spot_img
Home Blog Page 3825

ଏଣିକି ନାକରେ ନେବେ କୋଭିଡ ଭାକ୍ସିନ, ଡିସିଜିଆଇ ଦେଲା ମଞ୍ଜୁରୀ

0

ନୂଆଦିଲ୍ଲୀ: ଆସିଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏଣିକି ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ । ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ ।

ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ । ଏହା ସହ କୋଭିଡ ଭୂତାଣୁର ସଂକ୍ରମଣଜନିତ ରୋଗ, ସଂକ୍ରମଣ ଆଦି କ୍ଷେତ୍ରରେ ଶକ୍ତିଶାଳୀ ପ୍ରତିରୋଧକ ସାଜିବ ଇନକୋଭାକ । କୋଭିଡର ଦୁଇ ବର୍ଷ ପରେ ଏବେ ବି ଦେଶର ଅନେକ ରାଜ୍ୟରେ କୋଭିଡର ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣ ଦେଖାଯାଉଛି ।

କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାର 6 ମାସ ପରେ ଇନକୋଭାକକୁ ନିଆଯାଇପାରିବ । ଇନକୋଭାକର ବଜାର ପ୍ରବେଶ ଲାଗି ଭାରତ ବାୟୋଟେକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ଗତ ଏପ୍ରିଲରୁ ଦେଶରେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡର ନୂଆ ଭାରିଆଣ୍ଟ ଗୁଡ଼ିକ ଲୋକଙ୍କ ପ୍ରତି ପ୍ରାଣଘାତୀ ସାବ୍ୟସ୍ତ ହେଉଥିବାବେଳେ ଇନକୋଭାକ ହୋଇପାରିବ ସଞ୍ଜୀବନୀ । ଏବେ ବି ଦେଶରେ ଦୈନିକ ଶତାଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ମିଳିଛି ।

ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ 5T ସଚିବ

ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀଜିଉଙ୍କୁ ଦର୍ଶନ କରିବା ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର କରିଛନ୍ତି ତଦାରଖ । ପ୍ରକଳ୍ପ ନିର୍ମାଣ ସ୍ଥଳ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ସଚିବ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ, କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।

ଜାରି ରହିଥିବା ଡ୍ରେନ ଓ ରାସ୍ତା ଆଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଭୁବନେଶ୍ବର ଫେରିଛନ୍ତି 5T ସଚିବ ।

ଆଜି ଓସେନସେଟ ସାଟେଲାଇଟ ଉତକ୍ଷେପଣ କରିବ ଇସ୍ରୋ

0

ଶ୍ରୀହରିକୋଟା: ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରିବ ଇସ୍ରୋ । ଶ୍ରୀହରିକୋଟାର ଶତିଶଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବ । ପିଏସଏଲଭି ଏକ୍ସଏଲ ରକେଟ ସହ ସାଟେଲାଇଟ ଉତକ୍ଷେପଣ କରାଯିବ । ଏହାସହ ଆଠଟି ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହେବ । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି ।

ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ଏଥିସହ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ଏହି ସାଟେଲାଇଟର ଓଜନ ପ୍ରାୟ ଏକ ହଜାର କିଲୋ ରହିଛି ।

ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚିଂ ପାଇଁ ଧ୍ୟାର୍ଯ୍ୟ କରାଯାଇଥିଲା । କିନ୍ତୁ କିଛି ସମସ୍ୟା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ, ୯ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ

ମୁମ୍ବାଇ: 26/11 ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ  । ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।

୪ ଦିନ ଧରି ଖୁନି ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହମଲା ହୋଇଥିଲା ।

ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରେଲ ଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ହୋଇଥିଲା । ଆତଙ୍କୀଙ୍କ ହମଲାରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । 300ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ବର୍ଷୀୟ ପାକିସ୍ତାନୀ ଯୁବକ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।

କମୁଛି ତାପମାତ୍ରା ଥରୁଛି ଓଡିଶା, ୩ ରୁ ୫ ଡିଗ୍ରୀ ଖସିଛି ପାରଦ

ଭୁବନେଶ୍ବର: ଥରୁଛି ଓଡ଼ିଶା । ସକାଳୁ ସକାଳୁ ସବୁଠି ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିଛି । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ କମିଛି । ଫଳରେ ଅଧିକ ଶୀତ ଅନୁଭୂତ ହେଉଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ । କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡରେ ଅଧିକ ଶୀତ ପଡ଼ିବ । ଏହା ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଉତ୍ତର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ଆଜି ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ମାତ୍ର ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।

ବାଇକ୍ ସହ ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ମୁହାଁମୁହିଁ ଧକ୍କା

ଆଠଗଡ଼: ଆଠଗଡ ଥାନା ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ସଡ଼କ ଦୁର୍ଘଟଣା । ବାଇକ୍ ସହ କାର୍ ମୁହାଁ ମୁହିଁ ଧକ୍କା । ବାଇକ୍ ଚାଳକ ଗୁରୁତର । କାର ମଧ୍ୟରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଥିବା ଜଣାପଡିଛି । ରାନୀ ପଣ୍ଡା ସୁରକ୍ଷିତ ଅଛନ୍ତି । ହେଲେ କାର ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା । ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଖା ଜାରି ରଖିଛି ।

ଏସିଆ କପ୍ ପାଇଁ ଭାରତ ଯଦି ପାକିସ୍ତାନ ନଆସେ, ଆମେ ବି ବିଶ୍ୱକପ୍ ଖେଳିବାକୁ ଭାରତ ଯିବୁନି: ରମିଜ୍ ରାଜା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜା ପୁଣିଥରେ ନିଜ ବୟାନ ଜରିଆରେ ବିଷ ଓଗାଳିଛନ୍ତି । ସେ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ସଚିବ ଜୟ ଶାହଙ୍କ ବୟାନ ଉପରେ ପୁଣିଥରେ ଜବାବ ଦେଇ କହିଛନ୍ତି ଯଦି ଭାରତୀୟ ଟିମ୍ ପାକିସ୍ତାନ ଆସିବ ନାହିଁ, ତେବେ ତାଙ୍କୁ ଆମକୁ ଛାଡ଼ି ବିଶ୍ୱକପ୍ ଖେଳିବାକୁ ପଡ଼ିବ । ପ୍ରକାଶଯୋଗ୍ୟ, ରାଜନୈତିକ ଉତ୍ତେଜନା କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୧୨ ପରଠୁ ହିଁ କୌଣସି ଦ୍ୱିପାକ୍ଷୀୟ ସିରିଜ ଖେଳାଯାଇନାହିଁ ।

ଯେତବେଳେ କି ଟିମ୍ ଇଣ୍ଡିଆ ୧୪ ବର୍ଷ ହେବ ପାକିସ୍ତାନ ଗସ୍ତରେ ଯାଇନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଦଳ । ଆଗାମୀ ବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିବ । ଏହାକୁ ନେଇ ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତାଙ୍କ ଏହି ବୟାନ ପରଠୁ ପାକିସ୍ତାନ ବିଚଳିଚ ହୋଇ ପଡ଼ିଛି ।

ପିସିବି ତୁରନ୍ତ ବୟାନ କହିଥିଲା ଯେ, ସେ ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତ ଗସ୍ତରେ ଯିବନାହିଁ । ପୁଣିଥରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା ସେହି ବୟାନକୁ ଦୋହରାଇଛନ୍ତି । ରମିଜ ଏକ ଉର୍ଦ୍ଦୁ ନ୍ୟୁଜ ସାକ୍ଷାତକାରରେ କହିଛନ୍ତି, ଯଦି ପାକିସ୍ତାନ ଟିମ ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଖେଳିବ ନାହିଁ ତେବେ ଟୁର୍ଣ୍ଣାମେଣ୍ଟ କିଏ ଦେଖିବ । ଏହି ମାମଲାରେ ଆମର ସ୍ପଷ୍ଟ ଆଭିମୁଖ୍ୟ ଯେ, ଯଦି ଭାରତୀୟ ଟିମ ଯଦି ଏଠାକୁ ନଆସେ ତେବେ ଆମେ ମଧ୍ୟ ବିଶ୍ୱକପ୍ ଖେଳିବା ପାଇଁ ସେଠାକୁ ଆସିବୁ ନାହିଁ ।

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ବରଗଡ଼: ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ପୁରୁଣା ହାଟପଦାରେ ପହଞ୍ଚି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ ମନୀଷା ବେନର୍ଜୀ ଓ ଏସପି ପି.ଏସ୍ ପୁରୋଷତ୍ତମ ଦାଶ ଓ ଧନୁଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ ।

ଚଳତବର୍ଷ ବରଗଡ଼ର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଧନୁଯାତ୍ରା ତାର ହୀରକ ଜୟନ୍ତୀ ପାଳନ କରିବ । ପୁଣିଥରେ କଂସ ଭୁମିକାରେ ଦେଖାଦେବେ ହୃଷିକେଶ ଭୋଇ । ଡିସେମ୍ବର ୨୭ରୁ ଜାନୁଆରୀ ୬ ଯାଏଁ ୧୧ ଦିନ ଧରି ଅନୁଷ୍ଠିତ ହେବ ଯାତ୍ରା । ବରଗଡ ସହର ପାଲଟିଯିବ ମଥୁରା ନଗରି ଲୋକ ପାଲଟିଯିବେ ମହାରାଜା କଂସଙ୍କର ପ୍ରଜା । ସେହିପରି ଅମ୍ବାପାଲି ମଧ୍ୟ ଗୋପପୁରରେ ପରିବର୍ତ୍ତନ ହେବ ଆଉ କୃଷ୍ଣ ଲୀଳାରେ ହଜିଯିବେ ଗୋପପୁରବାସୀ ।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ବାବୁ

ବୌଦ୍ଧ: ମାମଲା ରଫାଦଫା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ୍ ବାବୁ । ବୌଦ୍ଧ ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟବସାୟୀଙ୍କ ଠାରୁ ଏକ ମାମଲାର ରଫାଦଫା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବ୍ୟବସାୟୀ ସପନେଶ୍ବର ଖୁଣ୍ଟିଆଙ୍କ ବିରୋଧରେ ପୂର୍ବରୁ ଏକ କେସ ଥିଲା ।

ଏହାକୁ ରଫାଦଫା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଥାନା ଅଧିକାରୀ । ଏନେଇ ଫୁଲବାଣୀ ଭିଜିଲାନ୍ସକୁ ଜଣାଇଥିଲେ ସପନେଶ୍ବର । ଯୋଜନା ମୁତାବକ ଆଜି ଅପରାହ୍ନରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ତାଙ୍କ ନିକଟରୁ ଲାଞ୍ଚଟଙ୍କା ଜବତ କରାଯାଇଛି । ଚଢାଉରେ ବୌଦ୍ଧ, ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ୍ ସାମିଲ ଥିଲେ ।

‘ଦାଢି ବଢ଼ାଇଦେଲେ କେହି ମୋଦିଙ୍କ ଭଳି ହୋଇଯିବେନି’

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାହୁଲ ଗାନ୍ଧିଙ୍କ ଲୁକ୍ କୁ ନେଇ ତାତ୍ସଲ୍ୟ କରିଛନ୍ତି । ସେ ରାହୁଲଙ୍କ ବଢ଼ିଥିବା ଦାଢ଼ିକୁ ନେଇ କହିଛନ୍ତି ଯେ, କେହି କେବଳ ଦାଢ଼ି ବଢ଼ାଇଦେଲେ ନରେନ୍ଦ୍ର ମୋଦିଙ୍କ ଭଳି ହୋଇଯିବେନି । ପ୍ରକାଶଥାଉକି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗତ ଦୁଇ ମାସ ହେବ ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ।

ଏପରି ସ୍ଥିତିରେ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ତାଙ୍କ ଦାଢ଼ି ବହୁତ ବଢ଼ିଯାଇଛି । ଏହାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ କଟାକ୍ଷ କରିଛନ୍ତି । ଶୁକ୍ରବାର ଏକ ଇଭେଣ୍ଟ ସମୟରେ ଧାମୀଙ୍କୁ ଯେବେ ପଚରାଗଲା ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଶିବ ଭକ୍ତ ଅଠନ୍ତି । ଏହାର ଜବାବରେ ଧାମୀ କହିଥିଲେ ଏବେ ଦେଖୁଛି ଯେ ରାହୁଲ ଗାନ୍ଧି ଶିବ ଭକ୍ତ ।

କିନ୍ତୁ କେବଳ ଦାଢି ବଢାଇଦେଲେ କେହି ନରେନ୍ଦ୍ର ମୋଦି ହୋଇଯିବେନି । ମୋଦି ହେବା ପାଇଁ ଜୀବନରେ ଅନୁଶାସନ ଆବଶ୍ୟକ, ତ୍ୟାଗ ଆବଶ୍ୟକ, କର୍ମ ଆବଶ୍ୟକ । ଜୀବନରେ ସଂକଳ୍ପ ଆବଶ୍ୟକ ଯେ ଜୀବନର ଗୋଟିଏ ଗୋଟିଏ ମୂହୁର୍ତ୍ତ ଦେଶର ସେବାରେ ଲଗାଇଦେବା । କେବଳ ଏତିକି ନୁହେଁ ଉତ୍ତରାଖଣ୍ଡ ସିଏମ କହିଛନ୍ତି ଯେ, ରାହୁଲ ଦାଢି ବଢ଼ାଇ ମୋଦିଙ୍କ ଭଳି ଛବି ବନାଇବାକୁ ଚାହୁଁଛନ୍ତି ।