spot_img
Home Blog Page 3879

ଘରୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ, ୨ ଭଉଣୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିପର୍ଯ୍ୟସ୍ତ ଆଇନଶୃଖଳା। ଦିନ ଦ୍ୱିପ୍ରହରରେ ଅପହରଣ, ରେପ୍‌ ପରେ ଡବଲ ମର୍ଡର। ଦୁଇ ନାବାଳିକାଙ୍କୁ ଘରୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ ପରେ ହତ୍ୟା ପରେ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଲଖିମପୁର ଖେରିର ତମୋଲିନ ଜିଲ୍ଲାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ହତ୍ୟା କରାଯାଇଥିବା ଦୁଇ ନାବାଳିକା ଦଳିତ ପରିବାରର ବୋଲି ଜଣାପଡ଼ିଛି।

ଦୁଇ ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ୬ଅଭିଯୁକ୍ତଙ୍କୁ ଗିରଫ କରିଛି । ବୁଧବାର ବାଇକରେ ୩ଜଣ ଯୁବକ ଘରେ ପଶି ଜୋରଜବରଦସ୍ତି ଦୁଇ ଝିଅଙ୍କୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ମାଆ । ଏହାର କିଛି ସମୟ ପରେ ନିକଟସ୍ଥ ଏକ ଆଖୁ କିଆରି ପାଖରୁ ଦୁହିଁଙ୍କ ଝୁଲନ୍ତା ମୃତେଦହ ଉଦ୍ଧାର କରାଯାଇଥିଲା । ଦୁଇ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନାସ୍ଥଳରେ ପୋଲିସ ଅଧିକାରୀ ପୀଡ଼ିତ ପରିବାରକୁ ଦୁର୍ବ୍ୟବହାର କରିଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଚି । ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ପୋଲିସ କହିଛି । ସେପଟେ ଦୁଇ ନାବାଳିକାଙ୍କ ମୃତ୍ୟୁ ନେଇ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଆଇନଶୃଙ୍ଖଳାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଥିବା ବେଳେ ପରିବାର ଲୋକଙ୍କ ସହମତି ବିନା ପୋଷ୍ଟମର୍ଟମ ପାଇଁ ଶବ ପଠାଯାଇଛି ବୋଲି କହିଛନ୍ତି ଅଖିଳେଶ ଯାଦବ ।

ପୁଟିନ ଓ ଜିନପିଙ୍ଗଙ୍କ ସହ ଆଜି ସମରକନ୍ଦରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଉଜବେକିସ୍ତାନ ସମରକନ୍ଦରେ ଆଜିଠୁ ଆରମ୍ଭ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ବୈଠକ । ଆଜିର ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ ଆଲୋଚନା । ସମରକନ୍ଦରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପହଞ୍ଚିସାରିଥିବାବେଳେ ତାଙ୍କୁ ସ୍ୱାଗତ କରିଥିଲେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୟୋଭ। ଏସସିଓ ସମ୍ମିଳନୀର ଦୁଇ ଦିନ ପୂର୍ବରୁ ଭାରତ ଓ ଚୀନ ଗୋଗ୍ରା-ହଟସ୍ପ୍ରିଂସ ପିପି୧୫ରୁ ସୈନ୍ୟ ଅପସାରଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହେବା ଆଶା କରାଯାଉଛି। ତେଣେ ଡିସେମ୍ବରରେ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ଦାୟିତ୍ୱ ନେବାକୁ ଯାଉଥିବାରୁ ଏହି ପ୍ରସଙ୍ଗରେ ପୁଟିନଙ୍କ ସହ ମୋଦି କରିପାରନ୍ତି ଆଲୋଚନା।

ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବି ହୋଇପାରେ ଆଲୋଚନା । ବିଶେଷ କରି ଋଷ-ୟୁକ୍ରେନ ଯୁଦ୍ଧ ଓ ତାଇୱାନ ଟେନସନ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ । ସମରକନ୍ଦରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସମେତ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି, ଉଜବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୟୋଭ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ସହ ଆଲୋଚନା କରିବେ । ସାଂଘାଇ ସହଯୋଗ ସଂଗଠନରେ ସଦସ୍ୟ ରହିଛନ୍ତି ଚୀନ, ଋଷ, ଭାରତ, ପାକିସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକସ୍ତାନ ଓ ଉଜବେକିସ୍ତାନ ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। BSE ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିବା ସହ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ।

ଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ଥିଲା ପ୍ରଥମ ଗସ୍ତ । ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା IPO ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି । ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏସଇ ବେଲ୍ ବଜାଇ ସ୍ୱାଗତ କରିଥାଏ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ।

ଓଡ଼ିଶାରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ, ସ୍ଥାପନ ହେବ ବୃହତ ଆଲୁମିନିୟମ ପାର୍କ

ଭୁବନେଶ୍ୱର: ଓଡ଼ିଶାରେ ୨୫ହଜାର କୋଟି ନିବେଶ କରିବ ବେଦାନ୍ତ। ଗତକାଲି ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ’ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବେଦାନ୍ତ ରିସୋର୍ସେସ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ଓଡ଼ିଶାରେ ୨୫ହଜାର କୋଟି ନୂଆ ନିବେଶ ଦିଗରେ କାର୍ଯ୍ୟକ୍ରମ ଚାଲିଥିବା ସେ କହିଛନ୍ତି। ଆଲୁମିନିୟମ, ଫେରୋକ୍ରମ ଓ ଖଣି ଭଳି ବ୍ୟବସାୟ ସମ୍ପ୍ରସାରଣ ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡ଼ାରେ ସ୍ଥାପନ ହେବ ବୃହତ ଆଲୁମିନିୟମ ପାର୍କ । ବର୍ତ୍ତାମନ ସୁଦ୍ଧା ରାଜ୍ୟରେ ୮୦ହଜାର କୋଟିର ନିବେଶ କରିସାରିଛି ବେଦାନ୍ତ ।

ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ସରକାରଙ୍କୁ ରାଜସ୍ୱ ହାସଲ କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ସ୍ଥିର ଶାସନ ଯୋଗୁ ଓଡ଼ିଶା ଦେଶର ସବୁଠୁ ନିବେଶ ଅନୁକୂଳ ସ୍ଥାନ ହୋଇପାରିଛି। ସିହ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ୫ଟି ଭିତ୍ତିଭୂମି ପ୍ରକଳ୍ପ ଉପରେ ଫୋକସ୍ ଯୋଗୁ ଓଡ଼ିଶା ପ୍ରତି ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଫଳରେ ସେମାନେ ନିବେଶ ଲାଗି ଆଗଭର ହେଉଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବେଦାନ୍ତ ସମର୍ଥନ ଜଣାଇବ ।

ଦାଦା ବଟି ନ ଦେବାରୁ ମହିଳାଙ୍କୁ ଗୁଳି କରି ହତ୍ୟା

ନୂଆପଡ଼ା:  ନୂଆପଡ଼ାରେ ଦାଦାବଟି ନଦେବାରୁ ଫୁଟିଲା ଗୁଳି। କୋମନା ଥାନା ଠୁଟି ବର ଗାଁରେ ଗୁଳି କରି ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ଯୁବକ । ମୃତ ମହିଳା ହେଲେ କୁମୁଦିନୀ ଶବର। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନୀଳାମ୍ବର ସୁନା ଫେରାର ହୋଇଯାଇଛି।

ସୂଚନା ଅନୁସାରେ ଗାଁର ନୀଳାମ୍ବର ସୁନା ବିଭିନ୍ନ ସମୟରେ ଦାଦା ବଟି ଆଦାୟ କରୁଥିଲା । ଗତକାଲି ରାତି ୧୧ଟାରେ ସୁବାସ ଚନ୍ଦ୍ର ସାହୁଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ମାଗିଥିଲେ। ଏହି ସମୟରେ ସୁବାସଙ୍କ ସ୍ତ୍ରୀ କୁମୁଦିନୀ ଶବର ମନା କରିବାରୁ ନୀଳାମ୍ବର ନିଜ ବନ୍ଧୁକରୁ ମହିଳାଙ୍କୁ ଗୁଳି କରିଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ନୀଳାମ୍ବର ସୁନା ଫେରାର ହୋଇଯାଇଛି। ଘଟଣାସ୍ଥଳରେ କୋମନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସରିଲା ନିବେଶକ ସମ୍ମିଳନୀ, ପୁଞ୍ଜିପତିଙ୍କୁ ‘ମେକ ଇନ୍ ଓଡ଼ିଶା କନକ୍ଲେଭ’କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଦୁଇ ଦଶନ୍ଧି ଧରି ଶିଳ୍ପାୟନରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସାରା ଦେଶରେ ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛନ୍ତି। ଦେଶର ଅର୍ଥନୀତିରେ ଓଡ଼ିଶାର ଅବଦାନ ଅଧିକ। ମୁମ୍ବାଇରେ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେଇ ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୬ ଓ ୨୦୧୮ରେ ସଫଳତାର ସହ ୨ଟି MIO କନକ୍ଲେଭ ଆୟୋଜନ ହୋଇଛି। ଚଳିତବର୍ଷ ହେବ ବଡ଼ ଧରଣର MIO କନକ୍ଲେଭ।

ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ଦକ୍ଷ ମାନବସମ୍ବଳ ରହିଛି। ଶିଳ୍ପପତିଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ । ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ନବୀନ । ୟୁନିକ ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶା ଏବେ ଆଚିଭର ଷ୍ଟେଟର ମାନ୍ୟତା ପାଇଛି । ଇଜ୍ ଅଫ୍ ଡୁଇଂ ବିଜିନେସ ରେଟିଂରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶା ଏବେ ସାରା ଦେଶର ପୁଞ୍ଜିପତିଙ୍କ ଡେଷ୍ଟିନେସନ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ବେଳେ ବୁଝାଇ କହିଥିଲେ ଓଡ଼ିଶାର ସରଳ ଶିଳ୍ପନୀତି ବାବଦରେ । ଓଡ଼ିଶାରେ ପୁଞ୍ଜିନିବେଶ ନେଇ କି କି ସୁବିଧା ରହିଛି, ସରକାର କି ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି, ପାଣି, ଖଣି, ବିଦ୍ୟୁତ ମହଜୁଦ ରହିଥିବା ବେଳେ ସିଙ୍ଗିଲ ୱିଣ୍ଡୋରେ ମିଳୁଛି ସବୁ ସୁବିଧା ନେଇ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ ।

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା, ଓଭରବ୍ରିଜରୁ ତଳକୁ ଛିଟିକି ପଡ଼ିଲେ ସ୍ୱାମୀ ସ୍ତ୍ରୀ

ଭୁବନେଶ୍ୱର: ରସୁଲଗଡ଼ ବ୍ରିଜ ଉପରେ ଦୁର୍ଘଟଣା। ବାଇକକୁ ଦ୍ରୁତ ଗତିରେ ପିଟିଲା କାର। ପୋଲ ଉପରୁ ତଳକୁ ଛିଟିକି ପଡିଲେ ସ୍ୱାମୀ ସ୍ତ୍ରୀ। ଭୁବନେଶ୍ୱରରୁ କଟକ ଆଡ଼କୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକରେ ଯାଉଥିବା ଦମ୍ପତିଙ୍କୁ ପଛ ଆଡୁ ପିଟିଥିଲା କାର। ତଳକୁ ଛିଟିକି ପଡ଼ିଥିବା ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଘଟଣା ସ୍ଥଳରେ ଟ୍ରାଫିକ ଜାମ ହଟେଇବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ଆଜି ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। BSE ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କ ସହିତ ନବୀନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ଫିରୋଜଜୀ ଜିଜିଭଏ ଟାୱାର୍ସରେ ଥିବା BSE ଅଫିସକୁ ଯିବେ ନବୀନ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାର କାର୍ଯ୍ୟକ୍ରମ ରହିଛି। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ହେବ ପ୍ରଥମ ଗସ୍ତ। ଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା IPO ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି। ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏସଇ ବେଲ୍ ବଜାଇ ସ୍ୱାଗତ କରିଥାଏ। ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେବେ ପ୍ରଥମ ।

ପଞ୍ଜାବରେ ଅପରେସନ ଲୋଟସ ପ୍ରସଙ୍ଗ, ଆପର ଅଭିଯୋଗ ପରେ ପୋଲିସ ରୁଜୁ କଲା ମାମଲା

ଚଣ୍ଡିଗଡ଼: ପଞ୍ଜାବରେ ଅପରେସନ ଲୋଟସ୍ ପ୍ରସଙ୍ଗ । ଆପର ବିଧାୟକମାନଙ୍କୁ ବିଜେପି ଲାଞ୍ଚ ଯାଚୁଥିବା ଅଭିଯୋଗ କ୍ରମେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଆମ୍ ଆଦମୀ ପାର୍ଟି ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହା ସହ ଘଟଣାର ତଦନ୍ତ ଦାବି କରିଛି ଆପ୍ । ଆପର ପ୍ରାୟ ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଲେଖାଏଁ ଟଙ୍କା ଲାଞ୍ଚ ଯାଚିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ କହିଛନ୍ତି ଦିଲ୍ଲୀରେ ଅପରେସନ ଲୋଟସ ବିଫଳ ହୋଇଛି । ପୂର୍ବରୁ ଏନେଇ ସାଂଘାତିକ ଅଭିଯୋଗ କରିଥିଲେ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା । ଆପ୍‌ ବିଧାୟକଙ୍କୁ ୨୦ରୁ ୨୫ କୋଟି ଟଙ୍କା ଦେଇ କିଣିବାକୁ ବଡ଼ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ ।

୨୦୦ କୋଟି ଟଙ୍କା ଠକେଇ ମାମଲା, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟାର ଜେରା

ନୂଆଦିଲ୍ଲୀ: ଜ୍ୟାକଲିନଙ୍କୁ ୮ ଘଣ୍ଟା ଧରି ଜେରା । ୨୧୫ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣଣ୍ଡିଜଙ୍କୁ ମାରାଥନ ଜେରା କଲା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନଙ୍କୁ ଜେରା କରାଯାଇଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ କ’ଣ? ତାଙ୍କଠାରୁ କ’ଣ ସବୁ ଦାମୀ ଗିଫ୍ଟ ନେଇଥିଲେ? କେତେଥର ସୁକେଶଙ୍କୁ ଭେଟିଥିଲେ ଜ୍ୟାକଲିନ ? ଫୋନରେ କେତେଥର କଥା ହୋଇଛନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ମାଗିଥିଲା ଇଓଡବ୍ଲୁ । ସୁକେଶଙ୍କ ସହ ଜ୍ୟାକଲିନଙ୍କୁ ପରିଚୟ କରାଇଥିବା ପିଙ୍କି ଇରାନୀ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଆଜି ଜେରା କରାଯାଇଛି ।