spot_img
Home Blog Page 3880

ପ୍ରି ଆକ୍ଟିଭ ସିମକୁ ଆକ୍ଟିଭେଟ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ୬ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ: କ୍ରାଇମବ୍ରାଞ୍ଚ ଜାଲରେ ସାଇବର ଗ୍ୟାଙ୍ଗ । ପ୍ରି ଆକ୍ଟିଭେଟ ସିମକୁ ଏକା ସମୟରେ ଆକ୍ଟିଭ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦେଶର ବିଭିନ୍ନ ଅଂଚଳର ଲୋକଙ୍କୁ ଠକୁଥିବା ନେଇ ମୟୂରଭଞ୍ଜର ବନ୍ଧଗାଁ ଖୁଣ୍ଟାରୁ ଗିରଫ ହୋଇଛନ୍ତି ୬ ସାଇବର ଅପରାଧୀ । ସିମ୍ ବକ୍ସ ଏବଂ ଓଡ଼ିଶା ଓ ବିହାରରୁ କାର୍ଯ୍ୟକାରି ହେଉଥିବା ମୋବାଇଲରୁ ଅଭିଯୁକ୍ତମାନେ ମେସେଜ୍ କରି ଲୋକଙ୍କୁ ଠକୁଥିଲେ । ଟେଲିକମ୍ ବିଭାଗ ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଏକ ୫ ଜଣିଆ ଟିମ୍ ଗଠନ କରି ଏମାନଙ୍କୁ ଧରିଛି ।

ଏହି ୬ ଅଭିଯୁକ୍ତଙ୍କ ନିକଟରୁ ୧ ହଜାର ୪୯ଟି ଏଆରଟେଲ ସିମ୍, ୧୨୩୧ଟି ଜିଓ ୧୫୮ଟି ଭୋଡାଫୋନ, ୧୩୪ଟି ବିଏସଏନଏଲ, ୨ଟି ସିମ୍ ବକ୍ସ, ୭ଟି ଲାପଟପ୍, ୨ଟି ମୋଡେମ ଓ ୨ଟି ରାଉଟର ଜବତ କରିଛି ପୋଲିସ ।

ଅଦାଲତରେ ବିଚାରପତିଙ୍କ ସମ୍ମୁଖରେ କାନ୍ଦିଲେ ପାର୍ଥ ଓ ଅର୍ପିତା,କହିଲେ ବଂଚିବାକୁ ଦିଅ

କୋଲକତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ବିଚାର ବିଭାଗୀୟ ହେପାଜତରେ ଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ବୁଧବାର ଦିନ ଅଦାଲତରେ କାନ୍ଦିଛନ୍ତି । ଅଦାଲତରେ ଜାମିନ ଆବେଦନର ଶୁଣାଣି ବେଳେ ପାର୍ଥ ଚାଟାର୍ଜୀ କାନ୍ଦିକାନ୍ଦି ତାଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ, ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତୁ ,ମୋତେ ଜାମିନ ଦିଅନ୍ତୁ । ଅନ୍ୟପକ୍ଷରେ ଅର୍ପିତା ମଧ୍ୟ ବିଚାରପତିଙ୍କ ଆଗରେ କାନ୍ଦିକରି କହିଥିଲେ ଯେ, ମୋ ଘରକୁ ଟଙ୍କା କୁଆଡୁ ଆସିଲା ମୁଁ ଜାଣିନି । ଉଭୟଙ୍କ ଆଜି ଅଦାଲତରେ ଭର୍ଚୁଆଲ ଭାବେ ହାଜର କରାଯାଇଥିଲା ।

କାନ୍ଦିଲେ ପାର୍ଥ,କାନ୍ଦିଲେ ଅର୍ପିତା

ବୁଧବାର ଦିନ ଅର୍ପିତା ଓ ପାର୍ଥ ଅନଲାଇନରେ ଅଦାଲତରେ ହାଜର ହୋଇଥିଲା । ଜାମିନ ଆବେଦନର ଶୁଣାଣି ବେଳେ ପାର୍ଥ ଚାଟାର୍ଜୀ କାନ୍ଦି କାନ୍ଦି କହିଥିଲେ ଯେ, ମୁଁ ରାଜନୀତିର ଶିକାର ହୋଇଛି । ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତି । ମୋତେ ଜାମିନ ଦିଅନ୍ତୁ । ସେ କହିଥିଲେ ଯେ, ମୁଁ ଜଣେ ଶିକ୍ଷିତ ବ୍ୟକ୍ତି । ମୁଁ ଅର୍ଥିନୀତିରେ ସ୍ମାତକ,ଏଲଏଲବି ବି କରିଛି । ମୁଁ ବ୍ରିଟିସ ସ୍କଲାରସିପ୍ ପାଇଛି । ମୋ ଝିଅ ଇଂଲଣ୍ଡରେ ରହୁଛି । ସାଧାରଣରେ ମୋ ଭାବମୂର୍ତ୍ତିକୁ ନେଇ ମୁଁ ଚିନ୍ତିତ ଅଛି । ଇଡି ଓ ସିବିଆଇ ମୋ ନିର୍ବାଚନ ମଣ୍ଡଳିକୁ ଯାଆନ୍ତୁ । ସେଠାରେ ମୋର ଛବି କ’ଣ ତାହା ଦେଖନ୍ତୁ । ମୁଁ କେମିତି ଏଭଳି ଗୋଟିଏ ସ୍କାମରେ ସାମିଲ ହୋଇପାରିବି । ମୋତେ ଜାମିନ ଦିଅନ୍ତୁ  । ମୋତେ ମୋ ଜୀବନ ବଂଚିବାକୁ ଦିଅନ୍ତୁ । ପାର୍ଥଙ୍କ ଓକିଲ ମଧ୍ୟ ସମାନ କଥା ଦୋହରାଇ ତାଙ୍କ ମହକିଲଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ ।

ପାର୍ଥଙ୍କ ଭଳି ଅର୍ପିତାଙ୍କୁ ମଧ୍ୟ ଅଦାଲତରେ କାନ୍ଦିବା ଦେଖିବାକୁ ମିଳିଥିଲା । ଅର୍ପିତା କହିଥିଲେ ଯେ, ମୋ ଘରୁ ଇଡିକୁ ଟଙ୍କା ମିଳିଛି । ହେଲେ ଏତେ ଟଙ୍କା କେଉଁଠୁ ଆସିଲା,ଇଡି କେଉଁଠାରୁ ପାଇଲା ମୁଁ କିଛି ମଧ୍ୟ  ଜାଣିନାହିଁ । ଅର୍ପିତାଙ୍କ କଥା ଶୁଣିବା ପରେ ବିଚାରପତି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେଉଁ ଘରୁ ଟଙ୍କା ବାହାରିଛି ତାହା ଆପଣଙ୍କ ଘର କି ? ଉତ୍ତରରେ ଅର୍ପିତା ହଁ କହିଥିଲେ । ବିଚାରପତି କହିଥିଲେ ଯେ, ଯେହେତୁ ଟଙ୍କା ଉଦ୍ଧାର ହୋଇଥିବା ଘରର ମାଲିକାନା ଆପଣଙ୍କ ପାଖରେ ଅଛି ତେଣୁ ଉତ୍ତରଦାୟୀ ମଧ୍ୟ ଆପଣ ହେବେ ।

ଅର୍ପିତା ଆହୁରି ମଧ୍ୟ କହିଥିଲେ ଯେ, ସେ ଜଣେ ଫିଲ୍ମ ଅଭିନେତ୍ରୀ । ଏତେ ଟଙ୍କା ତାଙ୍କ ଘରକୁ କେମିତି ଆସିଲା ସେ ଜାଣି ନାହାନ୍ତି । ସେ ମଧ୍ୟ ତାଙ୍କ ରୋଗୀଣା ମା’ଙ୍କ କଥା କହି ଜାମିନ ମାଗିଥିଲେ । କେବଳ ଏତିକି ନୁହେଁ ଅର୍ପିତା ତାଙ୍କ ଘର ଉପରେ ଇଡି ଚଢା଼ଉର ବୈଧତାକୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଅଦାଲତ କହିଥିଲେ ଯେ, ଇଡି ପାଖରେ ଏଭଳି ଚଢାଉ ପାଇଁ ଅଧିକାର ରହିଛି ।

ସୂଚନାଯୋଗ୍ୟ ଯେ, ଇଡି ଅର୍ପିତାଙ୍କ ଘରୁ ପ୍ରାୟ ୫୦ କୋଟି ଟଙ୍କା ଜବତ କରିଥିଲା । ଏହି ଟଙ୍କା ଶିକ୍ଷକ ଭର୍ତ୍ତି ଜାଲିଆତିରୁ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି ।

ଆଇଏଏସ ଅଦଳବଦଳ: ନିକୁଞ୍ଜଙ୍କୁ ଅବକାରୀ, ଶୁଭାଙ୍କୁ ମହିଳା ଓ ଶିଶୁ କଲ୍ୟାଣ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି ।  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତଙ୍କୁ ସରକାର ସ୍ବାସ୍ଥ୍ୟ ସଚିବ ଭାବେ ଦେଇଛନ୍ତି ଗୁରୁ ଦାୟିତ୍ବ । ଶକ୍ତି ସଚିବ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ମିଳିଛି । ସେ ଗ୍ରୀଡକୋ ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିବେ । କୃଷି ସଚିବ ଅରବିନ୍ଦ ପାଢ଼ୀ ବୟନ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ । ଶୁଭା ଶର୍ମାଙ୍କୁ  ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ସୁରେଶ ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଛି । ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ସଚିବ ଭାସ୍କର ଜ୍ୟୋତିଶର୍ମା ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ।  ଓରମାସ୍ ସିଇଓ ଗୁହା ପୁନମ ତାପସ କୁମାର ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ । ଡି. ବୃନ୍ଦାଙ୍କୁ ସରକାର ଏନଏଚଏମର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ସଂଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲର ଏମଡି ଓ ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।

କୋରାପୁଟ-ରାୟଗଡ଼ା ରେଳପଥ ଦୋହରୀକରଣ କାମ ବେଳେ ଅଘଟଣ, ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

କୋରାପୁଟ: ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ । କୋରାପୁଟ-ରାୟଗଡ଼ା ରେଳ ପଥ ଦୋହରୀକରଣ କାମ ବେଳେ ଅଘଟଣ ଘଟିଛି । କେଲାର ଗାଁ ନିକଟରେ ୨ ନମ୍ବର ଟନେଲ କାମ କରୁଥିବା ବେଳେ ଧସିଲା ମାଟି ଅତଡ଼ା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ ହୋଇଛି । ମୃତ୍ୟୁବରଣ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଆସାମର ହୋଇଥିବାବେଳେ ଅନ୍ୟ ଜଣେ ଲକ୍ଷ୍ମୀପୁର ବୁର୍ଜା ଗାଁର ରବି ପ୍ରିପେକା ବୋଲି ଜଣାପଡ଼ିଛି । ଦୁଇ ମୃତ ଦେହ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।

ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରେ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଶେଷକୃତ୍ୟରେ ଯୋଗଦେବା ଲାଗି ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଥିବାବେଳେ ଭାରତକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ୟାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଥିଲା । କମନଓ୍ୱେଲଥର ମୁଖ୍ୟ ଭାବେ କୋଟି କୋଟି ଲୋକଙ୍କ କଲ୍ୟାଣ ଲାଗି ସେ ଜୀବନ ଉତ୍ସର୍ଗ କରିଥିଲେ । ମହାରାଣୀଙ୍କ ମହାପ୍ରୟାଣରେ ତାଙ୍କୁ ସମ୍ମାନ ଦେବା ଲାଗି ଗତ ୧୧ ତାରିଖରେ ପାଳିତ ହୋଇଥିଲା ରାଷ୍ଟ୍ରୀୟ ଶୋକ ଦିବସ । ମହାରାଣୀଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୋଆରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୮ ବିଧାୟକ

ପାଣାଜୀ: ଗୋଆରେ କଂଗ୍ରେସକୁ ବଡ଼ ଝଟକା । ବିଜେପିରେ ସାମିଲ ହେଲେ ଗୋଆର ୮ କଂଗ୍ରେସ ବିଧାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଓ ଗୋଆ କଂଗ୍ରେସ ବିଧାୟକ ଦଳ ନେତା ଥିବା ମାଇକେଲ ଲୋବୋ ମଧ୍ୟ ହାତ ଛାଡ଼ି ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକମାନେ ପଦ୍ମ ଦଳରେ ସାମିଲ ହୋଇଛନ୍ତି ।

ଦିଗମ୍ବର କାମତ, ମାଇକେଲଙ୍କ ସହ ଦେଲିଲାହ ଲୋବୋ, ରାଜେଶ ଫାଲଦେଶାଇ, କେଦୋର ନାଏକ, ସଂକଳ୍ପ ଆମୋନକର, ଆଲେକ୍ସିଓ ସିକ୍ୱେରିଆ, ରୁଡୋଲଫ ପର୍ଣ୍ଣାଣ୍ଡିଜ୍ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ୧୧ଟି ଆସନ ଜିତିଥିଲା । ୮ ବିଧାୟକ ବିଜେପିରେ ସାମିଲ ହେବା ପରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ରହିଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ, କେରଳର କୋଚିକୁ ଆସିଥାନ୍ତା ଫ୍ଲାଇଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ । ଓମାନ ରାଜଧାନୀ ମସ୍କଟ ଆନ୍ତର୍ଜାତିକ ବିମାନ ବନ୍ଦରରର ରନଓ୍ୱେରେ ଥିବାବେଳେ ବିମାନରେ ଧୂଆଁ ବାହାରିଥିଲା । ବିମାନରୁ ଧୁଆଁ ବାହାରିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏୟାର ଇଣ୍ଡିଆର ଏହି ବିମାନଟି ମସ୍କଟରୁ କେରଳର କୋଚିକୁ ଆସିଥାନ୍ତା । ଉଡାଣ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ଧୂଆଁ ବାହାରିବା ପରେ ବିମାନରେ ଆତଙ୍କ ଖେଳିଯାଇଥିଲା ।

ଏହି ବିମାନରେ ୪ ଜଣ ଶିଶୁଙ୍କ ସମେତ ୧୪୫ ଯାତ୍ରୀ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତୁରନ୍ତ ସମସ୍ତଙ୍କୁ ବିମାନରୁ ବାହାର କରାଯାଇଥିବାବେଳେ ସମସ୍ତେ ନିରାପଦ ଅଛନ୍ତି । ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲଡିଂକୁ ସ୍ଥାନାନ୍ତର କରାଯାଇଥିଲା ।

୧ ଲକ୍ଷ ୪୬ ହଜାର ଲୁଟିନେଇଥିଲେ ସାଇବର ଠକ, ଫେରାଇ ଆଣିଲେ ୯୬ ହଜାର

0

ଭୁବନେଶ୍ୱର: ଅଦୃଶ୍ୟ ଠକଙ୍କୁ ମାତ୍ ଦେଲେ ଏୟାରଫୋର୍ସ ଡାକ୍ତର । ସାଇବର ପୋଲିସ ସହାୟତାରେ ଫେରାଇ ଆଣିଲେ ୯୬ ହଜାର । ଇଲେକ୍ଟ୍ରି ବିଲ ପେମେଣ୍ଟ କରିବାକୁ କହି ଲଗାଇଥିଲେ ଚୁନା । ୧୦ ମିନିଟ ଭିତରେ ନେଇଯାଇଥିଲେ ୧ ଲକ୍ଷ ୪୬ ହଜାର । ୨ ଟି କାର୍ଡ଼ର ଓଟିପି ମାଗି ଉଠାଇନେଇଥିଲେ ଟଙ୍କା । ଲାଇନ କଟିଯିବ ବୋଲି ଶୁଣିବା ପରେ ଭୟଭୀତ ହୋଇଥିଲେ ଡାକ୍ତର । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ରୁହନ୍ତି ଡାକ୍ତର ବି.କେ.ଜେନା । ଶିକ୍ଷିତ ହୋଇ ହାରି ନଯିବାକୁ ପରାମର୍ଶ ଦେଲେ ଡାକ୍ତର । ଠକେଇର ଶିକାର ହେବା ମାତ୍ରେ ଥାନାର ଦ୍ୱାରସ୍ତ ହେବାକୁ କଲେ ଅନୁରୋଧ।

୨୦୨୨ ଜୁନ୍ ସୁଦ୍ଧା ଓଡ଼ିଶାରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ । ୨୦୨୨ ଜୁନ୍ ସୁଦ୍ଧା ୩୬ହଜାର ୮୨୮କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦ରେ ଓଡ଼ିଶା ପୁଞ୍ଜିନିବେଶରେ ଚତୁର୍ଥ ସ୍ଥାନରେ ଥିଲା । ସେହିବର୍ଷ ରାଜ୍ୟରେ ୨୮ହଜାର ୯୫୪କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିଲା। ୨୦୨୧ରେ ପୁଞ୍ଜିନିବେଶ ୮୯ହଜାର ୧୬୭କୋଟିକୁ ବୃଦ୍ଧି ପାଇଥିଲା । ସେହିବର୍ଷ ଓଡ଼ିଶା ପୁଞ୍ଜିନିବେଶରେ ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା । ତେବେ ଚଳିତ ବର୍ଷ ପୁଞ୍ଜିନିବେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା।

ସେୟାର ମାର୍କେଟରେ ବୁଡ଼ିଗଲା ୨୦ ଲକ୍ଷ, ଆତ୍ମହତ୍ୟା କଲେ ଯୁବକ

0

ବଲାଙ୍ଗୀର: ସେୟାର ମାର୍କେଟରେ ଟଙ୍କା ବୁଡ଼ିବାରୁ ଜୀବନ ହାରିଲେ ବ୍ୟକ୍ତି। ବଲାଙ୍ଗୀର ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା। ସିନ୍ଧେକେଲା ଥାନା ଗନ୍ଧଲା ଗାଁର ବିନୋଦ କୁମାର ଯାଦବ। ଟଙ୍କା ଡବଲ ହେବା ନେଇ ଦିଲ୍ଲୀର ଓମପ୍ରକାଶକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ନିଜେ ୧୦ ଲକ୍ଷ ଦେବା ସହ ଲୋକଙ୍କ ଠାରୁ ୧୦ଲକ୍ଷ ଉଧାର ଆଣିଥିଲେ। ଟଙ୍କା ବୁଡ଼ି ଯିବାରୁ ହତାଶ ହୋଇ ବିନୋଦ ବିଷ ପିଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।