାରର ଶିକାର ହେଉନି । ମିଳୁଛି ଉତ୍ତମ ସବା । ଜନଶୁଣାଣିରେ ଆପତ୍ତି ଅଭିଯୋଗର ହେଉଛି ସମାଧାନ । ପ୍ରଶାସନରେ ଆସିଛି ତତ୍ପରତା ଓ ସ୍ୱଚ୍ଛତା । ନୂଆ ମଡେଲ ମୋ ସରକାର ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଆଣିଛି ନବକଳେବର । ନାଗରିକ ସନ୍ତୋଷ ଏକ ନିରନ୍ତର ପ୍ରକ୍ରିୟା । ସରକାର-ଜନସାଧାରଣଙ୍କ ମଧ୍ୟରେ ମୋ ସରକାର ସାଜିଛି ସେତୁବନ୍ଧ । ଶାସନ ଓ ସରକାରୀ ବ୍ୟବସ୍ଥା ପ୍ରତି ବଢ଼ିଛି ଲୋକଙ୍କ ଆସ୍ଥା ଓ ଭରସା । ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ସହଭାଗିତା ମଧ୍ୟ ଢ଼େର ବଢ଼ିଛି । ରାଜ୍ୟବାସୀଙ୍କ ପାଇଁ ନବୀନ ସରକାର ହେଉଛି ମୋ ସରକାର ।

ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ଇନ୍ଦୋର: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା । ଇନ୍ଦୋରସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଟେଲିଭିଜନ ଜବଗତର ଲୋକପ୍ରିୟ ଅଭିନେତ୍ରୀ ବୈଶାଳୀ । ପୋଲିସ ବୈଶାଳୀଙ୍କ ମୃତଦେହ ଜବତ କରିଥିବା ବେଳେ ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି ।

‘ୟେ ରିସ୍ତା କ୍ୟା କେହଲାତା ହେ’ ଶୋ’ରୁ କ୍ୟାରିଅର ଆରମ୍ଭ କରଥିଲେ ବୈଶାଳୀ । ସୁପର ସିଷ୍ଟର, ସସୁରାଲ ସିମର କା ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ ।  ଗତ ବର୍ଷେ ହେଲା ସେ ଇନ୍ଦୋରରେ ରହି ଆସୁଥିଲେ ।

ନବନିର୍ମାତା, ସେବାର ସାଧକ- ନବୀନ

 ନନ୍ଦିଘୋଷ ବ୍ୟୁରୋ: ଦେଶପ୍ରେମ ଓ ରାଷ୍ଟ୍ରବାଦକୁ ନେଇ ସଂପ୍ରତି ଦେଶବ୍ୟାପୀ ଚାଲିଥିବା ଉଗ୍ର ବ୍ୟାଖ୍ୟାନ ଓ ଚର୍ଚ୍ଚାରେ ହିଂସାର ସ୍ଫୂରଣ ଏହାର ବାସ୍ତବ ପରିଭାଷାକୁ ଅସ୍ପଷ୍ଟ କରିଛି; କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟତାବାଦକୁ ନେଇ ଗାନ୍ଧୀଙ୍କ ବିଚାରଧାରାରେ ଜନସେବା ସହ ଜନଗଣଙ୍କୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ବ୍ରତୀ ରହିଛନ୍ତି। ଗାନ୍ଧୀଙ୍କ ଦର୍ଶନ ଓ ଜୀବନାଦର୍ଶକୁ ପାଥେୟ କରି ରାଜନୀତିରେ ନିରବଚ୍ଛିନ୍ନ ଭାବେ ଆଗକୁ ବଢ଼ୁଛନ୍ତି ନବୀନ। ଦୀର୍ଘ ୨୫ବର୍ଷର ରାଜନୈତିକ ଜୀବନରେ ଜନସେବାର ଉପଲବ୍ଧି ତାଙ୍କ ପାଇଁ ସୃଷ୍ଟି କରିଛି ଜାତୀୟତାବାଦର ନୂଆ ପରିଭାଷା।

ଜନଗଣଙ୍କୁ ସାମାଜିକ ନ୍ୟାୟ ପ୍ରଦାନ, ସାମାଜିକ-ଅର୍ଥନୈତିକ ସ୍ତରରେ ସେମାନଙ୍କୁ ଅଧିକ ସଶକ୍ତ କରିବା ନବୀନଙ୍କ ରାଜନୈତିକ ଦର୍ଶନର ମୂଳପିଣ୍ଡ। ଅନ୍ୟପକ୍ଷରେ ତାଙ୍କ ବିଚାରରେ ସେବା ମାଧ୍ୟମରେ ସାଧାରଣଜନତାଙ୍କ ଅଭାବ ଅସୁବିଧା ଦୂର କରିବା ରାଜନୈତିକ ଯାତ୍ରା ନୁହେଁ; ଏହା ଏକ ଆଧ୍ୟାତ୍ମିକ ଅନୁଭବ। ନବୀନଙ୍କ ଦୃଷ୍ଟିରେ ନିର୍ବାଚନ ହେଉଛି ପରିବର୍ତ୍ତନ ଓ ରୂପାନ୍ତରଣର ଗୋଟିଏ ମାଧ୍ୟମ। ସେ କହନ୍ତି, “ଆପଣ ଯଦି ଲୋକଙ୍କ ସହ ଅଛନ୍ତି, ତେବେ ନିର୍ବାଚନ ଲଢ଼ିବା ଏକ ଔପଚାରିକତା ମାତ୍ର। ଲୋକଙ୍କ ସହ ଯୋଡ଼ିହେବା ଏବଂ ଲୋକଙ୍କୁ ଭଲ ପାଇବା, ସେମାନଙ୍କ ସେବା କରିବା ହିଁ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧ। ରାଜନୀତିରେ ଜନତା ହିଁ ଜନାର୍ଦ୍ଦନ। ଏହାରି ମାଧ୍ୟମରେ ଆଧ୍ୟାତ୍ମର ପରିଭାଷା ଖୋଜି ପାଇବା ପାଇଁ ସେ ଜାରୀ ରଖିଛନ୍ତି ନିରନ୍ତର ପ୍ରୟାସ। ରାଜ୍ୟର ଶାସନଭାର ତାଙ୍କୁ କରିଛି ଅଧିକ ନମ୍ର, ସମ୍ବେଦନଶୀଳ ଓ ଉତ୍ତରଦାୟୀ। ସ୍ଥିର ଚିତ୍ତ ସହ “ଆତ୍ମଚେତନାର ସ୍ୱରୂପାୟଣ” ହିଁ ନବୀନଙ୍କ ସମର୍ପିତ ଜନସେବାର ମୂଳ ଆଧାର। ଏହି ଉପଲବ୍ଧି ତାଙ୍କ ବ୍ୟକ୍ତିତ୍ୱକୁ କରିଛି ଅଧିକ ବଳିଷ୍ଠ ଓ ଆକର୍ଷଣୀୟ। ଏହାର ପୃଷ୍ଠଭୂମିରେ ଗାନ୍ଧୀଙ୍କ ଦର୍ଶନର ଝଲକ ସ୍ପଷ୍ଟ ବାରି ହୁଏ।

୨୦୧୯ ଗାନ୍ଧୀ ଜୟନ୍ତୀରୁ ଲୋକ କଲ୍ୟାଣ ଓ ଜନ ସଶକ୍ତୀକରଣ ଲକ୍ଷ୍ୟ ନେଇ ରାଜ୍ୟରେ “ମୋ ସରକାର” ଯୋଜନା କାର୍ଯ୍ୟକାରୀ ହେଉଛି। ସମାଜରେ ମୂଲ୍ୟଯୁକ୍ତ, ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି ବ୍ୟବସ୍ଥାର ମୂଳଲକ୍ଷ୍ୟ। ଶାସନ ବ୍ୟବସ୍ଥାର ଇତିହାସରେ ଏହା ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି। ଗାନ୍ଧୀଙ୍କ ‘ସ୍ୱରାଜ୍ୟ’ ଆଧାରରେ ସୁଶାସନ ମାଧ୍ୟମରେ ଲୋକଙ୍କ ମୁହଁରେ ହସ ଫୁଟାଇ ପ୍ରକୃତ ସ୍ୱାଧୀନତାର ଉପଲବ୍ଧି ଦେବା ଏହି ବ୍ୟବସ୍ଥାର ଅନ୍ୟ ଏକ ଆଭିମୁଖ୍ୟ। ଏହି କ୍ରମରେ “ମୋ ସରକାର”ରେ ‘୫-ଟି’ ଉପକ୍ରମ “ସ୍ୱରାଜ୍ୟ”କୁ “ସୁରାଜ୍ୟ”ରେ ରୂପାନ୍ତିରତ କରିଛି।

ଦେଶର ପ୍ରଥମ ରାଜନେତା ଭାବେ ସମ୍ବିଧାନର ମୁଖବନ୍ଧରେ “ଅହିଂସା” ଶବ୍ଦକୁ ସ୍ଥାନ ଦେବା ନିମନ୍ତେ ନବୀନଙ୍କ ପରାମର୍ଶ ଓ ଉଦ୍ୟମ ତାଙ୍କର ଗାନ୍ଧୀବାଦ ପ୍ରତି ଗଭୀର ଅନୁରକ୍ତିର ପରିଚୟ ଦିଏ। ଅହିଂସା କେବଳ ପରମ ଧର୍ମ ନୁହେଁ; ରାଷ୍ଟ୍ରନୀତିରେ ଏହାର ପ୍ରତିଫଳନ ଜରୁରୀ। ସାଂପ୍ରତିକ ସ୍ଥିତିରେ ବିଶ୍ୱ ଶାନ୍ତି ପାଇଁ ଅହିଂସାର ଉପାଦେୟତା ଓ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଅହିଂସାର ବାର୍ତ୍ତା ସଂପର୍କରେ ଜନଜାଗରଣ ସୃଷ୍ଟି ପାଇଁ ରାଜ୍ୟବ୍ୟାପୀ ଅହିଂସା ରଥ ପରିକ୍ରମା, ଗାନ୍ଧୀ ଜୟନ୍ତୀରୁ ଜନସଂପର୍କ ପଦଯାତ୍ରା, ଗାନ୍ଧୀବାଦୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ନବୀନ ଗାନ୍ଧୀବାଦ ପ୍ରତି ପ୍ରକୃତ ସମ୍ମାନ ଜଣାଇଛନ୍ତି।

ଲେଖକରୁ ସଫଳ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଭାବେ ସେ ଦେଶବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୨୨ବର୍ଷ ଧରି ନିରବଚ୍ଛିନ୍ନ ରାଜ୍ୟ ଶାସନର କର୍ଣ୍ଣଧାର ସାଜିଥିବା ନବୀନ ଆଜି ୭୭ବର୍ଷରେ ପଦାର୍ପଣ କରିଛନ୍ତି। କ୍ଷମତାର ଶୀର୍ଷରେ ଥାଇ ବି ସେ ହୋଇନାହାନ୍ତି ମୋହଗ୍ରସ୍ତ। ବାସ୍ତବ ଜୀବନରେ ତାଙ୍କର ଉଦାର ଜୀବନଶୈଳୀ, କର୍ମଯୋଗୀର ଜୀବନ ଅନ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି। ବ୍ୟକ୍ତିଗତ ଜୀବନର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ଜନତାଙ୍କ ଆସ୍ଥାଭାଜନ କରିପାରିଛି, ଯାହା ଗତ ୫ଟି ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଛି। ରାଜନୀତିରେ ନିଜସ୍ୱ ଉପଲବ୍ଧି ଓ ବାସ୍ତବ ଅନୁଭୂତି, ବାସ୍ତବଧର୍ମୀ ପଦକ୍ଷେପ ହିଁ ସତ୍ୟ। ନବୀନଙ୍କ କ୍ଷେତ୍ରରେ ଏହାର ଛାପ ଦୃଶ୍ୟମାନ ହୋଇଛି। ସାଧାରଣ ଲୋକଙ୍କ ପାଇଁ ସେ ହେଉଛନ୍ତି କର୍ମରେ ବିଶ୍ୱାସ ରଖୁଥିବା ଜଣେ ସ୍ୱଳ୍ପଭାଷୀ ବିରଳ ରାଜନେତା। ଜନସହଭାଗିତା ଓ ସଚେତନତା ମାଧ୍ୟମରେ ସେ ସାଜିଛନ୍ତି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ। ଜନନୀ ଜଠରରୁ ଜୁଇ ପର୍ଯ୍ୟନ୍ତ ଅନେକ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟଣ କରି ସେ ପାଲଟିଛନ୍ତି ରାଜ୍ୟ ପ୍ରଗତିର ନାୟକ।

ତାଙ୍କୁ ଏବଂ ତାଙ୍କ ରାଜନୈତିକ ସଫଳତାର କାହାଣୀକୁ କେନ୍ଦ୍ର କରି ସାଧାରଣରେ ଅନେକଙ୍କ କୌତୁହଳ ଯଥେଷ୍ଟ ଗଭୀର। ରାଜନୀତିକୁ ଆସିବା ପୂର୍ବରୁ ଜଣେ ଲେଖକ ଭାବେ ସେ ଦେଶବିଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଆମେରିକାର ଜ୍ୟାକୁଲିନ୍ କେନେଡ଼ି, ହଲିଉଡ୍ର ସୁପରଷ୍ଟାର ରବର୍ଟ ଡିନେରୋ, ପପ୍ ମ୍ୟୁଜିକ୍ର ପରିଚିତ ବ୍ୟକ୍ତିତ୍ୱ ମିକ୍ ଜାଗର୍, ବ୍ରିଟିଶ ଲେଖକ, ଔପନ୍ୟାସିକ ଓ ସାମ୍ବାଦିକ ବ୍ରୁସ୍ ଚାଟ୍ୱିନ୍ ତଥା ଇଂରାଜୀ ଐତିହାସିକ ୱିଲିୟମ ଡାର୍ଲିିମ୍ପଲଙ୍କ ଭଳି ବହୁ ବିଶିଷ୍ଟ ପାଶ୍ଚାତ୍ୟ ବ୍ୟକ୍ତିତ୍ୱଙ୍କ ସହ ନିବିଡ଼ ବନ୍ଧୁତ୍ୱ ତାଙ୍କ ବିଶ୍ୱ ପରିଚିତିର ପ୍ରମାଣ ଦିଏ। ନବୀନଙ୍କ ଦ୍ୱାରା ରଚିତ “ ଏ ସେକେଣ୍ଡ ପାରାଡାଇଜ୍” ଓ “ଡେଜର୍ଟ କିଙ୍ଗଡମ୍” ଭଳି ଦୁଇଟି ପୁସ୍ତକକୁ ଜାକୁଲିନ୍ କେନେଡ଼ି ସମ୍ପାଦିତ କରିଛନ୍ତି। ଅନ୍ୟପକ୍ଷରେ ବିଶିଷ୍ଟ ଲେଖକ ତଥା ଐତିହାସିକ ୱିଲିୟମ ଡାର୍ଲିିମ୍ପଲ୍ ତାଙ୍କର ପ୍ରଥମ ପୁସ୍ତକ “ ଦ ସିଟି ଅଫ ଜିନ୍ସ”ର ପାଣ୍ଡୁଲିପି ବନ୍ଧୁ ନବୀନଙ୍କୁ ପଢ଼ିବା ଏବଂ ଆବଶ୍ୟକ ସଂଶୋଧନ ପାଇଁ ଦେଇଥିବା ତାଙ୍କ ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି। ଏଥିରୁ ତାଙ୍କର ବୌଦ୍ଧିକ ଏବଂ ସାରସ୍ୱତ ପ୍ରଜ୍ଞାର ପରିଚୟ ମିଳେ।

ଗତ ୨୫ ବର୍ଷର ରାଜନୈତିକ ଜୀବନଯାତ୍ରାରେ ତାଙ୍କ ପ୍ରତି ରାଜ୍ୟବାସୀଙ୍କ ପ୍ରଚୁର ଭଲ ପାଇବା ପରିଲକ୍ଷିତ ହୋଇଛି। ସାଧାରଣରେ ସରଳ ଦିଶୁଥିବା ଏହି ମଣିଷଟି ଜଣେ ପ୍ରବୀଣ ପ୍ରଶାସକ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି। ବିଶୃଙ୍ଖଳା ଓ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଓ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ନିଷ୍ପତ୍ତି ତାଙ୍କର ଦୂରଦୃଷ୍ଟି ଓ ବିଚକ୍ଷଣତାକୁ ପ୍ରତିଫଳିତ କରୁଛି।ଜାତୀୟ ରାଜନୀତିରେ ନବୀନ ଜଣେ ଆକାଂକ୍ଷୀ ବ୍ୟକ୍ତିତ୍ୱ ପାଲଟିଛନ୍ତି। କେନ୍ଦ୍ର ଓ ରାଜ୍ୟ ପରସ୍ପର ବିରୋଧୀ ନୁହଁନ୍ତି; ରାଜ୍ୟ ଓ ଦେଶର ବିକାଶ ପାଇଁ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ହିଁ ଏକାନ୍ତ ବିକଳ୍ପ ବୋଲି ସେ ବାର୍ତ୍ତା ଦେଇଛନ୍ତି। ରାଜନୈତିକ ମତଦ୍ୱୈଧ ସତ୍ତେ୍ୱ ଜାତୀୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସେ କେନ୍ଦ୍ର ସହ ଠିଆ ହୋଇଛନ୍ତି। କରୋନା ମହାମାରୀ ସମୟରେ ଅମ୍ଳଜାନ ଯୋଗାଇ ସାରା ଦେଶକୁ ହୃଦୟଖୋଲା ସହଯୋଗ କରି ଜନନାୟକର ପରିଚୟ ଦେଇଛନ୍ତି।

ପଛୁଆବର୍ଗ ଜନଗଣନା, ସେମାନଙ୍କ ନିମନ୍ତେ ରାଜନୈତିକ ସଂରକ୍ଷଣ, ରାଜନୀତିରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ, ବିପର୍ଯ୍ୟୟ ପ୍ରଶମନ, ଉଗ୍ରବାଦ ଦମନ ଓ ଥଇଥାନ ନୀତି, ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, ‘କାଳିଆ’ ଯୋଜନା, ଆଦିବାସୀଙ୍କୁ ଜମିପଟ୍ଟା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଭିତ୍ତିଭୂମିର ରୂପାନ୍ତରଣ, ଧାର୍ମିକ ପୀଠର ଶ୍ରୀବୃଦ୍ଧି ଆଦି ଲକ୍ଷ୍ୟଭେଦୀ ଯୋଜନା ତାଙ୍କୁ ସାରା ଦେଶରେ ପ୍ରଶଂସିତ କରିଛି। ମହାବାତ୍ୟାରୁ ମହାମାରୀ- ଏସବୁର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୋଜନା ଓ ଏହାର ସମ୍ମିଳିତ କାର୍ଯ୍ୟାନ୍ୱୟନ ଓଡ଼ିଶା ପାଇଁ ଏକ ଅଭୁଲା ସ୍ମୃତି ଓ ସଫଳତା। ଏହାରି ମଧ୍ୟରେ ରାଜ୍ୟ ଅଭିବୃଦ୍ଧି ପାଇଁ ଉଦୀୟମାନ ହୋଇଛି ପୁଞ୍ଜିନିବେଶର ନୂଆ ସମ୍ଭାବନା। ୨୨ ବର୍ଷ ତଳେ ଆର୍ଥିକ ଦୁଃସ୍ଥିତି ସହ ସଂଘର୍ଷ କରୁଥିବା ଓଡ଼ିଶା ଧୀରେ ଧୀରେ ସ୍ୱାବଲମ୍ବୀ ହୋଇ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇପାରିଛି। ପ୍ରାକୃତିକ ବିପତ୍ତି ପ୍ରପୀଡ଼ିତ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଡେଲ ପାଲଟିଛି। କୃଷି, ଜଳସେଚନ, ଗମନାଗମନ, ଅପହଞ୍ଚ ଅଞ୍ଚଳର ବିକାଶ, ମେକ୍-ଇନ୍-ଓଡ଼ିଶା, ଦକ୍ଷତା ବିକାଶ ଯୋଜନାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ। ସମାଜର ଶେଷବର୍ଗ ନିକଟରେ ପ୍ରଶାସନକୁ ପହଞ୍ଚାଇବା ସହ ଜନମତ ଆଧାରରେ ଯୋଜନା ପ୍ରସ୍ତୁତ କରିବା ହିଁ ନବୀନଙ୍କ ବିକାଶ ମଡେଲର ଆଧାର। ସମୃଦ୍ଧ ଓଡ଼ିଶା ଗଠନ ନେଇ ନବୀନଙ୍କ ଏହି “ଅନ୍ତର୍ଭୁକ୍ତି ବିକାଶ ମଡେଲ” ଆଗାମୀ ପିଢ଼ି ପାଇଁ ଗବେଷଣାର ସନ୍ଦର୍ଭ ପାଲଟିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖୁଛନ୍ତି।

ତୃତୀୟ ଥର ଚୀନର କ୍ଷମତା ସମ୍ଭାଳିବେ ସି ଜିନପିଙ୍ଗ !

ବେଜିଂ: ଆଜିଠାରୁ ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ ମହାଅଧିବେଶନ ଆରମ୍ଭ । ଚୀନ ରାଷ୍ଟ୍ରପତି ଭାବେ ଲଗାତାର ତୃତୀୟ ଥର ଲାଗି ପୁନଃନିର୍ବାଚିତ ହୋଇପାରନ୍ତି ସି ଜିନପିଙ୍ଗ ।  ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରାୟ ୩ ହଜାର ପ୍ରତିନିଧି । ସମସ୍ତ ପ୍ରତିନିଧି ଜିନପିଙ୍ଗ ସପକ୍ଷବାଦୀ ହୋଇଥିବାରୁ ୬୯ ବର୍ଷ ବୟସ୍କ ଜିନିପିଙ୍ଗ ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି ।

ଚୀନ କମ୍ୟୁନିଷ୍ଟ ପାର୍ଟିର ନୀତି ଅନୁସାରେ 68 ବର୍ଷ ବୟସ ପରେ କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇପାରିବେ ନାହିଁ । ମାତ୍ର ଜିନପିଙ୍ଗଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହୋଇନାହିଁ । ପୂର୍ବତନ କମ୍ୟୁନିଷ୍ଟ ଶାସକ ମାଓ ଜେଦୁଙ୍ଗଙ୍କ ପରେ ସବୁଠାରୁ ଶକ୍ତିଶାଳୀ ନେତାର ମାନ୍ୟତା ଲାଭ କରିଆସୁଛନ୍ତି ଜିନପିଙ୍ଗ । ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍ ସମ୍ମିଳନୀ କକ୍ଷରେ ଅଧିବେଶନରେ ସମସ୍ତ ପ୍ରତିନିଧି ଯୋଗ ଦେଇଥିବା ବେଳେ ଜିନପିଙ୍ଗ ତାଇଓ୍ବାନକୁ ଟାର୍ଗେଟ କରିଛନ୍ତି । ୨୦୧୩ରୁ ରାଷ୍ଚ୍ରପତି ଦାୟିତ୍ବ ତୁଲାଇ ଆସୁଥିବା ଜିନପିଙ୍ଗକୁ ନେଇ ବିଶ୍ବ ରାଜନୀତି ପୁଣି ଚଳଚଞ୍ଚଳ ହୋଇଛି ।

ସମ୍ମିଳନୀ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ଅଧିବେଶନରେ ୨୦୦ ଜଣିଆ ସେଣ୍ଟ୍ରାଲ କମିଟି ଓ  ୨୫ ଜଣିଆ ସର୍ବଶକ୍ତିମାନ ପଲିଟିବ୍ୟୁରୋ ଗଠନ ହେବ । ଭୟଙ୍କର କୋଭିଡ ଯୋଗୁଁ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । କୋଭିଡ କାରଣରୁ ଦେଶର ବୈଦେଶିକ ବାଣିଜ୍ୟ ମଧ୍ୟ ସଂକଟଗ୍ରସ୍ତ ହୋଇଛି । ଏଦୃଷ୍ଟିରୁ ଜିନପିଙ୍ଗଙ୍କ ଉଦବୋଧନ ଉପରେ ସମସ୍ତଙ୍କ ରହିଛି ନଜର । ମାଓ ଜେଦୁଙ୍ଗ ୧୯୪୯ରୁ ୧୯୫୯ ଯାଏଁ ରାଷ୍ଟ୍ରପତି ଥିବାବେଳେ ଜିନପିଙ୍ଗ ହେବେ ସବୁଠାରୁ ଦୀର୍ଘକାଳୀନ ରାଷ୍ଟ୍ରପତି ।

ହିଜାବ ବିବାଦ: ଜେଲରେ ଫୁଟିଲା ଗୁଳି

ତେହେରାନ: ଇରାନରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇରାନ ହିଜାବ ଆନ୍ଦୋଳନ । ଆନ୍ଦୋଳନ ୫ ମାସରେ ପହଞ୍ଚି ଥିବା ବେଳେ ଏହାର ନିଆଁରେ ପୂରା ଦେଶ ଜଳୁଛି । ଏପରିକି ହିଜାବ ବନ୍ଦୀ ଜେଲରେ ମଧ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏହି କାରଣରୁ ଇରାନର ଏକ ଜେଲରେ ଗୁଳି ଫୁଟିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ଉଗ୍ର ହେଉଛି ଇରାନରେ ହିଜାବ ବିକ୍ଷୋଭ । ଦୁଇ ଶହରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ଅନେକଙ୍କୁ ପୋଲିସ ଉଠାଇ ନେଇ ଜେଲରେ ବନ୍ଦୀ କରିଛି । ଆଣ୍ଟି ହିଜାବ ପ୍ରୋଟେଷ୍ଟ ପଞ୍ଚମ ମାସରେ ପହଞ୍ଚିଥିବା ବେଳେ ବିକ୍ଷୋଭକାରୀମାନେ ଜେଲରେ ବି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛନ୍ତି । ବିକ୍ଷୋଭକାରୀ ରହିଥିବା ଜେଲରେ ଅଗ୍ନିକାଣ୍ଡ ଘଟିବା ସହ ଫାୟାରିଂ ହୋଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଗୁଳି ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି ।

ବିକ୍ଷୋଭକାରୀ ଓ ଜେଲ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ଜେଲ ୟୁନିଫର୍ମ ଥିବା ଓ୍ବେର ହାଉସରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଅଗ୍ନିକାଣ୍ଡରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି । ଇରାନର ଅନେକ ରାଜନୈତିକ ନେତା ଏବଂ ସରକାରୀ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ଏହି କାରାଗାରରେ ରଖାଯାଇଛି ।

ଋଷ ମିଲିଟାରୀ ଟ୍ରେନିଂ ଗ୍ରାଉଣ୍ଡରେ ଆକ୍ରମଣ, ୧୧ ମୃତ

ମସ୍କୋ: ଋଷ ମିଲିଟାରୀ ଟ୍ରେନିଂ ଗ୍ରାଉଣ୍ଡରେ ବଡ଼ ଧରଣର ଆକ୍ରମଣ । ୟୁକ୍ରେନ-ଋଷ ସୀମା ପାର୍ଶ୍ବ ବେଲଗୋରଡ ପ୍ରାନ୍ତରେ ଥିବା ଋଷର ମିଲିଟାରୀ ଗ୍ରାଉଣ୍ଡରେ ଆତର୍କିତ ଆକ୍ରମଣ ଯୋଗୁଁ ୧୧ ଜଣଙ୍କ ମୃତ ଓ ୧୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା । ଏ ନେଇ ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ବିରୋଧରେ ଚାଲିଥିବା ସ୍ବତନ୍ତ୍ର ସେନା ଅପରେସନରେ ସାମିଲ ହୋଇଥିବା ଦୁଇ ଜଣ ଟ୍ରେନିଂ କ୍ୟାମ୍ପରେ ଅନ୍ଧାଧୁନ ଗୁଳିଚାଳନା କରିଥିଲେ । ଋଷ ସେନାର ପାଲଟା ଗୁଳିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଶୁଟର ପୂର୍ବତନ ଶୋଭିଏତ ରିପବ୍ଲିକର ନାଗରିକ ବୋଲି ଜଣାପଡ଼ିଛି । ୟୁକ୍ରେନ ସହ ଯୁଦ୍ଧ ଲଢ଼ିବାକୁ ସାଧରଣ ନାଗରିକଙ୍କୁ ସେନାରେ ସାମିଲ ହେବାକୁ ରୁଷ ଘୋଷଣା କରିଥିଲା । ପୁଟିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଋଷରେ ଜୋରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଅନେକ ଲୋକେ ଦେଶ ଛାଡ଼ି ଚାଲିଯାଇଥିବା ବେଳେ ଅନେକ ଲୋକ ନିଜକୁ ଆଘାତ ପହଞ୍ଚାଇ ନିଜ ହାତ ଭାଙ୍ଗି ଦେବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି ।

ଟ୍ବିଟରରେ ନବୀନଙ୍କୁ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଦିନକୁ ବିଜେଡି କର୍ମୀମାନେ ଉତ୍ସବ ଭଳି ପାଳନ କରୁଛନ୍ତି । ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେଉଁଠି ରକ୍ତଦାନ ଶିବିର ହେଉଛି ତ କେଉଁଠି ବୃ’ରୋପଣ କରାଯାଉଛି । କେଉଁଠି ସଫେଇ ଚାଲିଛି ତ କେଉଁଠି ମନ୍ଦିରକୁ ଯାଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଲୋକେ ଦୀପଦାନ କରାଯାଉଛି । କେବଳ ଓଡ଼ିଶାରେ ନୁହେଁ, ଟ୍ବିଟରରେ ବି ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ ।

ସୋସିଆଲ ମିଡିଆରେ ସମସ୍ତେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଓଡ଼ିଶାର ରୂପକାର , କଳା ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରୀୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଉଲ୍ଲେଖ କରି ଟ୍ବିଟ୍ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭା ସାଂସଦ ମାନସ ସଙ୍ଗରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ବରିଷ୍ଠ, ନେତା ନୁହନ୍ତି ସେ ଜଣେ ଅନୁଷ୍ଠାନ । ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରୀୟ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ଏବେ ଦେଶ ତଥା ବିଶ୍ବରେ ତାଙ୍କୁ ସ୍ବତନ୍ତ୍ର କରି ଠିଆ କରିଛି ବୋଲି ସସ୍ମିତ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଦୃଢ଼ ନେତୃତ୍ବ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି ।

ପ୍ରତାପ ଜେନା ମଧ୍ୟ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ଜୀବନ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରହ୍ଲାଦ ଯୋଶୀ ଏବଂ ଦିଲ୍ଲୀପ ରାୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ମନିଶଙ୍କୁ ସିବିଆଇ ନୋଟିସ, ରାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଅବକାରୀ ନୀତିରେ ଦୁର୍ନିତୀ ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କୁ ପଚରାଉଚରା ଲାଗି ନୋଟିସ ଜାରି କରିଛି । କୁହାଯାଉଛି ଯେ, ସିବିଆଇ ସୋମବାର ଦିନ ସିବିଆଇ ସିସୋଦିଆଙ୍କୁ ଜେରା କରିପାରେ । ସିବିଆଇର ଏହି ସମନ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ସେ ସିସୋଦିଆଙ୍କୁ ସହିଦ ଭଗତ ସିଂହଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଫାଶୀ ଦଉଡି଼ ଭଗତ ସିଂହଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା । ସିସୋଦିଆ ଆଜିର ସମୟର ଭଗତ ସିଂହ ।

ଅନ୍ୟପକ୍ଷରେ ସିସୋଦିଆ ମଧ୍ୟ ଟ୍ୱିଟ୍ କରି ସେ ସିବିଆଇ ଅଫିସକୁ ଯିବେ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ‘‘ ମୋ ଘରେ ୧୪ ଘଣ୍ଟା ଧରି ଚଢାଉ ହୋଇଥିଲା । କିଛି ମଧ୍ୟ ବାହାରି ନଥିଲା । ମୋ ବ୍ୟାଙ୍କ ଲକରର ତଲାସି ନିଆଯାଇଥିଲା । ସେଠାରୁ ମଧ୍ୟ କିଛି ବାହାରି ନଥିଲା । ସେମାନଙ୍କୁ ମୋ ଗାଁରୁ ମଧ୍ୟ କିଛି ମିଳିନଥିଲା । ଏବେ ସେମାନେ ସୋମବାର ପୂର୍ବାହ୍ନ ୧୧ଚାରେ ମୋତେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି । ମୁଁ ଯିବି ଓ ପୂର୍ଣ୍ଣ ସହଯୋଗ କରିବି । ସତ୍ୟମେବ ଜୟତେ’’

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ଆଢୁଆଳରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । କିଛି ମଦ ବ୍ୟବସାୟୀଙ୍କୁ ଏହି ନୀତି ଆଳରେ ଲାଭ ପହଂଚା ଯାଇଥିବା ଅଭିଯୋଗ ହେଉଛି । ଏହି ମାମଲାରେ ଆଗରୁ ଏତଲା ଦାଏର ହୋଇ ସାରିଛି । ମନିସଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚଢ଼ାଉ ପୂର୍ବରୁ ଏହି ମାମଲାରେ ଏତାଲ ଦାଏର ହୋଇଥିଲା ।

ଅକ୍ଟୋବର ୭ରେ ଇଡି(ପର୍ବର୍ତ୍ତନ ନିର୍ଦ୍ଦେଶାଳୟ) ଦିଲ୍ଲୀ,ପଂଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ଚଢଉ କରିଥିଲା । ଏହାପୂର୍ବରୁ ଇଡି ଦିଲ୍ଲୀ-ଏନସିଆର,ବେଙ୍ଗାଲୁରୁ,ହାଇଦ୍ରାବାଦ,ନେଲ୍ଲୋର ଓ ଚେନ୍ନାଇ ସମେତ ଦେଶର ୪୦ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ମାମଲାରେ ବିଜୟ ନାୟକ,ସମୀର ମହେନ୍ଦ୍ର ଓ ଅଭିଶେକ ବୋଇନପଲ୍ଲୀଙ୍କୁ ଆଗରୁ ଗିରଫ କରାଯାଇଛି । ଜଣେ ମଦ ବ୍ୟବସାୟୀ ସିସୋଦିଆଙ୍କ ଜନୈକ ନିକଟତର ବ୍ୟକ୍ତିଙ୍କୁ ଏକ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ହେଉଛି ।

ନବୀନଙ୍କ ପାଇଁ ଜନ୍ମଦିନଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିକାଶ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । କିନ୍ତୁ ଜନ୍ମଦିନ ପାଳିବାଠୁ ନବୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିକାଶ । ଆସନ୍ତାକାଲି ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ । ଏଥିପାଇଁ ଆଜି ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି ନବୀନ ।

ଆସନ୍ତାକାଲି ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ବେଷ୍ଟ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଥ୍ରୀ । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍ ଜରିଆରେ ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛନ୍ତି ନବୀନ ।

ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ପ୍ଲସ ସୁବିଧା ଯୋଗଇ ଦେବାର ପ୍ରତିଶ୍ରୁତି ବି ଦେଉଛନ୍ତି ରାଜ୍ୟ ସରକାର । ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବ୍ୟାପକ ପୁଞ୍ଜି ପ୍ରତିଶ୍ରୁତି ମିଳିବ ବୋଲି ଆଶା କରାଯାଉଛି । ଆସନ୍ତା ୧୮ ତାରିଖ ଦିନ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ଆସିବେ ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର : ଇତିହାସ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି । ସବୁ ଚାକିରି ହେଲା ନିୟମିତ । ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ଜନ୍ମଦିନ ଭେଟି । ଏନେଇ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ଉଠିବା ପରେ ଉପକୃତ ହୋଇଛନ୍ତି ୫୭ ହଜାରରୁ ଅଧିକ କର୍ମଚାରୀ । ସୂଚନାଯୋଗ୍ୟ ଯେ, ଶନିବାର ଦିନ ଏକ ଐତିହାସିକ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିଭିତିକ ନିଯୁକ୍ତିକୁ ଉଠାଇ ଦେଇଥିଲେ ।

ବିଧିବଧ ବିଜ୍ଞପ୍ତି ଜାରି ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି । ୯ ତାଲାରେ କର୍ମଚାରୀମାନେ ସେଲିବ୍ରେସନ କରିଛନ୍ତି । ଏହାସହ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତକାଲି ସଂଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଥିଲେ । କହିଥିଲେ, ‘ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡ଼ି ଲାଗି ରହି ଥିଲା, ଗରିବୀ ବହୁ ଅଧିକ ଥିଲା ।’

ଆଗକୁ ସେ କହିଥିଲେ, ‘ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା । ସେତେବେଳେ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ । ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?’

ସେ ଆଡୁରି କହିଥିଲେ, ‘ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ । ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।’

ସେ କହିଥିଲେ, ‘ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି । ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି । ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି ।’

ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି, ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ କର୍ମଚାରୀଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବା ବେଳେ, 5T ଉପକ୍ରମକୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ବୋଲି କହିଥିଲେ ।