spot_img
Home Blog Page 3850

ପ୍ରାର୍ଥୀପତ୍ର ଦାଖଲ ପରେ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପ୍ରଥମେ ବିନ୍ଧ୍ୟାବାସିନୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ, ନରସିଂହ ନାଥ ମନ୍ଦିରକୁ ଯାଇ ଭଗବାନ ଶ୍ରୀ ନରସିଂହଙ୍କ ଦର୍ଶନ କରିଛନ୍ତି ।

ସେଠାରେ ଶ୍ରଦ୍ଧାଳୁଙ୍କ ସହ ଏକାଠି ପ୍ରସାଦ ସେବାନ କରିଛନ୍ତି ପଦମପୁର ବିଜେଡି ପ୍ରାର୍ଥିନୀ । ବର୍ଷାଙ୍କ ସହ ବହୁ ଦଳୀୟ କର୍ମୀ ଓ ମହିଳା ମଧ୍ୟ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେଡି ନିଜର ଶକ୍ତି ଗୋଟାଇବାରେ ଲାଗି ପଡିଛି  । କିପରି ଦଳ ସେଠାରେ ବିଜୟ ଅଭିଯାନ ଜାରି ରଖିବ ସେନେଇ ରୋଡ ମ୍ୟାପ ପ୍ରସ୍ତୁତ କରୁଛି  ।

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଫସଲ ବୀମା ଯୋଜନାରେ ଅଟକାଇଛି କ୍ଷତିପୂରଣ

ଭୁବନେଶ୍ବର: ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଏସବୁ ଚାଷ ଓ ଚାଷୀ ସଂପର୍କିତ ପ୍ରସଙ୍ଗ କେନ୍ଦ୍ର ସରକାରର । ତେଣୁ ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। ଏ ସମସ୍ତ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ।

ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର। ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ।

ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି।

କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।

ଆର୍ଟେମିସ-୧ ଆଣିଲା ପୃଥିବୀର ଫଟୋ, ନାସା ଜାରି କଲା ଭିଡିଓ

ମହାକାଶରୁ ପୃଥିବୀର ଫଟୋ ଉଠାଇଛି ଆର୍ଟେମିସ-1 । ମୁନ ମିସନ ପାଇଁ ଗତକାଲି ନାସା ପକ୍ଷରୁ ପଠାଯାଇଥିବା ରକେଟ ଆର୍ଟେମିସ-1 ରୁ ପୃଥିବୀର ଫଟୋ ଉଠାଯାଇଛି । ନାସା ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ ରକେଟର ଠିକ୍ ପଛପଟେ ପୃଥିବୀ ଦେଖାଯାଉଛି ।

ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ନାସାର ବଡ଼ ପ୍ରୟାସ ସଫଳ ହୋଇଛି । ଆର୍ଟେମିସ ଓ୍ବାନ ମିଶନ ଲଞ୍ଚ ପାଇଁ ନାସା ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଗତକାଲି କେନେଡି ଲଞ୍ଚପ୍ୟାଡରୁ ଏହି ସ୍ପେସ ଲଞ୍ଚ ସିଷ୍ଟମ ଉତକ୍ଷେପଣ କରାଯାଇଥିଲା । ଆର୍ଟେମିସରେ ଆରଏସ-୨୫ ଇଞ୍ଜିନ ଖଞ୍ଜାଯାଇଥିବା ବେଳେ ୪୨ ଦିନର ଯାତ୍ରା ସାରି ପୃଥିବୀକୁ ଫେରିଆସିବ ।

ଚନ୍ଦ୍ରରେ ପହଞ୍ଚିବା ପରେ ଏହାର ଗ୍ରାଭିଟେସନାଲ ପୁଲ୍ ଜରିଆରେ ଓରିଅନ ସ୍ପେସକ୍ରାଫ୍ଟକୁ ଉତକ୍ଷେପଣ କରିବ ଯାହାକି ଚନ୍ଦ୍ରଠାରୁ ୬୦ ହଜାର କିଲୋମିଟର ଦୂରରେ ଅବସ୍ଥାପିତ ହେବ । ଆସନ୍ତା ଡିସେମ୍ବରରେ ସାନ ଡିଆଗୋକୁ ଫେରବ ସ୍ପେସକ୍ରାଫ୍ଟ ।

ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କଲେ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା  । ବରିଷ୍ଠ ଓ ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବର୍ଷା  । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ବିଜୟ ରଂଜନ ସିଂ ବରିହା ଏହି ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା ।

 

କୁକୁର ପାଇଁ ବୁଲିଲା ବୁଲଡୋଜର, ଜବରଦଖଲ ପ୍ଲଟରେ ଚାଲିଥିଲା ବ୍ୟବସାୟ

0

ଭୁବନେଶ୍ବର: କୁକୁର ପାଇଁ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଜବରଦଖଲ ପ୍ଲଟରେ କୁକୁର, ଠେକୁଆ ଓ ଅନ୍ୟ ପଶୁ ପକ୍ଷୀ ରଖି ଚାଲିଥିଲା ବ୍ୟବସାୟ । କୁକୁରଙ୍କ ଭୋକିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ପୁର୍ବରୁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଏମସିରେ ଅଭିଯୋଗ କରାଯାଇଥିଲା ।

ପୁର୍ବରୁ ଅନେକ ଥର ଏହି ଘରକୁ ଉଛେଦ କରିବା ପାଇଁ ବିଏମସି ପକ୍ଷରୁ ନୋଟିସ କରାଯାଇଥିଲା । କିନ୍ତୁ ଜବରଦଖଲ କରିଥିବା ବ୍ୟକ୍ତି ନୋଟିସକୁ ହେୟ ଜ୍ଞାନ କରିଥିଲେ । ଆଜି ବିଡିଏ,ବିଏମସି ଓ ପୋଲିସ ମିଳିତ ଭାବରେ ଘଟଣାସ୍ଥଳରେ ଉପସ୍ଥିତ ରହି ଡଗ କ୍ୟାଚରଙ୍କ ଦ୍ବାରା କୁକୁର ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଉଦ୍ଧାର କରାଯାଇଛି ।

ସଂପୃକ୍ତ ଘରକୁ ଖାଲି କରିବା ପରେ ତାକୁ ଭାଙ୍ଗି ଦିଆଯିବ । ସଂପୃକ୍ତ ଜମି ଜଳସେଚନ ବିଭାଗର ବୋଲି ଜଣା ପଡିଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ମୌଜାର ଏହି ପ୍ଲଟ ଜବରଦଖଲ କରି ସେଠାରେ ଘର ନିର୍ମାଣ କରି କୁକୁର ଓ ଠେକୁଆ ସମେତ ବିଭିନ୍ନ ପଶୁପକ୍ଷୀ ରଖି ବ୍ୟବସାୟ ଚାଲିଥିଲା।

ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

0

ରାଞ୍ଚି: ଅଫିସ ଅଫ ପ୍ରଫିଟ ମାମଲାରେ ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ  । ଏକ ସାମ୍ବିଧାନିକ ପଦବୀରେ ଅଛି  । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।

ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।

ବଢିଲା ବିଜେଡିର ବଳ, ଯୋଗ ଦେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ । ତାଙ୍କ ଘର ବରଗଡ଼ ପଦମପୁର । ସେ ଜଣେ ଭଲ ସଂଗଠକ। କିଛି ଦିନ ତଳେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ମହେନ୍ଦ୍ର । ଆଜି ସେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।

ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର। 1997ରେ ସରକାରୀ ଚାକିରିରେ ସେ ଯୋଗ ଦେଇଥିଲେ। ଫିସଫେଡରେ ସେ ମାର୍କେଟିଂ ଅଫିସର ଭାବେ ଯୋଗ ଦେଇଥିଲେ। ବିଭାଗୀୟ ପଦୋନ୍ନତି ପାଇ ୨୦୨୦ରେ ସେ ଓଏଏସ ରାଙ୍କକୁ ଯାଇଥିଲେ।

ଟିଏମସି ନେତାଙ୍କ ଘରେ ବିସ୍ଫୋରଣ, ବଲ୍‌ ଭାବି ଖେଳୁଥିଲା ଭାଣିଜୀ

କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାରେ ଅଭାବନୀୟ ଘଟଣା  ।  ବସିର୍ ହାଟ ଜିଲ୍ଲା ସ୍ଥିତ ମୀନଖା ଥାନା ଅନ୍ତର୍ଗତ ଚପାଲି ଗ୍ରାମ ରେ TMC  ନେତା ଅବୁ ହୁସେନ ଗାୟେନଙ୍କ ଘରେ ବିସ୍ଫୋରଣ  ।

ଏଥିରେ ଜଣେ ଶିଶୁ ପ୍ରାଣ ହରାଇଛନ୍ତି  । ସେହିପରି କିଛି ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣା ପରେ ଟିଏମସି ନେତା ଅବୁ ହୁସୈନଙ୍କୁ ଗିରଫ କରିଛି  । ଘଟଣା ଦିନ ସନ୍ଧ୍ୟା ୬ଟା ବେଳେ ଅବୁଙ୍କ ଘରକୁ କିଛି ନିକଟ ସମ୍ପର୍କୀୟ ଆସିଥିଲେ  । ଅବୁଙ୍କ ଭାଣିଜୀ ଘରେ ଥିବା ପୋଷା ଗଧର ଶରୀରରେ ବନ୍ଧା ଯାଇଥିବା ବୋମାକୁ ବଲ ଭାବି ଖେଳିବା ଆରମ୍ଭ କରିଦେଇଥିଲେ  ।

ଏହି ସମୟରେ ହଠାତ ସେଠାରେ ବିସ୍ଫୋରଣ ଘଟିଥିଲା  । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିଏମସି ନେତା ପୋଷା ଗଧ ଶରୀରରେ ବୋମା କାହିଁକି ବାନ୍ଧିଥିଲେ ? ଏହା ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ଥିଲା କି ? ଏସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ  ।

ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି  । ଉତ୍ତେଜନାକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି  । ଏହା ପୂର୍ବରୁ ଗତ ୬ ନଭେମ୍ବରରେ ପଶ୍ଚିମବଙ୍ଗର ଡେଗଙ୍ଗାରେ ଟିଏମସି ନେତାଙ୍କ ଘରେ ବିସ୍ଫୋରଣ ଘଟିଥିଲା  ।

 

ରାଉରକେଲାରେ ହକି ବିଶ୍ବକପ: ସମୀକ୍ଷା କଲେ ମୁଖ୍ୟ ସଚିବ ଓ କ୍ରୀଡା ସଚିବ

ରାଉରକେଲା: ହକି ବିଶ୍ବକପ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵା ସହ ସମୀକ୍ଷା କରୁଛନ୍ତି । ରାଉରକେଲା ବିମାନବନ୍ଦରରେ ପହଞ୍ଚି ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଆସିଛନ୍ତି ।

ହକି ବିଶ୍ଵକପ ପୁର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅନୁଧ୍ୟାନ କରିବେ । ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନ ବନ୍ଦର ଠାରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଭୁବନେଶ୍ୱର ଫେରି ଆସିବେ ।

ବାପାଙ୍କ ଭଳି ବୁଢାରଜା ମନ୍ଦିରରେ ପୂଜା କରି ନାମାଙ୍କନ ଦାଖଲ ପାଇଁ ବାହାରିଲେ ବର୍ଷା

ବରଗଡ: ପଦମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ତଥା ବାପା ବିଜୟ ରଂଜନ ସିଂ ବରିହା ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା । ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି କରିଛନ୍ତି ଭାବପ୍ରବଣ । ମଞ୍ଚରୁ ଦଳୀୟ ହେଭିୱେଟଙ୍କ ଉପସ୍ଥିତିରେ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସଂପର୍କକୁ ଆହୁରି ଆଗକୁ ନେବାକୁ ମଞ୍ଚରୁ ଓହ୍ଲାଇ ଆସି ଭାବର ଆଦାନ ପ୍ରଦାନ କରିଛନ୍ତି । ଗୁରୁଜନଙ୍କୁ ମୁଣ୍ଡିଆ ମାରିଛନ୍ତି । ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢିଙ୍କ ସହ ସେଲଫି  ଉଠାଇଛନ୍ତି । ପାଇକମାଳ ସାଲେପାଲିରେ ଆୟୋଜିତ ବିଜେଡି ସମାବେଶରେ ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ଆକର୍ଷଣ ।