spot_img
Home Blog Page 3860

ପଦମପୁର ଉପନିର୍ବାଚନ; ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦମପୁର: ବଢୁଛି ପଦମପୁର ପାରା। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦମପୁର ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ବହୁତ ଖାସ୍। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି ।

୨୦୧୯ରେ ପଦମପୁରରେ ବିଜେପି ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତକୁ ଦଳ ପୁଣି ଥରେ ଟିକେଟ୍ ଦେଇଛି । ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେଡି କାହାକୁ କରିବ ଯୋଦ୍ଧା, ଆଜି ଘୋଷଣା କରାଯାଇପାରେ । ବଡ଼ ବ୍ୟବଧାନରେ ବିଜୟ ପାଇଁ ବିଜେଡି ସମରସଜ୍ଜା କରୁଛି ।

ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି । ପଦମପୁର ନିର୍ବାଚନମଣ୍ଡଳୀରେ ୩ଟି ବ୍ଲକ ପଦମପୁର, ପାଇକମାଳ, ଝାରବନ୍ଧ ରହିଛି । ପଦମପୁର ଏନଏସି ସହ ନିର୍ବାଚନମଣ୍ଡଳୀରେ ମୋଟ୍ ୫୮ଟି ପଞ୍ଚାୟତ ରହିଛି । ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଉଦଳା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଉଦଳା ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବରର ୪ଟି, କେନ୍ଦ୍ରାପଡ଼ାର ୨ଟି ଓ ମୟୂରଭଞ୍ଜର ୨ଟି ସ୍ଥାନରେ ଚାଲିଛି ରେଡ୍।

ଆଇଗିଣିଆ ଖାରବେଳ କମ୍ପେ୍ଲକ୍ସରେ ଥିବା ୩ ମହଲା କୋଠା, ପାତ୍ରପଡ଼ା ବ୍ଲୁ ହିଲ୍‌ ଟାୱାରର ଡି-ବ୍ଲକରେ ଥିବା ୪ ମହଲାରେ 2BHK ଫ୍ଲାଟ୍‌, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଦୁଇଟି ଦୋକାନ, ନୟାପଲ୍ଲୀ ତ୍ରିବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।

କେନ୍ଦ୍ରାପଡ଼ା ଦାନପୁରରେ ଥିବା ପୈତୃକ ଘର, ଓସ୍ତପୁର କଂଶରାରେ ଥିବା ସମ୍ପର୍କୀୟଙ୍କ ଘର, ଉଦଳାରେ ଥିବା ଅଫିସ ଚାମ୍ବର ଓ କ୍ବାର୍ଟର୍ସରେ ଭିଜିଲାନ୍ସ ଛାନବିନ୍ କରୁଥିବା ଜଣାପଡିଛି। ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ସବଇନସ୍ପେକ୍ଟର, ଜଣେ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି ।

ଆଜି ବିଶ୍ବ ମଧୁମେହ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ବ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହା ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ ଅଣସଂକ୍ରାମକ ରୋଗ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ମଧୁମେହ ଟାଇପ ୧କୁ ପ୍ରତିରୋଧ କରାଯାଇପାରିବ ନାହିଁ କିନ୍ତୁ  ଏହା ପରିଚାଳିତ ହୋଇପାରିବ ।  ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱ ମଧୁମେହ ଦିବସରେ, ମଧୁମେହ ସମ୍ବନ୍ଧୀୟ ଏକ ନିର୍ଦ୍ଧିଷ୍ଟ ବିଷୟ ଉପରେ ଧ୍ୟାନ ଆକର୍ଷଣ କରାଯାଇଥାଏ ।

ବିଶ୍ୱ ମଧୁମେହ ଦିବସ ଇନସୁଲିନର ସହ-ଆବିଷ୍କାରକ ସାର ଫ୍ରେଡ୍ରିକ ବାଣ୍ଟିଂଙ୍କ ଜନ୍ମଦିନରେ ପାଳନ କରାଯାଏ । ଫ୍ରେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଚାର୍ଲସ ବେଷ୍ଟ ଓ ଜନ ଜେମ୍ସ ରିକାର୍ଡ଼ ମାକଲିଓଡ଼ଙ୍କ ସହ ମିଶି ୧୯୨୨ ମସିହାରେ ଇନସୁଲିନର ଆବିଷ୍କାର କରିଥିଲେ  । ସମଗ୍ର ବିଶ୍ୱର ମଧୁମେହର ବ୍ୟାପକ ପ୍ରସାରକୁ ଲକ୍ଷ୍ୟ କରି ୧୯୯୧ ମସିହାରେ ପ୍ରଥମେ ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ‘ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥିଲା ।

୨୦୧୬ ମସିହା ସୁଦ୍ଧା ବିଶ୍ୱର ୧୬୦ଟି ଦେଶରେ ଥିବା ୨୩୦ରୁ ଅଧିକ ଆଇଡିଏଫ ସଦସ୍ୟ ସଙ୍ଗଠନ ତଥା ଅନ୍ୟାନ୍ୟ ସଂଗଠନ, କମ୍ପାନୀ, ସ୍ୱାସ୍ଥ୍ୟ ସେବାରେ ଥିବା ବ୍ୟକ୍ତି, ରାଜନେତା, ସେଲିବ୍ରିଟି ଏବଂ ମଧୁମେହରେ ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାର ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିଲା ।

ଆଜି ଶିଶୁଦିବସ

ଭୁବନେଶ୍ୱର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ  ।

ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେ କରୁଥିଲେ। ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ  । ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ  ।

୧୯୬୪ ମସିହା ମେ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି। ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ

ଆସନ୍ତା ୨ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ରାତିର ତାପମାତ୍ରା। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହୁଥିବାରୁ ସ୍ବାଭାବିକ ଠାରୁ ରାତିର ତାପମାତ୍ରା ବଢୁଛି। ଆସନ୍ତା ଦୁଇଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଆହୁରି ଶୀତ ଅନୁଭୂତ ହେବ।

ସେପଟେ ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ , ସେନେଇ ପାଣିପାଗ ବିଭାଗର ନଜର ରହିଛି। ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି ।

ତୁର୍କୀର ଇସ୍ତାନାବୁଲରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ଇସ୍ତାନାବୁଲ: ତୁର୍କୀର ଇସ୍ତାନାବୁଲରେ ଭୟଙ୍କର ବିସ୍ଫୋରଣ। ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୮୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ଏହି ବିସ୍ପୋରଣ ପଛରେ ଆତଙ୍କବାଦୀଙ୍କ ହାତଥିବା ସନ୍ଦେହ କରିଛନ୍ତି ସରକାର। ସହର ମଝିରେ ହୋଇଥିବା ବିସ୍ଫୋରଣ ପରେ ଲୋକ ମାନେ ଏଣେତେଣେ ହୋଇ ଛିଟିକି ପଡିଥିଲେ ।

ବ୍ୟସ୍ତବହୁଳ ରାସ୍ତା ଉପରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିସ୍ଫୋରଣ ପରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ରାସ୍ତାରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଦୗେଡୁଥିବା ଲକ୍ଷ୍ୟ କରାଯାଇଛି।

ତେବେ ନିକଟସ୍ଥ କାସିମ୍ପାସା ପୋଲିସ ଷ୍ଟେସନ କହିଛି ଯେ, ଘଟଣାସ୍ଥଳରେ ଫୋର୍ସ ମୁତୟନ ହାେଇଛନ୍ତି। ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

ଶିଖରଚଣ୍ଡୀ ମନ୍ଦିରରେ 5T ସଚିବ; ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ । ଆଜି ଭୋରୁ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ କରିଛନ୍ତି ଆଲୋଚନା । ପାରିପାର୍ଶ୍ବକ ସ୍ଥଳ ବୁଲି ଦେଖିବା ସହ ହିଲଟପରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସ୍ଥାନକୁ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ହୋଇଛି ଆଲୋଚନା।

ଏହାପରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟି କାମର ସମୀକ୍ଷା କରିଥିଲେ 5T ସଚିବ । ସେହିପରି ଜାଆଁଳା ଅଲକରରେ ପ୍ରସ୍ତାବିତ ହେଲ୍ଥ ସିଟି ସ୍ଥଳକୁ ମଧ୍ୟ ଗସ୍ତ କରିଥିଲେ 5T ସଚିବ। ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ମଧ୍ୟ ଉପସ୍ଥିତ ଥିଲେ ।

ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଜେପିର ବିଦ୍ରୋହ

ଅହମ୍ମଦାବାଦ: ଗୁଜରାଟରେ ଟିକେଟ ବଣ୍ଟାକୁ ନେଇ ବିଦ୍ରୋହ । ବିଧାୟକ ଟିକେଟ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ବିଜେପି ଦଳରେ ବ୍ୟାପିଛି ଅସନ୍ତୋଷ । ଭଦୋଦରା ଅନ୍ତର୍ଗତ ଓ୍ବାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଦେଇଛନ୍ତି ଇସ୍ତଫା । ତାଙ୍କୁ ଶ୍ରୀବାସ୍ତବ ମଧୁଭାଇ ବାବୁଭାଇ ବୋଲି ମଧ୍ୟ କର୍ମୀ ସମ୍ବୋଧିତ କରନ୍ତି ।

ଜଣେ ବିଲଡର ଭାବେ କାର୍ଯ୍ୟରତ ମଧୁ ଶ୍ରୀବାସ୍ତବ ୨୦୦୨ ଗୋଧ୍ରା ଦଙ୍ଗାବେଳେ ବେଷ୍ଟ ବେକରୀ ମାମଲାରେ ଅଭିଯୁକ୍ତ ଥିଲେ । ବେଷ୍ଟ ବେକରୀ ଲୋମହର୍ଷକ ଘଟଣାରେ ୧୮ ଜଣ ମୁସଲିମଙ୍କୁ ଜିଅନ୍ତା ପୋଡ଼ି ଦେଇଥିଲେ ଦଙ୍ଗାକାରୀ । ଏହା ସହ ବେଷ୍ଟବେକରୀ ମାମଲାରେ ପ୍ରମୁଖ ସାକ୍ଷୀ ଜାହିରା ଶେଖ ସହ ସାଲିସ କରିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୯ଟି ମାମଲା ରହିଛି ।

ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି

ବରଗଡ଼: ପଦମପୁର ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଝାରବନ୍ଧ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା କଂଗ୍ରେସ ନେତା ନରେନ୍ଦ୍ର ପ୍ରଧାନ । ନରେନ୍ଦ୍ର ନେତୃତ୍ବରେ ଲଉଡିଦର୍ହା , ଚଣ୍ଡିଭଟା , କୁର୍ଲୁପାଲି , ଗୁଠଗୁଡା , ଓ ଅନ୍ୟାନ୍ୟ ପଞ୍ଚାୟତରୁ ପ୍ରାୟ ଚାରି ଶହରୁ ଅଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କର ପ୍ରତିନିଧି ଥିଲେ ନରେନ୍ଦ୍ର । ଏହା ସହ ଦୁଇ ଥର ସମିତି ସଭ୍ୟ ଥରେ ସରପଞ୍ଚ ଭାବରେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି ନରେନ୍ଦ୍ର ।

ସେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଓ ବ୍ଲକ କଂଗ୍ରେସର ସଭାପତି ଦାଇତ୍ଵ ମଧ୍ୟ ତୁଳାଇଛନ୍ତି । ଝାରବନ୍ଧ ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ସମସ୍ତେ ବିଜେଡିରେ ସମିଲ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ଦାଇତ୍ୱରେ ଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପୁଷ୍ପେନ୍ଦ୍ର ସିଂ ଦେଓ, ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ବ୍ଲକ ସଭାପତି ଯତୀନ ହାତୀ ଙ୍କର ଉପସ୍ଥିତରେ ସମସ୍ତେ ବିଜେଡିର ଯୋଗଦେଇଛନ୍ତି ।

କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା, ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଜଗତକୁ ଧକ୍କା । ବିଶ୍ବର ଅନ୍ୟତମ ସର୍ବବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ ‘ଏଫ୍ଟିଏକ୍ସ’ ହୋଇଛି ଦେବାଳିଆ । ରାତାରାତି ନିଃସ୍ବ ହୋଇଗଲେ ପ୍ରତିଷ୍ଠାତା ତଥା କ୍ରିପ୍ଟୋ ଦୁନିଆର ଚର୍ଚ୍ଚିତ ବ୍ୟକ୍ତିତ୍ବ ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ । ବିଶ୍ବର ଅନ୍ୟତମ ଧନୀ ଭାବେ ଜଣାଶୁଣା ଓ୍ବାରେନ ବଫେଟଙ୍କ ସହ ତୁଳନା କରାଯାଉଥିବା ଫ୍ରାଏଡ ଏବେ ଦରିଦ୍ର ।

୨୬୦୦ କୋଟି ଡଲାର ସମ୍ପତ୍ତିର ମାଲିକ ଥିବା ୩୦ ବର୍ଷୀୟ ଫ୍ରାଏଡ୍ ପାଲିଟିଛନ୍ତି କାଙ୍ଗାଳ । ସପ୍ତାହକ ପୂର୍ବରୁ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ପ୍ରାୟ ୧୬୦୦ କୋଟି ଡଲାର । ବିଶ୍ବ ଇତିହାସରେ ଗୋଟିଏ ଦିନରେ କୌଣସି ଧନୀ ବ୍ୟକ୍ତି ଏତେ ପରିମାଣର ଧନ ହରାଇ ନଥିଲେ । ବିଟ୍କଏନ୍ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ମୂଲ୍ୟରେ ହୋଇଥିବା ବୃଦ୍ଧି ସହ ଫ୍ରାଏଡ୍ଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଥିଲା।

କ୍ରିପ୍ଟୋ ବଜାର ଦୁର୍ବଳ ହେବା ପରେ ଫ୍ରାଏଡ୍ଙ୍କ କଂପାନି ଏଫ୍ଟିଏକ୍ସର ଆୟ ସଙ୍କୁଚିତ ହୋଇଥିଲା। ସଂସ୍ଥାକୁ ରକ୍ଷା କରିବା ଲାଗି ଫ୍ରାଏଡ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ବିନାନ୍ସକୁ ବିକିବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇ ନଥିଲା । କଂପାନିର ସିଇଓ ପଦରୁ ସେ ଇସ୍ତଫା ଦେବା ପରେ ଗାଏବ ହୋଇଛନ୍ତି ।