spot_img
Home Blog Page 3858

ଆଉ ଦୁଇ ଦିନ ବଢିପାରେ ଐତିହାସିକ କଟକ ବାଲିଯାତ୍ରା

କଟକ: ଆଉ ଦୁଇ ଦିନ ବଢିପାରେ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରାକୁ ଆଉ ଦୁଇ ଦିନ ବୃଦ୍ଧି କରିବାକୁ କଟକ ମହାନଗର ନିଗମର ସ୍ବତନ୍ତ୍ର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି କଟକ ମହାନଗର ନିଗମ ।

ଛୋଟ ବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା ପାଇଁ ଏହି ପ୍ରସ୍ତାବ ପାଳିତ ହୋଇଛି । କଟକ ମେୟର ସୁବାସ ସିଂ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖ ରେ ବାଲିଯାତ୍ରା ଶେଷ ହେବାକୁ ଥିଲା କଟକ ବାଲିଯାତ୍ରା ।

ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବିଜେପି କର୍ମୀ

ପାଇକମାଳ: ପଦ୍ମପୁର ଉପ ନିର୍ବାଚନ ଡିସେମ୍ବର ୫ ତାରିଖ ହେବାକୁ ଥିବା ବେଳେ ରାଜନୈତିକ ଉଷ୍ମତା ବଢିବାକୁ ଲାଗିଛି । ସୋମବାର ଜାମସେଠ ଠାରେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡ଼ି ମିଶ୍ରଣ ପର୍ବ ରେ ଜାମସେଠ ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଯୋଗ ଦେଇଛନ୍ତି  ।  କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜାମସେଠ ପଞ୍ଚାୟତର ୩୧ଜଣ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି।

ମିଶ୍ରଣ ପର୍ବରେ ନରୋତ୍ତମ ମାଝୀ,ଶରତ ତାଣ୍ଡି,ରବି ରଣା,ମଦନ ଭୋଇ, ଜିତୁନ ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ନଟବର ପ୍ରଧାନ, ଗଙ୍ଗାଧର ମାଝୀ, ରତ୍ନାକର ମାଝୀ,ତପ ପ୍ରଧାନ, ସୁରେଶ ରଣା, ପ୍ରସନ୍ନ ରଣା ସମେତ ଦଳୀୟ କର୍ମୀ ସହଯୋଗ କରିଥିଲେ। ବିଜେଡି ଯୋଗ ଦେଇଥିବା କର୍ମୀମାନଙ୍କୁ ବିଧାୟକ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଆହୁରି ବିଜେପି କର୍ମୀ ଯୋଗ ଦେବେ ବୋଲି ଚର୍ଚ୍ଚା ଧରିଛି ।

ବିଜେପି ଉପରେ ବର୍ଷିଲେ ସୁର, କହିଲେ ଚାଷୀଙ୍କୁ ନେଇ ରାଜନୀତି କରନି

ଭୁବନେଶ୍ୱର: ପଦମପୁରରେ ବିଜେପିର ନାମାଙ୍କନ ରାଜନୀତିକୁ ସବୁଆଡ଼ୁ ନିନ୍ଦା । ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି ଯଦି ଚାଷୀଙ୍କ ପାଇଁ ହୃଦୟ ପୋଡ଼ି ଯାଉଥିଲା ତେବେ କଣ ପାଇଁ ରାଲି କରି ନାମାଙ୍କନ ଭରିବାକୁ ଗଲ । ଆଜି ଗୋଟିଏ ଦିନ ନାମାଙ୍କନ ସ୍ଥଗିତ ରଖିବାର ଅର୍ଥ କଣ ।

ଯଦି ଚାଷୀଙ୍କ ପାଇଁ ଦରଦ ଥିଲା ତେବେ କାହିଁକି ନାମାଙ୍କନ ଭରିବାକୁ ଯାଉଥିଲ ବୋଲି ପ୍ରଶ୍ନ କରିଛନ୍ତି ସୁର । ଯଦି ବାସ୍ତବରେ ଚାଷୀଙ୍କ ପାଇଁ ଦୁଃଖ ଲାଗୁଛି ତେବେ ଜମାରୁ ନାମାଙ୍କନ ନକରିବାକୁ ସେ ଆହ୍ବାନ ଦେଇଛନ୍ତି । ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି । ନାମାଙ୍କନ କରିବାକୁ ଯାଇ ଚାଷୀଙ୍କ ନାଁ ନେଇ ଫେରିଆସିବା ବିଜେପି ଡ୍ରାମା କରୁଥିବା ପ୍ରମାଣ ହୋଇଛି ବୋଲି ସୁର କହିଛନ୍ତି ।

 

ରିଲିଜ୍ ହେଲା ’ସଲାମ ଭେଙ୍କି’ର ଟ୍ରେଲର

0

ମୁମ୍ବାଇ: ସୋମବାର ରିଲିଜ୍‌ ହେଲା ’ସଲାମ ଭେଙ୍କି’ର ଟ୍ରେଲର । ଟ୍ରେଲରରେ କାଜୋଲଙ୍କୁ ମା’ ଚରିତ୍ରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ରେବତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏଭଳି ମା’-ପୁଅଙ୍କ କାହାଣୀ ଦେଖିବାକୁ ମିଳିବ ଯାହା ଖୁବ୍‌ ହୃଦୟସ୍ପର୍ଶୀ । ଉଭୟ ତାଙ୍କ ଜୀବନରେ କିଭଳି କଠିନ ସମୟର ସାମ୍ନା କରିଛନ୍ତି ତାହା ଏହି ଚଳଚ୍ଚତ୍ରରେ ନଜର ଆସିବ ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ କାଜୋଲଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ଫିଲ୍ମ ତ୍ରିଭାଙ୍ଗାରେ ଦେଖିବାକୁ ମିଳିଥିଲା । ରୂପେଲି ପରଦାରେ ଶେଷଥର ପାଇଁ ଫିଲ୍ମ ତାହ୍ନାଜୀରେ ନଜର ଆସିଥିଲେ କାଜୋଲ । ଫିଲ୍ମରେ କାଜୋଲଙ୍କ ବିପକ୍ଷରେ ନଜର ଆସିଥିଲେ ଅଜୟ ଦେବଗନ୍‌ । ତେବେ ଫିଲ୍ମ ’ସଲାମ ଭେଙ୍କି’ରେ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନଙ୍କୁ କ୍ୟାମିଓରେ ଦେଖିବାକୁ ମିଳିବ । ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାଜେଶ ଖନ୍ନା ଷ୍ଟାରର ଫିଲ୍ମ ‘ଆନନ୍ଦ’ର ବେଶ୍‌ ଲୋକପ୍ରିୟ ଡାଏଲଗ୍‌ ‘ଜିନ୍ଦେଗୀ ଲମ୍ବି ନହିଁ ବଡ଼ି ହୋନି ଚାହିଏ’ ଶୁଣିବାକୁ ପାଇବେ ଦର୍ଶକ ।

ସୂଚନାଯୋଗ୍ୟ, ‘ସଲାମ ଭେଙ୍କି’ ହେଉଛି ରେବତୀଙ୍କ ଦ୍ୱିତୀୟ ଲମ୍ବା ଫିଚର ଫିଲ୍ମ । ରେବତୀ ଭାଇରସ୍‌,ମେଜର,ଅବ୍‌ ତକ୍‌ ଛପନ,ଟୁ ଷ୍ଟେଟସ୍‌ ଏବଂ ମାର୍ଗାରିଟାରେ ରେବତୀଙ୍କୁ ଦେଖିବାକୁ ମିଳିଥିଲା ।

‘ବିଜେପି କେବଳ ଡ୍ରାମା କରୁଛି, ବୀମା କମ୍ପାନୀଠୁ କୋଟି କୋଟି ଟଙ୍କା ଖାଉଛି’

ଭୁବନେଶ୍ୱର: ବିଜେପିର ଏଭଳି ଡ୍ରାମାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଲୋକେ କହନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି । ତାହା ଆଜି ପ୍ରମାଣିତ ହେଲା । ଆଜି ଓଡ଼ିଶାବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତା’ପରେ ଚାଷୀଙ୍କ ସହ ଆଲୋଚନା କଲେ । ଶୋଭାଯାତ୍ରା ପୂର୍ବରୁ ସେମାନେ କ’ଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ ?

ବଡ଼ବଡ଼ ଭାଷଣ ଦେଲେ, ଗଲେ ନାମାଙ୍କନପତ୍ର ଦାଖଲ କରିବାକୁ । ହେଲେ କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ଉପନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି । ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି।

ତେଣୁ ପଦମପୁରବାସୀ ଏହାକୁ ହୃଦୟଙ୍ଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ l ଏମାନେ ୪୨୦ ନୁହଁ, ୮୪୦ର ଠକ l ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା l ହେଲେ ସେମାନେ କରୁନାହାନ୍ତି l କେନ୍ଦ୍ରମନ୍ତ୍ରୀ କହିଥିଲେ, ଆମେ ଯାହା କହୁ ତାହା କରୁ l କୁଆଡ଼େ ଗଲା ସଭିଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି l.

ପଦମପୁରରେ ବିଜେପିର ଡ୍ରାମା, ନାମାଙ୍କନ ନଭରି ଫେରି ଆସିଲେ ପ୍ରାର୍ଥୀ

ବରଗଡ଼: ପଦମପୁରରେ ବିଜେପିର ନାମାଙ୍କନ ଚାଲ୍ । ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି ପଦମପୁରରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ନାମାଙ୍କନ ପାଇଁ ପଟୁଆରରେ ବାହାରିଥିଲେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ । ବିଜେପିର ଏଭଳି ଅଭିନୟକୁ ପଦମପୁରବାସୀ ଓ ଚାଷୀ ଭଲ ଭାବେ ବୁଝି ସାରିଛନ୍ତି । ବିଜେପିର ଏଭଳି ଡ୍ରାମାକୁ ସମାଲୋଚନା କରିବା ସହ ପୁଣି ନାମାଙ୍କନ ଭରିବା ବେଳେ କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ବିଜେପି ବ୍ୟାକଫୁଟରେ ରହିଛି ।

ସାଧାରଣ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନେତାଙ୍କ ପାଖରେ ଶକ୍ତି ନାହିଁ । ଏଭଳି ସ୍ଥିତିରେ ନାମାଙ୍କନ ସ୍ଥଗିତ ନାଁରେ ବିଜେପିର ଚାଲକୁ ଲୋକ ଶକ୍ତ ଚାପୁଡା ମାରିଛନ୍ତି । ପଚାରିଛନ୍ତି ନିର୍ବାଚନ ଲଢିବାକୁ ଆସିଲେ ଆମ ସହ କରିଥିବା ପ୍ରତାରଣାର ଉତ୍ତର ଦେବାକୁ ପଡିବ ।

ଟିଙ୍କବୀର ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼: ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର  । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି  । ଅଙ୍ଗନବାଡ଼ି କର୍ମୀ ଓ ରିଆମାଳ ଚାଇଲଡ ଲାଇନ ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରଥମେ ଛତାବାର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଶିଶୁକନ୍ୟା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । କୁମାରୀ ମାତୃତ୍ବ ଓ ଲୋକଲଜ୍ଜା ଭୟରେ କେହି ଜଙ୍ଗଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ପୋଲିସ ଏ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରୁଛି  ।

ତିନିସୁକିଆରେ ବଡଧରଣର ଏନକାଉଣ୍ଟର

ଗୌହାଟୀ: ଆସାମ ତିନିସୁକିଆରେ ବଡଧରଣର ଏନକାଉଣ୍ଟର । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ତିନିସୁକିଆର ଏକ ଜଙ୍ଗଲରେ ଘଟିଛି ବଡ଼ଧରଣର ଗୁଳିବିନିମୟ । ଆଜି ସକାଳୁ ତିନିସୁକିଆ ଅନ୍ତର୍ଗତ ବାରପଥର ଇଲାକାରେ ସେନା ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଘଟିଥିଲା ।

ଏନକାଉଣ୍ଟର ସମୟରେ କେତେକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏନକାଉଣ୍ଟର କାରଣରୁ ପେଙ୍ଗେରି-ଦିଗବୋଇ ରୋଡକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅଧିକ ସୈନ୍ୟ ମୁତୟନ କରାଯାଇଛି । ଏହି ଅପରେସନରେ ଆସାମ ପୋଲିସ ବି ସାମିଲ ହୋଇଛି ।

ଦିନକରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: ଗୋଟିଏ ଦିନକରେ ୭ଟି ବସରେ କଳା କନା ବୁଲାଇଲେ ଚୋର। କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସଷ୍ଟାଣ୍ଡରେ ପୋଲିସ ପାଟ୍ରୋଲିଂ ବେଳେ କେମିତି ଚୋରି କରିବାରେ ସଫଳ ହେଲା ଚୋର ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗୀର, ଜୟପୁର, ଭବାନୀପାଟଣାରୁ ଆସୁଥିବା ବସ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରାତିରେ ରହି ପୁଣି ସକାଳୁ ବାହାରିଥାଏ। ବସରୁ ମୋଇବାଲ, ଟଙ୍କା ସହ ଗାଡି କର୍ମଚାରୀ ମାନେ ବ୍ୟବହାର କରୁଥିବା କପଡା ମଧ୍ୟ ନେଇଯାଇଛନ୍ତି।

ତେବେ ବସ ଷ୍ଟାଣ୍ଡରେ ପାଟ୍ରୋଲିଂକୁ ଆହୁରି କଡାକଡି କରିବାକୁ ବସ କର୍ମଚାରୀ କରିଛନ୍ତି। ଏହସହ ତଦନ୍ତ କରି ଚୋରକୁ ଧରିବାକୁ ଦାବି ହୋଇଛି।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ କୋର୍ଟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଖପ୍ପା। ଆନ୍ଦୋଳନ ବନ୍ଦ ନକଲେ ଲାଇସେନ୍ସ ସସପେଣ୍ଡ କରିବାକୁ କୋର୍ଟ ଚେତାବନୀ ଦେଇଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆଜି ଏହି ମାମଲାର ଶୁଣାଣି କରି କଡ଼ା ଚେତାବନୀ ଦେଇଛନ୍ତି ଜଷ୍ଟିସ ସଞ୍ଜୟ କିଷନ କୋଲଙ୍କ ଖଣ୍ଡପୀଠ। ଏପରି କାର୍ଯ୍ୟବନ୍ଦ ଦ୍ବାରା କନିଷ୍ଠ ବାର ସଦସ୍ୟ ମଧ୍ୟ ପ୍ରଭାବିତ ହେଉଛନ୍ତି । ତେଣୁ କାଲି ସୁଦ୍ଧା କାର୍ଯ୍ୟରେ ଯୋଗନଦେଲେ ସସପେଣ୍ଡ ହେବ ଲାଇସେନ୍ସ ।

ଗତ ଶୁକ୍ରବାର ଦିନ ଏନେଇ ଶୁଣାଣି ବେଳେ ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲାରେ ବାର କାଉନସିଲ୍ ଅଫ ଇଣ୍ଡିଆ, ବାର କାଉନସିଲ୍ ଅଫ ଓଡ଼ିଶା, ଅଲ୍ ଡିଷ୍ଟ୍ରିକ୍ଟ ଅଫ ବାର ଆସୋସିଏସନଙ୍କୁ ସୁପ୍ରିମକୋର୍ଟରେ ସୋମବାର ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ସଞ୍ଜୟ କିଷନ କୋଲଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଥିଲେ। ଏହାର ପୁନଃ ଶୁଣାଣି ପାଇଁ ଆଜି ସାନି ତାରିଖ ଧାର୍ଯ୍ୟ କରିଥିଲେ ।